ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ଧିମା

କେନ୍ଦ୍ରାପଡ଼ା ଅଫିସ,୩ା୪: ମାର୍ଚ୍ଚ ୩୧ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ସରିଛି। ଏହି ଆର୍ଥିକ ବର୍ଷରେ ଜିଲାର ମାତ୍ର ୧୨.୬୪ ପ୍ରତିଶତ ପ୍ରକଳ୍ପ ସାରିବାକୁ ଜିଲା ପ୍ରଶାସନ ସକ୍ଷମ ହୋଇଛି। ଫଳରେ ୨୦୨୩-୨୪ ଆର୍ଥିକ ବର୍ଷ ଆରମ୍ଭରେ ଜିଲା ପ୍ରଶାସନ ପାଇଁ ୬୬,୦୮୩ଟି ପ୍ରକଳ୍ପ ସାରିବାକୁ ଚାପ ପଡ଼ିଛି। ଗୋଟିଏ ପଟେ କେନ୍ଦ୍ରାପଡ଼ା ଜିଲାର ଦାଦନ ସମସ୍ୟା ବଢ଼ି ଚାଲିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକଙ୍କ ଲାଗି କର୍ମନିଯୁକ୍ତି ଯୋଜନା ଫସରଫାଟିଛି ବୋଲି ବହୁ ବୁଦ୍ଧିଜୀବୀ ଆପତ୍ତି ଉଠାଇଛନ୍ତି।
ଏ ସମ୍ପର୍କରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା)ର କେନ୍ଦ୍ରାପଡ଼ା ଜିଲା ଆବାହକ ପ୍ରତାପ କୁମାର ମହାନ୍ତି, ତ୍ରିଲୋଚନ ବେହେରା, ପବିତ୍ର କୁମାର ପାଣି, ନିରଞ୍ଜନ ପରିଡ଼ା, ପ୍ରକାଶ କୁମାର ଦାସ ପ୍ରମୁଖ କହିଛନ୍ତି ଯେ ଏହି ଜିଲାରେ ଖଣି କିମ୍ବା ଶିଳ୍ପ ନାହିଁ। କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯିବାକୁ ପଡୁଛି। ଦାଦନ ଯନ୍ତ୍ରଣା ନେଇ ବାରମ୍ବାର ଖବରକାଗଜରେ ପୃଷ୍ଠାମଣ୍ଡନ କରୁଛି। ଏହି ଲୋକସମ୍ବଳକୁ ବିନିଯୋଗ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଏକ ଉପଯୁକ୍ତ ମାଧ୍ୟମ। ତେବେ ପ୍ରଶାସନର ଅସହଯୋଗ ପାଇଁ ପ୍ରକଳ୍ପ ସାରିବା ଓ ଶ୍ରମିକ ବିନିଯୋଗରେ ବ୍ୟତିକ୍ରମ ସୃଷ୍ଟି କରିଛି। ଏହି ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ରେକର୍ଡ ପରିମାଣର ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲା। ଏହି ବର୍ଷରେ ମୋଟ ୧,୫୯,୩୯୨ରୁ ୭୯,୬୯୬ଟି ପ୍ରକଳ୍ପ ସାରି ୯୭.୦୪ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିଲା। ତେବେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ଯୋଜନାର ଲକ୍ଷ୍ୟ ହ୍ରାସ ପାଇଥିଲା। ଏହି ଆର୍ଥିକ ବର୍ଷରେ ମାତ୍ର ୩୦ ପ୍ରତିଶତ ପ୍ରକଳ୍ପ ସାରିଥିବା ବେଳେ ୨୦୨୨- ୨୩ ଆର୍ଥତ୍କ ବର୍ଷରେ ଧାର୍ଯ୍ୟ ପ୍ରକଳ୍ପ ମଧ୍ୟରୁ ମାତ୍ର ୧୨.୬୪ ପ୍ରତିଶତ କାର୍ଯ୍ୟ ସରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ମଞ୍ଜୁରୀ ପ୍ରାପ୍ତ ୧୪,୨୪୦ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମାତ୍ର ୭୧୨୦ଟି କାର୍ଯ୍ୟ ଶେଷ ହୋଇଛି। ଏହି ଜିଲାରେ ୨,୦୭,୧୫୬ଟି ହାଉସହୋଲ୍‌ଡ କାର୍ଡ ପ୍ରଦାନ କରାଯାଇଛି। ଜିଲାର ୩,୫୯,୧୦୬ ଜଣ ଏହି କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ପାଇଁ ସାମିଲ ହୋଇଛନ୍ତି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୭୮୩୪ଟି ଚାଲୁ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏଥିସହ ୨୭୨୧୫ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ୨୧୦୩୪ଟି ପ୍ରକଳ୍ପ ମଞ୍ଜୁରୀ ଅପେକ୍ଷାରେ ଅଛି। ଯୋଜନାର ଠିକ୍‌ କାର୍ଯ୍ୟକାରିତା କର୍ମନିଯୁକ୍ତି ସମସ୍ୟା ଦୂର କରିବା ସହିତ ଜିଲାର ଉନ୍ନୟନ କାର୍ଯ୍ୟ ଆଗେଇ ପାରିବ। ତେବେ ଏହି ଯୋଜନାରେ ଲୋକଙ୍କ ସହ ଖେଳ ହେଉଛି। ଉଦାହରଣ ଦେଇ ସେମାନେ କହିଛନ୍ତି, ଏହି ଯୋଜନାରେ ତୁରନ୍ତ ମଜୁରି ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ୨୦୨୧- ୨୨ ଆର୍ଥିକ ବର୍ଷର ୧୭୨୫ ମଷ୍ଟର ରୋଲର ୧୭୩୭.୯୭ ଲକ୍ଷ ଟଙ୍କା ଅଦ୍ୟାବଧି ପ୍ରଦାନ କରାଯାଇନାହିଁ। ଏଥିରେ ଶ୍ରମିକ ମଜୁରି ସହ ନିର୍ମାଣ ସାମଗ୍ରୀ ଅର୍ଥ ସାମିଲ ଅଛି। ଗତ ସପ୍ତାହରେ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୨୧ ପୂର୍ବତନ ସରପଞ୍ଚ ପ୍ରାୟ ୧୦ କୋଟି ଟଙ୍କା ଯୋଜନା ଅର୍ଥ ମିଳିବା ଦାବିରେ ଗଣଧାରଣା ଦେଇଥିଲେ। ପୂର୍ବରୁ ଏହି ଯୋଜନା କେବଳ ମାଟି କାମ ପାଇଁ ମିଳୁଥିବା ବେଳେ ଏବେ ଏହାକୁ ବ୍ୟାପକ କରାଯାଇଛି। ଗୃହ ନିର୍ମାଣଠାରୁ ଆରମ୍ଭ କରି ଉଦ୍ୟାନ କୃଷିକୁ ଏଥିରେ ସାମିଲ କରାଯାଇଛି। ଏହାସତ୍ତ୍ୱେ ଜିଲାର ଶ୍ରମିକଙ୍କୁ ଦାଦନ ଖଟିବାକୁ ଯିବାକୁ ପଡୁଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡା କହିଛନ୍ତି, ଗତ ଆର୍ଥିକ ବର୍ଷର ସର୍ବଶେଷ ରିପୋର୍ଟ ପହଞ୍ଚତ୍ ନ ଥିବାରୁ କାର୍ଯ୍ୟ ହାରର ପ୍ରତିଶତ କମ୍‌ ଉଲ୍ଲେଖ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri