Posted inଜାତୀୟ

ଘର ବାହୁଡ଼ା ପରେ ହଟିଲା ଜେଡ୍‌ ସିକ୍ୟୁରିଟି

କୋଲକାତା,୧୭।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡ଼ି ଭାଜପାର ହାତ ଧରିଥିଲେ ମୁକୁଲ ରୟ। ହେଲେ ନିକଟରେ ପୁଣି ଥରେ ତାଙ୍କର ଘର ବାହୁଡ଼ା ହୋଇଛି। ଅର୍ଥାତ୍‌ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍‌ସିର ବିଜୟ ହାସଲ ପରେ ମୁକୁଲ ପୁଣି ଥରେ ଦଳକୁ ଫେରିଛନ୍ତି। ଟିଏମ୍‌ସିକୁ ଫେରିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମୁକୁଲଙ୍କ ଜେଡ୍‌ ସିକ୍ୟୁରିଟିକୁ ପ୍ରତ୍ୟାହାର କରିନେଇଛି। ଏନେଇ ସିଆରପିଏଫ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଗୁରୁବାର ସକାଳେ ମୁକୁଲଙ୍କ ସୁରକ୍ଷାରେ ଥିବା ୩୩ସିଆରପିଏଫ୍‌ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି। ସୂଚନାମୁତାବକ ବିଧାନସଭା ନିର୍ବାଚନ ସମୟରେ ଟିଏମ୍‌ସି କର୍ମକର୍ତ୍ତାଙ୍କ ପକ୍ଷରୁ ଥିବା ବିପଦ ଆଶଙ୍କାରେ ତାଙ୍କର ସୁରକ୍ଷାକୁ ବଢ଼ାଇ ଦିଆଯାଇଥିଲା। ତେବେ ଟିଏମ୍‌ସିରେ ଯୋଗଦେବା ପରେ ତାଙ୍କର କେନ୍ଦ୍ରୀୟ ସୁରକ୍ଷାକୁ ପ୍ରତ୍ୟାହାର କରିନେବାକୁ ମୁକୁଲ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଥିଲେ। ଗତ ସପ୍ତାହରେ ତାଙ୍କ ପୁଅ ଶୁଭ୍ରାଂଶୁଙ୍କ ସିଆଇଏସ୍‌ଏଫ୍‌ ସୁରକ୍ଷା ମଧ୍ୟ ପ୍ରତ୍ୟାହାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଦେଶରେ ଦେଢ଼ଲକ୍ଷରୁ ଅଧିକ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୯ା୧: ଦେଶରେ କରୋନା ପ୍ରତି ବିପଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୫୯,୬୩୨ନୂତନ କରୋନା ମାମଲା ରିପୋର୍ଟ ହୋଇଛି।...

୩୫ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ଲୋକାର୍ପିତ…

ଋଷିକେଶ,୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶବ୍ୟାପୀ ୩୫ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ର ଲୋକାର୍ପଣ କରିଛନ୍ତି। ଋଷିକେଶର ଏମ୍ସ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶର...

‘ଆହୁରି ୧୫ ବର୍ଷ ବଞ୍ଚିବି’

ଧର୍ମଶାଳା,୮।୪: ତିବ୍ଦତୀୟ ଧର୍ମଗୁରୁ ନେତା ଦଲାଇ ଲାମା ହିମାଚଳ ପ୍ରଦେଶର ମ୍ୟାକ୍‌ଲିଓଡଗଞ୍ଜର ମୁଖ୍ୟ ବୌଦ୍ଧ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ୨୫ତମ ଶୋଟନ ମହୋତ୍ସବରେ ଯୋଗ ଦେଇଛନ୍ତି।...

ମଦ୍ୟପାନ କରି ବିବାହ କଲେ ୨ ଯୁବକ, ଆଉ ତା’ପରେ

ହାଇଦ୍ରାବାଦ,୧୧।୪:ତେଲେଙ୍ଗାନାରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଦୁଇଜଣ ମଦ୍ୟପ ଯୁବକ ଅଜବ କାଣ୍ଡ କରିଛନ୍ତି। ଯୁବକଦ୍ୱୟ ମଦ ନିଶାରେ ବିବାହ କରିବା ପରେ ୧୦...

୬୭ ପର୍ନ ଓ୍ବେବ୍‌ସାଇଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯ା୯: କେନ୍ଦ୍ର ସରକାର ୬୭ଟି ପର୍ନ ଓ୍ବେବ୍‌ସାଇଟ୍‌ ବ୍ଲକ୍‌ କରିବାକୁ ଇଣ୍ଟରନେଟ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଜାରି କରାଯାଇଥିବା ନୂଆ ଆଇଟି ନିୟମକୁ ଉଲ୍ଲଂଘନ...

ଧନୀ ଶିଳ୍ପପତିଙ୍କୁ ସନ୍ତୁଷ୍ଟ କରିବା ଲାଗି ଗରିବଙ୍କ ପେଟରେ ଲାତ ମାରୁଛି ଭାଜପା: ପ୍ରିୟଙ୍କା

ନୂଆଦିଲ୍ଲୀ,୨।୧୨: ଟେଲିକମ୍‌ କମ୍ପାନୀଗୁଡ଼ିକ ଇଣ୍ଟରନେଟ୍‌ ତଥା କଲ୍‌ ରେଟ୍‌ ବଢ଼ାଇଛନ୍ତି। ଏହାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଜପା ସରକାରଙ୍କୁ କଡ଼ା ସମାଲୋଚନା...

ଗାଁରେ ହେବ କରୋନା ଟେଷ୍ଟ: ମୋବାଇଲ ଲ୍ୟାବ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ, ୧୮।୬: କରୋନା ମହାମାରୀର ଆତଙ୍କ ଯୋଗୁ ଦେଶରେ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଗାଁରେ କରୋନା ଟେଷ୍ଟ ପାଇଁ ସରକାରଙ୍କ ପକ୍ଷରୁ ମୋବାଇଲ ଲ୍ୟାବ୍‌ର...

ଜୁଲାଇ ୫ରେ ବଜେଟ୍‌: ୨ ସପ୍ତାହ ପୂର୍ବରୁ ହାଲୁଓ୍ବା ରନ୍ଧା

ନୂଆଦିଲ୍ଲୀ,୨୨।୬: ଜୁଲାଇ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଂସଦରେ ବଜେଟ ଆଗତ କରିବେ। ଏହାର ୨ ସପ୍ତାହ ପୂର୍ବରୁ ଶନିବାର ପାରମ୍ପରିକ ହାଲୁଓ୍ବା ରନ୍ଧା...

Advertisement
Archives

Model This Week