ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ ‘ମିସ୍‌ ଟେକ୍ସାସ ୟୁଏସଏ’

ଓ୍ବାଶିଂଟନ,୨୫।୬: କୁହାଯାଏ ଯେ କିଛି ଅଲଗା କରିବା ଏବଂ ନିଜର ସ୍ବପ୍ନକୁ ପୂରଣ କରିବା ପାଇଁ କୌଣସି ବୟସ ନ ଥାଏ। ଯେତେବେଳେ ଜଣେ ବ୍ୟକ୍ତି ସ୍ଥିର କରେ ଯେ ସେ ତାଙ୍କ ଜୀବନରେ କିଛି କରିବାକୁ ଚାହୁଁଛନ୍ତି, ତେବେ କୌଣସି ବୟସ ସୀମା ତାଙ୍କୁ ଅଟକାଇ ପାରିବ ନାହିଁ। ଆମେରିକାର ୭୧ ବର୍ଷ ବୟସ୍କା ମହିଳା ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମହିଳାଙ୍କ ନାମ ମରିସା ତେଇଜୋ। ମାରିସା ତେଇଜୋଙ୍କ ସ୍ବପ୍ନ ଥିଲା ମିସ ଟେକ୍ସାସ ୟୁଏସରେ ଅଂଶଗ୍ରହଣ କରିବା ଏବଂ ଶେଷରେ ସେ ତାଙ୍କ ସ୍ବପ୍ନକୁ ସାକାର କରିବାରେ ସଫଳ ହୋଇଥିଲେ।

ତେଇଜୋ ଅନ୍ୟ ୭୫ମହିଳାଙ୍କ ସହ ମିସ ଟେକ୍ସାସ ୟୁଏସ ପ୍ରତିଯୋଗୀତାରେ ଭାଗ ନେଇଥିଲେ। ଉଲ୍ଲେଖଥାଉ କି, ଏହି ପ୍ରତିଯୋଗିତାର ବିଜେତା ଆରିନା ୱେୟାର ଥିଲେ। ଜୁନ ୨୨ ରେ, ଆରିନା ୱେର୍‌ ମିସ ଟେକ୍ସାସ ୟୁଏସ ବିଜେତା ହୋଇଥିଲେ। ଏଥି ସହିତ, ପ୍ରତିଯୋଗିତାର ଏକମାତ୍ର ଅଂଶଗ୍ରହଣକାରୀ ଟିଜୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ। ମିସ ଟେକ୍ସାସ ୟୁଏସଏରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତେଇଜୋ ସବୁଠାରୁ ଅଧିକ ବୟସ ପ୍ରତିଯୋଗୀ ଭାବରେ ଇତିହାସ ସୃଷ୍ଟି କରିଥିଲେ।
ମରିସା ତେଇଜୋ କହିଛନ୍ତି, ‘ମୁଁ ପ୍ରତିଯୋଗୀ ଭାବରେ ମିସ ଟେକ୍ସାସ ୟୁଏସ ପ୍ରତିଯୋଗିତାରେ ଯୋଗ ଦେଇଥିଲି। ଏହା ମୋ ପାଇଁ ଏକ ଅବିଶ୍ୱସନୀୟ ନୂତନ ଅନୁଭୂତି ଥିଲା ଯେ ମୁଁ ଏଥିରେ ଅଂଶଗ୍ରହଣ କରି ବହୁତ ଖୁସି ଅଟେ। ଏହା କରିବା ଦ୍ୱାରା ମୁଁ ଶାରୀରିକ ଏବଂ ମାନସିକ ସ୍ତରରେ ବୟସ ଅଧିକ ଯୋଗୁ କିଛି କରିବାକୁ ଚାହୁଁଥିବା ମହିଳାମାନଙ୍କୁ ପ୍ରେରଣା ଦେଉଛି। ମୁଁ ସେମାନଙ୍କୁ ନୂତନ କାର୍ଯ୍ୟ କରିବାକୁ ପ୍ରେରଣା ଦେବାକୁ ଚାହୁଁଛି ଏବଂ ଲୋକଙ୍କୁ ବିଶ୍ୱାସ କରିବାକୁ ଚାହୁଁଛି ଯେ ସୌନ୍ଦର୍ଯ୍ୟ କୌଣସି ବୟସରେ କମିଯାଏ ନାହିଁ।’


Enter your email to get our daily news in your inbox.

All Right Reserved By Dharitri.Com

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri