
ଗୁଣପୁର,୧୭।୬(ପ୍ରଦୀପ କୁମାର ପାଢ଼ୀ)- ରାୟଗଡ଼ା ଜିଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି ପଞ୍ଚାୟତ ଦୁପୁଲୁ ପାଡୁ ଗ୍ରାମର ଜନୈକ ନାବାଳକଙ୍କ ସାପ କାମୁଡାରେ ମୁତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ମୃତକ ହେଲେ ବିରେନ୍ଦ୍ର କୁମାର ଶବର (୧୬) ।
ଘଟଣା ପ୍ରକାଶ ଯେ, ସୋମବାର ରାତିରେ ବିରେନ୍ଦ୍ରେ ଖାଇ ପିଇ ଘରେ ଶୋଇଥିଲେ l ଏହି ସମୟରେ ତାଙ୍କୁ କୌଣସି ଏକ ଜନ୍ତୁ କାମୁଡି ଦେବାରୁ ଯନ୍ତ୍ରଣା ହୋଇଥିଲା। ପରେ ସେ ଉଠି ରକ୍ତ ବାହାରୁଥିବା ଦେଖିଥିଲେ l ଏହାପରେ ପରିବାର ଲୋକେ ତାଙ୍କୁ ଚିକିତ୍ସ ପାଇଁ ପ୍ରଥମେ ପଦ୍ମପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ସେଠାରେ ତାଙ୍କୁ ସାପ କାମୁଡି ଥିବା ଜାଣିଥିଲେ l ସେଠାରୁ ତାଙ୍କୁ ଭୋର ସମୟରେ ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା l ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଛି। ଏହାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି l