ପୁଣି ବିଫଳ ହେଲା ମନ୍ତ୍ରୀ-ମିଲର୍ସ ଆଲୋଚନା: ଧାନ କିଣା ଅଚଳାବସ୍ଥା ଜାରି, ଚାଷୀ ସହିବେ କ୍ଷତି

ଭୁବନେଶ୍ୱର,୬।୧: ରାଜ୍ୟରେ ଧାନ କିଣା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ସଂକଟ ଦୂର ହେବାର ନାଁ ଧରୁନି। ମଙ୍ଗଳବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହ ରାଇସ୍ ମିଲର ସଂଘର ବୈଠକ ପୁଣିଥରେ ବିଫଳ ହୋଇଛି। ଗତକାଲି ପରେ ଆଜିର ଆଲୋଚନା ମଧ୍ୟ ବିଫଳ ହେବାରୁ ସାରା ରାଜ୍ୟରେ ଚାଉଳ କଳ ପରିଚାଳନା ବନ୍ଦ ରହିବ ବୋଲି ସଂଘ ଘୋଷଣା କରିଛି।

ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ବା ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ମିଲରମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।

ସଂଘର ମୁଖ୍ୟ ଦାବି ଗୁଡିକ ହେଉଛି ରକ୍ଷଣାବେକ୍ଷଣ ଶୁଳ୍କ ପ୍ରଦାନ, ଅତିରିକ୍ତ ପ୍ରୋତ୍ସାହନ ରାଶି, ପରିବହନ ଖର୍ଚ୍ଚ ସଂଶୋଧନ ଏବଂ ଅରୁଆ ଚାଉଳ କ୍ଷେତ୍ରରେ ୧% ‘ଡ୍ରାଇଏଜ୍’ ବ୍ୟବସ୍ଥାର ପୁନଃ ପ୍ରଚଳନ। ସେପଟେ ଏହି ଅଚଳାବସ୍ଥା ଯୋଗୁଁ ବିଶେଷ କରି ପଶ୍ଚିମ ଓଡ଼ିଶାର ଚାଷୀମାନେ ଧାନ ବିକ୍ରି କରିବା ନେଇ ଏବେ ଅନିଶ୍ଚିତତା ମଧ୍ୟରେ ଅଛନ୍ତି।

ତେବେ ମିଲର ସଂଘର ଚେତାବନୀ ଦେଇଛନ୍ତି “ବିଧିବଦ୍ଧ ସରକାରୀ ଆଦେଶନାମା ଜାରି ନହେବା ପର୍ଯ୍ୟନ୍ତ ସମସ୍ତ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରହିବ। ପୂର୍ବରୁ ମୌଖିକ ପ୍ରତିଶ୍ରୁତି ପାଇ ଆମେ କାର୍ଯ୍ୟ କରିଥିଲୁ, କିନ୍ତୁ ଏଥର ଆଉ ନୁହେଁ।”

ଅନ୍ୟପଟେ, ଖାଦ୍ୟ ଯୋଗାଣ ବିଭାଗ ସମାଧାନ ପାଇଁ ଅଧିକ ସମୟ ମାଗିଥିବା ବେଳେ ରାଜ୍ୟରେ ଏବେ ଚାଉଳ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଆଗାମୀ ରଣନୀତି ପ୍ରସ୍ତୁତ କରିବା ପାଇଁ ମିଲର ସଂଘ ପକ୍ଷରୁ ଏକ ପୃଥକ ବୈଠକ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଖରା ଛୁଟିକୁ ନେଇ ମନ୍ତ୍ରୀଙ୍କ ବଡ଼ ସୂଚନା, ଏଥର ଆଗୁଆ…

ଭୁବେଶ୍ୱେର,୨୩।୪: ଖରା ଛୁଟି ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ୨୭ ତାରିଖ ସୁଦ୍ଧା ସ୍କୁଲ ଛୁଟି ଘୋଷଣା ହୋଇପାରେ…

କର୍ମଚାରୀଙ୍କ ରୋଷର ଶିକାର ହେଲେ ଅଧୀକ୍ଷଣ ଯନ୍ତ୍ରୀ: ସୁନ୍ଦରଗଡ଼ କ୍ଷୁଦ୍ର ଜଳସେଚନ ବିଭାଗରେ ହୋହଲ୍ଲା, ବଦଳି ଦାବିରେ ଅଟଳ କର୍ମଚାରୀ

ସୁନ୍ଦରଗଡ,୨୩।୪(ଜୟ ନାରାୟଣ ମେଣ୍ଡୁଳି): କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିବା ଅଧିକାରୀଙ୍କୁ ପଡିଛି ମହଙ୍ଗା । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ସୁନ୍ଦରଗଡ ସହର ମଧ୍ୟ ଭାଗରେ…

ସର୍ଭେ ବେଳେ କାମୁଡ଼ିଦେଲା କୁକୁର: ଶିକ୍ଷକ ଆହତ, ଡାକ୍ତରଖାନାରେ ପହଞ୍ଚି ତଦାରଖ କଲେ ତହସିଲଦାର

ପଟ୍ଟାଙ୍ଗି,୨୩।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଜନଗଣନା ବା ସର୍ଭେ କାର୍ଯ୍ୟ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଅମ୍ପାବାଲି ପଞ୍ଚାୟତର କମାରପାଡୁ ଗ୍ରାମରେ…

ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ‘ବିଜନେଶ୍‌ ଏମିନେନ୍ସ ଆଓ୍ବାର୍ଡ’ର ୬ଷ୍ଠ ସଂସ୍କରଣ: ସମ୍ବର୍ଦ୍ଧିତ ହେଲେ ୧୮ ଉଦ୍ୟୋଗୀ

ଭୁବନେଶ୍ୱର,୨୩ା୪(ଅନୁରାଧା ମହାରଣା)-  ‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ‘ବିଜନେଶ୍‌ ଏମିନେନ୍ସ ଆଓ୍ବାର୍ଡ’ର ୬ଷ୍ଠ ସଂସ୍କରଣ ଗୁରୁବାର ସ୍ବସ୍ତି ପ୍ରିମିୟମ୍‌ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି…

ବାଗଝୋଲା ନଦୀଘାଟରୁ ଗଳିତ ମୃତଦେହ ଜବତ, ହତ୍ୟା ପରେ ଆଳୁ ବସ୍ତାରେ ଭର୍ତ୍ତି କରି ଫିଙ୍ଗିଥିବା ସନ୍ଦେହ

ଥୁଆମୂଳ ରାମପୁର, ୨୩।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଏକ ଶିହରଣକାରୀ ଘଟଣା ସାମ୍ନାକୁ ଆସିଛି। ଇନ୍ଦ୍ରାବତୀ ନଦୀର ବାଗଝୋଲା ଘାଟ…

କେନ୍ଦୁଝର ଜିଲାପାଳଙ୍କୁ ହାଇକୋର୍ଟଙ୍କ ନୋଟିସ: ଚାକିରିରୁ ବେନିୟମ ବିଦା ଅଭିଯୋଗ, ଆବେଦନ କଲେ ପୁନଃ ବିଚାର ପାଇଁ ନିର୍ଦ୍ଦେଶ

କେନ୍ଦୁଝର/ହାଟଡିହୀ/ଆନନ୍ଦପୁର,୨୩।୪(ନରେଶ ଚନ୍ଦ୍ର ପଟ୍ଟନାୟକ, ଶୁଭକାନ୍ତ ନାୟକ, ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଖଣିଜ ପ୍ରତିଷ୍ଠାନ (DMF) କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ଘଟଣାରେ…

ଗଞ୍ଜାମରେ ବଢ଼ିଲା ସ୍କୁଲ ଛୁଟି: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜିଲା ପ୍ରଶାସନର ବଡ଼ ନିଷ୍ପତ୍ତି

ଛତ୍ରପୁର,୨୩।୪(ଦିଲ୍ଲୀପ ସାମଲ): ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଅବଧିକୁ ପୁଣି…

ଅସହ୍ୟ ତାତି : ପଥଚାରୀଙ୍କୁ ସରବତ୍ ବାଣ୍ଟିଲେ ବରଗଡ଼ ଏସପି

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅସହ୍ୟ ତାତି ଅନୁଭୂତ ହେଉଛି। ଏହା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପଥଚାରୀମାନଙ୍କ ଦୁର୍ଦ୍ଦଶା ବଢି ଚାଲିଛି। ରାସ୍ତାପାର୍ଶ୍ବରେ ଆଶ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri