ରୁଷିଆରେ ସୈନ୍ୟ ସଙ୍କଟ

କିଭ୍‌/ମସ୍କୋ,୧୯ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ସ୍ବପ୍ନ ଧୂଳିସାତ ହେବା ପରେ ତାଙ୍କ ଶକ୍ତିଶାଳୀ ସେନା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ମିଳୁଥିବା ସାମରିକ ସହାୟତାର ସଦୁପଯୋଗ କରି ୟୁକ୍ରେନ୍‌ ରୁଷୀୟ ପ୍ରତିପକ୍ଷକୁ ମୁହଁତୋଡ଼ ଜବାବ ଦେଉଛି। ଏଥିଯୋଗୁ ରୁଷିଆ ସଶସ୍ତ୍ର ବଳରେ ସୈନ୍ୟ ସଙ୍କଟ ଦେଖାଦେଇଛି। ଫଳରେ ପୁଟିନ୍‌ ଏହି ତଥାକଥିତ ‘ସ୍ବତନ୍ତ୍ର ସାମରିକ ଅପରେଶନ’ ପାଇଁ ଠିକା ସୈନ୍ୟ ନିଯୁକ୍ତିକୁ ଗୁରୁତ୍ୱ ଦେଇଛନ୍ତି। ରୁଷିଆ ସେନା ଭଲ୍ୟୁଣ୍ଟିୟରଙ୍କୁ ଆକର୍ଷିତ କରିବା ପାଇଁ ଭ୍ରାମ୍ୟମାଣ ନିଯୁକ୍ତି ଟ୍ରକ୍‌ ବ୍ୟବହାର କରୁଛି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ିବା ପାଇଁ ସେମାନଙ୍କୁ ଜଣ ପିଛା ମାସିକ ୩ ହଜାର ଆମେରିକୀୟ ଡଲାର ଦିଆଯିବ ବୋଲି ଘୋଷଣା କରାଯାଇଛି। ଦେଶଭକ୍ତ ନାଗରିକମାନଙ୍କୁ ଠିକାରେ ୩ କିମ୍ବା ୬ ମାସ ପାଇଁ ସ୍ପେଶିଆଲ ମିଲିଟାରି ଅପରେଶନ ଲାଗି ତାଲିମ ଓ ନିଯୁକ୍ତି ଦିଆଯିବ ବୋଲି ମେଜର ସର୍ଗେଇ ଆର୍ଡାଶେଭ୍‌ କହିଛନ୍ତି।
ରୁଷିଆ କିମ୍ବା ୟୁକ୍ରେନ୍‌ ନିଜ ସାମରିକ କ୍ଷୟକ୍ଷତିର ପ୍ରକୃତ ହିସାବ ଦେଉ ନ ଥିବାବେଳେ ଉଭୟ ପକ୍ଷର ବହୁ ଧନଜୀବନ ନଷ୍ଟ ହୋଇଥିବା ନେଇ ପାଶ୍ଚାତ୍ୟର ଗୋଇନ୍ଦା ସଂସ୍ଥାଗୁଡ଼ିକ ଆକଳନ କରିଛନ୍ତି। ମସ୍କୋ ନିଜ ସୈନ୍ୟଙ୍କ ମୃତ୍ୟୁସଂଖ୍ୟାକୁ ମାର୍ଚ୍ଚ ୨୫ ତାରିଖରୁ ଅପ୍‌ଡେଟ୍‌ କରିନାହିଁ। ସେତେବେଳେ ଏହି ସଂଖ୍ୟା ୧,୩୫୧ ଥିବାବେଳେ ଆହତ ସୈନ୍ୟଙ୍କ ସଂଖ୍ୟା ୩,୮୨୫ ରହିଥିଲା।

ନିଜ ଦେଶ ବିରୋଧରେ ଲଢ଼ିଥିଲେ ରୁଷୀୟ ଯୁବତୀ

ନିଜ ଦେଶ ବିରୋଧରେ ଲଢ଼େଇ କରି ପ୍ରାଣ ହରାଇଥିବା ରୁଷୀୟ ଯୁବତୀ ଓଲ୍‌ଗା ସିମୋନୋଭାଙ୍କୁ ଶୁକ୍ରବାର କିଭ୍‌ରେ ଶେଷ ସମ୍ମାନ ଜଣାଇଛନ୍ତି ୟୁକ୍ରେନ୍‌ବାସୀ। ଶେଷକୃତ୍ୟ ପୂର୍ବରୁ ତାଙ୍କ କଫିନକୁ ଏକ ନୀଳ ଓ ହଳଦିଆ ରଙ୍ଗର ୟୁକ୍ରେନୀୟ ପତାକାରେ ଘୋଡ଼ାଇ ଦିଆଯାଇଥିଲା। ତା’ ଉପରେ ରଖାଯାଇଥିଲା ଏକ ସିଂହ କଣ୍ଢେଇ।
୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବାର କିଛିଦିନ ପୂର୍ବରୁ ସିମୋନୋଭା ଡୋନ୍‌ବାସ ଅଞ୍ଚଳରେ ଥିଲେ। ସେଠାରେ ରୁଷିଆ ସମର୍ଥତ୍ତ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ଲଢ଼ୁଥିବା ୟୁକ୍ରେନୀୟ ସୈନ୍ୟଙ୍କୁ ସେ ଅନେକ ବର୍ଷ ଧରି ସେବା ପ୍ରଦାନ କରିଆସିଥିଲେ। ରୁଷିଆର ଚେଲ୍‌ୟାବିନ୍‌ସ୍କ ସହରରେ ଜନ୍ମିତ ସିମୋନୋଭାଙ୍କ ରୁଚି କ୍ରୀଡ଼ାରେ ରହିଥିବାବେଳେ ସେ ଉଭୟ ପର୍ବତାରୋହଣ ଓ କରାଟେରେ ଉତ୍କର୍ଷ ଲାଭ କରିଥିଲେ। ସିମୋନୋଭା ସବୁବେଳେ କହୁଥିଲେ, ରୁଷିଆ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ସେ ଗର୍ବିତ। କିନ୍ତୁ ଚେଚନ୍ୟାରେ ରୁଷିଆର ଯୁଦ୍ଧ ଏବଂ ୨୦୧୪ରେ ମସ୍କୋ ଦଖଲ କରିଥିବା ୟୁକ୍ରେନ୍‌ର ପୂର୍ବାଞ୍ଚଳସ୍ଥିତ ଡୋନ୍‌ବାସ୍‌ ରିଜିୟନ୍‌ ଓ କ୍ରିମିଆରେ ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ପଢ଼ିବା ପରେ ନିଜ ଦେଶ ଉପରେ ସେ ଅସନ୍ତୁଷ୍ଟ ଥିଲେ। ନିଜ ଦେଶମାତୃକାର ଜାତୀୟ ପତାକାକୁ ଆଉ କେବେ ଉଡ଼ାଇବା ସୁଯୋଗ ମିଳିବ କି ନାହିଁ ସେନେଇ ତାଙ୍କ ମନରେ ସନ୍ଦେହ ଜାତ ହେବାରୁ ସିମୋନୋଭା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ, ଯାହାକି ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଥିଲା। ଡୋନ୍‌ବାସରେ ପ୍ରଥମେ ଜଣେ ଭଲ୍ୟୁଣ୍ଟିୟର, ପରେ ପାରାମେଡିକ୍‌ ଓ ଶେଷରେ ସଶସ୍ତ୍ର ବଳର ବିଧିବଦ୍ଧ ସଦସ୍ୟ ରୂପେ କିଭ୍‌ ପକ୍ଷରୁ ଲଢ଼ିବା ଉଦ୍ଦେଶ୍ୟରେ ସେ ୟୁକ୍ରେନ୍‌ ଯାତ୍ରା କରିଥିଲେ। ୨୦୧୭ରେ ସିମୋନୋଭାଙ୍କୁ ୟୁକ୍ରେନ୍‌ ନାଗରିକତ୍ୱ ପ୍ରଦାନ କରାଯାଇଥିଲା। ପରେ ସେ ସେନାରେ ସର୍ଜେଣ୍ଟ ପଦ ହାସଲ କରିଥିଲେ। ୩୪ ବର୍ଷୀୟା ସିମୋନୋଭା ଅବିବାହିତା ଥିଲେ। ନିକଟରେ ତାଙ୍କୁ ଖେରସୋନ ରିଜିୟନ୍‌ରେ ମୁତୟନ କରାଯାଇଥିଲା, ଯେଉଁଠି ୟୁକ୍ରେନୀୟ ସୈନ୍ୟ ରୁଷୀୟ ବଳ ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ଚଳାଇଥିଲା। ସେପ୍ଟେମ୍ବର ୧୩ରେ ତାଙ୍କ ଗାଡ଼ି ଏକ ଲ୍ୟାଣ୍ଡ ମାଇନ୍‌କୁ ଧକ୍କା ଦେବା ପରେ ବିସ୍ଫୋରଣରେ ସିମୋନୋଭାଙ୍କ ମୃତ୍ୟୁ ଘଟିଥିଲା।

ଅଣପାରମ୍ପରିକ ଅସ୍ତ୍ର ବ୍ୟବହାର କଲେ ଭୟାବହ ଯୁଦ୍ଧ ହେବ: ବାଇଡେନ୍‌

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷୀୟ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କୁ ୟୁକ୍ରେନ୍‌ ବିରୋଧରେ ଅଣପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି। ଆଣବିକ କିମ୍ବା ରାସାୟନିକ ଅସ୍ତ୍ର ବ୍ୟବହାର କଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭଳି ଏହି ସଂଘର୍ଷ ମଧ୍ୟ ଭୟାବହ ହୋଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଗତ ସପ୍ତାହରେ ୟୁକ୍ରେନୀୟ ସୁରକ୍ଷା ବଳ ଉତ୍ତର-ପୂର୍ବାଞ୍ଚଳରୁ ରୁଷୀୟ ସୈନ୍ୟଙ୍କୁ ଘଉଡ଼ାଇଦେଇଥିଲେ। ଏହାକୁ ନେଇ ରୁଷିଆର ଜାତୀୟତାବାଦୀଙ୍କ ପକ୍ଷରୁ ପୁଟିନ୍‌ଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ତେବେ ରୁଷିଆ ଉପରେ ଅଧିକ ଚାପ ବଢ଼ିଲେ ମସ୍କୋ ଅଣପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରେ ବୋଲି ପୁଟିନ୍‌ ଧମକ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?