Posted inଜାତୀୟ

ମିଶନ ଉତ୍ତରପ୍ରଦେଶ,ମମତା-କେଜ୍ରିଓ୍ବାଲଙ୍କ ଫର୍ମୂଲା ଅନୁସରଣ କରୁଛନ୍ତି ପ୍ରିୟଙ୍କା-ମାୟା-ଅଖିଳେଶ…

ଲକ୍ଷ୍ନୌ,୧୨।୧୦: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଭୋଟରଙ୍କୁ ହାତେଇବା ପାଇଁ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ବହୁଜନ ସମାଜବାଦୀ ପାର୍ଟିର ମାୟାବତୀ ଏବଂ ସମାଜ ବାଦୀ ପାର୍ଟିର ଅଖିଳେଶ ଯାଦବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପଦ ଅନୁସରଣ କରି ମିଶନ ଉତ୍ତରପ୍ରଦେଶରେ ସଫଳ ହେବାର ଯୋଜନା ପ୍ରସ୍ତୁତ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିରୋଧୀ ଦଳ ଭାଜପାର ହିନ୍ଦୁତ୍ୱ ଏଜେଣ୍ଡା ବିରୋଧରେ ଉଦାର(ସଫ୍ଟ) ହିନ୍ଦୁତ୍ୱକୁ ବ୍ୟବହାର କରି ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ମମତା ଏବଂ କେଜ୍ରିୱାଲଙ୍କ ଏହି ଫର୍ମୂଲା କାମ ଦେଇଥିଲା।

ପଶ୍ଚିମବଙ୍ଗ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ଦୁର୍ଗା ପୂଜା ପେଣ୍ଡାଲରେ ହାଜର ହୋଇଥିଲେ। ମଞ୍ଚରୁ ଦୁର୍ଗାସ୍ତୁତି ପାଠ ତାଙ୍କ ନିର୍ବାଚନ ପ୍ରଚାରର ଏକ ଅଂଶ ହୋଇଯାଇଥିଲା। ଘରେ ପୂଜା ପାଠ କରୁଥିବା ସମୟରେ ତାଙ୍କର ଚିତ୍ର ବହୁତ ଭାଇରାଲ ହୋଇଥିଲା। ବିରୋଧୀ ଦଳ ଏବେ ମମତାଙ୍କର ବିଜୟ ଫର୍ମୂଲା ଗ୍ରହଣ କରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। ତେବେ ବିରୋଧି ମମତାଙ୍କ ଭଳି ସଫଳତା ପାଇବେ କି ନାହିଁ, ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ। ମମତାଙ୍କ ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଭାଜପାର ସମାନ ରଣନୀତି ଥିଲା, କିନ୍ତୁ କେଜ୍ରିୱାଲ ମଧ୍ୟ ରାମଙ୍କ ନାମକୁ ନେଇ ହେଉଥିବା ରାଜନୀତି ପାଇଁ ହନୁମାନ ମନ୍ଦିରକୁ ଯାଇଥିଲେ। ସେ ମନ୍ଦିରରେ ପୂଜା କରିିଥିଲେ। ଆମ ଆଦମୀ ପାର୍ଟିର ଏଜେଣ୍ଡାରେ ସୁନ୍ଦର କାଣ୍ଡ ପାଠ ପ୍ରବେଶ କରିଥିଲା।

ଏହି ଫର୍ମୂଲା କଂଗ୍ରେସ ଆପଣେଇବାକୁ ପ୍ରୟାସ କରୁଛି। ବାରାଣସୀରେ ପ୍ରିୟଙ୍କା ବିମାନବନ୍ଦରରୁ ଓହ୍ଲାଇବା ପରେ ସିଧାସଳଖ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ସେଠାରେ ବାବା କାଶୀ ବିଶ୍ୱନାଥଙ୍କୁ ପୂଜା କରିଥିଲେ। ସେ ଦୁର୍ଗାକୁଣ୍ଡରେ ଅବସ୍ଥିତ କୁଶମାନନ୍ଦ ଦେବୀଙ୍କ ମନ୍ଦିରରେ ମଧ୍ୟ ପୂଜା କରିଥିଲେ। ପ୍ରିୟଙ୍କା ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ସେ ନବରାତ୍ରୀରେ ଉପବାସ କରୁଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ପ୍ରିୟଙ୍କାଙ୍କୁ ବହୁ ମନ୍ଦିରରେ ପୂଜା କରୁଥିବାର ଦେଖିବାକୁ ମିଳିଥିଲା।

ମାୟାବତୀ କହିଛନ୍ତି ଯେ ତାଙ୍କ ସରକାର ଗଠନ ହେଲେ ମଧ୍ୟ କାଶୀ, ମଥୁରା ଏବଂ ଅଯୋଧ୍ୟାରେ କରାଯାଉଥିବା ବିକାଶ କାର୍ଯ୍ୟ ବନ୍ଦ ହେବ ନାହିଁ। ତାଙ୍କ ଦଳ ପକ୍ଷରୁ ଅଯୋଧ୍ୟାରେ ବ୍ରାହ୍ମଣ ସମ୍ମିଳନୀ ଆରମ୍ଭ କରିଛି। ବ୍ରାହ୍ମଣ ସମ୍ମିଳନୀ ସମାପ୍ତ ହେବାପରେ ମାୟାବତୀଙ୍କ ମଞ୍ଚ ସମ୍ପୂର୍ଣ୍ଣ ରୂପେ ହିନ୍ଦୁତ୍ୱ ରଙ୍ଗରେ ରଙ୍ଗାଯାଇଥିଲା। ଏଥିରୁ ମାୟାବତୀଙ୍କ ରଣନୀତି ସ୍ପଷ୍ଟ ହୋଇଛି।

ଅପରପକ୍ଷରେ ଅଖିଳେଶ ଏବେ ମନ୍ଦିର ବୁଲିବା ଆରମ୍ଭ କରିଛନ୍ତି। ମାଘ ମେଳାରେ ସଙ୍ଗମରେ ବୁଡ଼ ପକାଇଥିଲେ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପରେ ଅଖିଳେଶ ନିଜ ପରିବାର ସହିତ ରାମଲାଲାଙ୍କ ଦର୍ଶନ କରିବାକୁ ଘୋଷଣା ମଧ୍ୟ କରିଛନ୍ତି।

ବିରୋଧୀ ଦଳ ଅନୁଭବ କରୁଛନ୍ତି ଯେ ଯଦି ସେମାନେ ଧ୍ରୁବୀକରଣ ରାଜନୀତିରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ସଂଖ୍ୟା ଲଘୁଙ୍କୁ ସମର୍ଥନ କରୁଥିବା ରାଜନୈତିକ ଭାବମୂର୍ତ୍ତିରୁ ବାହାରକୁ ଆସିବାକୁ ପଡିବ। ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ନିର୍ବାଚନରେ କଂଗ୍ରେସ ଦ୍ୱାରା ଉଦାର ହିନ୍ଦୁତ୍ୱ ଫର୍ମୂଲା ପରୀକ୍ଷା କରାଯାଇଥିଲା ଏବଂ ଦଳ ଏଥିରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?