ମନ୍ଦିର ଦର୍ଶନକୁ ନେଇ ପୋଲିସ-ପୁରୋହିତ ମୁହାଁମୁହିଁ

ମିର୍ଜାପୁର,୨୧।୬: ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳରେ ଥିବା ପ୍ରସିଦ୍ଧ ମା’ ବିନ୍ଧବାସିନି ମନ୍ଦିରରେ ଦର୍ଶନ ଓ ପୂଜାକୁ ନେଇ ରବିବାର ପୋଲିସ ଓ ପୁରୋହିତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। କରୋନା କଟକଣା ଯୋଗୁ ଶନିବାର ଓ ରବିବାର ରାଜ୍ୟରେ ସମସ୍ତ ଧାର୍ମିକ ସ୍ଥଳ ବନ୍ଦ ରହିଥିବା ବେଳେ ଜଣେ ସ୍ଥାନୀୟ ପୁରୋହିତ କିଛି ଲୋକଙ୍କୁ ନେଇ ଜବଦରଦସ୍ତି ମନ୍ଦିର ପରିସରକୁ ପ୍ରବେଶ କରିବାକୁ ଜିଦ୍‌ ଧରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୋଲିସ ତାଙ୍କୁ ଅଟକାଇଥିଲେ। ତେବେ ଦୁହିଁଙ୍କ ମଧ୍ୟ କଥା କଟାକଟି ଏତେ ଦୂର ବଢ଼ିଯାଇଥିଲା ଯେ, ମନ୍ଦିରକୁ ପ୍ରବେଶ କରୁଥିବା ପୁରୋହିତଙ୍କୁ ପୋଲିସ ମାଡ଼ ମାରିବାକୁ ମାଧ୍ୟ ହୋଇଥିଲେ। ଏହି ଘଟଣା ଘଟିବା ସମୟରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଅନ୍ୟପଟେ ମିର୍ଜାପୁର ପୋଲିସ ଏହି ଘଟଣାକୁ ନେଇ ଟୁଇଟ କରିଛନ୍ତି। ସେ କହିଛନ୍ତି, ଏହି ଘଟଣାର ଯାଞ୍ଚ କରାଯିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଗାଇଡଲାଇନ ଅନୁସାରେ ଶନିବାର ଓ ରବିବାର ମା’ ବିନ୍ଧବାସିନିଙ୍କ ମନ୍ଦିର ମନ୍ଦ ରହିବ। ତେଣୁ ଏହି ସମୟରେ ମନ୍ଦିର ଦର୍ଶନକୁ ବାରଣ କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ ନ କରିବାକୁ ପୋଲିସ ସାଧାରଣଲୋକଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକ୍‌ର ମିଛ ଦୋହରାଇବାକୁ କୁଳଭୂଷଣଙ୍କ ଉପରେ ଚାପ

ନୂଆଦିଲ୍ଲୀ,୩ା୯: କୁଳଭୂଷଣଙ୍କୁ ଦୂତାବାସ ମାଧ୍ୟମରେ ଆଇନଗତ ସହାୟତା ଯୋଗାଇଦେବା ପାଇଁ ସୁଯୋଗ ମିଳିଥିଲେ ହେଁ ତାଙ୍କୁ ପାକିସ୍ତାନର ମିଛ ଦୋହରାଇବା ପାଇଁ ଅତ୍ୟଧିକ ଚାପ ପକାଯାଇଥିବା...

ବିଏସ୍‌ପିର ୯ ବିଦ୍ରୋହୀ ବିଧାୟକ ଏସ୍‌ପିରେ ହୋଇପାରନ୍ତି ସାମିଲ

ଲକ୍ଷ୍ନୌ,୧୫।୬: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ରାଜନୈତିକ ସରଗରମ ଦେଖାଦେଇଛି। ବିଭିନ୍ନ ରାଜନୈତିକ ଦଳ ପରସ୍ପର ଉପରେ...

ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଖଟ୍ଟର, ଦୁଷ୍ୟନ୍ତ ଉପ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୬।୧୦: ହରିୟାଣା ରାଜନୀତିର ଅଙ୍କକଷା ଭିତରେ ରବିବାର ଭାଜପା ନେତା ମନୋହର ଲାଲ ଖଟ୍ଟର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରବିବାର ଅପରାହ୍ନ...

ବିହାର ହିଂସା: ଅତିରିକ୍ତ ଅର୍ଦ୍ଧସୈନିକ ସାମରିକ ବାହିନୀ ଯବାନ ପଠାଇବ କେନ୍ଦ୍ର…

ପାଟନା,୨।୪ : ବିହାରର ଅନେକ ଅଞ୍ଚଳରେ ରାମ ନବମୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଉପରେ କେନ୍ଦ୍ର ସରକାର ସଚେତନ ହୋଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା...

ଚୋର ମୁହଁ ଟାଣ: ସୀମା ଉତ୍ତେଜନା ପାଇଁ ଭାରତକୁ ଦାୟୀ କଲା ଚାଇନା

ମସ୍କୋ/ନୂଆଦିଲ୍ଲୀ, ୫।୯: କଥାରେ ଅଛି ଚୋର ମୁହଁ ଟାଣ। ଏହା ଚାଇନା ପାଇଁ ଏବେ ପ୍ରଯୁଜ୍ୟ ହୋଇଛି। ରୁଷ୍‌ରେ ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହିତ...

ସାଧାରଣତନ୍ତ୍ର ଦିବସ ପରେଡ୍‌ : ପ୍ରଦର୍ଶନ ହେବ ୨୩ ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ,୨୩।୧: ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟପଥରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୨୩ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ଏ ସଂକ୍ରାନ୍ତରେ ପ୍ରତିରକ୍ଷା...

ସୋପୋରରୁ ଲସ୍କରର ଦୁଇ ହାଇବ୍ରିଡ ଆତଙ୍କବାଦୀ ଗିରଫ, ଚାଇନା ନିର୍ମିତ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୨୨ ।୯: ଉତ୍ତର କଶ୍ମୀରର ବାଳାମୁଳ ଜିଲାର ସୋପୋରରୁ ବୁଧବାର ରାତିରେ ସୁରକ୍ଷାକର୍ମୀ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଙ୍ଗଠନର ଦୁଇ ଜଣ ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି...

ରାମ ମନ୍ଦିର ଦାନ ମଧ୍ୟରୁ ୨୨ କୋଟି ଟଙ୍କାର ଚେକ୍‌ ବାଉନ୍ସ୍‌…

ଅଯୋଧ୍ୟା, ୨୦।୬ : ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ପରିଚାଳିତ ପାଣ୍ଠି ସଂଗ୍ରହ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ ୫୪୫୭.୯୪ କୋଟି ଟଙ୍କା ସଂଗ୍ରୃହୀତ...

Advertisement
Archives

Model This Week