ରେଳ ଧାରଣା ପାର୍‌ ହୋଉଥିବା ବେଳେ ନାବାଳକଙ୍କୁ ଟାଣିନେଲା ଟ୍ରେନ୍‌, ଗୋଡ଼ରୁ ପାଦ ସଂପୂର୍ଣ୍ଣ ଅଲଗା

ଲାଞ୍ଜିଗଡ, ୨୪।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ହରେକୃଷ୍ଣପୁର ନିକଟସ୍ଥ ଆମ୍ବାଦଳାରୁ ଲାଞ୍ଜିଗଡ କାରଖାନାକୁ ଯାଉଥିବା ମାଲବାହୀ ରେଳଗାଡ଼ି ଧକ୍କାରେ ଜଣେ ନାବାଳକର ଗୋଡ଼ କଟିଯାଇଛି। ସୂଚନାନୁସାରେ ସୋମବାର ଅପରାହ୍ନ ୪ ଟା ସମୟରେ କଳାହାଣ୍ଡି ଜିଲା ଲାଞ୍ଜିଗଡ ନିକଟସ୍ଥ ହରେକୃଷ୍ଣପୁର ଗ୍ରାମ ନିକଟସ୍ଥ କାରଖାନାକୁ ସଂଯୋଗ ରେଳ ଧାରଣାରେ ଘଟିଛି ଏକ ଅଘଟଣ। ରେଳ ଧାରଣା ପାର୍‌ ହୋଇ ଯାଉଥିବା ହରେକୃଷ୍ଣପୁର ଗ୍ରାମର କାନ୍ତ ମାଝୀର ନାବାଳକ ପୁଅ ଥବିର ମାଝୀ (୧୧) ନାମକ ଜଣେ ଯୁବକଙ୍କ ବାମ ଗୋଡ଼ ସଂପୂର୍ଣ୍ଣ ଭାବେ କଟିଯାଇଛି। ସୋମବାର ଅପରାହ୍ନରେ ସେ ରେଳ ଧାରଣା ପାର୍‌ ହେଉଥିବାବେଳେ କାରଖାନାକୁ ଯାଉଥିବା ଏକ ଟ୍ରେନ୍‌ ବଗିରେ ଓହଳିଥିବା ଦଉଡି ଥବିର ଗୋଡରେ ଲାଗିଯାଇଥିଲା ଏବଂ ତାକୁ ଟାଣି ନେଇଥିଲା । ତାକୁ ଟାଣି ଦେଇ ଘୋଷାଡି ନେବାରୁ ଡାହାଣ ଗୋଡ଼ର ପାଦ ସଂପୂର୍ଣ୍ଣ ଭାବେ ଛିଣ୍ଡି ଅଲଗା ହୋଇଯାଇଛି। ଦୁର୍ଘଟଣା ପରେ ପ୍ରଚୁର ରକ୍ତସ୍ରାବ ଯୋଗୁ ସେ ଗୁରୁତର ହୋଇପଡିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଲାଞ୍ଜିଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଲାଞ୍ଜିଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କଲାପରେ ଅତ୍ୟଧିକ ଗୁରୁତର ହେବା ଏବଂ ପାଦ ଛିଣ୍ଡି ଯାଇଥିବା ହେତୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ପରିବାର ଲୋକେ ଭୁବନେଶ୍ୱର ଚିକିତ୍ସା ପାଇଁ ନେଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଏହାକୁ ନେଇ ହରେକୃଷ୍ଣପୁର ଗାଁରେ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଥିବାବେଳେ ଉତ୍ତ୍ୟକ୍ତ ଲୋକେ ରେଳରୋକୋ କରିଥିଲେ। ଏପରିକି ଦୁର୍ଘଟଣାର ଶିକାର ହୋଇଥିବା ଥବିରଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ସହିତ ତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବାକୁ ଅଡ଼ି ବସିଥିଲେ। ଘଟଣା ସମ୍ପର୍କରେ ଖବରପାଇ ଲାଞ୍ଜିଗଡ଼ ଥାନାଧିକାରୀ ଯଶବନ୍ତ ହିଆଲଙ୍କ ନେତୃତ୍ୱରେ ଏଏସଆଇ ବଳଭଦ୍ର ଗୌଡ଼ ଓ ଏଏସଆଇ ସଞ୍ଜୟ କୁମାର ବୈଠାରୁ ପୋଲିସ ଦଳ ସହିତ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ଧାରଣ ପ୍ରତ୍ୟାହୃତ ହୋଇଥିବା ଲାଞ୍ଜିଗଡ ଏଏସଆଇ ବଳଭଦ୍ର ଗୌଡ଼ ପ୍ରକାଶ କରିଛନ୍ତି ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri