Posted inଫୁରସତ

ମିସ୍‌ ୟୁନିଭର୍ସ ଆର୍‌’ ବୋନି ଗାବ୍ରିଏଲ

ଓ୍ବାଶିଂଟନ୍‌: ୨୦୨୨ ମିସ୍‌ ୟୁନିଭର୍ସ ଟାଇଟଲ ହାତେଇଛନ୍ତି ଆମେରିକାର ଆର୍‌’ ବୋନି ଗାବ୍ରିଏଲ। ୟୁଏସ୍‌ ନ୍ୟୁଓର୍ଲିନ୍ସରେ ଜାନୁୟାରୀ ୧୫ରେ ଆୟୋଜିତ ମିସ୍‌ ୟୁନିଭର୍ସ ଫାଇନାଲ କାର୍ଯ୍ୟକ୍ରମରେ ପୂର୍ବତନ ମିସ୍‌ ୟୁନିଭର୍ସ ହରନାଜ ସନ୍ଧୁ ଗାବ୍ରିଏଲଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ଗାବ୍ରିଏଲ (୨୮) ପ୍ରଥମ ଫିଲିପିନୋ ଆମେରିକାନ୍‌, ଯେ ପ୍ରତିଯୋଗିତାର ଓ୍ବିନର ହୋଇଛନ୍ତି। ମିସ୍‌ ୟୁନିଭର୍ସ ଟାଇଟଲ ଜିତିବା ନେଇ ସେ ବେଶ୍‌ ଖୁସିଥିବା ପ୍ରକାଶ କରିଛନ୍ତି। ଏ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ଗାବ୍ରିଏଲ କହିଛନ୍ତି, ବିଫଳତା ହିଁ ମଣିଷକୁ ଦୃଢ଼ତାର ସହ ଛିଡ଼ା ହେବା ଲାଗି ସୁଯୋଗ ଦେଇଥାଏ। ଭେନେଜୁଏଲା ଏବଂ ଡୋମିନିକାନ ରିପବ୍ଲିକ୍‌ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ପ୍ରତିଯୋଗିତାରେ ଭାରତ ପକ୍ଷରୁ ସାମିଲ ହୋଇଥିବା ଦିବିତା ରାୟଙ୍କ ଯାତ୍ରା ଟପ୍‌ ୧୬ ପର୍ଯ୍ୟନ୍ତ ଥିଲା।
ଫାଇନାଲ୍‌ ରାଉଣ୍ଡରେ ଜଜ୍‌ମାନେ ଗାବ୍ରିଏଲଙ୍କୁ ପଚାରିଥିଲେ, ତୁମେ ଯଦି ମିସ୍‌ ୟୁନିଭର୍ସ ଟାଇଟଲ ଜିତିଯାଅ, ତେବେ ଏ କ୍ଷେତ୍ରରେ ତୁମେ ଆଗକୁ କିପରି କାର୍ଯ୍ୟ କରିବ? ଏହାର ଉତ୍ତରରେ ସେ କହିଥିଲେ, ଫ୍ୟାଶନ୍‌ ଡିଜାଇନ୍‌ ସାଙ୍ଗକୁ କପଡ଼ା ସିଲେଇ କ୍ଷେତ୍ରରେ ମୋର ୧୩ ବର୍ଷର ଅଭିଜ୍ଞତା ଅଛି। ଫ୍ୟାଶନ୍‌କୁ ମୁଁ ମହତ୍‌ ଉଦ୍ଦେଶ୍ୟରେ ବ୍ୟବହାର କରିବି। ବାୟୁମଣ୍ଡଳରୁ ପ୍ରଦୂଷଣ ଦୂର କରିବା ଲାଗି ଡ୍ରେସ୍‌ କପଡ଼ା ବଦଳରେ ରିସାଇକେଲ୍ଡ ମ୍ୟାଟେରିଆଲରେ ପ୍ରସ୍ତୁତ କରିବି। ଘରୋଇ ହିଂସାର ଶିକାର ହେଉଥିବା ମହିଳା କିପରି କାର୍ଯ୍ୟକ୍ଷମ ହେବେ ସେ ଦିଗରେ କାମ କରିବେ ବୋଲି ସେ ପ୍ରତିକ୍ରିୟା ଦେଇଥିଲେ।
ଡିଜାଇନର ଭାବେ କାର୍ଯ୍ୟ କରୁଥିବା ଗାବ୍ରିଏଲ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ନିଜେ ତିଆରି କରିଥିବା ଡିଜାଇନ୍ଡ ଡ୍ରେସ୍‌ ପିନ୍ଧିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri