ଜଳପ୍ରପାତରେ ନିଖୋଜ: ୩ ଦିନ ପରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ

ଗୋବିନ୍ଦପାଲି,୨୧।୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଗୋବିନ୍ଦପାଲି ନିକଟ ଗୁମ୍ମାଝରଣ ଜଳପ୍ରପାତରେ ବୁଡି ୨ ଛାତ୍ର ନିଖୋଜ ଘଟଣାରେ ବୁଧବାର ଜଣେ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ ଶୁକ୍ରବାର ଅପରାହ୍ନରେ ଅନ୍ୟ ଜଣେ ଛାତ୍ର ଲିଙ୍ଗରାଜ ମହାପାତ୍ରଙ୍କ ମୃତଦେହ ମିଳିଛି। ୩ ଦିନ ପରେ ପଥର ଭିତରେ ଚାପିହୋଇ ରହିଥିବା ଲିଙ୍ଗରାଜଙ୍କ ମୃତଦେହକୁ ମାଥିଲି ଅଗ୍ନିଶମ ବାହିନୀ ଏବଂ କୋରାପୁଟ ଓଡ୍ରାଫ ଟିମ୍‌ ଠାବକରି ବାହାର କରିଥିଲେ। ଝରଣାର ସ୍ରୋତ ଏବଂ ଅଧିକ ଗଭୀର ପାଣି ଯୋଗୁ ମୃତଦେହ ଖୋଜିବା ସମ୍ଭବ ହୋଇପାରୁ ନ ଥିଲା । ତେବେ ଶୁକ୍ରବାର ଖୋଜାଖୋଜି କରିବାବେଳେ ନିଖୋଜ ଛାତ୍ର ଲିଙ୍ଗରାଜଙ୍କ ମୃତଦେହ ମିଳିଥିବା ଓଡ୍ରାଫ୍‌ ଟିମ୍‌ କହିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ମାଥିଲି ଥାନା ଆଇଆଇସି ଦୀପାଞ୍ଜଳୀ ପ୍ରଧାନ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ଜୟପୁର ବିକ୍ରମ ବିଶ୍ବବିଦ୍ୟାଳୟର ୫ ଛାତ୍ର ଗୁମ୍ମାଝରଣ ଜଳପ୍ରପାତକୁ ଭୋଜି କରିବାକୁ ଆସିଥିଲେ । ସେମାନେ ହାତ ଧରାଧରି ହୋଇ ଗାଧୋଇବାବେଳେ ନାରାୟଣପାଟନାର ୨ ଛାତ୍ର ଏସ୍‌. ଶିଖର ଏବଂ ଜୟପୁର ନୂଆସାହିର ଲିଙ୍ଗରାଜ ମହାପାତ୍ରଙ୍କ ଗୋଡ଼ ଖସିଯିବାରୁ ସେମାନେ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ବୁଧବାର ଓଡ୍ରାଫ ଟିମ୍‌ ଏବଂ ଦମକଳ ବାହିନୀ ଶିଖରଙ୍କ ମୃତଦେହ ଠାବ କରିଥିଲେ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରରୁ ଚୋରି ଗଞ୍ଜାମରେ ଚାଲାଣ: ୫ ଦାମୀ ବାଇକ ସହ ଯୁବକ ଗିରଫ

ଛତ୍ରପୁର, ୨୪।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ୫ଟି ଦାମୀ ମୋଟରସାଇକେଲ ଚୋରି କରି ଗଞ୍ଜାମ ଜିଲାରେ ଚାଲାଣ କରୁଥିବା ଜଣେ ଯୁବକଙ୍କୁ…

ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ: କାଲିଠୁ ୨୭ ଯାଏଁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୨୪।୭ ବଙ୍ଗୋପସାଗରରେ ପାଣିପାଗ ପରିସ୍ଥିତି ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି।…

ଶ୍ରୀମନ୍ଦିର ଅଭିମୁଖେ ୩ ରଥ, ଘଣ୍ଟଘଣ୍ଟାରେ କମ୍ପୁଛି ଶ୍ରୀକ୍ଷେତ୍ର

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ଅଭିମୁଖେ ଗଡୁଛି ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ।…

Bahuda Yatra 2026: ତାଳଧ୍ବଜ ପରେ ଗଡ଼ିଲା ଦେବଦଳନ

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ବଡ଼ଦାଣ୍ଡ ହୋଇପଡିଛି ଲୋକାରଣ୍ୟ। ମହାପ୍ରଭୁ ଜନ୍ମବେଦିରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର…

କ୍ୟାବିନେଟ ବୈଠକ ପରେ ଅଶ୍ୱିନୀ ବୈଷ୍ଣବଙ୍କ ସାମ୍ବାଦିକ ସମ୍ମିଳନୀ: କହିଲେ ଠକ ମାଫିଆଙ୍କ ବିରୋଧରେ କଠୋର ଆଇନ ପ୍ରଣୟନ କରାଯିବ

ନୂଆଦିଲ୍ଲୀ,୨୪।୭: କ୍ୟାବିନେଟ ବୈଠକ ପରେ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେପର ଲିକ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଏହି ବିପଦର ମୁକାବିଲା ପାଇଁ…

ବାଂଲାଦେଶକୁ ବଡ଼ ଝଟକା, ଇସ୍ତଫା ଦେଲେ ରାଷ୍ଟ୍ରପତି

ଢାକା,୨୪।୭: ବାଂଲାଦେଶ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ୨୪ ଜୁଲାଇ, ୨୦୨୬ରେ ସମ୍ବିଧାନର ଧାରା ୫୦(୩) ଅନୁଯାୟୀ ସଂସଦର ବାଚସ୍ପତିଙ୍କୁ ଏକ…

ଭୟଙ୍କର ଦୁର୍ଘଟଣା, ଗାଡ଼ି ଉପରେ ଖସି ପଡ଼ିଲା ମାଟି ଅତଡ଼ା, ୧୩ ମୃତ

ପାଙ୍ଗି,୨୪।୭: ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି। କିଛି ଅଞ୍ଚଳ ଏବେ ବି ବର୍ଷା ଅପେକ୍ଷାରେ ଥିବା ବେଳେ, ପାହାଡ଼ି ରାଜ୍ୟ ସମେତ ଅନ୍ୟାନ୍ୟ ଅନେକ…

ପରମ୍ପରା ଛାଡ଼ି ଆଧୁନିକ ଆଡ଼କୁ ସିମନବାଡ଼ି ରଥଯାତ୍ରା: ଜନଅସନ୍ତୋଷ ବୃଦ୍ଧି

ଦାରିଙ୍ଗବାଡ଼ି,୨୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ବାହୁଡ଼ା ଯାତ୍ରା ପାଇଁ ଉତ୍ସବ ମୁଖର ବ୍ଲକ ଅଞ୍ଚଳର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ, ଗଦାପୁର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri