ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଅଭିଯୁକ୍ତ ଗିରଫ, ବହୁ ଜାଲିଆତି ସାମଗ୍ରୀ ଜବତ

ଛତ୍ରପୁର, ୧୮।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପ ଟ୍ଟନାୟକ): ବେକାର ଯୁବକ-ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ଜାଲିଆତି ଚକ୍ରର ପର୍ଦ୍ଦାଫାସ କରିଛି ଗଞ୍ଜାମ ପୋଲିସ। ଚାକିରି ଦେବା ନାଁରେ ଜଣେ ଯୁବକଙ୍କଠାରୁ ୫୦ ହଜାର ଟଙ୍କା ଠକେଇ ମାମଲାରେ ଛତ୍ରପୁର ଥାନା ପୋଲିସ ଭଦ୍ରକ ଜିଲା ଧୁସୁରୀ ଅଞ୍ଚଳର ପଞ୍ଚାନନ ପଣ୍ଡା (୪୨)ଙ୍କୁ ଗିରଫ କରିଛି। ମଙ୍ଗଳବାର ଛତ୍ରପୁରଠାରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବିଶି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଥମେ ଏକ ନକଲି ନିଯୁକ୍ତି ସଂସ୍ଥା ଗଠନ କରି ଜାଲ ପରିଚୟପତ୍ର ପ୍ରସ୍ତୁତ କରୁଥିଲେ। ପରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ବ୍ୟାଙ୍କ ଓ ଅନ୍ୟାନ୍ୟ ସଂସ୍ଥାର ନିଯୁକ୍ତି ବିଜ୍ଞାପନକୁ ଅପବ୍ୟବହାର କରି ଚାକିରି ଆଶାୟୀମାନଙ୍କୁ ଯୋଗାଯୋଗ କରିବାକୁ ପ୍ରଲୋଭିତ କରୁଥିଲେ। ନିଜକୁ ସଂସ୍ଥାର ମୁଖ୍ୟ ଭାବେ ପରିଚୟ ଦେଇ ମୋବାଇଲ୍ ଫୋନ୍ ଜରିଆରେ ବିଶ୍ୱାସ ଜିତିବା ପରେ ଚାକିରି ଯୋଗାଇଦେବା ନାଁରେ ଟଙ୍କା ଆଦାୟ କରୁଥିଲେ। ଟଙ୍କା ହାତେଇବା ପରେ ମୋବାଇଲ୍ ନମ୍ବର ବନ୍ଦ କରି ଓ ଠିକଣା ବଦଳାଇ ଫେରାର ହୋଇଯାଉଥିଲେ।

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଏଭଳି ଭାବେ ବହୁ ବେକାର ଯୁବକ-ଯୁବତୀଙ୍କଠାରୁ ୫୦ ଲକ୍ଷ ଟଙ୍କାରୁ ଅଧିକ ଠକେଇ କରିଛନ୍ତି। ୬୧ ଜଣଙ୍କୁ ଜାଲ ନିଯୁକ୍ତିପତ୍ର ଦେଇଥିବା ବେଳେ ଆହୁରି ୨୬ରୁ ଅଧିକ ଜଣଙ୍କ ପାଇଁ ଜାଲ ନିଯୁକ୍ତିପତ୍ର ପ୍ରସ୍ତୁତ କରି ରଖିଥିଲେ। ଅଭିଯୁକ୍ତ ଆକାଉଣ୍ଟ ପେ, ଫୋନ୍‌ପେ ଓ ପେଟିଏମ୍ ମାଧ୍ୟମରେ ଟଙ୍କା ଆଦାୟ କରୁଥିବା ପୁଲିସ କହିଛି।

ଏହି ଠକେଇର ଶିକାର ହୋଇଥିବା ଛତ୍ରପୁର ଥାନା ଅନ୍ତର୍ଗତ ରାମଲକ୍ଷ୍ମୀ ନଗରର ଦେବୀପ୍ରସାଦ ଦାଶ (୨୩) ଏକ ଖବରକାଗଜରେ ପ୍ରକାଶିତ ବ୍ୟାଙ୍କ ନିଯୁକ୍ତି ବିଜ୍ଞାପନ ଦେଖି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିଲେ। ପଞ୍ଚାନନ ପଣ୍ଡା ତାଙ୍କୁ ଏସ୍‌ବିଆଇରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ୟୁନିଫର୍ମ, ସିକ୍ୟୁରିଟି ଡିପୋଜିଟ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ପର୍ଯ୍ୟାୟକ୍ରମେ ୫୦ ହଜାର ଟଙ୍କା ନେଇଥିଲେ। ଟଙ୍କା ନେବା ପରେ ଚାକିରି ନଦେଇ ପୁଣି ଅଧିକ ଟଙ୍କା ଦାବି କରିଥିଲେ। ସନ୍ଦେହ ହେବାରୁ ଦେବୀପ୍ରସାଦ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ମୋବାଇଲ୍ ନମ୍ବର ବନ୍ଦ ଥିବା ଜାଣିବାକୁ ପାଇଥିଲେ। ପରେ ସେ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ଛତ୍ରପୁର ଥାନା କେସ୍ ନଂ-୩୯୪, ତାରିଖ ୨୮.୦୬.୨୦୨୫ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ପୁଲିସ ଭୁବନେଶ୍ୱରରୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୪ଟି ମୋବାଇଲ୍ ଫୋନ୍, ୨୬ଟି ଖାଲି ନିଯୁକ୍ତିପତ୍ର, ୬୧ଟି ଜାଲ ନିଯୁକ୍ତିପତ୍ର, ୨୫ଟି ଜାଲ ପରିଚୟପତ୍ର, ୯ଟି ବିଜ୍ଞାପନ ଲେଟରପ୍ୟାଡ୍, ୬ଟି ବ୍ୟାଙ୍କ ପାସ୍‌ବୁକ୍, ୨ଟି ଏଟିଏମ୍ କାର୍ଡ, ଚାକିରି ପ୍ରାର୍ଥୀଙ୍କ ବାୟୋଡାଟା ଥିବା ନୋଟ୍‌ବୁକ୍ ଓ ୮ଟି ପାସ୍‌ପୋର୍ଟ ସାଇଜ୍ ଫଟୋ ଜବତ କରିଛି।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରାୟ ୨ ବର୍ଷ ହେଲା ଏହି ଠକେଇ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି। ତାଙ୍କ ନିକଟରୁ ୨ଟି ଜାଲ ପରିଚୟପତ୍ର ମଧ୍ୟ ଜବତ ହୋଇଛି। ଏହାସହ ଅଭିଯୁକ୍ତଙ୍କ ବିରୋଧରେ ଭଦ୍ରକ ଜିଲ୍ଲାର ଧୁସୁରୀ ଥାନାରେ ପୂର୍ବରୁ ମଧ୍ୟ ଠକେଇ ସମ୍ବନ୍ଧୀୟ ମାମଲା ରହିଛି।

ଏହି ଜାଲିଆତି ଚକ୍ରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ କେତେ ଲୋକ ଏହାର ଶିକାର ହୋଇଛନ୍ତି, ସେନେଇ ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି ଶ୍ରୀ ବିଶି ସୂଚନା ଦେଇଛନ୍ତି। ଏହାସହ ଯେଉଁମାନେ ଏପରି ଠକେଇର ଶିକାର ହୋଇଛନ୍ତି, ସେମାନେ ନିର୍ଭୟରେ ପୁଲିସ ନିକଟରେ ଅଭିଯୋଗ କରିବାକୁ ଗଞ୍ଜାମ ଏସ୍‌ପି ଆହ୍ୱାନ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?