ଖଣି, ଶିଳ୍ପାଞ୍ଚଳରେ ଠିକାସଂସ୍ଥା ମାଲାମାଲ୍‌: ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର ଅଫିସ,୧ା୧୧: ଶିଳ୍ପୋନ୍ନତ ଯାଜପୁର ଜିଲାରେ ଥିବା କମ୍ପାନୀଗୁଡିକ ସେମାନଙ୍କ ପାଇଁ ଥିବା ନୀତି ନିୟମକୁ ଉଲ୍ଲଂଘନ କରୁଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି। ଏମାନଙ୍କ କଳା କାରନାମା ଦେଖି ଖଣି ଓ କମ୍ପାନୀ ଅଧୀନରେ ଥିବା ଠିକାସଂସ୍ଥାଗୁଡିକ ମଧ୍ୟ ପ୍ରଶାସନକୁ ଠକି ଚାଲିଛନ୍ତି। ବିଶେଷକରି ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ ଷ୍ଟିଲ, ବିଆରପିଏଲ, ଭିସା ଷ୍ଟିଲ, ରୋହିତ ଫେରୋଟେକ, ୟାଜଦାନି, ଟାଟା ଷ୍ଟିଲ ମାଇନିଂ ଲିଃ, ଇମ୍ଫା ଖଣି, ବେଦାନ୍ତ ଫେକର ଖଣି, ସିମେଣ୍ଟ କାରଖାନା କ୍ଷେତ୍ରରେ ଏହା ଅଧିକ। ଏହି କମ୍ପାନୀର କାରଖାନା ଓ ଖଣି ଖାଦାନରେ ପରିଚାଳନା, ପରିବହନ, ରକ୍ଷଣାବେକ୍ଷଣ, ମରାମତି ଆଦି କ୍ଷେତ୍ରରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଠିକାସଂସ୍ଥାଗୁଡିକ ନିୟୋଜିତ ଅଛନ୍ତି। ଏହି ଠିକାସଂସ୍ଥାଗୁଡିକରେ ନିୟୋଜିତ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କୁ ଅଧା ଦରମା ଦେଇ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି।

ସୁକିନ୍ଦା ଖଣି ଏବଂ କଳିଙ୍ଗନଗର ଶିଳ୍ପ ସଂସ୍ଥାଗୁଡିକରେ ପ୍ରଭାବିତ ଅଞ୍ଚଳବାସୀ ତଥା କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ୟା ଅସମାହିତ। ବିସ୍ଥାପନର ଦୁଃଖ ସାଙ୍ଗକୁ ଠିକାସଂସ୍ଥାଗୁଡିକର ଶୋଷଣ ଲୋକଙ୍କୁ ଆନ୍ଦୋଳନମୁଖୀ କରିଛି। ଏହାର ସୁଯୋଗ ନେଇ ବିଭିନ୍ନ ଶ୍ରମିକ ସଂଗଠନ ଗଢ଼ି ଉଠିଛି। କିନ୍ତୁ ସେଗୁଡ଼ିକ ନିଜର ସ୍ବାର୍ଥସାଧନ କରୁଥିବା ମନେ ହେଉଛି। ଚାନ୍ଦିଆ, ବାଲିଗୋଠ, ଟାଙ୍ଗରସାହି, ବରପାଳ, କୁଡୁମୀସାହି, ଅରାସାହି ସମେତ ଖଣି ଅଞ୍ଚଳର ବହୁ ଗ୍ରାମର ଚାଷଜମି ସବୁ ଶିଳ୍ପ ଓ ଖଣିରେ ବ୍ୟବହାର ହୋଇ ସାରିଲାଣି। ଚାଷବାସ ଯିବା ପରେ ଅଞ୍ଚଳବାସୀ ଠିକାସଂସ୍ଥାଗୁଡିକ ଉପରେ ନିର୍ଭର କରୁଛନ୍ତି। ଯାଜପୁରରୋଡ ଯୁଗ୍ମ ଶ୍ରମ କମିଶନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ୬ଟି ବୃହତ୍‌ କମ୍ପାନୀରେ ୩୬୪ ଅଣଓଡ଼ିଆ ଠିକାସଂସ୍ଥାକୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଥିରେ ୩,୭୫୪ କର୍ମଚାରୀ ଏବଂ ୨୧,୯୫୬ ଜଣ ଶ୍ରମିକ ନିୟୋଜିତ ଅଛନ୍ତି। ସେହିପରି ୧୮୪ ଓଡିଆ ଠିକାସଂସ୍ଥାରେ ମାତ୍ର ୬୪୦ ଜଣ କର୍ମଚାରୀ ଏବଂ ୫୫୫୫ ଜଣ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଇଛି। ଉଚ୍ଚତର କୁଶଳୀ କର୍ମଚାରୀ ଏବଂ ଶ୍ରମିକଙ୍କ ପାଇଁ ଦୈନିକ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ କାରଖାନା କର୍ତ୍ତୃପକ୍ଷ ପ୍ରଦାନ କରୁଥିବାବେଳେ ନିୟୋଜିତ ଠିକାସଂସ୍ଥାଗୁଡିକ ତାହାର ପ୍ରାୟ ୪୦ ପ୍ରତିଶତ ପାଉଣା ଦେଇ ବାକି ନିଜ ପକେଟକୁ ନେଉଛନ୍ତି। ସେହିପରି ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ କାରଖାନା କର୍ତ୍ତୃପକ୍ଷ ଦୈନିକ ୪୦୦ରୁ ୧୦୦୦ ଟଙ୍କା ଲେଖାଏ ଦେଉଥିବାବେଳେ ଅନୁରୂପ ଭାବେ ପ୍ରାୟ ୪୦% ପାଉଣା ଦେଇ ଶୋଷଣ କରାଯାଉଛି। ଅବଧି ସରିଲେ ଶ୍ରମିକମାନଙ୍କୁ ତଡା ଖାଇବାକୁ ପଡୁଛି। ଠିକା ଶ୍ରମିକ ଉଚ୍ଛେଦ ଆଇନକୁ ଉଲ୍ଲଂଘନ କରି ଫୁଲ ଆଣ୍ଡ ଫାଇନାଲ ପ୍ରାପ୍ୟ ପ୍ରଦାନ ପୂର୍ବରୁ ଠିକାସଂସ୍ଥାଗୁଡ଼ିକ ଫେରାର ହୋଇଥିବା ଘଟଣା କଳିଙ୍ଗନଗର ଶିଳ୍ପାଞ୍ଚଳରେ ନଜିର ରହିଛି। ଏଭଳିସ୍ଥିତିରେ ଚାକିରି ହରାଇଥିବା ଶିକ୍ଷିତ ଯୁବତୀଯୁବକଙ୍କ ସପକ୍ଷରେ ବିଭିନ୍ନ ଶ୍ରମିକ ସଂଗଠନ ଠିଆ ହେବା ବଦଳରେ ଠିକାସଂସ୍ଥାର ସୁରକ୍ଷା କବଚ ସାଜିଛନ୍ତି। ଶ୍ରମ ବିଭାଗ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ଏ ସଂକ୍ରାନ୍ତରେ ସରକାର ଓ ଜିଲା ପ୍ରଶାସନ ଦୃଷ୍ଟି ନଦେଲେ ଠିକାସଂସ୍ଥା ଲାଭ ଉଠାଉଥିବେ ଏବଂ ସ୍ଥାନୀୟ ଶିକ୍ଷିତ ଯୁବତୀଯୁବକ ବେକାର ହେଉଥିବେ ବୋଲି ନାଗରିକ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri