Posted inଖେଳ

ମେଡ୍‌ଭେଡେଭ୍‌ଙ୍କୁ ମାୟାମି ଓପନ୍‌ ଟାଇଟଲ

ମାୟାମି ଗାର୍ଡେନ୍ସ, ୪।୪(ଏପି): ଡାନିଲ ମେଡ୍‌ଭେଡେଭ୍‌ ଚଳିତ ବର୍ଷ ତାଙ୍କ ୪ର୍ଥ ଏଟିପି ଟାଇଟଲ ହାସଲ କରିଛନ୍ତି। ଏଠାରେ ଅନୁଷ୍ଠିତ ଫାଇନାଲରେ ଜାନିକ୍‌ ସିନରଙ୍କୁ ୭-୫, ୬-୩ ସେଟ୍‌ରେ ହରାଇ ସେ ମାୟାମି ଓପନ୍‌ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ମ୍ୟାଚ୍‌ ଜିତିବା ଲାଗି ତାଙ୍କୁ ୧ ଘଣ୍ଟା ୩୪ ମିନିଟ୍‌ ସମୟ ଲାଗିଥିଲା। ଗତ ୨୫ଟି ମ୍ୟାଚ୍‌ରେ ଏହା ହେଉଛି ତାଙ୍କର ୨୪ତମ ବିଜୟ। ସେ ଯେଉଁଥିରେ ପରାଜିତ ହୋଇଥିଲେ ତାହା ଶୀର୍ଷ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ କାର୍ଲୋସ ଅଲ୍‌କାରାଜଙ୍କ ବିପକ୍ଷରେ ଇଣ୍ଡିଆନ୍‌ ଓ୍ବେଲ୍ସ ଫାଇନାଲରେ।
ଦୁଇ ଖେଳାଳି ସେମାନଙ୍କ କ୍ୟାରିୟରରେ ପରସ୍ପରକୁ ୬ଥର ଭେଟିଛନ୍ତି। ସମସ୍ତ ମ୍ୟାଚ୍‌ରେ ମେଡ୍‌ଭେଡେଭ୍‌ ବିଜୟୀ ହୋଇଛନ୍ତି। ଏହି ରୁଷୀୟ ଖେଳାଳି ଚଳିତ ବର୍ଷ ଇତିମଧ୍ୟରେ କ୍ରମାଗତ ୫ଟି ଟୁର୍ନାମେଣ୍ଟର ଫାଇନାଲ ଖେଳିସାରିଛନ୍ତି। ସେ ତୁଳନାରେ ୨୦୧୯ରେ ସେ ଲଗାତର ୬ଥର ଚାମ୍ପିୟନଶିପ୍‌ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ମେଡ୍‌ଭେଡେଭ୍‌ ଚଳିତବର୍ଷ ରୋଟରଡାମ୍‌, ଦୋହା ଓ ଦୁବାଇରେ ଟାଇଟଲ ଜିତିସାରିଛନ୍ତି। ୨୦୨୧ ୟୁଏସ୍‌ ଓପନ୍‌ ପରେ ଆମେରିକା ମାଟିରେ ରୁଷୀୟ ଖେଳାଳିଙ୍କ ଏହା ହେଉଛି ପ୍ରଥମ ଟାଇଟଲ। ପ୍ରତିଯୋଗିତାର ଏକ ଗ୍ଲାମର ମହିଳା ଡବଲ୍ସ ଫାଇନାଲରେ କେକୋ ଗଫ୍‌ ଓ ଜେସିକା ପେଗୁଲା ୭-୬, ୬-୨ ସେଟ୍‌ରେ ଲେଲା ଫର୍ନାଣ୍ଡିଜ୍‌ ଓ ଟେଲର ଟାଉନ୍‌ସେଣ୍ଡ୍‌ଙ୍କୁ ହରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri