ଆଇଆର୍‌ସିଟିସି କର୍ମଚାରୀଙ୍କ ଅନୁଚିତ ବ୍ୟବହାର

ଯାଜପୁର,୧୨ା୧୨(ହର୍ଷବର୍ଦ୍ଧନ ବେହେରା)ରାଜ୍ୟର ବରିଷ୍ଠ ନାଗରିକମାନେ ଭାରତର ବିଭିନ୍ନ ତୀର୍ଥ ସ୍ଥାନ ବୁଲି ଆନନ୍ଦ ଅନୁଭବ କରିବା ଉଦ୍ଦେଶ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା(ବିଏନ୍‌ଟିୱାଇୱାଇ)ହୋଇଛି। ଭୁବନେଶ୍ୱର ଯିବା ଯାଏ ଓ ଟ୍ରେନରେ ବସିବା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଦ୍ୟମ ତୀର୍ଥଯାତ୍ରୀଙ୍କୁ ବହୁ ଖୁସି ଦେଇଛି ବୋଲି ମତପ୍ରକାଶ ପାଇଛି। କିନ୍ତୁ ଟ୍ରେନ ଛାଡ଼ିବା ପରେ ଆଇଆର୍‌ସିଟିସି(ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜମ କର୍ପୋରେଶନ ଲିଃ) କର୍ମଚାରୀଙ୍କ ଅନୁଚିତ ବ୍ୟବହାର ଓ ସେମାନଙ୍କ କାର୍ଯ୍ୟ ଦକ୍ଷତା ଯାତ୍ରୀମାନଙ୍କୁ ବହୁତ ଦୁଃଖ ଦେଇଛି। ଏନେଇ ତୀର୍ଥ ଯାତ୍ରୀ ଗୋବିନ୍ଦ ମିଶ୍ର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି କ୍ରମରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ (ଏସ୍‌ଏସ୍‌ଇପିଡି) ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ଦୀପକ ରାଉତରାୟ ଅଭିଯୋଗ ଉପରେ ତୁରନ୍ତ ତଦନ୍ତକରି ପଦକ୍ଷେପ ଗ୍ରହଣ କରିବାକୁ ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
୨୨ା୧୧ା୨୦୨୩ରୁ ଆରମ୍ଭ ହୋଇଥିବା ତୀର୍ଥଯାତ୍ରା ସମ୍ପର୍କରେ ଗୋବିନ୍ଦ ମିଶ୍ରଙ୍କ ଅଭିଯୋଗ ମୁତାବକ ଆଇଆର୍‌ସିଟିସି କର୍ମଚାରୀଙ୍କ ବ୍ୟବହାର ବରିଷ୍ଠ ବ୍ୟକ୍ତିମାନଙ୍କୁ ହତାଶ କରିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଯାଇଥିବା ଗାଇଡ ଓ କର୍ମଚାରୀମାନେ ଆଇଆର୍‌ସିଟିସି ପାଖରେ ସତେ ଯେମିତି ବିକ୍ରି ହୋଇଯାଉଛନ୍ତି। ବରିଷ୍ଠଙ୍କ କଥା ନ ଶୁଣି ସେମାନେ ଅସହାୟତା ପ୍ରକାଶ କରିଥାନ୍ତି। ଆଇଆରସିଟିସି ତରଫରୁ ୩ ଥର ଭଲ ଖାଦ୍ୟ ଦେଲେ, ବାକି ୬ ଥର ଅତି ନିମ୍ନମାନର ଖାଦ୍ୟ ଦେଉଛନ୍ତି। ଏପରିକି ପାନୀୟ ଜଳର ଗୁଣବତ୍ତା ଠିକ୍‌ ରହୁନାହିଁ। ଯେଉଁ କିଟ୍‌ ବ୍ୟାଗ୍‌ ଦିଆଯାଉଛି, ତାକୁ ଦିନକ ପରେ ଦେବାରୁ ବିନା ଦାନ୍ତଘସାରେ ଖାଇବାକୁ ବାଧ୍ୟ ହେଲେ। ବ୍ୟାଗ୍‌ରେ କାହାର ପେଷ୍ଟ ନାହିଁ ତା କାହାର ବ୍ରଶ ଓ ଦର୍ପଣ ନ ଥିଲା। ଟ୍ରେନ ପାଇଖାନା ବହୁତ ଅପରିଷ୍କାର ହୋଇଥିଲା। ବହୁତ ସମୟ ଧରି ପାଣି ମିଳିଲା ନାହିଁ। ହରିଦ୍ୱାରରେ ପହଞ୍ଚିବା ପରେ ଯେଉଁ ଧର୍ମଶାଳାରେ ରଖାଗଲା ସେଠାରେ ଗୋଟିଏ ବେଡ୍‌ରେ ୨ଜଣ ଲେଖାଏ ବରିଷ୍ଠଙ୍କୁ ଶୋଇବାକୁ ବାଧ୍ୟ କରାଗଲା। ଆଇଆର୍‌ସିଟିସି କର୍ମଚାରୀ ଔଷଧପତ୍ର ଠିକ୍‌ ଭାବେ ନ ଦେବାରୁ ଜଣେ ବରିଷ୍ଠ ଯାତ୍ରୀଙ୍କ ମୃତ୍ୟୁ ହେଲା। ଏପରିକି ଆଇଆର୍‌ସିଟିସି କର୍ମଚାରୀ ମୋହନ ଥାପ୍ପା ବରିଷ୍ଠ ଯାତ୍ରୀମାନଙ୍କୁ ବହୁତ ଗାଳିମନ୍ଦ କରିଥିଲେ। ବିଡ଼ମ୍ବନା ଯେ ଯେଉଁ ମତାମତ ଫର୍ମ ଦିଆଗଲା ସେଥିରେ କେବଳ ଯାତ୍ରୀମାନଙ୍କ ଦସ୍ତଖତ ନେଲେ ଏବଂ ସେମାନେ ନିଜେ ପୂରଣ କଲେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏଭଳି ଅନେକ ଅବ୍ୟବସ୍ଥା ଯୋଗୁ ସରକାରଙ୍କ ଏହି ମହତ୍‌ ଉଦ୍ଦେଶ୍ୟ ବିଫଳ ହେଉଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?