ଠିକାଦାରଙ୍କ ସ୍ବାର୍ଥରେ ଏମ୍‌ଆଇପି

ଯାଜପୁର ଅଫିସ/ରଗଡ଼ି(ଡି.ଏନ.ଏ.),୬ା୫: ପାଣି ଅଭାବରୁ ଚାଷ କ୍ଷତିଗ୍ରସ୍ତ ହେଲେ ଚାଷୀଙ୍କ ଆଖିରୁ ଲୁହ ଝରେ। ଚାଷୀ ପରିବାରରେ ଆର୍ଥିକ ସଙ୍କଟ ଦେଖାଦିଏ। ଚାଷ ପାଇଁ ଜରୁରୀ ଆବଶ୍ୟକ ପାଣି। ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ା ମାତ୍ର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମଆଇପି)ର କ୍ଷୁଦ୍ର ନୀତି ଏବଂ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଓ କାର୍ଯ୍ୟ ପ୍ରତି ଆନ୍ତରିକତା ଅଭାବ ସମେତ ଠିକାଦାରୀ ରାଜନୀତି ଯୋଗୁ ଏହି ବ୍ୟବସ୍ଥା ଲକ୍ଷ୍ୟଚ୍ୟୁତ ହୋଇଛି। ଏପରି ନିଚ୍ଛକ ଉଦାହରଣ ଦେଖିବାକୁ ମିଳୁଛି ଯାଜପୁର ଜିଲାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ା ରକ୍ଷଣାବେକ୍ଷଣ ପାଇଁ ଆସିଥିବା ଅନୁଦାନକୁ ଉପଯୁକ୍ତ ଭାବେ ବିନିଯୋଗ କରାଯାଉ ନ ଥିବାରୁ ଜଳସେଚନ ବ୍ୟବସ୍ଥାରେ ବାଧା ସୃଷ୍ଟି ହୋଇଛି।
ବିଭାଗୀୟ ତଥ୍ୟ ଅନୁଯାୟୀ, ଯାଜପୁର ଜିଲାର ୧୦ରୁ ୯ ବ୍ଲକରେ ୫୮ଟି ଏମ୍‌ଆଇପି ରହିଛି। ଏଥିରେ ୮୦୯୧ ହେକ୍ଟର ଜମିରେ ଜଳସେଚନ ହୋଇଥାଏ ବୋଲି ବିଭାଗ ପକ୍ଷରୁ ଦାବି କରାଯାଉଛି। ସରକାର ଆଖିବୁଜି ଏହି ରିପୋର୍ଟକୁ ଗ୍ରହଣ କରି ନେଉଥିବାରୁ ସେଚ ଜମିର ବାସ୍ତବ ଚିତ୍ର ସବୁବେଳେ ଅସ୍ପଷ୍ଟ ରହୁଛି ା ଏହାବାଦ୍‌ ଜିଲାରେ କ୍ରିଟିକାଲ ପାଣ୍ଠିରୁ ୪ କୋଟି ବିନିଯୋଗରେ ୨୩ ଟି ନିର୍ମାଣାଧୀନ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହେଉ ନ ଥିବାରୁ ସେହି ଅଞ୍ଚଳର ଚାଷୀଙ୍କ ଜଳସେଚନ ଆଶା ମଉଳି ଯାଇଛି। ଠିକାଦାର ଓ ଯନ୍ତ୍ରୀଙ୍କ ଅସାଧୁ ମେଣ୍ଟ ଯୋଗୁ ଅନୁଦାନର ସିଂହଭାଗ ଅର୍ଥ ବାଟମାରଣା ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲାର କୋରେଇ ବ୍ଲକ ଅନ୍ତର୍ଗତ ପଛିକୋଟ ପଞ୍ଚାୟତ ପରମାନନ୍ଦପୁର (ବନ୍ଧଡିହ)ଗ୍ରାମରେ ଥିବା ବଡବନ୍ଧ ଏମ୍‌ଆଇପିରେ ବିଭିନ୍ନ ଅନିୟମିତତାକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଗତ ପ୍ରାୟ ୪ ବର୍ଷ ହେଲା ଏହି ପ୍ରକଳ୍ପର ମରାମତି ନାମରେ ବିପୁଳ ପରିମାଣର ଅର୍ଥ ହରିଲୁଟ ହେଉଥିବା ଚର୍ଚ୍ଚା ହେଉଛି। ବନ୍ଧରୁ ନିର୍ଗତ ହେଉଥିବା ଜଳକୁ ନିଷ୍କାସନ ପାଇଁ ପୂର୍ବରୁ ନିର୍ମାଣ ହୋଇଥିବା ୩୦୦ ମିଟର ଡ୍ରେନେଜ ମରାମତି ନିମନ୍ତେ ବିଭାଗ ପକ୍ଷରୁ ବିପୁଳ ପରିମାଣର ଟଙ୍କା ମଞ୍ଜୁର କରାଯାଉଛି। ଏହି ଡ୍ରେନେଜକୁ ୩ ଥର ଗଢ଼ି ଓ ଭାଙ୍ଗି ମରାମତି ନାମରେ ଏକାଧିକ ଠିକାଦାର ଲକ୍ଷାଧିକ ଟଙ୍କା ହରିଲୁଟ କରିଥିବା ଗ୍ରାମବାସୀ କହିଛନ୍ତି। ହେଲେ ଚାଷୀଙ୍କ ଜମିକୁ ବୁନ୍ଦାଏ ବି ପାଣି ମାଡି ପାରିନାହିଁ। ଏଥିରେ ଗୁପ୍ତ ଟେଣ୍ଡର କରି ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତରେ ଏହାକୁ ପୁନଃନିର୍ମାଣ କରିବାରେ କାହା ସ୍ବାର୍ଥ ସାଧନ ହେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୂଖ୍ୟତଃ ପରମାନନ୍ଦପୁର, କଡମା, କୋରେଇ, ଗଡ଼ିଆ ଆଦି ଗ୍ରାମର ଚାଷୀମାନେ ଏହି ଏମ୍‌ଆଇପି ଓ ଡ୍ରେନେଜ ଉପରେ ପ୍ରାୟ ୫୦ ଏକର ଜମିରେ ଜଳସେଚନ ଆଶା ରଖିଛନ୍ତି। ଏ ସଂକ୍ରାନ୍ତରେ ଚାଷୀ ଶରତ ଓଝା କୁହନ୍ତି, ବଡବନ୍ଧ ଏମ୍‌ଆଇପିି ଠିକ୍‌ ଭାବେ ଖନନ କରାଯାଇ ଉପଯୁକ୍ତ ଭାବେ ଡ୍ରେନେଜ ନିର୍ମାଣ କରାଗଲେ କଡ଼ମା ଓ ପରମାନନ୍ଦପୁର ଗ୍ରାମର ଶତାଧିକ ଚାଷୀ ଉପକୃତ ହୋଇ ପାରନ୍ତେ । ଚାଷୀ ନାଣ୍ଡୁ ଭୋଇ କୁହନ୍ତି, ସରକାର ଚାଷୀମାନଙ୍କ ପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ତାହା ଠିକ୍‌ କାମରେ ଲାଗୁଛି କି ନାହିଁ ତାହା ଜାଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଫଳରେ ଚାଷୀଙ୍କ ବଦଳରେ ଠିକାଦାର ଓ ସରକାରୀ ଅଫିସର ଏହାର ଫାଇଦା ଉଠାଉଛନ୍ତି ।
୨୦୨୦-୨୧ ବର୍ଷରୁ ଜିଲାର ବଡଚଣା ବ୍ଲକ ବରୁଣାଇ ଟ୍ୟାଙ୍କ, ଗୁଲିଜୋର ନଗର, ଅମିତ ସାଗର ଓ କୋହ୍ଲନୁଆ ପୋଖରୀ, ବିଞ୍ଝାରପୁର ବ୍ଲକର ହନୁମନ୍ତିଆ, ଜୋକେଇ, କାକୁଡିଆ, ଖରିଆ, ନୱା ଓ ତନ୍ତରା, ଦାନଗଦି ବ୍ଲକର ବେଣାପାଟିଆ, ଭୁବନେଦେଇବନ୍ଧ, ଚମ୍ପାଝରନ, ଧବଳି, ଫୁଲଝର ଓ କବାଟି, ଧର୍ମଶାଳା ବ୍ଲକର ବଜ୍ରଗିରି, ବରମନ ଓ ବେଣାଝର, କୋରେଇ ବ୍ଲକର ଜହ୍ନା, ରସୁଲପୁର ବ୍ଲକର ମନ୍ତେରି ଏବଂ କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକର ବନ୍ଧକଟା ଓ ପଟ୍ଟାମୁଣ୍ଡାଇ ବ୍ଲକର ଜଗଦାଟ୍ୟାଙ୍କ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏହିସବୁ ପ୍ରକଳ୍ପ ଉପଯୁକ୍ତ ଭାବେ ନିର୍ମାଣ ହେଲେ ୨୩୭ ହେକ୍ଟର ଜମିରେ ପାଣି ମାଡିବ ବୋଲି ପରିକଳ୍ପନା କରାଯାଇଛି। ଗତ ଜାନୁୟାରୀ ସୁଦ୍ଧା ଏଥିରେ ୧୫୪.୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ନିର୍ଦ୍ଦେଶ ହୋଇଥିଲା। ହେଲେ ଏଯାଏ ପ୍ରାୟ ୨୫% କାମ ବି ହୋଇ ନ ଥିବା ଜଣାପଡିଛି। ଅନ୍ୟପକ୍ଷେ ସଂପୃକ୍ତ ମେଶିନରେ ରାମ୍ପି ଦେଇ ଆବଣ୍ଟିତ ଅର୍ଥକୁ ଚଳୁ କରିବାକୁ ମସୁଧା ଚଳାଇଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଏମ୍‌ଆଇପିର ନିର୍ବାହୀ ଯନ୍ତ୍ରୀ ଜି.ରାମକୃଷ୍ଣନ୍‌ଙ୍କୁ ତାଙ୍କ ମୋବାଇଲ ନଂ. ୮୭୬୩୧୮୪୩୧୨କୁ ଗୁରବାର ସନ୍ଧ୍ୟା ୬ଟା୪୦ରେ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ ଗ୍ରହଣ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ବିଶିଷ୍ଟ ସାହିତି୍ୟକ ରତ୍ନାକର ଚଇନି, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

କଟକ ଅଫିସ,୧୮।୪: ବିଶିଷ୍ଟ ସାହିତି୍ୟକ ତଥା ନାଟ୍ୟକାର ରତ୍ନାକର ଚଇନିଙ୍କ ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କଟକସ୍ଥିତ...

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ ଅଫିସ,୨୯।୬: ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ସକାଳ ୮ଟାରୁ ଏହି ଦର୍ଶନ ଆରମ୍ଭ ହେବ। ୧୫ ଦିନର ଅନବସର ନୀତି ପରେ ନବଯୌବନ ଦର୍ଶନ...

୮ ଯୋଡ଼ିଙ୍କର ପଡ଼ିଲା ହାତଗଣ୍ଠି

ବାଲେଶ୍ୱର ଅଫିସ, ୧୬।୨: ବାଲେଶ୍ୱର ଆଇଟିଆଇସ୍ଥିତ ସୁପ୍ରତିକ ଅଫିସ୍‌ ପରିସରରେ ‘ରେବତୀ’ ଅନୁଷ୍ଠାନ ପକ୍ଷରୁ ସୋମବାର ଗଣବିବାହ ଆୟୋଜିତ ହୋଇଥିଲା। ଏଥିରେ ବାଲେଶ୍ୱର ଓ ମୟୂରଭଞ୍ଜ...

ଏନ୍‌ଏଚ୍‌ରେ ପଡ଼ି ରହିଛି ଦୁର୍ଘଟଣାଗ୍ରସ୍ତ ଟ୍ରକ

ଘସିପୁରା,୧୧ା୧୦(ଡି.ଏନ.ଏ): ୨୦ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଅକାଳରେ ଯାଉଛି ଅନେକଙ୍କ ଜୀବନ। ଦୁର୍ଘଟଣା ଏଡ଼ାଇବା ପାଇଁ ସଚେତନତା ଠାରୁ ଆରମ୍ଭ...

ବାଲିଗୁଡ଼ାରୁ ଭୁବନେଶ୍ୱର ଆସୁଥିଲା ଗଞ୍ଜେଇ

ଖୋର୍ଦ୍ଧା ଅଫିସ,୧୭ା୯: ବ୍ରାଉନ୍‌ସୁଗାର ପରେ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି। ବ୍ରାଉନ୍‌ସୁଗାର କାରବାର ଉପରେ ଏସ୍‌ଟିଏଫ୍‌ ପକ୍ଷରୁ ବାରମ୍ବାର ଚଢ଼ାଉ ଯୋଗୁ ମାଫିଆମାନଙ୍କ ନଜର ଏବେ...

ପ୍ଲାଣ୍ଟରୁ ଚୋରି ଅଭିଯୋଗରେ ୨ ଗିରଫ

ବଡବିଲ, ୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ପ୍ଲାଣ୍ଟରୁ ଗତ ସୋମବାର ବିଳମ୍ବିତ ରାତିରେ ଲୌହ...

ପ୍ରଶାସନ ଶୁଣିଲାନି: ପୋଲ ନିର୍ମାଣ କଲେ ଗ୍ରାମବାସୀ

ବାଲିଗୁଡା,୭ା୬.(ଡି.ଏନ.ଏ.)- ନାଳର ଆରପଟେ ରହିଛି ସ୍କୁଲ, ଅଙ୍ଗନଓ୍ବାଡି, ପଞ୍ଚାୟତ ଗୃହ। ନାଳ ଏପଟେ ରହିଯାଇଛନ୍ତି ଲୋକେ। ଯାତାୟାତ ପାଇଁ ନାଳ ଉପରେ ପୋଲଟିଏ ନାହିଁ। ଖରାଦିନେ...

ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କ ନିକଟରେ ଆବେଦନ କଲେ ଦମ୍ପତି

ଖୋର୍ଦ୍ଧା ଅଫିସ,୧୬।୮: ଯେଉଁ ମା’ବାପା ସନ୍ତାନର ସୁଖ ପାଇଁ ନିଜକୁ ଜଳାଞ୍ଜଳି ଦେଇଥାନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ସେହି ସନ୍ତାନମାନେ ସେମାନଙ୍କ କର୍ତ୍ତବ୍ୟକୁ ଭୁଲିଯାଇଥାନ୍ତି। ବାର୍ଦ୍ଧକ୍ୟରେ...

Advertisement
Archives

Model This Week