ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ଲକ୍ଷାଧିକ ଟଙ୍କା

ଆଳି,୮ା୯(ବନମାଳୀ ସେନାପତି ): ବ୍ୟାଙ୍କ ଖାତାରେ ଅଚାନକ ହଜାର ହଜାର ଟଙ୍କା ଜମା ହେବା ନେଇ ମୋବାଇଲରେ ମେସେଜ ଆସିବାରୁ ଗ୍ରାହକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ୨ ହଜାରଠାରୁ ଆରମ୍ଭ କରି ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ବହୁ ଗ୍ରାହକଙ୍କ ଆକାଉଣ୍ଟରେ ହଠାତ୍‌ ଜମା ହେବା ପରେ ଗ୍ରାହକମାନେ ସେମାନଙ୍କ ଟଙ୍କା ଉଠାଣ ସମେତ ଚେକ୍‌ ଭଙ୍ଗାଇବାକୁ ବ୍ୟାଙ୍କରେ ଭିଡ଼ ଜମାଇ ଥିଲେ। ଗ୍ରାହକମାନଙ୍କ ଏତେ ଭିଡ଼ ହୋଇଥିଲା ଯେ ବାଧ୍ୟ ହୋଇ ସେଠାରେ ପୋଲିସ ପହଞ୍ଚତ୍ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ହେବା ଯାଏ ରହିବାକୁ ପଡ଼ିଥିଲା। ଏଭଳି ଏକ ଘଟଣା ନଜରକୁ ଆସିଥିଲା ଗୁରୁବାର ସକାଳେ କେନ୍ଦ୍ରାପଡ଼ା ଜିଲା ଆଳି ବାଟିପଡ଼ା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ। ଏହି ଶାଖା ଅଧୀନରେ ଥିବା ବାଟିପଡ଼ା, ସହିରା, ନୂଆପଡ଼ା, ସାନମଙ୍ଗ ଭଳି ଆଖପାଖ ଅଞ୍ଚଳର ବ୍ୟାଙ୍କ ହିତାଧିକାରୀମାନଙ୍କ ଆକାଉଣ୍ଟରେ ୨ ଦିନ ହେବ ଟଙ୍କା ଆସିବାରେ ଲାଗିଥିଲା। ଲୋକଙ୍କ ଭିଡ଼କୁ ଲକ୍ଷ୍ୟ କରି ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ କ୍ଷମା ସାଗର ପଣ୍ଡା ଓ ଆଳି ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ ଫୋର୍ସ ନେଇ ବ୍ୟାଙ୍କରେ ପହଞ୍ଚତ୍ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ। ଏ ସମ୍ପର୍କରେ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ପ୍ରତାପ ପ୍ରଧାନଙ୍କୁ ପଚାରିବାରେ ବ୍ୟାଙ୍କକୁ ପ୍ରତିଦିନ ପାଖାପାଖି ୨ଶହ ଗ୍ରାହକ ଆସୁଥିବା ବେଳେ ଗୁରୁବାର ସକାଳୁ ହଜାରରୁ ଊର୍ଦ୍ଧ୍ୱ ଗ୍ରାହକ ଆସିଥିଲେ। ସେମାନଙ୍କ ଆକାଉଣ୍ଟରେ ଟଙ୍କା ଆସିଥିବାରୁ ତାହା ଉଠାଇବା ନିମନ୍ତେ ସେମାନେ ଭିଡ଼ ଜମାଇଥିଲେ। କିନ୍ତୁ ଯାହା ଆକାଉଣ୍ଟରେ ଯେତିକି ପରିମାଣର ଟଙ୍କା ଥିଲା ସେଥିରୁ ବ୍ୟାଙ୍କ ପକ୍ଷରୁ ଅଳ୍ପ କିଛି ଟଙ୍କା ଉଠାଣ କରାଇ ଦିଆଯାଇଛି। କିନ୍ତୁ ହଠାତ୍‌ ଆକାଉଣ୍ଟଗୁଡ଼ିକରେ ଏତେ ଲେଖାଏ ଟଙ୍କା କେଉଁଠୁ ଆସିଲା ତାହାକୁ ନେଇ ସେ ମଧ୍ୟ ସନ୍ଦେହ ଘେରରେ ରହିଛନ୍ତି ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ଆଳି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହୃଦୟ ଜିତିଲେ ବୈଭବ ସୂର୍ଯବଂଶୀ, କିମ୍ବଦନ୍ତୀ କ୍ରିକେଟରମାନେ ଯାହା କହିଲେ ତାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୧।୬: ୨୦୨୬ ତ୍ରିରାଷ୍ଟ୍ରୀୟ A-ସିରିଜର ଏକ ଦୁର୍ବଳ ଆରମ୍ଭ ପରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଫର୍ମ ଫେରି ପାଇଛନ୍ତି। ଡାମ୍ବୁଲାରେ ଆଫଗାନିସ୍ତାନ A ବିପକ୍ଷରେ ଭାରତ A…

ଗେଦେ ବଂଶର ତୃତୀୟତମ ସମ୍ମିଳନୀ, ନିଜ ବଂଶଧର ଲୋକଙ୍କୁ ଚିହ୍ନିବା ପାଇଁ….

ଦାରିଙ୍ଗବାଡି,୧୧।୬(ଅରୁଣ ସାହୁ): ନିଜ ବଂଶଧର ଲୋକଙ୍କ ସହ ଯୋଡି ହେବା ସେମାନଙ୍କୁ ଚିହ୍ନିବା ଓ ଜାଣିବା ପାଇଁ ଏକ ପ୍ରୟାସ କରୁଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟରେ ମମତା ବାନାର୍ଜୀଙ୍କୁ ବଡ଼ ଝଟକା; ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ପ୍ରତିକ୍ରିୟା

କୋଲକାତା,୧୧।୬: ବିଧାନସଭାରେ ବିରୋଧୀ ଦଳ ନେତା (LoP) ପଦବୀକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ବିବାଦ ଦେଖାଦେଇଛି। କଲିକତା ହାଇକୋର୍ଟ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ…

କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହର ମାଛ ବଜାର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌କୁ…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଏଣ୍ଟ୍ରି ମାରିଲାଣି ଚାଇନ, ଦେଉଛି ଏମିତି ଉପଦେଶ

ବେଜିଂ,୧୧।୬: ଆମେରିକା ଦ୍ୱାରା ଇରାନ ଉପରେ ପୁନଃ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ପୁଣି ଥରେ ଏକ ବଡ଼ ସଙ୍କଟ ଦ୍ୱାରା ଆକ୍ରାନ୍ତ ହୋଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଇରାନ ଉପରେ ଆମେରିକାର ଆକ୍ରମଣ ଯୋଗୁ ଖରାପ ହେଉଛି ମଧ୍ୟପ୍ରାଚ୍ୟ ପରିସ୍ଥିତି; ଜୁନ ୧୬ରେ ଫ୍ରାନ୍ସରେ ଏକାଠି ହେବେ G-7 ରାଷ୍ଟ୍ର

ପ୍ୟାରିସ,୧୧।୬: ଜୁନ ୧୬ରେ G7 ଶିଖର ସମ୍ମିଳନୀ ସମୟରେ ମଧ୍ୟପ୍ରାଚ୍ୟ ପରିସ୍ଥିତି ସମ୍ପର୍କରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହେବ। ଫ୍ରାନ୍ସ ଏହି ବିଶେଷ ଅଧିବେଶନକୁ UAE,…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା ଆମ ଆଦମୀ ପାର୍ଟି, ବଲାଙ୍ଗୀର ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆମ ଆଦମୀ ପାର୍ଟି ଜିଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ପୁଣି ବାଜି ମାରିଲା ଭାଜପା! ରାଜ୍ୟ ସଭା ନିର୍ବାଚନରେ ୯ ଭାଜପା ପ୍ରାର୍ଥୀ ଜିତିଲେ

ନୂଆଦିଲ୍ଲୀ,୧୧।୬: ଗୁରୁବାର ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଏକ ବଡ଼ ଖବର ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୧୨ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri