ରୁଷିଆରେ ସୈନ୍ୟ ସଙ୍କଟ

କିଭ୍‌/ମସ୍କୋ,୧୯ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ସ୍ବପ୍ନ ଧୂଳିସାତ ହେବା ପରେ ତାଙ୍କ ଶକ୍ତିଶାଳୀ ସେନା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ମିଳୁଥିବା ସାମରିକ ସହାୟତାର ସଦୁପଯୋଗ କରି ୟୁକ୍ରେନ୍‌ ରୁଷୀୟ ପ୍ରତିପକ୍ଷକୁ ମୁହଁତୋଡ଼ ଜବାବ ଦେଉଛି। ଏଥିଯୋଗୁ ରୁଷିଆ ସଶସ୍ତ୍ର ବଳରେ ସୈନ୍ୟ ସଙ୍କଟ ଦେଖାଦେଇଛି। ଫଳରେ ପୁଟିନ୍‌ ଏହି ତଥାକଥିତ ‘ସ୍ବତନ୍ତ୍ର ସାମରିକ ଅପରେଶନ’ ପାଇଁ ଠିକା ସୈନ୍ୟ ନିଯୁକ୍ତିକୁ ଗୁରୁତ୍ୱ ଦେଇଛନ୍ତି। ରୁଷିଆ ସେନା ଭଲ୍ୟୁଣ୍ଟିୟରଙ୍କୁ ଆକର୍ଷିତ କରିବା ପାଇଁ ଭ୍ରାମ୍ୟମାଣ ନିଯୁକ୍ତି ଟ୍ରକ୍‌ ବ୍ୟବହାର କରୁଛି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ିବା ପାଇଁ ସେମାନଙ୍କୁ ଜଣ ପିଛା ମାସିକ ୩ ହଜାର ଆମେରିକୀୟ ଡଲାର ଦିଆଯିବ ବୋଲି ଘୋଷଣା କରାଯାଇଛି। ଦେଶଭକ୍ତ ନାଗରିକମାନଙ୍କୁ ଠିକାରେ ୩ କିମ୍ବା ୬ ମାସ ପାଇଁ ସ୍ପେଶିଆଲ ମିଲିଟାରି ଅପରେଶନ ଲାଗି ତାଲିମ ଓ ନିଯୁକ୍ତି ଦିଆଯିବ ବୋଲି ମେଜର ସର୍ଗେଇ ଆର୍ଡାଶେଭ୍‌ କହିଛନ୍ତି।
ରୁଷିଆ କିମ୍ବା ୟୁକ୍ରେନ୍‌ ନିଜ ସାମରିକ କ୍ଷୟକ୍ଷତିର ପ୍ରକୃତ ହିସାବ ଦେଉ ନ ଥିବାବେଳେ ଉଭୟ ପକ୍ଷର ବହୁ ଧନଜୀବନ ନଷ୍ଟ ହୋଇଥିବା ନେଇ ପାଶ୍ଚାତ୍ୟର ଗୋଇନ୍ଦା ସଂସ୍ଥାଗୁଡ଼ିକ ଆକଳନ କରିଛନ୍ତି। ମସ୍କୋ ନିଜ ସୈନ୍ୟଙ୍କ ମୃତ୍ୟୁସଂଖ୍ୟାକୁ ମାର୍ଚ୍ଚ ୨୫ ତାରିଖରୁ ଅପ୍‌ଡେଟ୍‌ କରିନାହିଁ। ସେତେବେଳେ ଏହି ସଂଖ୍ୟା ୧,୩୫୧ ଥିବାବେଳେ ଆହତ ସୈନ୍ୟଙ୍କ ସଂଖ୍ୟା ୩,୮୨୫ ରହିଥିଲା।

ନିଜ ଦେଶ ବିରୋଧରେ ଲଢ଼ିଥିଲେ ରୁଷୀୟ ଯୁବତୀ

ନିଜ ଦେଶ ବିରୋଧରେ ଲଢ଼େଇ କରି ପ୍ରାଣ ହରାଇଥିବା ରୁଷୀୟ ଯୁବତୀ ଓଲ୍‌ଗା ସିମୋନୋଭାଙ୍କୁ ଶୁକ୍ରବାର କିଭ୍‌ରେ ଶେଷ ସମ୍ମାନ ଜଣାଇଛନ୍ତି ୟୁକ୍ରେନ୍‌ବାସୀ। ଶେଷକୃତ୍ୟ ପୂର୍ବରୁ ତାଙ୍କ କଫିନକୁ ଏକ ନୀଳ ଓ ହଳଦିଆ ରଙ୍ଗର ୟୁକ୍ରେନୀୟ ପତାକାରେ ଘୋଡ଼ାଇ ଦିଆଯାଇଥିଲା। ତା’ ଉପରେ ରଖାଯାଇଥିଲା ଏକ ସିଂହ କଣ୍ଢେଇ।
୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବାର କିଛିଦିନ ପୂର୍ବରୁ ସିମୋନୋଭା ଡୋନ୍‌ବାସ ଅଞ୍ଚଳରେ ଥିଲେ। ସେଠାରେ ରୁଷିଆ ସମର୍ଥତ୍ତ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ଲଢ଼ୁଥିବା ୟୁକ୍ରେନୀୟ ସୈନ୍ୟଙ୍କୁ ସେ ଅନେକ ବର୍ଷ ଧରି ସେବା ପ୍ରଦାନ କରିଆସିଥିଲେ। ରୁଷିଆର ଚେଲ୍‌ୟାବିନ୍‌ସ୍କ ସହରରେ ଜନ୍ମିତ ସିମୋନୋଭାଙ୍କ ରୁଚି କ୍ରୀଡ଼ାରେ ରହିଥିବାବେଳେ ସେ ଉଭୟ ପର୍ବତାରୋହଣ ଓ କରାଟେରେ ଉତ୍କର୍ଷ ଲାଭ କରିଥିଲେ। ସିମୋନୋଭା ସବୁବେଳେ କହୁଥିଲେ, ରୁଷିଆ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ସେ ଗର୍ବିତ। କିନ୍ତୁ ଚେଚନ୍ୟାରେ ରୁଷିଆର ଯୁଦ୍ଧ ଏବଂ ୨୦୧୪ରେ ମସ୍କୋ ଦଖଲ କରିଥିବା ୟୁକ୍ରେନ୍‌ର ପୂର୍ବାଞ୍ଚଳସ୍ଥିତ ଡୋନ୍‌ବାସ୍‌ ରିଜିୟନ୍‌ ଓ କ୍ରିମିଆରେ ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ପଢ଼ିବା ପରେ ନିଜ ଦେଶ ଉପରେ ସେ ଅସନ୍ତୁଷ୍ଟ ଥିଲେ। ନିଜ ଦେଶମାତୃକାର ଜାତୀୟ ପତାକାକୁ ଆଉ କେବେ ଉଡ଼ାଇବା ସୁଯୋଗ ମିଳିବ କି ନାହିଁ ସେନେଇ ତାଙ୍କ ମନରେ ସନ୍ଦେହ ଜାତ ହେବାରୁ ସିମୋନୋଭା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ, ଯାହାକି ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଥିଲା। ଡୋନ୍‌ବାସରେ ପ୍ରଥମେ ଜଣେ ଭଲ୍ୟୁଣ୍ଟିୟର, ପରେ ପାରାମେଡିକ୍‌ ଓ ଶେଷରେ ସଶସ୍ତ୍ର ବଳର ବିଧିବଦ୍ଧ ସଦସ୍ୟ ରୂପେ କିଭ୍‌ ପକ୍ଷରୁ ଲଢ଼ିବା ଉଦ୍ଦେଶ୍ୟରେ ସେ ୟୁକ୍ରେନ୍‌ ଯାତ୍ରା କରିଥିଲେ। ୨୦୧୭ରେ ସିମୋନୋଭାଙ୍କୁ ୟୁକ୍ରେନ୍‌ ନାଗରିକତ୍ୱ ପ୍ରଦାନ କରାଯାଇଥିଲା। ପରେ ସେ ସେନାରେ ସର୍ଜେଣ୍ଟ ପଦ ହାସଲ କରିଥିଲେ। ୩୪ ବର୍ଷୀୟା ସିମୋନୋଭା ଅବିବାହିତା ଥିଲେ। ନିକଟରେ ତାଙ୍କୁ ଖେରସୋନ ରିଜିୟନ୍‌ରେ ମୁତୟନ କରାଯାଇଥିଲା, ଯେଉଁଠି ୟୁକ୍ରେନୀୟ ସୈନ୍ୟ ରୁଷୀୟ ବଳ ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ଚଳାଇଥିଲା। ସେପ୍ଟେମ୍ବର ୧୩ରେ ତାଙ୍କ ଗାଡ଼ି ଏକ ଲ୍ୟାଣ୍ଡ ମାଇନ୍‌କୁ ଧକ୍କା ଦେବା ପରେ ବିସ୍ଫୋରଣରେ ସିମୋନୋଭାଙ୍କ ମୃତ୍ୟୁ ଘଟିଥିଲା।

ଅଣପାରମ୍ପରିକ ଅସ୍ତ୍ର ବ୍ୟବହାର କଲେ ଭୟାବହ ଯୁଦ୍ଧ ହେବ: ବାଇଡେନ୍‌

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷୀୟ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କୁ ୟୁକ୍ରେନ୍‌ ବିରୋଧରେ ଅଣପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି। ଆଣବିକ କିମ୍ବା ରାସାୟନିକ ଅସ୍ତ୍ର ବ୍ୟବହାର କଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭଳି ଏହି ସଂଘର୍ଷ ମଧ୍ୟ ଭୟାବହ ହୋଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଗତ ସପ୍ତାହରେ ୟୁକ୍ରେନୀୟ ସୁରକ୍ଷା ବଳ ଉତ୍ତର-ପୂର୍ବାଞ୍ଚଳରୁ ରୁଷୀୟ ସୈନ୍ୟଙ୍କୁ ଘଉଡ଼ାଇଦେଇଥିଲେ। ଏହାକୁ ନେଇ ରୁଷିଆର ଜାତୀୟତାବାଦୀଙ୍କ ପକ୍ଷରୁ ପୁଟିନ୍‌ଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ତେବେ ରୁଷିଆ ଉପରେ ଅଧିକ ଚାପ ବଢ଼ିଲେ ମସ୍କୋ ଅଣପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରେ ବୋଲି ପୁଟିନ୍‌ ଧମକ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri