Posted inଖେଳ

ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌: ଲାୟନ୍ସ ୨୨ ରନରେ ବିଜୟୀ

ଭୁବନେଶ୍ୱର, ୧୧।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ଲାୟନ୍ସ ୨୨ ରନରେ ଚିତାସ୍‌କୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଲାୟନ୍ସ ୨୦ ସଭରରେ ୬ ଉଇକେଟ ହରାଇ ୧୩୩ ରନ କରିଥିଲା। ଦଳ ପକ୍ଷରୁ ଓପନର ସ୍ବସ୍ତିକ ସାମଲ ସର୍ବାଧିକ ୪୦(୩୯ ବଲ, ୪ ଚୌକା, ୧ ଛକା), ଶୁଭ୍ରଜ୍ୟୋତି ମିଶ୍ର ୩୦, ଅଂଶୁମାନ ତ୍ରିପାଠୀ ୨୫ ଓ ରାକେଶ ପଟ୍ଟନାୟକ ୨୦ ରନ କରିଥିଲେ। ବିପକ୍ଷ ଦଳର ଅଭିଷେକ ରାଉତ ୨ଟି ଏବଂ ମୃଣ୍ମୟ ତ୍ରିପାଠୀ, ମନୋଜ ବାରିକ ଓ ମନୀଷ ରାଉତ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୩୪ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ଚିତାସ୍‌ ପୂରା ୨୦ ଓଭର ଖେଳିଥିଲେ ହେଁ ୯ ଉଇକେଟ ହରାଇ ୧୧୧ ରନ କରି ପାରିଥିଲା। ବାଦଲ ଭୋଳ ସର୍ବାଧିକ ୨୨ ଓ ମାରୋଜୁ ପ୍ରଶାନ୍ତ ୨୧ ରନ କରିଥିବାବେଳେ ବିଜୟୀ ଦଳର ନଉତ୍ତମ ଭଞ୍ଜ ଓ ବିକାଶ ରାଉତ ୨ଟି ଲେଖାଏ ଏବଂ ଶିବାଶିଷ ସାହୁ, ଦୀପକ ବେହେରା, ରାକେଶ ପଟ୍ଟନାୟକ ଓ ଅଭିଷେକ ଗିରି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ହଂକଂ ଜାତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅଂଶୁମାନ ରଥ ଅତିଥିଭାବେ ଯୋଗଦେଇ ସ୍ବସ୍ତିକ ସାମଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ସଞ୍ଜୁ ସାମସନଙ୍କ ଟାର୍ଗେଟରେ ସୁରେଶ ରାଇନା,ଏମ.ଏସ. ଧୋନି, କିନ୍ତୁ କାହିଁକି? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୧୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ନିକଟରେ। ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ…

‘ବିରାଟଙ୍କ ନମ୍ବର ତାଙ୍କୁ ମିଳିବା ଉଚିତ’, କୋହଲିଙ୍କ ପାଇଁ କିଏ ହେବେ ପରଫେକ୍ଟ ରିପ୍ଲେସମେଣ୍ଟ ପ୍ରକାଶ କଲେ ୱାସିମ ଜାଫର୍‌, ଚମକି ପଡ଼ିବେ…

ନୂଆଦିଲ୍ଲୀ,୫।୧୦: ପ୍ରାୟ ୧୫ ବର୍ଷ ଧରି, ଭାରତୀୟ ଦଳକୁ ODI କ୍ରିକେଟରେ ୩ ନମ୍ବର ସ୍ଥାନ ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ; ଏହାର ମୁଖ୍ୟ…

୫୦୦ ୱିକେଟ ନେଇଥିବା ୩୨ ବର୍ଷୀୟ କ୍ରିକେଟର ଅବସର ଘୋଷଣା କରି ଚମକାଇ ଦେଲେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୫।୧୦: ଜଣେ ଇଂଲଣ୍ଡ କ୍ରିକେଟର ଏକ ଅସାଧାରଣ କାରଣ ପାଇଁ ଅବସର ଗ୍ରହଣ କରିଛନ୍ତି। ନିଜ କ୍ୟାରିୟରରେ ୫୦୦ରୁ ଅଧିକ ୱିକେଟ ନେଇଥିବା କ୍ରେଗ ମାଇଲ୍ସ ମାତ୍ର…

ଅବସର ପୂର୍ବରୁ ରୋହିତ ଶର୍ମାଙ୍କୁ ଟାର୍ଗେଟ ଦେଲେ ସୁନୀଲ ଗାଭାସ୍କର! ‘ହିଟମ୍ୟାନ’ଙ୍କୁ କହିଲେ…

ନୂଆଦିଲ୍ଲୀ,୫।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମାଙ୍କ ନିକଟରେ ଏକ ସ୍ବତନ୍ତ୍ର ଅନୁରୋଧ ରଖିଛନ୍ତି। ଗାଭାସ୍କର ଆଶା ବ୍ୟକ୍ତ କରିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?