ଅଧ ରାତି ହେଲେ ଅସହାୟ

ଅନୁଗୋଳ ଅଫିସ, ୧୭ା୯ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ଅନୁଗୋଳ ସହ ପଡ଼ୋଶୀ ଜିଲାଗୁଡ଼ିକର ଲକ୍ଷାଧିକ ରୋଗୀ ନିର୍ଭର କରନ୍ତି। ହେଲେ ଦିନରେ ଦଲାଲଙ୍କ ଶୋଷଣର ଶିକାର ହେଉଥିବା ରୋଗୀମାନେ ରାତି ଅଧରେ ଏଠାରେ ଅତ୍ୟନ୍ତ ଅସହାୟ ହୋଇପଡ଼ୁଛନ୍ତି। ଡ୍ୟୁଟିରେ ଥିବା ନର୍ସ, ସହାୟକ କର୍ମଚାରୀ କବାଟ କିଳି ଶୋଇପଡ଼ୁଥିବାରୁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ବୁଧବାର ବିଳମ୍ବିତ ରାତିରେ ସ୍ତ୍ରୀ ଲଳିତା ବେହେରାଙ୍କୁ ଚିକିତ୍ସା ପାଇଁ ଆଣିଥିବା ଢେଙ୍କାନାଳ ଜିଲାର ନୟା ବେହେରା ଦୀର୍ଘ ସମୟ ଆଇସୋଲେଶନ ଓ୍ବାର୍ଡ ବାହାରେ ପଡ଼ିରହିବା ଘଟଣା ଜଣାପଡ଼ିବା ପରେ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପାଇଁ ଡାକ୍ତରଙ୍କ ବ୍ୟତୀତ ୮୦ରୁ ଊର୍ଦ୍ଧ୍ୱ ନର୍ସ ରହିଛନ୍ତି। ଜଣେ ମ୍ୟାନେଜରଙ୍କ ସହ ମୋଟ୍‌ ୧୧ ଜଣ ହେଲ୍ପ ଡେସ୍କ କର୍ମଚାରୀ ଅଛନ୍ତି। ୩ଟି ଶିଫ୍ଟରେ ଏମାନେ ଡ୍ୟୁଟି କରୁଛନ୍ତି। ବିଶେଷକରି ରାତିରେ କାଜୁଆଲଟି ଓ ଆଇସୋଲେଶନ ଓ୍ବାର୍ଡରେ ଜଣେ ଲେଖାଏ ଷ୍ଟାଫ ନର୍ସ ଓ ସହାୟକଙ୍କୁ ରଖାଯାଉଛି। ସେହିପରି ୨ ଜଣ ହେଲ୍ପ ଡେସ୍କ କର୍ମଚାରୀ କାଜୁଆଲଟିରେ ଉପସ୍ଥିତ ରହିବାର ନିର୍ଦ୍ଦେଶ ରହିଛି। କିନ୍ତୁ ବିଳମ୍ବିତ ରାତିରେ ଏମାନଙ୍କ ମଧ୍ୟରୁ କାହାରି ଦେଖା ମିଳୁ ନ ଥିବା ଅନେକ ସମୟରେ ଅଭିଯୋଗ ହେଉଛି। ଷ୍ଟାଫ ନର୍ସ ଓ ସହାୟକ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍‌ରେ ଶୋଇ ପଡ଼ୁଥିବାବେଳେ ବିଭିନ୍ନ ବାହାନା ଦେଖାଇ ହେଲ୍ପ ଡେସ୍କ କର୍ମଚାରୀ ବାହାରକୁ ଚାଲିଯାଉଛନ୍ତି। ଫଳରେ ଜରୁରୀ ଚିକିତ୍ସା ପାଇଁ ରାତିରେ ଆସୁଥିବା ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା ମିଳିପାରୁ ନାହିଁ। ଏପରି କି ବିଭିନ୍ନ ଓ୍ବାର୍ଡରେ ମଧ୍ୟ ରୋଗୀ ସମାନ ଅବସ୍ଥା ଭୋଗୁଛନ୍ତି। ବୁଧବାର ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଢେଙ୍କାନାଳର ନୟା ବେହେରା ତାଙ୍କ ସ୍ତ୍ରୀଙ୍କୁ ଧରି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଆସିଥିଲେ। ହେଲେ ଘଣ୍ଟାଏ କାଳ ଷ୍ଟ୍ରେଚରରେ ସ୍ତ୍ରୀଙ୍କୁ ପକାଇ ରଖି ସହାୟତା ଓ ଚିକିତ୍ସା ପାଇଁ କର୍ମଚାରୀମାନଙ୍କୁ ଖୋଜିଥିଲେ ହେଁ କାହାରିକୁ ପାଇ ନ ଥିଲେ। ନର୍ସ ଓ ସହାୟକଙ୍କ ରୁମ୍‌ କବାଟ ବାଡେଇଥିଲେ ହେଁ ସେମାନେ ଆସି ନ ଥିଲେ। ଏହି ସମୟରେ ଜଣେ ଖବରଦାତା ପହଞ୍ଚି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କୁ ଯୋଗାଯୋଗ କରିବା ପରେ କର୍ମଚାରୀମାନେ ପହଞ୍ଚି ସହାୟତା କରିବା ସହ ଅକ୍ସିଜେନ ଲଗାଇଥିଲେ। ଗୁରୁବାର ଏହି ଘଟଣା ପଦାକୁ ଆସିବା ପରେ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ବ୍ୟବସ୍ଥା ନ ସୁଧୁରିଲେ ଆନ୍ଦୋଳନ
ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଏପରି ଯନ୍ତ୍ରଣାରେ ପକାଇ ରଖିବା ଘଟଣା ବାରମ୍ବାର ଦେଖାଯାଉଛି। ସ୍ଥିତି ସୁଧାରିବାକୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଉଛି। ଏଭଳି ଅବ୍ୟବସ୍ଥା ଲାଗି ରହିଲେ ଆଗକୁ ଆନ୍ଦୋଳନ କରାଯିବ।
-ବିପ୍ଳବ ଜେନା, ଜିଲା କଂଗ୍ରେସ ସଭାପତି

ଦଲାଲ ରାଜ୍‌ ଚାଲିଛି
ମେଡିକାଲରେ ଦଲାଲ୍‌ ରାଜ୍‌ ଚାଲିଥିବାରୁ ଶାସନ ପ୍ରତି କାହାରି ଭୟ ରହୁନାହିଁ। ସିଡିଏମ୍‌ଓ ସ୍ଥାନୀୟ ଲୋକ ହୋଇଥିବାରୁ ସ୍ବାସ୍ଥ୍ୟାବସ୍ଥା ସୁଧୁରିବ ବୋଲି ଲୋକମାନେ ଆଶା କରିଥିଲେ। କିନ୍ତୁ ସେଭଳି ପରିବର୍ତ୍ତନ ଆସିନାହିଁ। ଭଗବାନଙ୍କ ଭରସାରେ ମେଡିକାଲ ଚାଲିଛି।
-ଦିଲେଶ୍ୱର ପ୍ରଧାନ, ଜିଲା ଭାଜପା ସଭାପତି

ଜନପ୍ରତିନିଧି ନୀରବଦ୍ରଷ୍ଟା
ପ୍ରଶାସନର ଢିଲା ପଣ ଯୋଗୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନେ ଏପରି ଯନ୍ତ୍ରଣା ପାଉଛନ୍ତି। ଏଠାରେ ଡାକ୍ତର ଓ କର୍ମଚାରୀ ଅଭାବ ପୂରଣ ହୋଇପାରିଲା ନାହିଁ। ଜନପ୍ରତିନିଧିମାନେ ନୀରବଦ୍ରଷ୍ଟା ସାଜିଥିବାରୁ ଏପରି ଅବ୍ୟବସ୍ଥା ସୃଷ୍ଟି ହୋଇଛି।
-ଆଡଭୋକେଟ୍‌ ପ୍ରମୋଦ ପ୍ରଧାନ, ଆବାହକ, ଜନଜୀବନ ସୁରକ୍ଷା କମିଟି

ଅନ୍ୟ ରୋଗୀଙ୍କୁ ଦୟା କରନ୍ତୁ
ନିଃଶ୍ୱାସ ନେବାରେ ସମସ୍ୟା ହେବାରୁ ସ୍ତ୍ରୀ ଲଳିତାଙ୍କୁ ଚିକିତ୍ସା ପାଇଁ ଅନୁଗୋଳ ଆଣିଥିଲି। କିନ୍ତୁ ବାବୁମାନେ ନିଦରେ ଶୋଇଥିବାରୁ ମୋ ସ୍ତ୍ରୀଙ୍କୁ ଘଣ୍ଟାଏ କାଳ ଯନ୍ତ୍ରଣା ଭୋଗିବାକୁ ପଡ଼ିଲା। ମତେ ସହାୟତା ନ କଲେ ନାହିଁ, ଅନ୍ୟ ରୋଗୀଙ୍କ ପ୍ରତି ଟିକେ ଦୟା କରନ୍ତୁ।
-ନୟା ବେହେରା, ଢେଙ୍କାନାଳ

ଘଟଣାର ଅନୁଧ୍ୟାନ କରାଯିବ
ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ଶୋଇପଡ଼ୁଥିବା କଥା ଜଣି ନ ଥିଲି। ଏଭଳି ଘଟଣାର ଅନୁଧ୍ୟାନ କରାଯିବ। ଆଗକୁ ଯେପରି ଏହାର ପୁନରାବୃତ୍ତି ନ ହେବ ଓ ରୋଗୀମାନେ ତ୍ୱରିତ ଚିକିତ୍ସା ପାଇବେ, ସେ ଦିଗରେ ପଦକ୍ଷେପ ନିଆଯିବ।
-ଡାକ୍ତର ତ୍ରିଲୋଚନ ପ୍ରଧାନ, ସିଡିଏମ୍‌ଓ


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri