Posted inଖେଳ

ମାଇକେଲ ଜୋର୍ଡାନଙ୍କ ଯୋତା ରେକର୍ଡ ୪ କୋଟି ୬୦ ଲକ୍ଷ ଟଙ୍କାରେ ନିଲାମ

ନ୍ୟୁୟର୍କ,୧୪।୮: ଆମେରିକୀୟ ପୂର୍ବତନ ବାସ୍କେଟବଲ ଖେଳାଳି ତଥା ଏନ୍‌ବିଏ କିମ୍ବଦନ୍ତୀ ମାଇକେଲ ଜୋର୍ଡାନଙ୍କ ଏକ ଯୋତା ରେକର୍ଡ ମୁଲ୍ୟରେ ନିଲାମ ହୋଇଛି। ଏକ ଅନ୍‌ଲାଇନ୍‌ ଅକସନ ମାଧ୍ୟମରେ ଏହି ଜୋତା ୪ କୋଟି ୬୦ ଲକ୍ଷ ଟଙ୍କା (୬୧୫,୦୦୦ ଆମେରିକୀୟ ଡଲାର)ରେ ବିକ୍ରି ହୋଇଛି। କିଷ୍ଟ୍ରୀ ଅକ୍ସନ ତରଫରୁ ଗୁରୁବାର ଏ ନେଇ ସୂଚନା ଦିଆଯାଇଛି। କିଛି ମାସ ପୂର୍ବରୁ ଜୋର୍ଡାନଙ୍କ ଏକ ଜୋତାଙ୍କୁ ରେକର୍ଡ ମୂଲ୍ୟରେ ବିକ୍ରି କରାଯାଇଥିଲା। ତେବେ ଏହି ରେକର୍ଡ ଏବେ ପଛରେ ପଡିଛି। ଏହି ଯୋତା ଏୟାର ୧ର ଅଂଶବିଶେଷ। ଇଟାଲୀରେ ଏହି ଯୋତା ପିନ୍ଧି ଜୋର୍ଡାନ ୧୯୮୫ରେ ଗୋଟିଏ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିଥିଲେ। ମ୍ୟାଚ୍‌ରେ ଜୋର୍ଡାନ ଏତେଜୋରରେ ବଲ୍‌ ଫୋପାଡି ଥିଲେ ଯେ, ବ୍ୟାକ ବୋର୍ଡର କାଚ୍‌ ଭାଙ୍ଗିଯାଇଥିଲା। ଯୋତାରେ ସିଲ୍‌ରେ କାଚଖଣ୍ଡ ମଧ୍ୟ ରହିଛି। ଜୋର୍ଡାନ ୧୩.୫ ସାଇଜ୍‌ର ଯୋତା ପିନ୍ଧି ୩୦ ପଏଣ୍ଟ ହାସଲ କରିଥିଲେ। ଲାଲ୍‌ ଓ କଳା ରଙ୍ଗର ଏହି ଯୋତା ସେ ଶିକାଗୋ ବୁଲ୍ସ ତରଫରୁ ଖେଳୁଥିବା ବେଳେ ପିନ୍ଧୁଥିଲେ।
ଏହାପୂର୍ବରୁ ଗତ ମେ’ରେ ଏୟାର ଜୋର୍ଡାନ ୧ର ଏକ ଯୋତା ୫ ଲକ୍ଷ ୬୦ ହଜାର ଡଲାରରେ ବିକ୍ରି ହୋଇଥିଲା। ତେବେ ଏହି ନୂଆ ନିଲାମରେ ଅଶାଠାରୁ କମ୍‌ ଅର୍ଥ ସଂଗ୍ରହ କରାଯାଇଛି। ଅତିକମ୍‌ରେ ୬ ଲକ୍ଷ ୫୦ରୁ ୮ ଲକ୍ଷ ୫୦ ହଜାର ଡଲାର ଅର୍ଥ ସଂଗ୍ରହ କରାଯିବ ବୋଲି ଆୟୋଜକ ମାନେ ଆଶା ରଖିଥିଲେ। କିନ୍ତୁ ଶେଷରେ ଏପରି ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଠାଇଲେ…

ଭୁବନେଶ୍ୱର,୨୭।୮: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୩୭ ବର୍ଷୀୟ ଜଗମୋହନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଛନ୍ତି ରାଜ୍ୟ ସରକାର। ସୂଚନାଯୋଗ୍ୟ,…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭।୮: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପାର୍ଶବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଜଣାପଡ଼ିଛି। ଏହାର ପ୍ରଭାବରେ…

ନେପାଳରେ ବନ୍ୟା ତାଣ୍ଡବ: ୨୮୮ ଭାରତୀୟଙ୍କ ମିଳୁନି ପତ୍ତା,୨୧ ଉଦ୍ଧାର

ନୂଆଦିଲ୍ଲୀ,୨୭।୮: ନେପାଳରେ ବନ୍ୟା ପରେ ୨୮୮ ଜଣ ଭାରତୀୟ ନିଖୋଜ ଥିବା ରିପୋର୍ଟ ହୋଇଛି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟର…

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri