Posted inଖେଳ

ପ୍ରଥମ ଟେଷ୍ଟ: ବ୍ୟାକ୍‌ଫୁଟ୍‌ରେ ଦକ୍ଷିଣ ଆଫ୍ରିକା

କରାଚୀ,୨୯।୧(ଏପି): ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ପାକିସ୍ତାନ ସୁବିଧାଜନକ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୬୯.୨ ଓଭରରେ ୨୨୦ ରନକରି ଅଲ୍‌ଆଉଟ ହୋଇଥିଲା। ଜବାବରେ ପାକିସ୍ତାନ ପ୍ରଥମ ଇନିଂସ ଆରମ୍ଭ କରି ୧୧୯.୨ ଓଭରରେ ୩୭୮ ରନକରି ଅଲ୍‌ଆଉଟ ହୋଇଛି। ଫଳରେ ପ୍ରଥମ ଇନିଂସରେ ପାକିସ୍ତାନ ୧୫୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଏହାପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ ଆରମ୍ଭ କରି ଗୁରୁବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୭୫ ଓଭରରେ ୪ ଉଇକେଟ ହରାଇ ୧୮୭ ରନ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ମୋଟ ଉପରେ ୬ ଉଇକେଟ ହାତରେ ରଖି ମାତ୍ର ୨୯ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କେଶବ ମହାରାଜ ୨ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ତଥା ଅଧିନାୟକ କ୍ୱିଣ୍ଟନ ଡିକକ୍‌ ବିନା ସ୍କୋରରେ ଅପରାଜିତ ରହିଛନ୍ତି। ଦଳ ତରଫରୁ ଓପନର ଏଡେନ ମାରକ୍ରମ ୭୪ ଓ ରସି ଭାନ୍‌ ଡର ଡୁସେନ୍‌ ୬୪ ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ଅନ୍ୟତମ ଓପନର ଡିନ୍‌ ଏଲ୍‌ଗାର ୨୯ ଓ ଅଭିଜ୍ଞ ଫାଫ୍‌ ଡୁପ୍ଲେସି ମାତ୍ର ୧୦ ରନକରି ପ୍ୟାଭିଲିୟନ ଫେରିଛନ୍ତି। ଏଲ୍‌ଗାର, ଡୁସେନ ଓ ଡୁପ୍ଲେସି ଦ୍ରୁତ ବୋଲର ୟାସିର ଶାହାଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିପରି ମାରକ୍ରମ ନୌମାନ ଅଲିଙ୍କ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ୟାସିର ୩ ଓ ନୌମାନ ଅଲି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୦୮/୮ରୁ ପାକିସ୍ତାନ ଖେଳ ଆରମ୍ଭ କରି ଆଉ ଅଧିକ ୭୦ ରନ ସଂଗ୍ରହ କରି ଗୁରୁବାର ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ହାସନ ଅଲି ୧୧ରୁ ଖେଳ ଆରମ୍ଭ କରି ୨୧ ରନ କରି କାଗିସୋ ରାବାଡ଼ାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ସେହିପରି ୬ ରନରୁ ଖେଳ ଆରମ୍ଭ କରି ନୌମାନ ଅଲି ୨୪ ରନକରି ମହାରାଜଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟ ହୋଇଥିଲେ। ୟାସିର ୩୭ ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୧ ଛକା ସହ ୩୮ ରନକରି ଅପରାଜିତ ରହିବା ସହ ପାକିସ୍ତାନକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ଶେଷ ଉଇକେଟରେ ୟାସିର ଓ ନୌମାନ ୫୫ ରନକରି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିରାଶ କରିଥିଲେ। ପୂର୍ବରୁ ପାକିସ୍ତାନ ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଫଓ୍ବାଦ ଆଲମ ୧୦୯ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଫହିମ ଆଶ୍ରଫ ୬୪, ଆଝାର ଅଲି ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ କାଗିସୋ ରାବାଡ଼ା ଓ କେଶବ ମହାରାଜ ୩ଟି ଲେଖାଏ, ଅନରିଜ ନୋର୍ଜ ଓ ଲୁନ୍‌ଗି ଏନ୍‌ଗିଡି ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୬୯.୨ ଓଭରରେ ୨୨୦ ଅଲଆଉଟ।
ପାକିସ୍ତାନ ପ୍ରଥମ ଇନିଂସ- ୧୧୯.୨ ଓଭରରେ ୩୭୮ ଅଲଆଉଟ
(ଫଓ୍ବାଦ ଆଲମ- ୧୦୯, ଫହିମ ଆଶ୍ରଫ- ୬୪, ଆଝାର ଅଲି- ୫୧, ମହମ୍ମଦ ରିଜଓ୍ବାନ- ୩୩, ହାସନ ଅଲି- ୨୧, ନୌମାନ ଅଲି- ୨୪, ୟାସିର ଶାହା- ୩୮*, କାଗିସୋ ରାବାଡ଼ା- ୩/୭୦, କେଶବ ମହାରାଜ- ୩/୯୦, ଅନରିଚ ନୋର୍ଜ- ୨/୧୦୫, ଲୁନଗି ଏନ୍‌ଗିଡି- ୨/ ୫୭)।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ- ୭୫ ଓଭରରେ ୧୮୭/୪
(ଏଡେନ ମାରକ୍ରମ- ୭୪, ରସି ଭାନ ଡର ଡୁସେନ- ୬୪, ଡିନ ଏଲଗାର- ୨୯, ୟାସିର ଶାହା- ୩/୫୩, ନୌମାନ ଅଲି- ୧/୨୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇକୁ ହରାଇଲା ନର୍ଥଇଷ୍ଟ

ବାମ୍ବୋଲିମ୍‌, ୩୧।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ୨-୧ ଗୋଲରେ ଟେବୁଲ ଟପ୍ପର ମୁମ୍ବାଇ ସିଟି ଏଫ୍‌ସିକୁ ପରାସ୍ତ...

ନାଓମି ଓସାକା ଜିତିଲେ ଅଷ୍ଟ୍ରେଲିଆ ଓପନ୍‌

ମେଲବୋର୍ନ,୨୦।୨:ଅଷ୍ଟ୍ରେଲୀୟ ଓପନ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଟାଇଟଲ ଶନିବାର ନାଓମି ଓସାକା ଜିତିଛନ୍ତି। ୨୩ ବର୍ଷୀୟ ଜାପାନୀ ଖେଳାଳି ଫାଇନାଲରେ ଜେନିଫର ବ୍ରାଡିଙ୍କୁ ୬-୪,...

ଉମ୍ରାନଙ୍କୁ କାହିଁକି ଦେଇଥିଲେ ଶେଷ ଓଭର? ହାର୍ଦ୍ଦିକ କହିଲେ…

ଡବଲିନ,୨୯।୬: ଭାରତ ମଙ୍ଗଳବାର ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ସହ ୨ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ କ୍ଲିନ୍‌ ସୁଇପ୍‌ କରିଛି। ଦୀପକ...

ଏଣିକି ଅର୍ଜୁନ ତେନ୍ଦୁଲକରଙ୍କ ସ୍ଥାନରେ ମୁମ୍ବାଇ ପାଇଁ ଖେଳିବେ ଏହି ଧୁରନ୍ଧର; ଜାଣନ୍ତୁ କିଏ ସେ …

ଦୁବାଇ,୩୦।୯: ଆଇପିଏଲ୍‌ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳରେ କିଛି ପରିବର୍ତ୍ତନ କରିଛି। ପୂର୍ବ ଭାରତୀୟ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର...

ଫୁଲ, ନକୁଳ, ରମେଶ ପୁରସ୍କୃତ

ଭୁବନେଶ୍ୱର, ୧।୩ (କ୍ରୀଡ଼ା ପ୍ରତିନିଧି): କୋଭିଡ୍‌-୧୯ ମହାମାରୀ ପାଇଁ ୨ ବର୍ଷ ଧରି ବନ୍ଦ ରହିଥିବା ବିଆର୍‌ଏମ୍‌-ଆଶା ପୁରସ୍କାର ପ୍ରଦାନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ମାଲେସିଆ ମାଷ୍ଟର୍ସ: କ୍ୱାର୍ଟରରେ ସାଇନା

କୁଆଲାଲମ୍ପୁର, ୯।୧ (ପି.ଟି.)- ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ଏଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ...

୧୫ ବର୍ଷରୁ କମ୍‌ ସାଫ୍‌ ମହିଳା ଚାମ୍ପିୟନଶିପ୍‌: ଭାରତ ଚାମ୍ପିୟନ

ଥିମ୍ପୁ,୧୬।୧୦(ପି.ଟି.)- ଏଠାରେ ଖେଳଯାଇଥିବା ୧୫ ବର୍ଷରୁ କମ୍‌ ସାଉଥ୍‌ ଏସିଆନ ଫୁଟବଲ ଫେଡେରେଶନ (ସାଫ୍‌) ମହିଳା ଚାମ୍ପିୟନଶିପ୍‌ରେ ଭାରତ ଟାଇଟଲ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ...

ଅବସର ନେବେ ମୋର୍ଗାନ

ଲଣ୍ଡନ,୨୭।୬: ଇଂଲଣ୍ଡର ବିଶ୍ୱକପ୍‌ ବିଜେତା ଅଧିନାୟକ ଇଆନ ମୋର୍ଗାନ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବାକୁ ଯାଉଛନ୍ତି। ୩୫ ବର୍ଷୀୟ ମୋର୍ଗାନ ଚଳିତ...

Advertisement
Archives

Model This Week