ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ଫୁଲବାଣୀ, ୧୨ା୯(ରାକେଶ କୁମାର ରାଉତ): ନାବାଳିକା ବଳାତ୍କାର ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୧୬ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୧ ବର୍ଷ ୯ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ସେ ହେଲେ ଦାରିଙ୍ଗିବାଡ଼ି ଥାନା ପାଙ୍ଗାଲି ଗ୍ରାମର ହର୍ମି ମଲ୍ଲିକ।

୨୦୨୪ ସେପ୍ଟେମ୍ବର ୧ରେ ନାବାଳିକା(୧୭) ଜଣକ ଡ୍ରେସ୍‌ କିଣିବାକୁ ଦାରିଙ୍ଗିବାଡ଼ି ବଜାର ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ହର୍ମି ଅଟୋ ରିକ୍ସା ନେଇ ବଜାରରେ ଛାଡ଼ି ଦେବାକୁ କହି ଜବରଦସ୍ତ ଅଟୋରେ ବସାଇ ପାଙ୍ଗାଲି ଜଙ୍ଗଲ ଆଡ଼କୁ ନେଇ ବଳାତ୍କାର କରିଥିଲା। ଏ କଥା କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ପୁଣି ନାବାଳିକାଙ୍କୁ ଅଟୋରେ ଆଣି ଗାଁ ପାଖରେ ଛାଡ଼ି ଚାଲି ଯାଇଥିଲେ। ନାବାଳିକା ଘରେ ସମସ୍ତ କଥା ଜଣାଇଥିଲେ।

ପରିବାର ଲୋକେ ଝିଅକୁ ନେଇ ଥାନାରେ ଏତଲା ଦେଇଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୧୪୪/୨୪) ରୁଜୁ କରି ଅଭିଯୁକ୍ତ ହର୍ମିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବିଚାରପତି ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ଡାକ୍ତରୀ ରିପୋର୍ଟକୁ ଆଧାର କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୁରଣ ବାବଦରେ ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ


Enter your email to get our daily news in your inbox.

All Right Reserved By Dharitri.Com

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?