ମାଇକେଲ ଜ୍ୟାକ୍‌ସନଙ୍କ ଆଇଡି ଜାଲିଆତି

ଲସ୍‌ ଏଞ୍ଜେଲ୍ସ, ୩୧ା୮(ଆଇଏନ୍‌ଏସ୍‌): ପପ୍‌ ଡ୍ୟାନ୍ସର ମାଇକେଲ ଜ୍ୟାକ୍‌ସନଙ୍କ ମୃତ୍ୟୁ ଉପରେ ପ୍ରକାଶିତ ନୂଆ ଡକ୍ୟୁମେଣ୍ଟାରିରେ ଚକିତ କଲାଭଳି ତଥ୍ୟ ପ୍ରଘଟ ହୋଇଛି। ଅତ୍ୟଧିକ ଡ୍ରଗ୍ସ ସେବନ ଯୋଗୁ ୨୦୦୯ରେ ୫୦ ବର୍ଷୀୟ ମାଇକେଲଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ସେ ଏହି ନିଶାଦ୍ରବ୍ୟ ପାଇବା ପାଇଁ ନକଲି ପରିଚୟ ପ୍ରସ୍ତୁତ କରିଥିବା ସଦ୍ୟ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଗୋଟିଏ କି ଦୁଇଟି ନୁହେଁ ଡ୍ରଗ୍ସ କିଣିବା ନିମନ୍ତେ ସେ ୧୯ଟି ଜାଲ୍‌ ଆଇଡି ରଖିଥିଲେ। ତାଙ୍କ ଡାକ୍ତର କନ୍‌ରାଡ ମୁରେ ନିୟମିତ ଭାବେ ମାଇକେଲ୍‌ଙ୍କୁ ପ୍ରୋପୋଫୋଲ୍‌ (ଏକ ପ୍ରକାର ଡ୍ରଗ୍ସ) ଦେଉଥିଲେ। ମାଇକେଲ୍‌ଙ୍କ ମୃତ୍ୟୁ ପରେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି କୁହାଯାଇଥିଲା। ଡା. ମୁରେଙ୍କୁ ଏଥିପାଇଁ ଦାୟୀ କରାଯିବା ସହ ୪ ବର୍ଷ ଜେଲଦଣ୍ଡ ହୋଇଥିଲା।
ଇନ୍‌ଭେଷ୍ଟିଗେଟ୍ସ: ହୁ ରିଅଲି କିଲ୍‌ଡ ମାଇକେଲ୍‌ ଜ୍ୟାକ୍‌ସନ’ ଡକ୍ୟୁମେଣ୍ଟାରି ଅନୁସାରେ, ମାଇକେଲ୍‌ଙ୍କ ମୃତ୍ୟୁ ପାଇଁ କେବଳ ମୁରେଙ୍କୁ ଦାୟୀ କରାଯାଇଥିଲା। କିନ୍ତୁ ବାସ୍ତବରେ ମାଇକେଲ୍‌ ତାଙ୍କ ଜୀବନ ସାରା ଅତ୍ୟଧିକ ମାତ୍ରାରେ ଡ୍ରଗ୍ସ ନେଉଥିଲେ, କାରଣ ଏହା ପଛରେ ଅନେକ ଡାକ୍ତରଙ୍କ ସମର୍ଥନ ଥିଲା। କେବଳ ମୁରେଙ୍କୁ ଜେଲଦଣ୍ଡ ହୋଇଥିଲେ ମଧ୍ୟ ଏଯାବତ୍‌ ଅନ୍ୟ କୌଣସି ଡାକ୍ତର ଦିନେ ହେଲେ କାରାଦଣ୍ଡ ଭୋଗିନାହାନ୍ତି। ମାଇକେଲ୍‌ଙ୍କ ମୃତ୍ୟୁ ସମୟରେ ସେଠାରେ ମୁରେ ଉପସ୍ଥିତ ଥିବାରୁ ତାଙ୍କ ଉପରେ ହିଁ ଅଙ୍ଗୁଳି ଉଠିଥିଲା ବୋଲି ଏହି ପପ୍‌ କିଙ୍ଗ୍‌ଙ୍କ ମାମଲାର ତଦନ୍ତ କରୁଥିବା ଡିଟେକ୍ଟିଭ୍‌ ଓର୍‌ଲାଣ୍ଡୋ ମାର୍ଟିନେଜ୍‌ ଉକ୍ତ ଡକ୍ୟୁମେଣ୍ଟାରିରେ କହିଛନ୍ତି। ଦୀର୍ଘ ବର୍ଷ ଧରି ମାଇକେଲ ନିଜ ସର୍ତ୍ତ ଅନୁସାରେ ଜୀବନ ବଞ୍ଚୁଥିଲେ। ଏଥିପାଇଁ ସେ ବିଭିନ୍ନ ବିଭାଗର ମେଡିକାଲ ପ୍ରଫେସନାଲଙ୍କୁ ରଖିଥିଲେ। ମାଇକେଲ ଯେତେବେଳେ ଯେଉଁ ମେଡିସିନ୍‌ ଚାହୁଁଥିଲେ ତାହା ତାଙ୍କୁ ଦିଆଯାଉଥିଲା। ଏହା ହିଁ ତାଙ୍କୁ ମୃତ୍ୟୁ ଆଡ଼କୁ ଟାଣିନେଇଥିଲା। ମୃତ୍ୟୁଦିନ ମଧ୍ୟ ମାଇକେଲ ଏକ ବୋତଲ ଭର୍ତ୍ତି ପରିମାଣର ପ୍ରୋପୋଫୋଲ ନେଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ମାଇକେଲ୍‌ ପ୍ରୋପୋଫୋଲ୍‌ ନେବା ପରେ ହିଁ ତାଙ୍କୁ ନିଦ ହେଉଥିଲା। ଡାକ୍ତରମାନେ ବିଶ୍ୱର ବିଭିନ୍ନ ସ୍ଥାନରୁ ତାଙ୍କ ପାଇଁ ଡ୍ରଗ୍ସ ଯୋଗାଡ଼ କରି ଇଞ୍ଜେକ୍ସନ କିମ୍ବା ଔଷଧ ଆକାରରେ ଦେଉଥିଲେ। ଏହା କ୍ଷତିକାରକ ନୁହେଁ ବୋଲି ମଧ୍ୟ ତାଙ୍କ ଡାକ୍ତରମାନେ ମାଇକେଲ୍‌ଙ୍କୁ କହି ଡ୍ରଗ୍ସ ବ୍ୟବହାରର ଅନୁମତି ଦେଇଥିଲେ। ମାଇକେଲ୍‌ ଏକସଙ୍ଗରେ ୩୦୦ ମିଲିଗ୍ରାମ୍‌ର ଡେମିରୋଲ ନେଉଥିଲେ। ବିଭିନ୍ନ ପ୍ରକାର ଡ୍ରଗ୍ସ ପାଇଁ ମାଇକେଲ୍‌ ୧୯ ନକଲି ପରିଚୟପତ୍ର ପ୍ରସ୍ତୁତ କରିଥିଲେ। ଜଣାଶୁଣା ଚର୍ମବିଭାଗ ଡାକ୍ତର ଆର୍‌ନୋଲ୍ଡ କ୍ଲେନ୍‌ ଏସବୁର ତଦାରଖ କରୁଥିଲେ। ଡା. କ୍ଲେନ୍‌ ଏକ ନୋଟ୍‌ ବୁକ୍‌ ରଖି ସେଥିରେ କେଉଁ ଆଇଡିରେ କେଉଁ ପ୍ରକାର ଡ୍ରଗ୍ସ ମଗାଯାଇଛି ତାହା ଲେଖି ରଖୁଥିଲେ ବୋଲି ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri