ମୋ ଦ୍ୱାରା ରାଜନୀତି ସମ୍ଭବ ନୁହେଁ କହି ଏମ୍‌ପି ପଦରୁ ଇସ୍ତଫା ଦେଇଥିବା ମିମି ଚକ୍ରବର୍ତ୍ତୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମସି) ନେତା ମିମି ଚକ୍ରବର୍ତ୍ତୀ ଯାଦବପୁର ନିର୍ବାଚନମଣ୍ଡଳୀରୁ ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୧୯ରେ ନିର୍ବାଚନରେ ଜିତିଥିଲେ। ସେ ରାଜ୍ୟ ବିଧାନସଭାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ।
ଇସ୍ତଫା ଦେବା ପରେ ମିମି ଗଣମାଧ୍ୟମକୁ କହିଛନ୍ତି, ଆଜି ମୁଁ ପାର୍ଟି ସୁପ୍ରିମୋଙ୍କୁ ଭେଟିଥିଲି। ମୁଁ ଫେବୃଆରୀ ୧୩ରେ ତାଙ୍କୁ ଇସ୍ତଫା ପତ୍ର ଦଦେଇଥିଲି। ମୁଁ ବୁଝିଛି ଯେ ରାଜନୀତି ମୋର ଦ୍ୱାରା ସମ୍ଭବ ନୁହେଁ।
ବଙ୍ଗାଳୀ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଏମ୍‌ପି ମିମି ଚକ୍ରବର୍ତ୍ତୀଙ୍କ ସମ୍ପତ୍ତି ୨.୪୩ କୋଟିରୁ ଅଧିକ। ୨୦୧୯ର ନିର୍ବାଚନ ପ୍ରମାଣପତ୍ର ଅନୁଯାୟୀ, ତାଙ୍କର ଚଳନ ସମ୍ପତ୍ତିର ମୂଲ୍ୟ ୧.୨୪ କୋଟିରୁ ଅଧିକ।
ଏହି ଆଫିଡେଭିଟ୍‌ରେ ସେ କହିଥିଲେ ଯେ, ତାଙ୍କ ପାଖରେ ୨୫,୦୦୦ ଟଙ୍କା ଏବଂ ବ୍ୟାଙ୍କ ଜମା ୭୧.୮୯ ଲକ୍ଷ ଥିବାବେଳେ ସେ ମ୍ୟୁଚୁଆଲ ଫଣ୍ଡରେ ପ୍ରାୟ ୫୦ ହଜାର ଟଙ୍କା ବିନିଯୋଗ କରିଛନ୍ତି।
ଚକ୍ରବର୍ତ୍ତୀଙ୍କର ପ୍ରାୟ ୧୦ ଲକ୍ଷ ଟଙ୍କା ରହିଛି। ଏଥିମଧ୍ୟରୁ ସେ ୩.୨୬ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଉତ୍ତରାଧିକାରୀ ହୋଇଥିବାବେଳେ ସେ ନିଜେ ୫.୫୯ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର କିଣିଛନ୍ତି। ଏହା ବ୍ୟତୀତ ମିମିଙ୍କର ଦୁଇଟି କାର ମଧ୍ୟ ଅଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ଦେଇଥିବା ପ୍ରତିଶ୍ରୁତିକୁ ମନେପକାଇ ଦେଲେ ଖାର୍ଗେ, କହିଲେ ଆପଣ ବୁଣୁଥିଲେ ମିଛର ମାୟାଜାଲ

ନୂଆଦିଲ୍ଲୀ,୧୪।୭: ବେରୋଜଗାରୀ ବୃଦ୍ଧି ଏବଂ ଚାକିରି ହ୍ରାସ ପ୍ରସଙ୍ଗରେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ପୁଣିଥରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି। ଚାକିରି ପ୍ରସଙ୍ଗରେ କଂଗ୍ରେସ...

ମଣିପୁରରେ ଥମୁନି ହିଂସା! ଉଗ୍ରବାଦୀଙ୍କ ଆକ୍ରମଣରେ ଜଣେ ଯବାନ ଶହୀଦ

ଇମ୍ଫାଲ,୧୪।୭: ମଣିପୁରର ଜିରିବାମ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୋଲିସ ସହିତ ମିଳିତ ପାଟ୍ରୋଲିଂ ଦଳ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ...

ଝାଡ଼ଖଣ୍ଡ ବିଧାନସଭା ପାଇଁ ଭାଜପାର ଏହି ଦୁଇ ରଣନୀତି ପ୍ରସ୍ତୁତ

ରାଞ୍ଚି,୧୪ା୭: ଝାଡ଼ଖଣ୍ଡର ସହରାଞ୍ଚଳ ନିର୍ବାଚନମଣ୍ଡଳୀରେ ଅନ୍ୟ ପଛୁଆ ବର୍ଗ ଏବଂ ଅନ୍ୟାନ୍ୟ ଜାତି ସହିତ ଆଦିବାସୀ ସମ୍ପ୍ରଦାୟ ପ୍ରତି ଦଳର ଆଭିମୁଖ୍ୟକୁ ପୁନର୍ବାର ଆକୃଷ୍ଟ କରିବାର...

‘କଂଗ୍ରେସ ଭସ୍ମାସୂର, ଆପଣଙ୍କୁ ଶୀଘ୍ର ଭସ୍ମ କରିଦେବ’, ଅଖିଳେଶଙ୍କୁ ଉପଦେଶ ଦେଲେ ଭୁପେନ୍ଦ୍ର ଚୌଧୁରୀ

ନୂଆଦିଲ୍ଲୀ,୧୪।୭: ଭାରତୀୟ ଜନତା ପାର୍ଟି (ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର ଲକ୍ଷ୍ନୌରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଉତ୍ତରପ୍ରଦେଶରେ ୨୦୨୪...

ଇତିହାସ ରଚିବେ ନିର୍ମଳା ସୀତାରାମନ

ନୂଆଦିଲ୍ଲୀ,୧୪।୭: ଜୁଲାଇ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ର ବଜେଟ ୨୦୨୪-୨୫ ଉପସ୍ଥାପନ କରିବେ। ଏହା ସହ ଅର୍ଥମନ୍ତ୍ରୀ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। କ୍ରମାଗତ...

୧୩ରୁ ୧୧ରେ ହାରିଲେ, ଗୋଟିଏ ଆସନରେ…,ଭାଜପାକୁ ଟାର୍ଗେଟ କଲେ କଂଗ୍ରେସ ନେତା ପ୍ରମୋଦ ତିଓ୍ବାରୀ

ନୂଆଦିଲ୍ଲୀ,୧୪।୭: ଲୋକ ସଭା ନିର୍ବାଚନ ପରେ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନରେ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ଏକ ବଡ଼ ବିଜୟ...

ଥରିଲା ବିଶ୍ୱ: ଇନ୍ଦିରା ଗାନ୍ଧୀଙ୍କ ଠାରୁ ସିଞ୍ଜୋ ଆବେଙ୍କ ପରି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ହୋଇଛି ମରଣାତ୍ମକ ଆକ୍ରମଣ, ହରାଇଛନ୍ତି ଜୀବନ…

ନୂଆଦିଲ୍ଲୀ,୧୪।୭: ଆମେରିକାରେ ଏକ ରାଲିରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଛି ମରାଣାତ୍ମକ ଆକ୍ରମଣ। ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ତାଙ୍କୁ ଗୁଳି କରାଯାଇଛି।...

ଚନ୍ଦ୍ରୟାନ-୩କୁ ପୂରିଲା ବର୍ଷେ, ଜାଣନ୍ତୁ କିପରି ଥିଲା ସମ୍ପୂର୍ଣ୍ଣ ଯାତ୍ରା…

ନୂଆଦିଲ୍ଲୀ,୧୪ା୭: ଜୁଲାଇ ୧୪ ଅର୍ଥାତ୍‌ ଆଜିର ଦିନରେ ଇତିହାସ ରଚିଥିଲା ଭାରତ। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସଫଳତାର ସହ ୧୪ ଜୁଲାଇ ୨୦୨୩ରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri