Posted inଖେଳ

ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌: ଲାୟନ୍ସ ୨୨ ରନରେ ବିଜୟୀ

ଭୁବନେଶ୍ୱର, ୧୧।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ଲାୟନ୍ସ ୨୨ ରନରେ ଚିତାସ୍‌କୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଲାୟନ୍ସ ୨୦ ସଭରରେ ୬ ଉଇକେଟ ହରାଇ ୧୩୩ ରନ କରିଥିଲା। ଦଳ ପକ୍ଷରୁ ଓପନର ସ୍ବସ୍ତିକ ସାମଲ ସର୍ବାଧିକ ୪୦(୩୯ ବଲ, ୪ ଚୌକା, ୧ ଛକା), ଶୁଭ୍ରଜ୍ୟୋତି ମିଶ୍ର ୩୦, ଅଂଶୁମାନ ତ୍ରିପାଠୀ ୨୫ ଓ ରାକେଶ ପଟ୍ଟନାୟକ ୨୦ ରନ କରିଥିଲେ। ବିପକ୍ଷ ଦଳର ଅଭିଷେକ ରାଉତ ୨ଟି ଏବଂ ମୃଣ୍ମୟ ତ୍ରିପାଠୀ, ମନୋଜ ବାରିକ ଓ ମନୀଷ ରାଉତ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୩୪ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ଚିତାସ୍‌ ପୂରା ୨୦ ଓଭର ଖେଳିଥିଲେ ହେଁ ୯ ଉଇକେଟ ହରାଇ ୧୧୧ ରନ କରି ପାରିଥିଲା। ବାଦଲ ଭୋଳ ସର୍ବାଧିକ ୨୨ ଓ ମାରୋଜୁ ପ୍ରଶାନ୍ତ ୨୧ ରନ କରିଥିବାବେଳେ ବିଜୟୀ ଦଳର ନଉତ୍ତମ ଭଞ୍ଜ ଓ ବିକାଶ ରାଉତ ୨ଟି ଲେଖାଏ ଏବଂ ଶିବାଶିଷ ସାହୁ, ଦୀପକ ବେହେରା, ରାକେଶ ପଟ୍ଟନାୟକ ଓ ଅଭିଷେକ ଗିରି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ହଂକଂ ଜାତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅଂଶୁମାନ ରଥ ଅତିଥିଭାବେ ଯୋଗଦେଇ ସ୍ବସ୍ତିକ ସାମଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଦେଶୀ ଖେଳାଳିଙ୍କ ବିନା ଆଇପିଏଲ୍‌ର ମାନେ କିଛି ନାହିଁ: ଓ୍ବାଡିଆ

ନୂଆଦିଲ୍ଳୀ,୩୦।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ହୋଇଥିବାରୁ ବିଦେଶୀ ଖେଳାଳିଙ୍କ ବିନା ଏହା ଆୟୋଜନ ହୋଇପାରିବ ନାହିଁ ବୋଲି କିଙ୍ଗ୍ସ ଏକାଦଶ...

ସିଂହ ସହ ଖେଳନ୍ତି ଏହି ମହିଳା କ୍ରିକେଟର୍‌, ଫିଟନେସ୍‌ରେ ବି ନଂ୧

ଭାରତର ତାରକା କ୍ରିକେଟର୍‌ ତାନିଆ ଭାଟିଆ ବିଶ୍ୱର ଶ୍ରେଷ୍ଠ ଉଇକେଟକିପର ଅଟନ୍ତି। ୧୯୯୭ ନଭେମ୍ବର ୨୮ରେ ଚଣ୍ଡିଗଡ଼ରେ ଜନ୍ମ ହୋଇଥିବା ତାନିଆ ବହୁତ କମ ବୟସରୁ...

ଆର୍‌ସିବି କ’ଣ କେବେ ଜିତିପାରିବନି ଆଇପିଏଲ୍‌? ଇଂଲଣ୍ଡର ଏହି ମହିଳା କ୍ରିକେଟର କହିଲେ ‘ଡେଫିନାଇଟଲି ନଟ୍‌’

ନୂଆଦିଲ୍ଲୀ,୭।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଟାଇଟଲ ହାସଲ କରିବାରୁ ଲଗାତାର ୮ମ ଥର ପାଇଁ ବଞ୍ଚିତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଶୁକ୍ରବାର ଖେଳାଯାଇଥିବା ଏଲିମିନେଟର...

ଓ୍ବେଷ୍ଟଇଣ୍ଡିଜ୍‌କୁ ୩୦୯ ରନ୍‌ର ଟାର୍ଗେଟ

ପୋର୍ଟ ଅଫ୍‌ ସ୍ପେନ୍‌,୨୨।୭: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମୁକାବିଲାରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୩୦୮...

ଟୋମିକ୍‌ଙ୍କୁ ପୁରସ୍କାର ରାଶି ମିଳିବ ନାହିଁ

ଲଣ୍ଡନ, ୪ା୭ (ଏଏଫ୍‌ପି)-ଅଷ୍ଟ୍ରେଲୀୟ ଟେନିସ୍‌ ଖେଳାଳି ବର୍ନାଡ ଟୋମିକ୍‌ ତାଙ୍କ ଓ୍ବିମ୍ବେଲଡନ ପୁରସ୍କାର ରାଶି ହରାଇବେ। ମଙ୍ଗଳବାର ଫ୍ରାନ୍ସର ଜୋ ଓ୍ବିଲ୍‌ଫ୍ରେଡ୍‌ ସୋଙ୍ଗାଙ୍କ ବିପକ୍ଷ ପ୍ରଥମ...

ସୂର୍ଯ୍ୟକୁମାରଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ପଣ୍ଟିଂ

ନୂଆଦିଲ୍ଲୀ,୨୭।୧: ଅଷ୍ଟ୍ରେଲିଆର ମହାନ କ୍ରିକେଟର ରିକି ପଣ୍ଟିଂ ଭାରତୀୟ ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି। ବର୍ତ୍ତମାନ ସମୟରେ କୌଶଳ...

ରୁଦ୍ଧଦ୍ୱାର ମ୍ୟାଚ ଯୋଗୁ ଫାଇଦାରେ ରହିବ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୧୫ା୬ (ପି.ଟି.)-ଆସନ୍ତା ମାସରେ ଅନ୍ତର୍ଜାତୀୟ କ୍ରିକେଟ ଫେରିବ। ସେତେବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଫାଇଦାରେ ରହିବ ବୋଲି କହିଛନ୍ତି ଭ୍ରମଣକାରୀ ଦଳ କୋଚ୍‌...

ଭାରତୀୟ କ୍ରିକେଟ୍‌ ଦଳର ଦୋଣାଚାର୍ଯ୍ୟ କିଏ ଜାଣନ୍ତି କି

ବ୍ରିସବେନ୍‌,୨୦।୧: ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆକୁ ୩ ଉଇକେଟରେ ପରାସ୍ତ କରି ସିରିଜ୍‌ ୨-୧ରେ ଜିତିଛି।...

Advertisement
Archives

Model This Week