କାମରେ ଲାଗୁନି ମିଶନ ଶକ୍ତି ଗୃହ

କେନ୍ଦୁଝର,୨ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ) ମିଶନ ଶକ୍ତି ଜରିଆରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଅଧିକ ସୃଦୃଢ଼ ଓ ସ୍ବାବଲମ୍ବୀ କରିବା ପାଇଁ ସରକାର ମିଶନ ଶକ୍ତି ଗୃହ ନିର୍ମାଣ କରି ଯୋଗାଇ ଦେଉଛନ୍ତି। କିନ୍ତୁ ଅନେକ ସ୍ଥାନରେ ଜମି ସମସ୍ୟା ଓ ଅର୍ଥ ବରାଦ ହେଉ ନ ଥିବାରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇ ପାରୁନି। ଯେଉଁଠାରେ ନିର୍ମାଣ ସରିଛି ହସ୍ତାନ୍ତର ହୋଇ ନ ଥିବାରୁ କାମରେ ଲାଗିପାରୁନାହିଁ। ଫଳରେ ସେସବୁ ଗୃହରେ ତାଲା ପଡ଼ିଥିବା ବେଳେ ବାରଣ୍ଡାରେ ଅସାମାଜିକଙ୍କ ଆଡ୍ଡା ଜମୁଛି।
ପ୍ରକାଶ ଯେ, କେନ୍ଦୁଝର ଜିଲାର ସମସ୍ତ ଓ୍ବାର୍ଡରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଉଛି। ଏହି କ୍ରମରେ ଜିଲା ମୁଖ୍ୟାଳୟ କେନ୍ଦୁଝର ପୌରପାଳିକାରେ ସମୁଦାୟ ୨୧ ଓ୍ବାର୍ଡରୁ ୧୯ ଓ୍ବାର୍ଡରେ ଜମି ଚିହ୍ନଟ ହୋଇଥିବା ବେଳେ ୨ ଓ୍ବାର୍ଡରେ ଜମି ମିଳିନାହିଁ। ୧୯ ମଧ୍ୟରୁ ୬ ଓ୍ବାର୍ଡରେ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି। ତେବେ ୬ଟି ଓ୍ବାର୍ଡ ମଧ୍ୟରୁ କେତେକ ଗୃହ ନିର୍ମାଣ ସରିଥିଲେ ମଧ୍ୟ ହସ୍ତାନ୍ତର ହୋଇ ନ ଥିବାରୁ ତାଲା ପଡ଼ିରହିଛି। ସେଥି ମଧ୍ୟରୁ କେନ୍ଦୁଝର ସହର ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ମିଶନଶକ୍ତି ଗୃହ କାର୍ଯ୍ୟ ସରିଥିଲେ ହେଁ ହସ୍ତାନ୍ତର ହୋଇନାହିଁ। ଫଳରେ ବାରଣ୍ଡାରେ ଅସାମାଜିକ ବ୍ୟକ୍ତି ମଦ୍ୟପାନ କରି ବୋତଲ ପକାଉଥିବା ଦେଖିବାକୁ ମିଳୁଛି।
ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଗୌରମଣୀ ହଁାସଦା କହିଛନ୍ତି, ଗୃହ ହସ୍ତାନ୍ତର ହୋଇ ନ ଥିବାରୁ ବ୍ୟବହାର ହୋଇ ପାରୁନାହିଁ। ଖୁବ୍‌ଶୀଘ୍ର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ହସ୍ତାନ୍ତର କରାଯିବ। ସେସବୁ ଗୃହରେ ସେମାନେ ସଭାସମିତି ଆୟୋଜନ କରିବା ସହ ପ୍ରସ୍ତୁତ କରୁଥିବା ସାମଗ୍ରୀ ପ୍ରଦର୍ଶନ, ବିକ୍ରିବଟା ଆଦି କରିବେ। ମିଶନଶକ୍ତି ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଶିଶିର ଷଡ଼ଙ୍ଗୀ କହିଛନ୍ତି, କେତେକ ସ୍ଥାନରେ ଜମି ମିଳୁ ନ ଥିବାରୁ ଗୃହ ନିର୍ମାଣ ହୋଇ ପାରୁନାହିଁ। ଅନ୍ୟ ୬ଟି ପାଇଁ ଅର୍ଥ ମଞ୍ଜୁର ହୋଇ କାମ ଚାଲିଛି। ଅଦ୍ୟାବଧି ଗୋଟିଏ ହେଲେ ଗୃହ ହସ୍ତାନ୍ତର ହୋଇ ନ ଥିବାରୁ କେତୋଟି ସରିଛି ଜଣାପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଦିଗପହଣ୍ଡିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନନାୟକ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ କଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ କଲ୍ୟାଣ…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

ଅର୍ପିତାଙ୍କୁ ମିଳିଲା ‘ବାବାଜୀ ଚରଣ ଜେନା ସ୍ମାରକୀ ସମ୍ମାନ’ ପ୍ରଦାନ, ଛୁଟିଲା ଶୁଭେଚ୍ଛାର ସୁଅ

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଟି.ଏମ୍. ଏକାଡେମୀ ଡଅଁର ହାଇସ୍କୁଲରେ ୨୦୨୬ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ମାନ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri