ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ ମିଲର୍ସଙ୍କ ବେଖାତିର: ସପ୍ତାହକରେ ୬ମିଲର୍ସଙ୍କୁ ନୋଟିସ୍‌

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ):ପରିବେଶ ପ୍ରଦୂଷଣ ବଢ଼ି ଚାଲିଛି। ସ୍ବାସ୍ଥ୍ୟହାନିର ଏହା ପ୍ରମୁଖ କାରଣ ସାଜିଛି। ଏହାକୁ ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱର ସହିତ ନେଇଛନ୍ତି। ଏଥିପାଇଁ ସରକାର ନିୟମ କଡ଼ାକଡ଼ି କରିଛନ୍ତି। କ୍ରମବର୍ଦ୍ଧିଷ୍ଣୁ ପରିବେଶ ପ୍ରଦୂଷଣ ରୋକିବା ପାଇଁ ବାଇକ୍‌ଠାରୁ ଆରମ୍ଭ କରି ବିଭିନ୍ନ ଯାନବାହନ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସିସି) ବାଧ୍ୟତାମୂଳକ କରିଥିବାବେଳେ ଏହାକୁ ଅବମାନନା କଲେ ମୋଟାଅଙ୍କର ଜରିମାନା ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଛତୁ ଫୁଟିବା ଭଳି ବିଭିନ୍ନ ଶିଳ୍ପାନୁଷ୍ଠାନ ଗଢ଼ି ଉଠୁଛି। ଶିଳ୍ପାନୁଷ୍ଠାନଗୁଡ଼ିକ ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ ଫୁ କରି ଚାଲିଛନ୍ତି। ତଥାପି ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହୋଇଛି। କେବଳ କାରଣ ଦର୍ଶାଅ ନୋଟିସ୍‌ରେ କାର୍ଯ୍ୟାନୁଷ୍ଠାନ ସୀମିତ ରହି ଯାଉଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର କାର୍ଯ୍ୟକଳାପ ମଧ୍ୟ ସାଧାରଣରେ ନାନା ସନ୍ଦେହ ସୃଷ୍ଟି କରିଛି।
ଗତ ସପ୍ତାହକ ମଧ୍ୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବରଗଡ଼ ଜିଲାର ୬ମିଲର୍ସଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସେହି ରାଇସ୍‌ ମିଲ୍‌ଗୁଡ଼ିକ ହେଲେ, ବରଗଡ଼ ବ୍ଲକ ଗୋବିନ୍ଦପୁରସ୍ଥିତ ନବଦାନ୍ୟ ଫୁଡ୍ସ ପ୍ରାଇଭେଟ୍‌ ଲିମିଟେଡ୍‌, କ୍ରିଷ୍ଣା ମର୍ସରିଜର୍ସ ୟର୍ଣ୍ଣ କଟନ୍‌ ମିଲ୍‌(ସୂତାମିଲ୍‌), ନାଗେନପାଲିସ୍ଥିତ ଓମ୍‌ ଫୁଡ୍ସ ପ୍ରଡ଼କ୍ଟସ୍‌, ଅତାବିରା ବ୍ଲକ ଭୋଇପାଲିର ବାଲାଜୀ ଆଗ୍ରୋ ପ୍ରଡକ୍ଟସ୍‌, ରେଙ୍ଗାଲିକ୍ୟାମ୍ପସ୍ଥିତ ବିଜୟଲକ୍ଷ୍ମୀ ରାଇସ୍‌ ମିଲ୍‌, ଜହ୍ନାପଡ଼ା ପଞ୍ଚାୟତ ବରାହମୁଣ୍ଡାସ୍ଥିତ ଶଙ୍କର ରାଇସ୍‌ ଇଣ୍ଡଷ୍ଟ୍ରିଜ୍‌। ନିର୍ଦ୍ଧାରୀତ ସମୟ ସୁଦ୍ଧା ସ୍ପଷ୍ଟୀକରଣ ନ ଦେଲେ ସମ୍ପୃକ୍ତ ରାଇସ୍‌ ମିଲ୍‌ଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି। ଏପରିକି ସନ୍ତୋଷଜନକ ସ୍ପଷ୍ଟୀକରଣ ନ ଦେଲେ କେତେକ ନିର୍ଦ୍ଦିଷ୍ଟ ରାଇସ୍‌ ମିଲ୍‌କୁ ଦିଆଯାଇଥିବା ସହମତି ପତ୍ର(କନସେଣ୍ଟ ଲେଟର୍‌) ରବ୍ଦ କରାଯିବା ସହିତ ବନ୍ଦ ନୋଟିସ୍‌ ମଧ୍ୟ ଜାରି କରାଯିବ ବୋଲି ନୋଟିସ୍‌ରେ ସ୍ପଷ୍ଟ କରି ଦିଆଯାଇଛି।
ଶନିବାର ଦ୍ୱିତୀୟଥର ପାଇଁ ନବଦାନ୍ୟ ଫୁଡ୍ସ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଦିଆଯାଇଥିବା ନୋଟିସ୍‌ରେ ଉଲ୍ଲେଖ ରହିଛି, ପ୍ରଥମେ ଗତ ଜାନୁୟାରୀ ମାସ ୨୨ତାରିଖ ଉକ୍ତ ରାଇସ୍‌ ମିଲ୍‌କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ଏକ ପ୍ରତିନିଧି ଦଳ ପରିଦର୍ଶନ କରିଥିଲେ। ପ୍ରଦୂଷଣ ଆଇନ ଅବମାନନା କରିଥିବା ଜଣାପଡ଼ିବା ପରେ ଗତ ୭ତାରିଖ ସମ୍ପୃକ୍ତ ରାଇସ୍‌ ମିଲ୍‌ ମାଲିକଙ୍କୁ ଏକ ନୋଟିସ୍‌(ନଂ-୬୬୧) ଦିଆଯାଇଥିଲା। ଏହାପରେ ଉକ୍ତ ରାଇସ୍‌ ମିଲ୍‌ ପକ୍ଷରୁ ଗତ ୯ତାରିଖ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟକୁ ଏକ ସ୍ପଷ୍ଟୀକରଣ ଦିଆଯାଇଥିଲା। ତେବେ ଗତ ୧୧ତାରିଖ ପୁଣିଥରେ ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ଏକ ପ୍ରତିନିଧି ଦଳ ଉକ୍ତ ରାଇସ୍‌ ମିଲ୍‌କୁ ପରିଦର୍ଶନରେ ଯାଇ ପ୍ରଦୂଷଣ ନିୟନ୍ତ୍ରଣ ସ୍ଥିତି ନିରୀକ୍ଷଣ କରିଥିଲେ ଏବଂ ଏଠାରେ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ସନ୍ତୋଷଜନକ ନ ଥିବା ଜାଣିବାକୁ ପାଇଥିଲେ। ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ନ ଥିବାବେଳେ ମିଲରୁ ନିଷ୍କାସିତ କଠିନ ବର୍ଜ୍ୟବସ୍ତୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପଡ଼ିଥିବାବେଳେ ମିଲ୍‌ରୁ ନିର୍ଗତ ପାଉଁଶ(ଆଶ୍‌)କୁ ଖୋଲା ରଖାଯାଇଥିବା ଦେଖିବାକୁ ମିଳିଥିଲା ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି। ତେବେ ଏ ନେଇ ଆସନ୍ତା ୨୧ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବା ତଥା କାରଣ ଦର୍ଶାଇବାକୁ ସମ୍ପୃକ୍ତ ରାଇସ୍‌ ମିଲ୍‌ର ମାଲିକଙ୍କୁ ନୋଟିସ୍‌ କରାଯାଇଛି। ସେହିପରି ଆସନ୍ତା ୨୭ତାରିଖ ସମସ୍ତ ଆବଶ୍ୟକ କାଗଜାତ୍‌ ସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀଙ୍କଠାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନୁରୂପଭାବେ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ପ୍ରତିନିଧି ଦଳ ଗତ ୧୬ତାରିଖ ଓମ୍‌ ଫୁଡ୍ସ ପ୍ରଡ଼କ୍ଟସ୍‌, ଗତ ୧୧ତାରିଖ ଶଙ୍କର ରାଇସ୍‌ ଇଣ୍ଡଷ୍ଟ୍ରିଜ୍‌, ଗତ ୪ତାରିଖ ବାଲାଜୀ ଆଗ୍ରୋ ଫୁଡ୍ସ, ଗତ ଜାନୁୟାରୀ ୧୯ତାରିଖ ବିଜଲଲକ୍ଷ୍ମୀ ରାଇସ୍‌ ମିଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଜାନୁୟାରୀ ୨୨ତାରିଖ କ୍ରିଷ୍ଣା ମର୍ସରିଜର୍ସ ୟର୍ଣ୍ଣ କଟନ୍‌ ମିଲ୍‌କୁ ପରିଦର୍ଶନ କରିଥିଲେ ଏବଂ ସେଠାରେ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ବ୍ୟବସ୍ଥା ହୋଇ ନ ଥିବା ନିରୀକ୍ଷଣ କରିଥିଲେ। ଏହାପରେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନଗୁଡ଼ିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ତେବେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଏଭଳି ନୋଟିସ୍‌ ନୂଆ ନୁହେଁ, ପ୍ରତିବର୍ଷ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା ପାଇଁ ଥରକୁ ଥର ନୋଟିସ୍‌ ଜାରି କରାଯାଉଛି ଏବଂ ସେହି ନୋଟିସ୍‌ରେ ସମ୍ପୃକ୍ତ ବିଭାଗ ନିଜ ଦାୟିତ୍ୱ ଓ କାର୍ଯ୍ୟାନୁଷ୍ଠାନ ସାରି ଦେଉଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଉକ୍ତ ବିଭାଗର ଦକ୍ଷତା, ପାରଦର୍ଶିତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri