Posted inଖେଳ

ମିନ୍ନୁଙ୍କୁ ମିଳିଲା ତ୍ୟାଗର ଫଳ

କୋଚି,୧୫।୨: କେରଳର ଏକ ଆଦିବାସୀ ଅଧ୍ୟୁଷିତ ଇଲାକାରୁ ଆସିଥିବା ମିନ୍ନୁ ମଣିଙ୍କ ସ୍ବପ୍ନ ପୂରଣ କରିଛି ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)। ୧୦ ବର୍ଷ ତଳେ ଓ୍ବାୟାନାଡ ଜିଲାର ମନନ୍ଥାବାଡିର ପାର୍ବତ୍ୟାଞ୍ଚଳରୁ ଆସିଥିବା ଏହି ଖେଳାଳି ଜଣଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ। ୧୦ ବର୍ଷ ତଳେ କ୍ରିକେଟକୁ ନିଶା ଓ ପେସା ଭାବରେ ବାଛିଥିଲେ ମିନ୍ନୁ। ଏଥିପାଇଁ ଅନେକ କିଛି ତ୍ୟାଗ ମଧ୍ୟ କରିଛନ୍ତି। ଏହି ତ୍ୟାଗର ଫଳ ଡବ୍ଲ୍ୟୁପିଏଲ୍‌ ନିଲାମିରେ ଦେଖିବାକୁ ମିଳିଥିଲା। ୨୩ ବର୍ଷୀୟ ମିନ୍ନୁଙ୍କ ବେସ୍‌ ପ୍ରାଇସ୍‌ ୧୦ ଲକ୍ଷ ଟଙ୍କା ରହିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା। ହାଇଦ୍ରାବାଦରେ ସାଉଥ୍‌ ଜୋନ୍‌ର ଆନ୍ତଃଜୋନାଲ ଖେଳୁଥିବା ମିନ୍ନୁ କହିଛନ୍ତି ମୋ ଜୀବନରେ ମୁଁ ୩୦ ଲକ୍ଷ ଟଙ୍କା କେବେ ବି ଦେଖି ନାହିଁ। ମୋ ପରିଶ୍ରମ ସଫଳ ହୋଇଥିବାରୁ ମୋ ଖୁସି ବ୍ୟକ୍ତ କରିବାରେ ମୁଁ ଅସମର୍ଥ ବୋଲି ସେ କହିଛନ୍ତି। ଚୋଇମୁଲା ଗ୍ରାମର କୁରିଚିୟା ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ମିନ୍ନୁଙ୍କ ପିତା ମଣି ସି.କେ. ଜଣେ ଦିନମଜୁରିଆ ଓ ମା’ ଜଣେ ଗୃହିଣୀ। ୧୦ ବର୍ଷ ବୟସରେ ନିଜ ସମ୍ପର୍କୀୟ ଭାଇମାନଙ୍କ ସହିତ ଧାନ କ୍ଷେତରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ମିନ୍ନୁ। ତେବେ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ପିଇଟି ଶିକ୍ଷୟିତ୍ରୀ ଏଲେସମ୍ମା ବେବି ତାଙ୍କୁ ୧୩ ବର୍ଷରୁ କମ୍‌ ବାଳିକା ଦଳର ଟ୍ରାଏଲ୍ସକୁ ନେଇଥିଲେ। ପ୍ରଥମରୁ ଦିନମଜୁରିଆ ପିତା କ୍ରିକେଟ ଖେଳକୁ ବିରୋଧ କରୁଥିଲେ। ମାତ୍ର ମିନ୍ନୁ ଜୁନିୟର କ୍ୟାମ୍ପ ପାଇଁ ମନୋନୀତ ହେବା ପରେ ପରିବାରରେ ବିରୋଧାଭାସ ଶେଷହୋଇ ଯାଇଥିଲା। କ୍ୟାମ୍ପକୁ ମନୋନୀତ ହେବା ପରେ ମିନ୍ନୁଙ୍କ ସଂଘର୍ଷ ଆହୁରି ବଢିଯାଇଥିଲା। କିଶାନଗିରିରେ ଥିବା କ୍ୟାମ୍ପ ଘରଠାରୁ ୨ଘଣ୍ଟାର ରାସ୍ତାଥିଲା। ଏପରିକି ଯିବା ପାଇଁ ଏକାଧିକ ବସ୍‌ ବଦଳାଇବାକୁ ମଧ୍ୟ ପଡିଥାଏ। ଭୋର ୪ଟାରୁ ସେ ଉଠିବା ସହିତ ସକାଳ ୯ଟା ସୁଦ୍ଧା ଅଭ୍ୟାସ ପାଇଁ ପହଞ୍ଚିଥାନ୍ତି। ଅପରାହ୍ନ ୫ଟା ସୁଦ୍ଧା ଅଭ୍ୟାସ ଶେଷ କରିବା ପରେ ସନ୍ଧ୍ୟା ୭ଟାରେ ସେ ଘରେ ପହଞ୍ଚିଥାନ୍ତି। ଏପରିକି ଖେଳିବା ପାଇଁ ପଇସା ନ ଥିବାରୁ ପିତା ପଇସା ଉଧାର କରି ତାଙ୍କ ଖେଳକୁ ସମର୍ଥନ ଦେଇଥିଲେ ବୋଲି କହିଛନ୍ତି ମିନ୍ନୁ। ଖେଳରୁ ଅର୍ଥ ଉପାର୍ଜନ ଆରମ୍ଭ କରିବା ପରେ ସେ ଉଧାର ଶୁଝିବା ସହିତ ନିଜ ପାଇଁ ଏକ ଘର ନିର୍ମାଣ କରିଥିଲେ। ବନ୍ୟାରେ ଘରଟି ଅଧା ନଷ୍ଟ ହୋଇଥିଲେ ମଧ୍ୟ ସେ ପୁନର୍ବାର ଏହାର ନିର୍ମାଣ କରିବାରେ ସମର୍ଥ ହୋଇଥିବା କହିଛନ୍ତି। ମିନ୍ନୁ କେରଳ ମହିଳା ଦଳ ବ୍ୟତୀତ ଭାରତ ଏ’ ଓ ଭାରତ ବି’ ପାଇଁ ମଧ୍ୟ ଖେଳିଛନ୍ତି। ଜଣେ ଡାହାଣହାତୀ ଅଫ୍‌ ବ୍ରେକ୍‌ ବୋଲର ଓ ବାମହାତୀ ବ୍ୟାଟର ଭାବରେ ସେ ଜଣାଶୁଣା। ନିକଟରେ ମହିଳା ଦିନିକିଆ ଟ୍ରଫିରେ ସେ ୨୪୬ ରନ୍‌ କରିବା ସହିତ ୧୨ ଉଇକେଟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସରେ ମେଗ୍‌ ଲାନିଙ୍ଗ, ଶେଫାଳି ବର୍ମା, ଜେମିମା ରୋଡ୍ରିଗୁଏଜଙ୍କ ପରି ଖେଳାଳି ରହିଥିବା ବେଳେ ଭଲ ପ୍ରଦର୍ଶନ ଭାରତୀୟ ଦଳ ପାଇଁ ରାସ୍ତା ଖୋଲିବ ବୋଲି ମିନ୍ନୁ ଆଶା କରିଛନ୍ତି। ଆଇପିଏଲ୍‌ କଣ୍ଟ୍ରାକ୍ଟ ମିଳିବା ପରେ ଅନ୍ୟ ଖେଳାଳିମାନେ ଘର ଓ ଦାମୀ ଗାଡି କିଣିବାର ସ୍ବପ୍ନ ଦେଖୁଥିବା ବେଳେ ମିନ୍ନୁ କିନ୍ତୁ ଏକ ସ୍କୁଟର କିଣିବାକୁ ଇଚ୍ଛା କରିଛନ୍ତି। ଅଭ୍ୟାସ ପାଇଁ ଯିବାକୁ ୪ଟି ବସ୍‌ ପରିବର୍ତ୍ତନ କରିବାକୁ ପଡୁଛି, ସ୍କୁଟର କିଣିବା ଦ୍ୱାରା ଅନେକ ସମୟ ବଞ୍ଚିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri