Posted inଖେଳ

୨୬୫ ରନ୍‌ରେ ଅଟକିଲା ବାଂଲାଦେଶ

କଲମ୍ବୋ,୧୫।୯: କଲମ୍ବୋସ୍ଥିତ ଆର୍‌.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ୨୦୨୩ ଏସିଆ କପ୍‌ର ସୁପର-୪ର ଷଷ୍ଠ ମ୍ୟାଚ୍‌ରେ ଭାରତ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ ସାକିବୁଲ ହସନ ଏବଂ ହାଓହିଦ ହ୍ରିଦୟଙ୍କ ଲଢୁଆ ବ୍ୟାଟିଂ ବଳରେ ବାଂଲାଦେଶ ୫୦ ଓଭରରେ ୮ ଉଇକେଟ ହରାଇ ୨୬୫ ରନ୍‌ କରିବାରେ ସକ୍ଷମ ହୋଇଛି। ଫଳରେ ଭାରତ ଆଗରେ ୨୬୬ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ବାଂଲାଦେଶ।

ଆରମ୍ଭରୁ ଭାରତୀୟ ବୋଲର ମାପଚୁପ୍‌ ବୋଲିଂ କରି ବାଂଲାଦେଶୀ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ। ଫଳରେ ବାଂଲାଦେଶ ୨୮ ରନ୍‌ରେ ୩ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ହେଲେ ଅଧିନାୟକ ସାକିବୁଲ ହସନ ଏବଂ ହାଓହିଦ ହ୍ରିଦୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ସାକିବୁଲ ୮୫ ବଲ୍‌ ଖେଳି ୬ ଚୌକା ଏବଂ ୩ ଛକା ସହାୟତାରେ ୮୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ସେହିପରି ହ୍ରିଦୟ ୮୧ ବଲ୍‌ ଖେଳି ୫ ଚୌକା ଏବଂ ୨ ଛକା ସହାୟତାରେ ୫୪ ରନ୍‌ କରିଥିଲେ।

ଶେଷ ଓଭର ବେଳକୁ ନସୁମ ଅହମ୍ମଦ ଏବଂ ମେହେଦି ହସନ ଦମ୍‌ଦାର ବ୍ୟାଟିଂ କରି ଦଳର ରନ୍‌କୁ ୨୬୫ରେ ପହଞ୍ଚାଇଥିଲେ। ନସୁମ ୪୪ ରନ୍‌ କରିଥିବା ବେଳେ ମେହେଦି ୨୫ ରନ୍‌ କରିଥିଲେ । ଫଳରେ ବାଂଲାଦେଶ ୨୬୫ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଭାରତର ଶାର୍ଦ୍ଦୂଳ ଠାକୁର ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ମହମ୍ମଦ ସାମି ୨ ଉଇକେଟ ନେଇଥିଲେ। ସେହିପରି ରବୀନ୍ଦ୍ର ଜାଡେଜା, ପ୍ରସିଦ୍ଧ କ୍ରିଷ୍ଣା ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

ଭୟଙ୍କର ହତ୍ୟାକାଣ୍ଡ….ପ୍ରେମିକ ପାଇଁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା, ପୂର୍ବରୁ ବିଲ୍ଡିଂରୁ ଠେଲି ଦେଇଥିଲେ

ହାଇଦ୍ରାବାଦ,୭।୭: ତେଲେଙ୍ଗାନାର ନିଜାମାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମ ସମ୍ପର୍କ ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ପଦ୍ଧତି…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ବିଉଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନ ଗଡ଼ିବା…

ବର୍ଷାରେ ଧୋଇଗଲା ନିର୍ମାଣାଧିନ ରିଂ ରୋଡ: ସ୍ଥାୟିତ୍ୱ ନେଇ ଉଠିଲାଣି ପ୍ରଶ୍ନ

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶରେ ରିଂ ରୋଡ ନିର୍ମାଣ ଚାଲିଛି । ବରଗଡ଼ ସାଇ ମନ୍ଦିରରୁ ରୁହୁଣିଆଁ ପର୍ଯ୍ୟନ୍ତ ହେବାକୁ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri