ମିଶନ ଶକ୍ତି :୧୦୭ ମହିଳା ସଙ୍ଘକୁ ୩.୧୩ କୋଟି ଋଣ

ଛତ୍ରପୁର,୨୮।୧(ଡି.ଏନ୍‌.ଏ.): ମିଶନ ଶକ୍ତି କାର୍ଯ୍ୟକ୍ରମରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଜୀବିକାରେ ଉନ୍ନତି ଆଣିବା ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଗଞ୍ଜାମ ଜିଲାର ୧୦୭ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ଶୁକ୍ରବାର ଛତ୍ରପୁରସ୍ଥିତ ସଂସ୍କୃତି ଭବନଠାରେ ଇଣ୍ଡିଆନ ବ୍ୟାଙ୍କ୍‌ ପକ୍ଷରୁ ୩.୧୩ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଖୁବ୍‌ଶୀଘ୍ର ଆଉ ୨୦୦ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ୪.୨୫ କୋଟି ଟଙ୍କା ଋଣ ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଜିଲାର ୧୩୦୭ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ୩୦.୬୬ କୋଟି ଟଙ୍କା ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଆଚରଣବିଧି ଲାଗୁ ହୋଇଥିବାରୁ ଏଥିରେ କୋଣସି ପ୍ରଶାସନିକ ଅଧିକାରୀ ଯୋଗ ଦେଇ ନ ଥିଲେ। ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଜି. ଜୟପାଣ୍ଡିଆନ, ଉପ ଆଞ୍ଚଳିକ ପ୍ରବନ୍ଧକ ହୃଦାନନ୍ଦ ଦାସ, ଏମ୍‌ଏସ୍‌ଏମ୍‌ଇ ପ୍ରୋସେସିଂ ସେଣ୍ଟର ମୁଖ୍ୟ ପ୍ରଶାନ୍ତ କୁମାର ନନ୍ଦ, ଶାଖା ପରିଚାଳକ ଶାନ୍ତନୁ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୋନ କଲ କରି ଆକାଉଣ୍ଟରୁ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୧୩।୬: ସହରରେ ଏବେ ସାଇବର ଠକେଇ ବଢୁଛି। ଅନଲାଇନ, ବ୍ୟାଙ୍କ ଋଣ, ଜମି ବିକ୍ରି, ବିଦେଶୀ ଲିଙ୍କରେ ଚାକରି ନାଁରେ ଗୋଟିଏ ପରେ ଗୋଟିଏ ଠକେଇ...

ନିଖୋଜ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ, ୧୫।୮-ରେଳବାଇ ଥାନ ରାମନଗର ରେଳଧରଣା କଡ଼ରୁ ଗୁରୁବାର ସକାଳେ ପୋଲିସ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ ବାସନ୍ତି ପାଣିଗ୍ରାହୀ...

ଜମାକାରୀଙ୍କ ଟଙ୍କା ଠକେଇ ଘଟଣା: ଜେଲ ଗଲେ ସାଇଲ୍ୟାଣ୍ଡ ଚିଟ୍‌ଫଣ୍ଡ ଏମ୍‌ଡି

ବ୍ରହ୍ମପୁର ଅଫିସ,୧୪ା୨- ସାଇଲ୍ୟାଣ୍ଡ କେଶୁରିଆ ଗ୍ରୁପ ଚିଟଫଣ୍ଡ ସଂସ୍ଥା ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଗୋପାଳ ଚନ୍ଦ୍ର ରାଉତ(୪୪)ଙ୍କୁ ଟଙ୍କା ଠକେଇ ଅଭିଯୋଗରେ ଗୋଷାଣୀନୂଆଗଁା ପୋଲିସ ୨...

ଦ୍ରୁତଗତିରେ ଚାଲିଛି ପୋତାଗଡ଼ର ଉନ୍ନତୀକରଣ

ଗଞ୍ଜାମ,୨୪ା୨(ଡି.ଏନ୍‌.ଏ.): ଗଞ୍ଜାମ ସହରଠାରୁ କିଛି ଦୂରରେ ଅବସ୍ଥିତ ଐତିହାସିକ ପୋତାଗଡ଼। ୪୦୦ ବର୍ଷ ପୂର୍ବ ତଥା ବ୍ରିଟିଶ ଅମଳରୁ ନିର୍ମିିତ ଏହି ପୋତାଗଡ଼ ବହୁ ବର୍ଷ...

୧୪୪୬୪ ଫେରନ୍ତାଙ୍କ ପାଇଁ ୧୧୫ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ

ବୁଗୁଡ଼ା, ୩୦।୪(ଡି.ଏନ୍‌.ଏ): ବର୍ତ୍ତମାନ ସାରା ଦେଶ ଓ ରାଜ୍ୟରେ କରୋନା ମହାମାରୀରୁ ଉଦ୍ଧାର ନିମନ୍ତେ ମାସେରୁ ଊର୍ଦ୍ଧ୍ୱ ହେବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ...

ଗଞ୍ଜାମରେ ପୁଣି କରୋନାର ଆତଙ୍କ

ଛତ୍ରପୁର,୪।୪: ଗଞ୍ଜାମ ଜିଲାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଲାଣି। କିଛି ଦିନର ବ୍ୟବଧାନ ପରେ ଦୈନିକ ସଂକ୍ରମଣ ଦୁଇ ଅଙ୍କ ଛୁଇଁଲାଣି।...

ମାସ୍କ ପିନ୍ଧି ନ ଥିବା ୪୦୪ ଜଣଙ୍କ ଠାରୁ ୮୦ ହଜାରରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୨୭।୬: ଲକ୍‌ଡାଉନ ସମୟରେ ଅମାନିଆଙ୍କୁ ପୋଲିସ ଅଟକାଇ ପ୍ରତିଦିନ ଯାଞ୍ଚ କରି ଜରିମାନା ଆଦାୟ କରୁଛି । ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ...

ରାଜ୍ୟରେ ସୁସ୍ଥ ହେଲେ ୪୦୫ କରୋନା ଆକ୍ରାନ୍ତ: ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୨ ା୧୨(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୪୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୫୨,...

Advertisement
Archives

Model This Week