ଚାଷୀଙ୍କ ଘରୁ ଲକ୍ଷାଧିକ ଟଙ୍କା, ୬ ଭରି ସୁନାଗହଣା ଚୋରି

କୋକସରା,୨୮ା୬(ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଚାରବାହାଲ ଶାନ୍ତି ନଗରପଡାର ଚାଷୀ ଜି.ଶ୍ରୀନିବାସ ରାଓଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ୬ ଭରି ଓଜନର ସୁନାଗହଣା ଚୋରି ହୋଇଥିବା କୋକସରା ଥାନାରେ ଅଭିଯୋଗ ହୋଇଛି। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ତଦନ୍ତ ଜାରି ରଖିଛି।
ଅଭିଯୋଗ ଅନୁସାରେ, ଶାନ୍ତିନଗରପଡ଼ାର ଜି. ଶ୍ରୀନିବାସ ରାଓଙ୍କ ଘର ବାରିପଟ ଦେଇ ଶୁକ୍ରବାର ରାତିରେ ଦୃବୃର୍ତ୍ତମାନେ ଘର କବାଟ ତାଡ଼ି ପଶିଥିଲେ। ସେମାନେ ଆଲମାରିରେ ଥିବା ୬ ଭରି ଓଜନର ସୁନାଗହଣା ଓ ୧ ଲକ୍ଷ ୪ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପରିବାର ଲୋକ କାଳେ ଉଠିବେ ସେଥିପାଇଁ ଚୋରମାନେ ବାହାର ପଟୁ କବାଟ ବନ୍ଦ କରିଦେଇଥିଲେ। ପରିବାର ଲୋକ ସକାଳୁ ଉଠିବା ପରେ ଆଲମିରା ଖୋଲା ଥିଲା। ଅନ୍ୟାନ୍ୟ ଜିନିଷ ଏଣେ ତେଣେ ପଡିଥିବା ଦେଖି ଚୋରି ହୋଇଥିବା ଜାଣିପାରିଥିଲେ। ରାଓ ଏ ନେଇ କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ତନାଘନା ଆରମ୍ଭ କରିଛି। ଏନେଇ କୋକସରା ଥାନାରେ ଏକ ମାମଲା(ନଂ ୧୬୧/୨୦) ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ବାସୁଦେବ ଛତ୍ରିଆ କହିଛ।


Enter your email to get our daily news in your inbox.

All Right Reserved By Dharitri.Com

ଆଇବୁଢ଼ୀର ହାତେ ନାତି ନାତେନର ଭବିଷତ୍‌

ଭବାନୀପାଟଣା, ୧୬।୨ (ଡି.ଏନ୍‌.ଏ.)- ମୁଡ଼ ଗୁଁଜ୍‌ବାକେ ଘର ନାଇଁ କି ଭୋକ୍‌ ମେଟାବାକେ ଖାଏଦ୍‌ ନାଇଁ। ଇଆଡ଼େ କମେଇ ଖାଏବାକେ ଦିହିରେ ବଲ୍‌ବପୁ ନାଇଁ। ଉପରେ...

ଚିକିଛା ଲାଗି ଟଁକା ଅଭାବ୍‌: ଭଗବାନ ଭରସାରେ କର୍କଟ ରୁଗୀ ରତନୀ

ପର୍ଲା, ୧୨ା୨(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଂଚଲ ପୋଡ଼ାଗୁଡ଼ା ପଁଚେତ୍‌ ମଙ୍ଗଳପୁର ଗଁାର ହୀରାଧର ନାଏକକଁର ମାଏକିନା ରତନୀ ନାଏକ(୫୫)। ସେ ଅନେକ...

କୋଭିଡ୍‌ ଯୋଦ୍ଧା ପଜିଟିଭ୍‌ ଚିହ୍ନଟ: ୪୮ ଘଣ୍ଟା ଗାଁ ଶଟ୍‌ଡାଉନ୍‌ କଲେ ସରପଞ୍ଚ

ଜୁନାଗଡ଼,୨୫ା୭(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମହିଚଳା ପଞ୍ଚାୟତ ଚକୁଳି ଗ୍ରାମର ଜଣେ କୋଭିଡ୍‌ ଯୋଦ୍ଧା ଶୁକ୍ରବାର ରାତିରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।...

ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲା ପ୍ରାଥମିକ ଶିକ୍ଷକ ସଂଘ

ଭବାନୀପାଟଣା,୧୩।୨(ଡି.ଏନ୍‌.ଏ.): ପ୍ରାଥମିକ ଶିକ୍ଷକ ସଂଘ ହରିପୁର ରୋଡ୍‌ ୧ ନଂ. ଶାଖା ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ବୁଧବାର ଭେଟି ବିଭିନ୍ନ ଦାବି ସମ୍ପର୍କରେ...

କୋକସରା ବ୍ଲକରେ ଅଭିଯୋଗ ଜନଶୁଣାଣି: ସ୍କୁଲ ପରିଦର୍ଶନ, ପିଲାଙ୍କୁ ପାଠପଢ଼ାଇଲେ ଜିଲାପାଳ

କୋକସରା,୧୧।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ବ୍ଲକଠାରେ ମଙ୍ଗଳବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କୋକସରା ବିଡିଓ ବସନ୍ତ କୁମାର ସେଠୀ ଓ ବ୍ଲକ ଅଧ୍ୟକ୍ଷା...

ନିର୍ମାଣ ନିମ୍ନମାନର: ରାସ୍ତାକାମ ବନ୍ଦ କଲେ ଗ୍ରାମବାସୀ

ଲାଞ୍ଜିଗଡ,୧୭ା୫(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ କୁମଖାଲଠାରୁ ସିନ୍ଧିବାହାଲିକୁ ସଂଯୋଗ କରୁଥିବା ୪କିମି ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାମ ଚାଲିଛି। ତା୫ା୯ା୨୦୧୭ରିଖଠାରୁ ଆରମ୍ଭ ହୋଇଥିବା ଏହି...

ପ୍ରମାଣ ନଷ୍ଟ ପାଇଁ ଫନ୍ଦିଫିକର

ବଲାଙ୍ଗୀର ଅଫିସ,୨୬।୧୦: କଳାହାଣ୍ଡି ଜିଲା କେଗଁା ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଅପହରଣ ଏବଂ ହତ୍ୟା ଘଟଣାକୁ ଇତିମଧ୍ୟରେ ୧୮...

ଭୋଟ ଦେଲେ ନାହିଁ ଗ୍ରାମବାସୀ

କୋକସରା,୨୦।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ରବିବାର ଶେଷ ହୋଇଛି। ହେଲେ ବ୍ଲକର କନ୍ଦାବୁଟ୍ରା ପଞ୍ଚାୟତ ତୁନଗାଁର ୫ଟି ୱାର୍ଡ ଓ...

Advertisement
Archives

Model This Week