Advertisement

ମାଳିପଦର ଜଙ୍ଗଲରେ ମାଓବାଦୀ-ଏସ୍‌ଓଜି ଗୁଳିବିନିମୟ: ୨ ମାଓବାଦୀ ନିହତ

କୋରାପୁଟ ,୧୧।୧୧ (ସ୍ବ.ପ୍ର.):  କୋରାପୁଟ ଜିଲାର ବୈପାରିଗୁଡ଼ା ଥାନା ଅଧୀନ ମାଳିପଦର ଜଙ୍ଗଲରେ ଗୁରୁବାର ରାତିରେ ଏସ୍‌ଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ବନ୍ଧୁକ, ବହୁ ବିସ୍ଫୋରକ, ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମାଗ୍ରୀ ସହ ୧୦ବସ୍ତା ଗଞ୍ଜେଇ ଜବତ କରାଯାଇଛି ବୋଲି ଶୁକ୍ରବାର କୋରାପୁଟ ଏସ୍‌ପି କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।
ଡିଆଜିଙ୍କ ସୂଚନାନୁଯାୟୀ, ବୈପାରିଗୁଡ଼ାର ମାଳିପଦର, ବଦଳିପାହାଡ଼, ଅଟଲାଗୁଡ଼ା ଅଞ୍ଚଳରେ ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ବତନ୍ତ୍ର ଜୋନାଲ କମିଟିର ବହୁ ମାଓବାଦୀମାନେ ଏକାଠି ହୋଇ ବୈଠକ କରୁଥିବା ନେଇ ଗୋଇନ୍ଦା ବିଭାଗ ସୂଚନା ଦେଇଥିଲା। ଏହା ଆଧରରେ ଗୁରୁବାର ରାତିରେ କୋରାପୁଟ ଏସ୍‌ଓଜି ଗୋଟିଏ ଟିମ୍‌ ବୈପାରିଗୁଡ଼ା ଥାନା ଅଧୀନ ଅଟାଳଗୁଡ଼ା, ମାଳିପଦର, ବଦଳିପାହାଡ଼ ଗ୍ରାମ ନିକଟ ଜଙ୍ଗଲରେ କୋମ୍ବିଂ କରିଥିଲେ। ମାଳିପଦର ନିକଟ ଜଙ୍ଗଲରେ ପୋଲିସକୁ ଦେଖି ହଠାତ୍‌ ମାଓବାଦୀଙ୍କ ପକ୍ଷରୁ ଗୁଳିଚଳାନା ଆରମ୍ଭ ହୋଇଥିଲା। ପୋଲିସ ମଧ୍ୟ ପାଲଟା ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ସେଠାରେ ଥିବା ୧୦ରୁ ୧୫ ମାଓବାଦୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇ ଖସିଯାଇଥିଲେ। ତଳାସିବେଳେ ଘଟଣାସ୍ଥଳରୁ ୨ ମାଓବାଦୀଙ୍କ ମୃତଦେହ ମିଳିଥିଲା। ଘଟଣାସ୍ଥଳରୁ ୩ଟି ଦେଶୀ ବନ୍ଧୁକ, ୨ ଯୋଡା ମାଓବାଦୀ ପୋଷାକ, ୫ଟି ଡିଟୋନେଟର, ଗୋଟିଏ ବଣ୍ଡଲ କୋଡେକ୍ସ ତାର, ଗୋଟିଏ ମୋବାଇଲ ଚାର୍ଜର, ୩ଟି ବୁଲେଟ ଖୋକା, ଗୋଟିଏ ଟିଫିନ ବମ୍‌, ୧୦ ବସ୍ତା ଗଞ୍ଜେଇ, ୫ଟି ପଳିଥିନସିଟ, ମାଓବାଦୀଙ୍କ ପୁସ୍ତକ ଓ ପତ୍ରିକା, ମେଡିସିନ ଆଦି ମିଳିଛି। ମୃତଦେହ ଚିହ୍ନଟ ପାଇଁ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ୭୨ ଘଣ୍ଟା ଯାଏ ମୃତଦେହ ରଖାଯିବ। ଏହା ମଧ୍ୟରେ ମୃତଦେହ ନେବାକୁ ଯଦି କେହି ନ ଆସନ୍ତି ତା’ର ସତ୍କାର କରାଯିବ ବୋଲି ଡିଆଇଜି କହିଛନ୍ତି। କୋରାପୁଟ ଜିଲାରେ ବୈପାରିଗୁଡ଼ା ବ୍ଲକର ତୁଳସୀପାହାଡ଼, ବଦଳିପାହାଡ, ମାଳିପଦରରେ ଏବେବି ବହୁ ମାଓବାଦୀଙ୍କ ଗତିବିଧି ରହିଥିବା ସ୍ପଷ୍ଟ ହୋଇଛି। ଉପରୋକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଡିଆଇଜି ରାକେଶ କହିଛନ୍ତି। ଖବରଦାତା ସମ୍ମିଳନୀରେ କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲି, ବୈପାରିଗୁଡ଼ାସ୍ଥିତ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ଅଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାମୁନିରେ ଯୁବକଙ୍କୁ ବିଭତ୍ସ ଭାବେ ହାଣି ହତ୍ୟା , ସାଇଣ୍ଟିଫିକ ଟିମ୍ ସହ ପୋଲିସର ତଦନ୍ତ, ଖଣ୍ଡା-ଠେଙ୍ଗା-ଯୋତା ଜବତ

ପୁରୁଷୋତ୍ତମପୁର,୮/୬(ଡିଏନ୍ଏ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ମଙ୍ଗଳବାର ରାତ୍ରରେ ଦୁଇ ଜଣ ଯୁବକଙ୍କୁ  ଆକ୍ରମଣ କରାଯାଇଛି। ଏଥିରେ ଯୋଗେଶ ବେହେରା...

ସୁପ୍ରିମ୍‌କୋର୍ଟ ବିଚାରପତିଙ୍କୁ ଶ୍ରୀମନ୍ଦିରରେ ଦୁର୍ବ୍ୟବହାର

ପୁରୀ ଅଫିସ, ୨୦ା୧୦: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ସେବାୟତ, କର୍ମଚାରୀ, ଜେଟିପି(ଜଗନ୍ନାଥ ଟେମ୍ପୁଲ ପୋଲିସ)ଙ୍କୁ ବାରମ୍ବାର ଶୃଙ୍ଖଳାର ଜ୍ଞାନ ପଢ଼ାଉଛି...

ବ୍ରହ୍ମ ତାଳଧ୍ୱଜ

ଶ୍ରୀକ୍ଷେତ୍ର ତୁଲ୍ୟ ତୁଳସୀ କ୍ଷେତ୍ରରେ ବାରମାସରେ ତେରଯାତ ପାଳିତ ହୋଇଥାଏ। ତନ୍ମଧ୍ୟରୁ ରଥଯାତ୍ରା ମୁଖ୍ୟ। ତୁଳସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥର ନାମ ବ୍ରହ୍ମ...

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଲୁଟ୍‌ ପାଇଁ ଗୁଳିମାଡ଼: ଟଙ୍କା ବଦଳରେ ଖାଲି ବାଗ୍‌ ନେଇ ଚମ୍ପଟ

ଚଣ୍ଡିଖୋଲ, ୧।୩ (ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବୈରୀ ଥାନା ଅଧୀନ ନେଳିଆ ଠାରେ ପେଟ୍ରୋଲ ପମ୍ପର...

କନ୍ୟା ସନ୍ତାନ ଜନ୍ମଦେଲେ ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ଫେରୁଥିବା ପ୍ରବାସୀ ମହିଳା

ରାୟଗଡ଼ା ଅଫିସ,୧୩।୬: ଦକ୍ଷିଣ ଭାରତରୁ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ ଫେରିବାରେ ଲାଗିଛନ୍ତି ପ୍ରବାସୀ। ଶୁକ୍ରବାରଠାରୁ ଶନିବାର ସକାଳ ପର୍ଯ୍ୟନ୍ତ ୬ଟି ସତନ୍ତ୍ର ଟ୍ରେନରେ ବିଭିନ୍ନ...

ନେଇଗଲେ ଅଢ଼େଇ ଲକ୍ଷ ଟଙ୍କା, ସୁନା

ଛେଣ୍ଡିପଦା,୨ା୩(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ମୁଖାପିନ୍ଧି ଆସିଥିବା ୬ଜଣ ଦୁର୍ବୃତ୍ତ ଜଣେ ପୂଜକଙ୍କ ଘରେ...

ନୟାଗଡ଼ରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ

ନୟାଗଡ଼ ଅଫିସ,୩୦ା୯:  ଗୋଟିଏ ଦିନରେ ନୟାଗଡ଼ରେ ୩ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ନୟାଗଡ଼ ବ୍ଲକ ଲାଉସେଣା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ...

ସୁନ୍ଦରଗଡ଼ ମେଡିକାଲ କଲେଜରେ ୧୦୦ ସିଟ୍‌ ଲାଗି ଅନୁମୋଦନ

ସୁନ୍ଦରଗଡ଼, ୨୦।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହରର ଶଙ୍କରାଠାରେ ନିର୍ମିତ ନୂତନ ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠପଢା ଲାଗି ନ୍ୟାଶନାଲ ମେଡିକାଲ କମିଶନ ବିଧିବଦ୍ଧ ଅନୁମତି ଦେଇଛନ୍ତି।...

Advertisement
Archives

Model This Week