ଦେବଗଡ଼ରୁ ଶୁଭାରମ୍ଭ ହେଲା ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ

ଦେବଗଡ଼,୧୦ା୧(ଡି.ଏନ.ଏ)- ଦେବଗଡ ଜିଲା ବିଜୁ ଜନତାଦଳ ଆନୁକୂଳ୍ୟରେ ଦେବଗଡ ସ୍ଥିତ ବସନ୍ତ ନିବାସ ଡାକବଙ୍ଗଳା ପରିସରରେ ଶନିବାର ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି। ଦେବଗଡ ଜିଲା ବିଜେଡି ସଭାପତି ରୋମାଞ୍ଚରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀରେ ଅତିଥି ଭାବେ ରାଜ୍ୟ ବିଜୁ ଯୁବ ଜନତାଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ରାଜ୍ୟ ଛାତ୍ର ବିଜୁ ଜନତା ଦଳର ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ରାଜ୍ୟ ବିଜେଡି ଯୁବବ୍ୟାପାର ସାଧାରଣ ସମ୍ପାଦକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ବିଜେଡି ଦେବଗଡ ଜିଲା ପର୍ଯ୍ୟବେକ୍ଷକ ନଳିନୀ କାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ଦଳ ଏବଂ ରାଜ୍ୟର ପ୍ରଗତି କ୍ଷେତ୍ରରେ ଛାତ୍ର ଏବଂ ଯୁବକ ମାନଙ୍କର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଥିବା ପ୍ରକାଶ କରିଥିଲେ। ଏହି ଅବସରରେ ସେମାନେ ମୂଖ୍ୟମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ହାତକୁ ନିଆଯାଇଥିବା ବିଭିନ୍ନ ଜନହିତକର ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଉପସ୍ଥିତ ନେତା ଓ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ। ସେହିପରି ଦଳର କର୍ମୀମାନେ ସାଧାରଣ ଲୋକଙ୍କର ନିକଟତର ହୋଇ ଦଳକୁ ଆଗାମୀ ଦିନରେ ଅଧିକ ସୁଦୃଢ କରିବା ସହ ସମସ୍ତ ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନଙ୍କୁ ବିଜୟୀ କରିବାକୁ ଆହ୍ବାନ ଦେଇଥିଲେ। ରାଜ୍ୟରେ ଶନିବାର ପ୍ରଥମଥର ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲାରେ ବିଜୁ ଯୁବଛାତ୍ର ନେତୃତ୍ୱ ସମ୍ମିଳନୀ ଆୟୋଜିତ ହେବ ବୋଲି ବିଜୁ ଯୁବ ଜନତାଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ପ୍ରକାଶ କଜରିଛନ୍ତି। କାର୍ଯ୍ୟକ୍ରମ ପୂର୍ବରୁ ଅତିଥିମାନେ ପୌର ପରିଷଦ ଶିଶୁ ଉଦ୍ୟାନ ସ୍ଥିତ ସ୍ବର୍ତତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ସଭା ସ୍ଥଳକୁ ଯାଇଥିଲେ ା ସେଠାରେ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡିର ସମ୍ବଲପୁର ଜୋନ ସଭାପତି ମିଲନ କୁମାର ହୋତା, ଛାତ୍ର ବିଜୁ ଜନତାଦଳର ଜୋନାଲ ପର୍ଯ୍ୟବେକ୍ଷକ ସତିଶ ବିଶି, ଜିଲା ପରିଷଦ ସଦସ୍ୟା ନିଶାନୀ ବେହେରା, ରାଜ୍ୟ ବିଜେଡି କର୍ଯ୍ୟକାରୀନୀ ସଦସ୍ୟ ଇଂ. ସୁଜିତ କୁମାର ପ୍ରଧାନ,ଜିଲା ବିଜୁ କୃଷକ ସେଲ ସଭାପତି ଇଂ.ଚିତରଞ୍ଜନ ପ୍ରଧାନ, ନଗର ବଜେଡି ସଭାପତି ଶୁକଦେବ ଭଞ୍ଜ , ଜିଲା ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ, ନଗର ଯୁବ ବିଜେଡି ସଭାପତି ରୂପକ କୁମାର ମାଝୀ, ପୂର୍ବତନ ନଗର ବିଜେଡି ସଭାପତି କାମାକ୍ଷା ଗଙ୍ଗଦେବ, ତିଲେଇବଣି ବ୍ଲକ ବିଜେଡି ସଭାପତି ବାବୁଲାଲ ପୃଷେଠ, ରିଆମଳ ବ୍ଲକ ସଭାପତି ବୈକୁଣ୍ଠ ପାଇକରାୟ,କଲଣ୍ଡା ସରପଞ୍ଚ ସକୁନ୍ତଳା ପ୍ରଧାନ ଓ ଅରୁଣୀ ପ୍ରଧାନଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ। ଅତିଥି ମାନେ ଦେବଗଡ ଜିଲାର ରିଆମାଳ ଠାରେ ପହଞ୍ଚିବା ପରେ ବିଜେଡି, ଯୁବ ବିଜେଡି ଓ ଛାତ୍ର ବିଜେଡି କର୍ମୀମାନେ ବିଭିନ୍ନ ସ୍ଲୋଗାନ ସହ ସେଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ସ୍ବାଗତ କରି ଦେବଗଡ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡସିମଲଇ ଗ୍ରାମର ସୋଲାର ଜଳ ପ୍ରକଳ୍ପ ଅଚଳ

ରିଆମାଳ, ୧୯।୧୨(ଡି.ଏନ.ଏ.) -ଦେବଗଡ ଜିଲା ରିଆମାଳ ବ୍ଲକ ବଡସିମଲଇ ଗ୍ରାମରେ ଜଳାଭାବ ଯୋଗୁ ଏକ ସୋଲାର ଜଳ ପ୍ରକଳ୍ପ ହୋଇଛି। କିନ୍ତୁ ଦୀର୍ଘ ୩ ମାସରୁ...

ଜଙ୍ଗଲରେ ବନରକ୍ଷୀଙ୍କୁ ଆକ୍ରମଣ, ସରକାରୀ ଗାଡି ଭଙ୍ଗାରୁଜା

ଦେବଗଡ଼,୨୨ା୪(ଡି.ଏନ.ଏ): ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ଅଧୀନ ସଂଘାପଶି ଜଙ୍ଗଲରେ ବନରକ୍ଷୀ କାର୍ତ୍ତିକେୟ ପ୍ରଧାନଙ୍କୁ ଆକ୍ରମଣ ହୋଇଛି। ପଡୋଶୀ ଅନଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ...

ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ

ଦେବଗଡ଼, ୧୭।୧୦(ଡି.ଏନ୍‌.ଏ.): ସହର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଫଳରେ ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଯାହାକୁ...

ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଦେବଗଡ଼,୨୧ା୧୨(ଡ଼ି.ଏନ୍‌,ଏ.)- ରବିବାର ପୂର୍ବହ୍ନ ୧୦ଟା୩୦ରେ ସ୍ଥାନୀୟ କ୍ଲବ ଗୃହଠାରେ କୋଭିଡ଼-୧୯ ନିୟମକୁ ପାଳନ କରି ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦ ନିରାଡ଼ମ୍ବର ଭାବରେ ସମ୍ବର୍ଦ୍ଧନା ଉତ୍ସବ ପାଳନ...

୨୧୮୧୪ଜଣଙ୍କୁ ରନ୍ଧାଖାଦ୍ୟ ଦିଆଗଲା

ଦେବଗଡ,୬ା୪(ଡି.ଏନ.ଏ): ଦେବଗଡ ଜିଲାର ତିନୋଟି ବ୍ଲକର ୬୧ ପଞ୍ଚାୟତର ୨୩୨୨ ଏବଂ ପୌରାଞ୍ଚଳରେ ୩୦୦ଜଣ ଅସହାୟ, ନିରାଶ୍ରୟ ଏବଂ ଶ୍ରମିକଙ୍କୁ ଦୈନିକ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ...

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ: ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ନିଲମ୍ବିତ

ଦେବଗଡ଼,୧୫।୪: ଦେବଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଓଟିଇଟି (ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ) ପରୀକ୍ଷା ବେଳେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁଣି...

ଭାଙ୍ଗିଲା ବିଦ୍ୟାଳୟ ଛାତ: ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର

ଦେବଗଡ଼,୨୪।୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅଧୀନ କଲଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସ୍କୁଲ ଛାତ ଭାଙ୍ଗି ଯାଇଛି। ସକାଳୁ ପାଠପଢ଼ା ଚାଲିଥିବା ସମୟରେ...

ସୋସିଆଲ ମିଡିଆରେ ପୋଷ୍ଟକରି ବିଧାୟକ ହେବାର ସ୍ବପ୍ନ

ଦେବଗଡ଼,୧୦।୨(ଡି.ଏନ୍‌.ଏ.): ଫେସ୍‌ ବୁକ, ହ୍ବାଟ୍ସଆପ, ୟୁଟୁବ ଆଦି ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ କିଛି ନା କିଛି ପୋଷ୍ଟ କରି ଦେବଗଡ଼ ଜିଲା ତଥା ସହରର...

Advertisement
Archives

Model This Week