ଠିକାଦାରଙ୍କ ସ୍ବାର୍ଥରେ ଏମ୍‌ଆଇପି

ଯାଜପୁର ଅଫିସ/ରଗଡ଼ି(ଡି.ଏନ.ଏ.),୬ା୫: ପାଣି ଅଭାବରୁ ଚାଷ କ୍ଷତିଗ୍ରସ୍ତ ହେଲେ ଚାଷୀଙ୍କ ଆଖିରୁ ଲୁହ ଝରେ। ଚାଷୀ ପରିବାରରେ ଆର୍ଥିକ ସଙ୍କଟ ଦେଖାଦିଏ। ଚାଷ ପାଇଁ ଜରୁରୀ ଆବଶ୍ୟକ ପାଣି। ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ା ମାତ୍ର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମଆଇପି)ର କ୍ଷୁଦ୍ର ନୀତି ଏବଂ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଓ କାର୍ଯ୍ୟ ପ୍ରତି ଆନ୍ତରିକତା ଅଭାବ ସମେତ ଠିକାଦାରୀ ରାଜନୀତି ଯୋଗୁ ଏହି ବ୍ୟବସ୍ଥା ଲକ୍ଷ୍ୟଚ୍ୟୁତ ହୋଇଛି। ଏପରି ନିଚ୍ଛକ ଉଦାହରଣ ଦେଖିବାକୁ ମିଳୁଛି ଯାଜପୁର ଜିଲାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ା ରକ୍ଷଣାବେକ୍ଷଣ ପାଇଁ ଆସିଥିବା ଅନୁଦାନକୁ ଉପଯୁକ୍ତ ଭାବେ ବିନିଯୋଗ କରାଯାଉ ନ ଥିବାରୁ ଜଳସେଚନ ବ୍ୟବସ୍ଥାରେ ବାଧା ସୃଷ୍ଟି ହୋଇଛି।
ବିଭାଗୀୟ ତଥ୍ୟ ଅନୁଯାୟୀ, ଯାଜପୁର ଜିଲାର ୧୦ରୁ ୯ ବ୍ଲକରେ ୫୮ଟି ଏମ୍‌ଆଇପି ରହିଛି। ଏଥିରେ ୮୦୯୧ ହେକ୍ଟର ଜମିରେ ଜଳସେଚନ ହୋଇଥାଏ ବୋଲି ବିଭାଗ ପକ୍ଷରୁ ଦାବି କରାଯାଉଛି। ସରକାର ଆଖିବୁଜି ଏହି ରିପୋର୍ଟକୁ ଗ୍ରହଣ କରି ନେଉଥିବାରୁ ସେଚ ଜମିର ବାସ୍ତବ ଚିତ୍ର ସବୁବେଳେ ଅସ୍ପଷ୍ଟ ରହୁଛି ା ଏହାବାଦ୍‌ ଜିଲାରେ କ୍ରିଟିକାଲ ପାଣ୍ଠିରୁ ୪ କୋଟି ବିନିଯୋଗରେ ୨୩ ଟି ନିର୍ମାଣାଧୀନ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହେଉ ନ ଥିବାରୁ ସେହି ଅଞ୍ଚଳର ଚାଷୀଙ୍କ ଜଳସେଚନ ଆଶା ମଉଳି ଯାଇଛି। ଠିକାଦାର ଓ ଯନ୍ତ୍ରୀଙ୍କ ଅସାଧୁ ମେଣ୍ଟ ଯୋଗୁ ଅନୁଦାନର ସିଂହଭାଗ ଅର୍ଥ ବାଟମାରଣା ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲାର କୋରେଇ ବ୍ଲକ ଅନ୍ତର୍ଗତ ପଛିକୋଟ ପଞ୍ଚାୟତ ପରମାନନ୍ଦପୁର (ବନ୍ଧଡିହ)ଗ୍ରାମରେ ଥିବା ବଡବନ୍ଧ ଏମ୍‌ଆଇପିରେ ବିଭିନ୍ନ ଅନିୟମିତତାକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଗତ ପ୍ରାୟ ୪ ବର୍ଷ ହେଲା ଏହି ପ୍ରକଳ୍ପର ମରାମତି ନାମରେ ବିପୁଳ ପରିମାଣର ଅର୍ଥ ହରିଲୁଟ ହେଉଥିବା ଚର୍ଚ୍ଚା ହେଉଛି। ବନ୍ଧରୁ ନିର୍ଗତ ହେଉଥିବା ଜଳକୁ ନିଷ୍କାସନ ପାଇଁ ପୂର୍ବରୁ ନିର୍ମାଣ ହୋଇଥିବା ୩୦୦ ମିଟର ଡ୍ରେନେଜ ମରାମତି ନିମନ୍ତେ ବିଭାଗ ପକ୍ଷରୁ ବିପୁଳ ପରିମାଣର ଟଙ୍କା ମଞ୍ଜୁର କରାଯାଉଛି। ଏହି ଡ୍ରେନେଜକୁ ୩ ଥର ଗଢ଼ି ଓ ଭାଙ୍ଗି ମରାମତି ନାମରେ ଏକାଧିକ ଠିକାଦାର ଲକ୍ଷାଧିକ ଟଙ୍କା ହରିଲୁଟ କରିଥିବା ଗ୍ରାମବାସୀ କହିଛନ୍ତି। ହେଲେ ଚାଷୀଙ୍କ ଜମିକୁ ବୁନ୍ଦାଏ ବି ପାଣି ମାଡି ପାରିନାହିଁ। ଏଥିରେ ଗୁପ୍ତ ଟେଣ୍ଡର କରି ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତରେ ଏହାକୁ ପୁନଃନିର୍ମାଣ କରିବାରେ କାହା ସ୍ବାର୍ଥ ସାଧନ ହେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୂଖ୍ୟତଃ ପରମାନନ୍ଦପୁର, କଡମା, କୋରେଇ, ଗଡ଼ିଆ ଆଦି ଗ୍ରାମର ଚାଷୀମାନେ ଏହି ଏମ୍‌ଆଇପି ଓ ଡ୍ରେନେଜ ଉପରେ ପ୍ରାୟ ୫୦ ଏକର ଜମିରେ ଜଳସେଚନ ଆଶା ରଖିଛନ୍ତି। ଏ ସଂକ୍ରାନ୍ତରେ ଚାଷୀ ଶରତ ଓଝା କୁହନ୍ତି, ବଡବନ୍ଧ ଏମ୍‌ଆଇପିି ଠିକ୍‌ ଭାବେ ଖନନ କରାଯାଇ ଉପଯୁକ୍ତ ଭାବେ ଡ୍ରେନେଜ ନିର୍ମାଣ କରାଗଲେ କଡ଼ମା ଓ ପରମାନନ୍ଦପୁର ଗ୍ରାମର ଶତାଧିକ ଚାଷୀ ଉପକୃତ ହୋଇ ପାରନ୍ତେ । ଚାଷୀ ନାଣ୍ଡୁ ଭୋଇ କୁହନ୍ତି, ସରକାର ଚାଷୀମାନଙ୍କ ପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ତାହା ଠିକ୍‌ କାମରେ ଲାଗୁଛି କି ନାହିଁ ତାହା ଜାଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଫଳରେ ଚାଷୀଙ୍କ ବଦଳରେ ଠିକାଦାର ଓ ସରକାରୀ ଅଫିସର ଏହାର ଫାଇଦା ଉଠାଉଛନ୍ତି ।
୨୦୨୦-୨୧ ବର୍ଷରୁ ଜିଲାର ବଡଚଣା ବ୍ଲକ ବରୁଣାଇ ଟ୍ୟାଙ୍କ, ଗୁଲିଜୋର ନଗର, ଅମିତ ସାଗର ଓ କୋହ୍ଲନୁଆ ପୋଖରୀ, ବିଞ୍ଝାରପୁର ବ୍ଲକର ହନୁମନ୍ତିଆ, ଜୋକେଇ, କାକୁଡିଆ, ଖରିଆ, ନୱା ଓ ତନ୍ତରା, ଦାନଗଦି ବ୍ଲକର ବେଣାପାଟିଆ, ଭୁବନେଦେଇବନ୍ଧ, ଚମ୍ପାଝରନ, ଧବଳି, ଫୁଲଝର ଓ କବାଟି, ଧର୍ମଶାଳା ବ୍ଲକର ବଜ୍ରଗିରି, ବରମନ ଓ ବେଣାଝର, କୋରେଇ ବ୍ଲକର ଜହ୍ନା, ରସୁଲପୁର ବ୍ଲକର ମନ୍ତେରି ଏବଂ କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକର ବନ୍ଧକଟା ଓ ପଟ୍ଟାମୁଣ୍ଡାଇ ବ୍ଲକର ଜଗଦାଟ୍ୟାଙ୍କ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏହିସବୁ ପ୍ରକଳ୍ପ ଉପଯୁକ୍ତ ଭାବେ ନିର୍ମାଣ ହେଲେ ୨୩୭ ହେକ୍ଟର ଜମିରେ ପାଣି ମାଡିବ ବୋଲି ପରିକଳ୍ପନା କରାଯାଇଛି। ଗତ ଜାନୁୟାରୀ ସୁଦ୍ଧା ଏଥିରେ ୧୫୪.୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ନିର୍ଦ୍ଦେଶ ହୋଇଥିଲା। ହେଲେ ଏଯାଏ ପ୍ରାୟ ୨୫% କାମ ବି ହୋଇ ନ ଥିବା ଜଣାପଡିଛି। ଅନ୍ୟପକ୍ଷେ ସଂପୃକ୍ତ ମେଶିନରେ ରାମ୍ପି ଦେଇ ଆବଣ୍ଟିତ ଅର୍ଥକୁ ଚଳୁ କରିବାକୁ ମସୁଧା ଚଳାଇଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଏମ୍‌ଆଇପିର ନିର୍ବାହୀ ଯନ୍ତ୍ରୀ ଜି.ରାମକୃଷ୍ଣନ୍‌ଙ୍କୁ ତାଙ୍କ ମୋବାଇଲ ନଂ. ୮୭୬୩୧୮୪୩୧୨କୁ ଗୁରବାର ସନ୍ଧ୍ୟା ୬ଟା୪୦ରେ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ ଗ୍ରହଣ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?