ନିଖୋଜ ପରୀକ୍ଷାର୍ଥୀ

ହରିଶଙ୍କର ମିଶ୍ର

 

ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୪୭ ହଜାର ଛାତ୍ରୀଛାତ୍ର ଅନୁପସ୍ଥିତ ରହିବାର କାରଣ ସମ୍ପର୍କରେ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିବର୍ଷ କିଛି ପରୀକ୍ଷାର୍ଥୀ ଅନୁପସ୍ଥିତ ରହୁଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ଦୃଷ୍ଟି ଆକର୍ଷଣୀୟ ହେବାରୁ ସରକାର ଚଳଚଞ୍ଚଳ ହୋଇଛନ୍ତି। କିନ୍ତୁ ତଦନ୍ତ ଆଧାରିତ କାର୍ଯ୍ୟାନୁଷ୍ଠାନ ଯେ ଶୂନ ହେବ ଏଥିରେ ସନ୍ଦେହ ନାହିଁ। ଏବେ ନବମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ସତର ହଜାର ଛାତ୍ରୀଛାତ୍ର ବାର୍ଷିକ ପରୀକ୍ଷା ଦେଇ ନ ଥିବା ଖବର ପ୍ରକାଶ ପାଇଛି। ଶିକ୍ଷା ବିଭାଗକୁ ଏଥିପାଇଁ ଉତ୍ତରଦାୟୀ କରାଯାଇପାରେ। କିନ୍ତୁ ଏହାର ଠିକ୍‌ ଉତ୍ତର ଓ କାରଣ କେବଳ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଖରେ ହିଁ ରହିଛି। କୌଣସି ବେସରକାରୀ ସ୍କୁଲ ଛାତ୍ରୀଛାତ୍ର ନିଖୋଜ ହୋଇନାହାନ୍ତି। ସରକାରୀ, ସରକାରୀ ନିୟନ୍ତ୍ରିତ ସ୍କୁଲର ଛାତ୍ରୀଛାତ୍ର ନିଖୋଜ ହେବା ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଆମ ରାଜ୍ୟର ଶିକ୍ଷା ବିଭାଗ ଏବଂ ବ୍ୟବସ୍ଥା ଖାଲି କଳୁଷିତ ଓ କର୍ଦ୍ଦମମୟ ନୁହେଁ ବରଂ ଅଧିକାଂଶ ଶିକ୍ଷକ ଶିକ୍ଷାବୃତ୍ତି ପାଇଁ ଅଯୋଗ୍ୟ ଓ ଅପାରଗ। କୌଣସି ପ୍ରତିଯୋଗିତା ପରୀକ୍ଷାର ସମ୍ମୁଖୀନ ନ ହୋଇ ମଧ୍ୟ ବୈଧୀକରଣ ନିୟମରେ ନିୟମିତ ଦରମା ପାଇ ସରକାରୀ କର୍ମଚାରୀ ମାନ୍ୟତା ପାଇବା ଆମ ରାଜ୍ୟର ଶିକ୍ଷା ବିଭାଗରେ ସମ୍ଭବ ହୋଇପାରେ। ସମୟ ଥିଲା ଯେତେବେଳେ ଶିକ୍ଷକମାନେ ନିଜ ଝିଅ ପୁଅଙ୍କ ଅପେକ୍ଷା ଛାତ୍ରୀଛାତ୍ରଙ୍କ କୃତିତ୍ୱରେ ଆତ୍ମହରା ହେଉଥିଲେ, ସେତେବେଳେ ନିଜ ଛାତ୍ରୀ ଛାତ୍ରଙ୍କ କୃତିତ୍ୱ ପାଇଁ ସ୍କୁଲଗୁଡ଼ିକ ଭିତରେ ଶିକ୍ଷକମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋବୃତ୍ତି ରହୁଥିଲା। କିଛି ଦଶନ୍ଧି ପୂର୍ବରୁ ମଧ୍ୟ ସୀମିତ ସଂଖ୍ୟକ ଥିବା ଶିକ୍ଷା ପରିଦର୍ଶକମାନେ ସ୍କୁଲ ପରିଦର୍ଶନ ବେଳେ ପ୍ରତ୍ୟେକ ଶ୍ରେଣୀରେ ପାଠ ପଢ଼ାଉଥିଲେ ଏବଂ ଶିକ୍ଷକମାନଙ୍କ ଦକ୍ଷତା ଉପରେ ଟିପ୍ପଣୀ ଲେଖୁଥିଲେ। ଏବେ ବିଦ୍ୟାଳୟ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ପଦବୀ ଉନ୍ନୀତ ଓ ସଂଖ୍ୟା ବୃଦ୍ଧି ସତ୍ତ୍ୱେ ସେମାନେ ନିଜ ଚଉକିର ସୁରକ୍ଷା ପାଇଁ ବ୍ୟସ୍ତ। ସେମାନଙ୍କ ବିଦ୍ୟାଳୟ ପରିଦର୍ଶନ କେବଳ ଶୌଚାଳୟ ଏବଂ ମଧ୍ୟାହ୍ନଭୋଜନ ତଦାରଖରେ ସୀମିତ ହେଉଛି।
ଅଶୀ ଦଶକ ପ୍ରାରମ୍ଭରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା କିଛି ଶିକ୍ଷା ଦଲାଲଙ୍କ ଦ୍ବାରା କବଳିତ ହୋଇଗଲା। ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରତ୍ୟେକ ନିୟମର ଗଳାବାଟ ସୃଷ୍ଟି କରାଯାଇ ଯାବତୀୟ ସୁଯୋଗ ହାସଲରେ ଶିକ୍ଷକମାନଙ୍କ ଦକ୍ଷତା ବହୁବାର ପ୍ରମାଣିତ ହୋଇ ସାରିଛି। ପ୍ରତିବର୍ଷ ରାଜଧାନୀରେ ଶିକ୍ଷକ ସମାବେଶ ଏକ ନିୟମିତ ଧାରା ହୋଇଯାଇଛି। ଶିକ୍ଷା ଦଲାଲ ଓ ରାଜନୈତିକ ଚାପ ଯୋଗୁ ସରକାର ବାରମ୍ବାର ନିୟମ ପରିବର୍ତ୍ତନ କରୁଥିବାରୁ ତା’ର ସୁଯୋଗ ଶିକ୍ଷକମାନେ ନେଉଛନ୍ତି। ଗତବର୍ଷ କରୋନା ସଂକ୍ରମଣ ଯୋଗୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଲା। ମାଟ୍ରିକ ପରୀକ୍ଷାର ବିକଳ୍ପ ବିଚାରାଧୀନ ଥିବାବେଳେ ହଜାର ହଜାର ପରୀକ୍ଷାର୍ଥୀ ଏକତ୍ରିତ ହୋଇ ବିନା ପରୀକ୍ଷାରେ ପାସ୍‌ କରାଯିବା ପାଇଁ ଦାବି କଲେ। କିନ୍ତୁ ସମସ୍ତ ପରୀକ୍ଷାର୍ଥୀ ନାବାଳିକା ଓ ନାବାଳକ ହୋଇଥିବା ସତ୍ତ୍ୱେ ସେହି ସମାବେଶ ରାଜ୍ୟ ମାନବାଧିକାର କମିଶନର ଦୃଷ୍ଟିକୁ ନ ଯିବା ଏବଂ ଆଇନର ରକ୍ଷକ ପୋଲିସ ସେମାନଙ୍କୁ ସୁରକ୍ଷା ଦେବା ପଛର ନାୟକ ଶିକ୍ଷକମାନେ ହିଁ ରହିଥିଲେ। ଯେଉଁ ଆଧାରରେ ପରୀକ୍ଷା ଇତିହାସରେ ଆଖି ଝଲସାଇଲା ପରି ୯୮ଶତାଂଶ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେଲେ ଏବଂ ଅର୍ଦ୍ଧାଧିକ ୬୦ ଶତାଂଶ ନମ୍ବର ରଖିଲେ, ତା’ର ମୂଳ କାରଣ ଯାଞ୍ଚ କରିଥିଲେ ଅନେକ ତଥ୍ୟ ସ୍ପଷ୍ଟ ହୋଇଥାନ୍ତା। କାରଣ ସେତେବେଳେ ସରକାରୀ ଓ ସରକାରୀ ନିୟନ୍ତ୍ରିତ ସ୍କୁଲର କର୍ତ୍ତୃତ୍ୱ ସର୍ବାଗ୍ରେ ଥିଲା। ଚଳିତ ବର୍ଷ ସେହି ଧାରା ବଜାୟ ରହିବା ଆଶାରେ ସ୍କୁଲଗୁଡ଼ିକରେ ନିଶ୍ଚିତ କିଛି ବେନିୟମ କାର୍ଯ୍ୟର ସୂଚନା ମିଳୁଛି। ଶିକ୍ଷା ଅଧିକାର ଆଇନରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଫେଲ୍‌ ବ୍ୟବସ୍ଥା ନାହିଁ। କରୋନା ସଂକ୍ରମଣ ଯୋଗୁ ଗତବର୍ଷ ନବମ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ରଙ୍କୁ ସାଇକେଲ ପ୍ରଦାନ ବ୍ୟବସ୍ଥା ପଛରେ ଥିବା ବାସ୍ତବତାର ତଦନ୍ତ ହେଲେ ନିଖୋଜ ପରୀକ୍ଷାର୍ଥୀଙ୍କ ରହସ୍ୟ ଉନ୍ମୋଚିତ ହୋଇପାରିବ। ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥାରେ ମଧ୍ୟାହ୍ନଭୋଜନ, ମାଗଣା ବହି, ପୋଷାକ ଆଦି ପ୍ରଦାନରେ ରହୁଥିବା ଶତପ୍ରତିଶତ ଉପସ୍ଥାନ ପରବର୍ତ୍ତୀ ସମୟରେ କମିବାରେ ଶିକ୍ଷକ ଓ ଅଭିଭାବକଙ୍କୁ ମିଳିତ ଭାବେ ଦାୟୀ କରାଯିବା ଉଚିତ। ଏପରିକି ପିଲାଟି ବିନା କାରଣରେ ପାଠପଢ଼ାରୁ ବିରତ ରହିବାର ତଦନ୍ତ ଗୋଟିଏ ନିରପେକ୍ଷ ସଂସ୍ଥା ଦ୍ବାରା କରାଯିବା ଉଚିତ। ଏହା ସତ୍ୟ ଯେ ପୂର୍ବରୁ ଶିକ୍ଷା ଗୁଣାତ୍ମକ ଥିଲା।୧୯୯୨ରୁ ଏହାର ଅବକ୍ଷୟ ଆରମ୍ଭ ହେଲା।୨୦୧୨ରୁ ଅଧିକରୁ ଅଧିକ ପରୀକ୍ଷାର୍ଥୀ ପାସ୍‌ କରିବା ପାଇଁ ସରକାର ଅନେକ ସୁବନ୍ଦୋବସ୍ତ କରିଦେଲେ। ସରକାର ଭୁଲି ଯାଉଛନ୍ତି ଯେ ଯୋଗ୍ୟ ପିଲାଟିଏ କୌଣସି କାରଣରୁ ପରୀକ୍ଷାରେ ଅଯୋଗ୍ୟ ହୋଇଗଲେ ପରେ ଯୋଗ୍ୟ ହୋଇପାରିବ। କିନ୍ତୁ ଅଯୋଗ୍ୟ ପିଲାଟି ଯୋଗ୍ୟ ଘୋଷିତ ହୋଇଗଲେ ସେ ସମାଜ ପାଇଁ ବୋଝ ହୋଇଯାଏ।
ଏବେ ଅନେକ ସ୍କୁଲର ଚେହେରା ବଦଳିଯାଇଛି। ମାତ୍ର ସଂଖ୍ୟାଧିକ ମାଟ୍ରିକ ପରୀକ୍ଷାର୍ଥୀ ବିନା ଅସଦ୍‌ ଉପାୟରେ ସର୍ବନିମ୍ନ ଯୋଗ୍ୟତା ରଖିବାରେ ଅସମର୍ଥ। ପରୀକ୍ଷା ପରେ ସମାନ ପ୍ରଶ୍ନପତ୍ରରେ ପ୍ରତ୍ୟେକ ସ୍କୁଲର ୫ଜଣ ପରୀକ୍ଷାର୍ଥୀଙ୍କୁ ବ୍ଲକ ବା ଜିଲା ସ୍ତରରେ ସ୍ବତନ୍ତ୍ର ପରୀକ୍ଷା କରାଗଲେ ଏହାର ସତ୍ୟତା ସ୍ପଷ୍ଟ ହେବ। ଚଳିତ ବର୍ଷ ମଧ୍ୟ ଗତବର୍ଷ ପରୀକ୍ଷାଫଳର ପୁନରାବୃତ୍ତି ହେଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଶିକ୍ଷକଙ୍କ ଆଦର୍ଶରେ ଶିଷ୍ୟମାନେ ଅନୁପ୍ରାଣିତ ହୁଅନ୍ତି। କିନ୍ତୁ ବ୍ୟବସ୍ଥା ଏପରି ହୋଇସାରିଛି ଯେ ତା’ର ନିରାକରଣ ବା ପୁନର୍ବିନ୍ୟାସ ସମ୍ପୂର୍ଣ୍ଣ ଅସମ୍ଭବ। ସରକାର ଯଦି ସବୁ ସୁଯୋଗ ଦେବେ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକମାନେ ମଧ୍ୟ ସରକାରଙ୍କ ଇଚ୍ଛା ସାକାର କରିବା ବାଧ୍ୟତାମୂଳକ ହେବା ଉଚିତ। ତଥାପି ନବମ ଓ ଦଶମ ଶ୍ରେଣୀର ନିଖୋଜ ପରୀକ୍ଷାର୍ଥୀଙ୍କ ପାଇଁ ସାଇକେଲ ବାବଦରେ ଖର୍ଚ୍ଚ କରାଯାଇଥିବା ୧୬କୋଟିରୁ ଅଧିକ ଟଙ୍କା ପାଇଁ କିଏ ଉତ୍ତରଦାୟୀ ତାହା ସ୍ପଷ୍ଟ ହେବା ଜରୁରୀ।
ଗୁଣ୍ଡିଚା ବିହାର, ପୁରୀ
ମୋ- ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?