ପ୍ରବାସୀ ହଟହଟା

ନିକଟରେ ଆମେରିକାର ଟେକ୍ସାସ ଅନ୍ତର୍ଗତ ପ୍ଲାନୋରେ ୪ ଜଣ ଭାରତୀୟ ମହିଳା ବର୍ଣ୍ଣବଦ୍ୱେଷର ଶିକାର ହୋଇଥିଲେ। ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ମହିଳା ହେଉଛନ୍ତି ମେକ୍ସିକୀୟ-ଆମେରିକୀୟ ଏସ୍‌ମେରାଲ୍ଡା ଅପଟୋନ୍‌। ସେ ଭାରତୀୟ ମହିଳାଙ୍କୁ କହିଥିଲେ ‘ମୁଁ ତୁମ ଭଳି ଭାରତୀୟଙ୍କୁ ଘୃଣା କରେ (ଆଇ ହେଟ୍‌ ୟୁ ଇଣ୍ଡିଆନ୍ସ)। ତୁମ୍ଭେମାନେ ଉନ୍ନତ ଜୀବନ ବିତାଇବାକୁ ଆମେରିକା ଆସିଛ। ଭାରତକୁ ଫେରିଯାଅ କହି ସେମାନଙ୍କୁ ସେ ଦୁର୍ବ୍ୟବହାର କରିଥିଲେ। ସମ୍ପୃକ୍ତ ଭାରତୀୟଙ୍କ ପ୍ରତି ଏସ୍‌ମେରାଲ୍ଡାଙ୍କ ଏଭଳି ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ସେ ନିଜେ ମେକ୍ସିକୀୟ ହୋଇଥିବାରୁ ଆମେରିକାରେ ପ୍ରବାସୀ ଭାବେ ଗଣାଯିବେ। ଯେହେତୁ ଭାରତୀୟମାନେ ଆମେରିକାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି, ସେହେତୁ ତାଙ୍କ କ୍ରୋଧ ପ୍ରକାଶ ପାଇଥିବା ଅନୁମାନ କରାଯାଇପାରେ। ଏହା ପଛରେ ଅଧିକ କାରଣ ଖୋଜିଲେ ଦେଖାଯାଏ ଯେ, ଭାରତୀୟମାନେ ବିଦେଶରେ କେବଳ ଅପର୍ଯ୍ୟାପ୍ତ ଅର୍ଥ ଉପାର୍ଜନ ପଛରେ ଗୋଡ଼ାଇଥାଆନ୍ତି। ସାଧାରଣରେ ସେମାନେ ସ୍ଥାନୀୟ ଲୋକଙ୍କ ପ୍ରତି ସାହାଯ୍ୟ କିମ୍ବା ସହାନୁଭୂତି ଦେଖାଇ ନ ଥାଆନ୍ତି। ଏକାକୀ ଧନ ଅର୍ଜନ କରି ସୁଖରେ ରହିବାର ଉଦ୍ଦେଶ୍ୟ ସର୍ବଉପରେ ହୋଇଯାଇଥିବାରୁ ଭାରତୀୟମାନେ ଏକଘରିକିଆ ହୋଇଯାଉଛନ୍ତି। ସେମାନେ କେବଳ ଭାରତୀୟଙ୍କ ସହିତ ସମ୍ପର୍କ ରଖନ୍ତି ଏବଂ ସ୍ଥାନୀୟ ଲୋକଙ୍କ ସହିତ ସାମାଜିକ ସମ୍ବନ୍ଧ ସ୍ଥାପନ କରିବାକୁ ଚେଷ୍ଟା କରନ୍ତି ନାହିଁ। କେବଳ ଆମେରିକା ନୁହେଁ, ଇଂଲିଶ ଭାଷୀ ରାଷ୍ଟ୍ର ବ୍ରିଟେନ, ଅଷ୍ଟ୍ରେଲିଆ ଏପରି କି ଦକ୍ଷିଣ ଆଫ୍ରିକା, ଥାଇଲାଣ୍ଡ ଓ ସିଙ୍ଗାପୁରରେ ମଧ୍ୟ ଭାରତୀୟମାନଙ୍କ ଏହି ଚରିତ୍ର ଯୋଗୁ ସେମାନେ ହଟହଟା ହୋଇଆସୁଛନ୍ତି।
ଜଣାଶୁଣା ଯେ, ଭାରତୀୟମାନେ ଆଫ୍ରିକୀୟ-ଆମେରିକୀୟମାନଙ୍କୁ ଘୃଣା ଚକ୍ଷୁରେ ଦେଖନ୍ତି ଓ ସେମାନଙ୍କଠାରୁ ଦୂରେଇ ରହନ୍ତି। ଅନ୍ୟପଟେ ଗୋରାମାନେ ଭାରତୀୟଙ୍କୁ ହୀନ ଚକ୍ଷୁରେ ଦେଖନ୍ତି ଏବଂ ସେମାନଙ୍କ ସହିତ ସାମାଜିକ ସମ୍ପର୍କ ରଖିବାକୁ କୁଣ୍ଠାବୋଧ କରନ୍ତି। ଏପରିକି ଭାରତୀୟମାନଙ୍କୁ ଅନେକ ସ୍ଥାନରେ ମଧ୍ୟ ଘରଭଡ଼ା ମିଳେ ନାହିଁ। ସେମାନେ ବାଧ୍ୟହୋଇ ନିଜେ ଘର କିଣି ରହନ୍ତି। ଆମେରିକା ଭଳି ଦେଶରେ କେବଳ ଭାରତୀୟ ନୁହନ୍ତି, ଚାଇନା ଓ କୋରିଆ ଭଳି ଦେଶରୁ ଯାଇଥିବା ପ୍ରବାସୀମାନଙ୍କୁ ଏସୀୟ କହି ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥାଏ। ଏହି ଘୃଣାର ଅତ୍ୟଧିକ ମାତ୍ରା ପହଞ୍ଚତ୍ଥିଲା କରୋନା ସମୟରେ। ଅନ୍ୟ ଏକ ଘଟଣାକୁ ଦେଖିଲେ କିଛିବର୍ଷ ପୂର୍ବେ କାନାଡ଼ାର ଏକ ଯୁବଗୋଷ୍ଠୀ ‘ଡଟ୍‌ ବଷ୍ଟର’ ଅର୍ଥାତ୍‌ ଭାରତୀୟ ମହିଳା ବ୍ୟବହାର କରୁଥିବା ‘ବିନ୍ଦିକୁ ମାଡ଼’ ଗୋଷ୍ଠୀ ନାମରେ ସୃଷ୍ଟି ହୋଇଥିଲେ। ଅନେକକାଳ ପର୍ଯ୍ୟନ୍ତ ସେହି ଗୋଷ୍ଠୀ ଭାରତୀୟ ଦୋକାନୀ ଓ ବ୍ୟବସାୟୀମାନଙ୍କୁ ଯେଉଁଠି ଦେଖିଲେ ସେଠି ପିଟିଲେ।
ବିଦେଶରେ କାର୍ଯ୍ୟ କରିବାର ବୟସ ଶେଷ ହେବାପରେ ଅଧିକାଂଶ ଭାରତୀୟ ସ୍ବଦେଶ ଫେରିବାକୁ ଇଚ୍ଛୁକ ଥିବା ସ୍ପଷ୍ଟ ଜଣାପଡ଼େ। ସେମାନେ ଅନେକ ଅର୍ଥ ଖର୍ଚ୍ଚ କରି ନିଜ ନିଜ ରାଜ୍ୟରେ ବିରାଟକାୟ ଜମି ଓ ଘର କିଣୁଛନ୍ତି। ବିଦେଶରେ ନିଜକୁ ସମ୍ପୂର୍ଣ୍ଣ ଭାବେ ଏକାକୀ ବୋଲି ହୃଦ୍‌ବୋଧ କରି ବୁଢ଼ା ବୟସରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ ଇଚ୍ଛୁକ ଏହି ପ୍ରବାସୀ ନାଗରିକ ଯୁବାବସ୍ଥାରେ ଦେଶକୁ ଗୋଇଠା ମାରି ଚାଲିଯାଇଥିଲେ। ମନେ ରଖିବାକୁ ହେବ ଯେ, ଏଭଳି ଲୋକ ଭାରତୀୟ କରଦାତାଙ୍କ ଅର୍ଥବ୍ୟୟ କରି ଏବଂ ଭାରତୀୟ ସମାଜର ସୁବିଧା ନେଇ ଆଇଆଇଟି, ବିଭିନ୍ନ ମେଡିକାଲ କଲେଜରୁ ପାଠ ପଢ଼ିସାରିବା ପରେ ନିଜ ଦେଶକୁ ଛାଡ଼ି ଅନ୍ୟତ୍ର ପଳାଇଥିଲେ।
ଭାରତୀୟଙ୍କ ତୁଳନାରେ ମେକ୍ସିକୋ କିମ୍ବା ଦକ୍ଷିଣ ଆମେରିକୀୟ ସ୍ପାନିସ୍‌ ଭାଷୀ ଲୋକେ ସାଧାରଣରେ ଉତ୍ତର ଆମେରିକାରେ ଲେବର କ୍ଲାସ୍‌ ବା ଶ୍ରମଜୀବୀ ଗୋଷ୍ଠୀ ଭାବେ ଜୀବନ ନିର୍ବାହ କରନ୍ତି। ସେମାନଙ୍କୁ ସ୍ଥାନୀୟ ଗୋରା ଲୋକ ମୂଲିଆ, ମିସ୍ତ୍ରି ଭାବେ ଦେଖିଥାଆନ୍ତି। କଳା ଲୋକ (ଆଫ୍ରିକୀୟ-ଆମେରିକୀୟ)ଙ୍କ ପାଇଁ ଯେଉଁ ପ୍ରବଳ ଘୃଣାଭାବ ବର୍ଣ୍ଣବିଦ୍ୱେଷ ଭାବେ ରହିଆସିଛି, ତାହା ଏବେ ମଧ୍ୟ ହ୍ରାସ ପାଉନାହିଁ। କିନ୍ତୁ ଭାରତୀୟଙ୍କଠାରେ ସେହି ପରିମାଣର ଘୃଣାଭାବ ପରିଲକ୍ଷିତ ହେଉ ନ ଥିବା ବେଳେ ସେମାନେ ମଧ୍ୟ ବର୍ଣ୍ଣବୈଷମ୍ୟର ଶିକାର ହୋଇ ଆସୁଛନ୍ତି। ଏହିସବୁ ବିଭିନ୍ନ ପରିସ୍ଥିତିକୁ ଦେଖିଲେ ଭାରତୀୟମାନେ ସାମ୍ନା କରୁଥିବା କ୍ରୋଧ ପାଇଁ ନିଜେ ନିଜକୁ ଦୋଷ ଦେବା ଦରକାର। ଦୁବାଇ କିମ୍ବା ଆବୁଧାବିକୁ ଯାଉଥିବା ଭାରତୀୟ ମୂଲିଆଙ୍କଠାରୁ ଆରମ୍ଭକରି ଆମେରିକା ଯାଉଥିବା ଆଇଟି ପ୍ରଫେଶନାଲଙ୍କ ଆଭିମୁଖ୍ୟ ଏକପ୍ରକାର ହୋଇଯାଇଛି। କେବଳ ଅର୍ଥ ଅର୍ଜନ କରିବାର ଲକ୍ଷ୍ୟ ନେଇ ଯାଉଥିବା ଭାରତୀୟମାନେ ସ୍ଥାନୀୟ ଲୋକଙ୍କ ସହିତ ସାମାଜିକ ସମ୍ପର୍କ ଗଠନ ପାଇଁ କୌଣସି ଇଚ୍ଛା ପ୍ରକାଶ କରନ୍ତି ନାହିଁ। ଜଣେ କଳା କିମ୍ବା ଗୋରା ଆମେରିକୀୟ ଭଲ ଭାବେ ବଞ୍ଚତ୍ବା ପାଇଁ ଅର୍ଥ ଅର୍ଜନ କରିସାରିବା ପରେ, ଅଧିକାଂଶ ସମୟରେ ଦେଖାଯାଏ ନିଜର ପଡ଼ୋଶୀ କିମ୍ବା ଅଞ୍ଚଳରେ ସାମାଜିକ ସେବା କ୍ଷେତ୍ରରେ ସକ୍ରିୟ ହୋଇଥାଆନ୍ତି। ସେମାନଙ୍କ ତୁଳନାରେ ଭାରତୀୟମାନେ ଗୋଟିଏ ଡଲାର ମଧ୍ୟ କାହାରିକୁ ସାହାଯ୍ୟ କରିବାକୁ ଚିନ୍ତା କରନ୍ତି ନାହିଁ। ସବୁ ଭାରତୀୟ ଏହି ଗୋଷ୍ଠୀରେ ପଡୁଥିବା ବେଳେ ସେହି ମାଟିରୁ ଯାଉଥିବା ପଞ୍ଜାବୀ ଶିଖ୍‌ମାନେ ସବୁବେଳେ ଦାତବ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିବାର ଦେଖାଯାଏ। ଏହାର ଅର୍ଥ ନୁହେଁ ଯେ, ସେମାନେ ଗାଳି ଶୁଣନ୍ତି ନାହିଁ କିମ୍ବା ସେମାନଙ୍କୁ ଟାର୍ଗେଟ କରାଯାଏ ନାହିଁ।
ଏଠାରେ ଆଉ ଏକ ପ୍ରସଙ୍ଗ ମନେପଡ଼େ। ପଞ୍ଜାବର ଅମୃତସର ସ୍ବର୍ଣ୍ଣମନ୍ଦିରରେ ଖଲିସ୍ତାନୀଙ୍କୁ ହଟାଇବା ପାଇଁ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ହୋଇଥିବା ‘ବ୍ଲୁ-ଷ୍ଟାର’ ଅପରେଶନରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ବୁଟା ସିଂଙ୍କ ବଡ଼ ଭୂମିକା ରହିଥିଲା। ବୁଟା ସିଂଙ୍କୁ ସେତେବେଳେ କ୍ଷମା ମାଗିବାକୁ କୁହାଯାଇଥିଲା। ହେଲେ ସେଠାକାର ଗ୍ରନ୍ଥି ବା ଧର୍ମଗୁରୁମାନେ ତାଙ୍କ କ୍ଷମାକୁ ସ୍ବୀକାର କରି ତାଙ୍କୁ ‘କର ସେବା’ ଆଳରେ ସ୍ବର୍ଣ୍ଣମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଜୋତା ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭାରତରେ ସେବାକୁ ସର୍ବଦା ଧର୍ମ ସହ ଯୋଡ଼ି ଦିଆଯାଇଥାଏ। ଏପରି କି ସରକାରଙ୍କୁ ଆଇନ ପ୍ରଣୟନ କରି କମ୍ପାନୀଗୁଡ଼ିକୁ କର୍ପୋରେଟ୍‌ ସୋସିଆଲ୍‌ ରେସପନ୍‌ସିବିଲିଟି (ସିଏସ୍‌ଆର୍‌) ନାମରେ ଲାଭର କ୍ଷୁଦ୍ର ଅଂଶ ଜନତାଙ୍କ ସେବାରେ ଲଗାଇବାକୁ ବାଧ୍ୟ କରାଯାଉଛି। ସେହି ଅର୍ଥକୁ ମଧ୍ୟ ସମସ୍ତେ ବାଟମାରଣା କରିବା ସକାଶେ ଉଦ୍ଦେଶ୍ୟ ରଖି ଜଗି ବସିଛନ୍ତି। ଅର୍ଥାତ୍‌ ଭାରତୀୟଙ୍କ ରକ୍ତରେ ଜନ କିମ୍ବା ସାମାଜିକ ସେବାର ତିଳେମାତ୍ର ଲକ୍ଷଣ ନ ଥିବାରୁ ତାହାର କୁପ୍ରଭାବ ସବୁ ଭାରତୀୟଙ୍କ ଉପରେ ପଡ଼ୁଛି। ଯଦି ପାଶ୍ଚାତ୍ୟ ବିଶେଷକରି ଆମେରିକାକୁ ଦେଖାଯାଏ, ସେଠାରେ ଧନୀ ଲୋକ ସେମାନଙ୍କ ଆୟର ଅନେକାଂଶ ଦାତବ୍ୟ ଅନୁଷ୍ଠାନକୁ ସ୍ବଇଚ୍ଛାରେ ଦାନ କରିବାକୁ ଆଗେଇ ଆସିଥାନ୍ତି। ଭାରତରୁ ଯାଇ ସେଠାରେ ବଡ଼ ଡାକ୍ତର ହେବା ବା ଆଇଟି ପ୍ରଫେଶନାଲ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ବହୁତ ପଇସା ରୋଜଗାର କରୁଛନ୍ତି, ସମ୍ପତ୍ତି ଯଥା ବଡ଼ ଘର ଓ ଗାଡ଼ି କରିବା ସହ ଅନେକେ ନିଜର ବ୍ୟବସାୟକୁ ମଧ୍ୟ ବିସ୍ତାର କରିପାରିଛନ୍ତି। ହେଲେ ସେମାନଙ୍କ ନିକଟରେ ଦାନ କରିବା ମାନସିକତା ଦେଖାଯାଇ ନ ଥାଏ। ପ୍ଲାନୋ ଘଟଣା ପରେ ବିଦେଶରେ ରହୁଥିବା ଭାରତୀୟମାନେ ସେମାନଙ୍କ ଚରିତ୍ରଗତ ଦୁର୍ବଳତା ସମ୍ପର୍କରେ ଚିନ୍ତା କରିବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?