୨୩୮ ଦିନ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୨ ହଜାର ୪୨୮ରେ ପହଞ୍ଚିଛି। ୨୩୮ ଦିନ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ ରହିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୩୫୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୧୫ ହଜାର ୯୫୧ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୧୯ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୧ ଲକ୍ଷ ୬୩ ହଜାର ୮୧୬ ରହିଛି। ୨୪୧ ଦିନ ପରେ ଏହା ସର୍ବନିମ୍ନ ଅଛି।

ସାପ୍ତାହିକ ପଜିଟିଭ୍‌ ହାର ୧.୨୪ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୧.୧୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୪୮ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୫୫ ହଜାର ୬୮ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି।

ବର୍ତ୍ତମାନ ସୁଦ୍ଧା ୧୦୨ କୋଟି ୯୪ ଲକ୍ଷ ୧ ହଜାର ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୧୨ ଲକ୍ଷ ୩୦ ହଜାରରୁ ଅଧିକ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୬୦କୋଟି ୧୨ ଲକ୍ଷରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୨ ଲକ୍ଷରୁ ଅଧିକ ଳୋକଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୫ ଲକ୍ଷ ୮୩ ହଜାର ୩୧୮ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି।

ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪୨ ଲକ୍ଷ ୨ ହଜାର ୨୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳ ଯୋଗୁ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ବଢୁଛି। ଗତ ୨୪ ଘଣ୍ଟାରେ କେରଳରେ ୬,୬୬୪ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟରେ ମୃତ୍ୟୁ ସଂଖ୍ୟା ୩୬୩ ରହିଛି। ଇତିମଧ୍ୟରେ ରାଜ୍ୟରେ ୪୯,୧୨,୭୮୯ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ପ୍ଲାନ ‘ବି’କୁ ନେଇ ମତ ରଖିଲେ ଫଡନବିସ

ମୁମ୍ବାଇ,୨୯।୧୦: ମହାରାଷ୍ଟ୍ରରେ ଶିବସେନାର ନଖରାମି ପରେ ଏବେ ଭାଜପା ପ୍ଲାନ ‘ବି’ ପ୍ରସ୍ତୁତିରେ ରହିଥିବା ଆଲୋଚନା ହେଉଛି। ଭାଜପାର ରାଜ୍ୟସଭା ଏମ୍‌ପି ସଞ୍ଜୟ କାକଡେ କହିଛନ୍ତି,...

ରକ୍ତରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହିଳା ଶୁଟର: ନିର୍ଭୟା ଦୋଷୀଙ୍କୁ ନିଜ ହାତରେ ଫାଶୀଦେବାକୁ ମାଗିଲେ ଅନୁମତି

ନୂଆଦିଲ୍ଲୀ,୧୫।୧୨: ଅନ୍ତରାଷ୍ଟ୍ରୀୟ ମହିଳା ଶୁଟର ବର୍ତ୍ତିକା ସିଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ରକ୍ତରେ ଏକ ଚିଠି ଲେଖିଛନ୍ତି। ନିର୍ଭୟା ମାମଲାର ଦୋଷୀଙ୍କୁ ମହିଳାଙ୍କ ହାତରେ...

୧୮ରେ ରେଳ ରୋକୋ, ୨୬ରେ ମହାପଞ୍ଚାୟତ…

ନୂଆଦିଲ୍ଲୀ,୯।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ଘଟଣା ବିରୋଧରେ ମିଳିତ ଚାଷୀ ସଂଗଠନ ପକ୍ଷରୁ ଅକ୍ଟୋବର ୧୮ରେ ଦେଶରେ ରେଳ ରୋକୋ କରାଯିବା। ସେହିପରି ଅକ୍ଟୋବର...

ଆମେରିକା ବିଦେଶମନ୍ତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ…

ଓ୍ବାଶିଂଟନ୍‌, ୫।୫ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କଠାରେ...

ରାହୁଲଙ୍କ ଟୁଇଟ୍‌କୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

ନୂଆଦିଲ୍ଲୀ,୨୩ ।୧୧: ଭାରତ-ଚାଇନା ସୀମା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରୁଥିବା ବେଳେ ଏବେ...

ଲାଠି ସାନିଟାଇଜ କରୁଛି ପୋଲିସ

ନୂଆଦିଲ୍ଲୀ, ୨୫ା୩- ସାରା ବିଶ୍ୱକୁ କବଳିତ କରି ରଖିଥିବା କରୋନା ଭାଇରସ୍‌କୁ ନେଇ ଲୋକେ ଭୟଭୀତ ରହିଛନ୍ତି। ସଂକ୍ରମଣ ରୋକିବାକୁ ଭାରତ ସରକାର ୨୧ ଦିନିଆ...

ତୃତୀୟଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୨: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟଥର ଲାଗି ରବିବାର ଶପଥ ନେଇଛନ୍ତି ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ। ଉପରାଜ୍ୟପାଳ ଅନିଲ ବେଜଲ ତାଙ୍କୁ...

ମଦ ଉପରୁ କଟକଣା ହଟାଇବାକୁ ଦାବି

ପାଟଣା,୧୬।୧: ବିହାରରେ ବିଷାକ୍ତ ମଦ କାରଣରୁ ଶନିବାର ନାଳନ୍ଦା ଜିଲାରେ ୧୧ ଜଣଙ୍କ ମୃତ୍ୟୁ ହେବା ପରେ ଭାଜପା ଓ ଜନତା ଦଳର ମେଣ୍ଟ ସରକାରକୁ...

Advertisement
Archives

Model This Week