Posted inଖେଳ

ଏମ୍‌ଜିଏମ୍‌ ଓଡ଼ିଶା ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌ର ସହଜ ବିଜୟ

ଭୁବନେଶ୍ୱର,୩୧।୧(ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଏମ୍‌ଜିଏମ୍‌ ଓଡ଼ିଶା ମହିଳା ଟି୨୦ ଲିଗ୍‌ରେ ଓଡ଼ିଶା ରେଡ୍‌ ଶନିବାର ୫୯ଟି ବଲ ବାକି ରଖି ୧୦ ଉଇକେଟରେ ଓଡ଼ିଶା ୟେଲୋକୁ ଅତି ସହଜରେ ପରାସ୍ତ କରିଛି। ଟୁର୍ନାମେଣ୍ଟର ୧୭ତମ ମ୍ୟାଚ୍‌ରେ ୟେଲୋ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୮୯ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ସଙ୍ଗୀତା ଖାଡିଆ ୩୨, ପ୍ରିୟଙ୍କା ସାହୁ ୨୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ରେଡ୍‌ ତରଫରୁ ସୋନାଲି ହେମ୍ବ୍ରମ ୨, ସ୍ବର୍ଣ୍ଣଲତା ନାୟକ ଓ ପ୍ରୀତି ପ୍ରିୟଦର୍ଶନୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ବ୍ୟାଟିଂ ଆରମ୍ଭ କରି ରେଡ୍‌ ୧୦.୧ ଓଭରରେ ୯୩ ରନ କରି ବିଜୟୀ ହୋଇଛି। ଦୁଇ ଓପନର ମାଧୁରୀ ମେହେଟା ୪୯(୩୬ ବଲ) ଓ କାଜଲ ଜେନା ୪୨ (୨୫ ବଲ) ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ମାତ୍ର ୮ ରନ ଦେଇ ଗୋଟିଏ ଉଇକେଟ ଅକ୍ତିଆର କରିଥିବା ରେଡ୍‌ର ସ୍ବର୍ଣ୍ଣଲତା ନାୟକଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଦସ୍ୟ ଅନୁପ୍‌ କୁମାର ପାତ୍ର ଓମ୍ୟାନ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ।

ଓଡ଼ିଶା ଭାଓଲେଟ୍‌ ୬ ଉଇକେଟରେ ବିଜୟୀ
କିଟ୍‌ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ଓଡ଼ିଶା ଭାଓଲେଟ୍‌ ୪୫ଟି ବଲ ବାକି ରଖି ୬ ଉଇକେଟରେ ଓଡ଼ିଶା ପର୍ପଲକୁ ସହଜରେ ହରାଇଛି। ଟୁର୍ନାମେଣ୍ଟର ୧୮ତମ ମ୍ୟାଚ୍‌ରେ ଟସ୍‌ ଜିତି ଭାଓଲେଟ୍‌ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପର୍ପଲ ୨୦ ଓଭରରେ ୯ ଉଇକେଟ ହରାଇ ୯୦ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ସରିତା ମେହେର ୩୩ ଓ ଡି. ଜାନକୀ ରେଡ୍ଡୀ ୧୯ ରନ ସଂଗ୍ରହ କରିଥିଲେ। ବୋଲିଂରେ ଭାଓଲେଟ୍‌ ତରଫରୁ କଳ୍ପନା ନାୟକ ଓ ତରାନା ପ୍ରଧାନ ୨ଟି ଲେଖାଏ, ଅଧିନାୟିକା ଅଞ୍ଜଳି ସିଂ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ଭାଓଲେଟ୍‌ ୧୨.୩ ଓଭରରେ ୪ ଉଇକେଟ ହରାଇ ୯୨ ରନ ସଂଗ୍ରହ କରି ବିଜୟୀ ହୋଇଛି। ଦଳ ତରଫରୁ ସୁଶ୍ରୀ ଦିବ୍ୟଦର୍ଶନୀ ୪୨ (୨୨ବଲ) ଓ ତରାନା ପ୍ରଧାନ ୬ ରନ କରି ଅପରାଜିତ ରହିଥିବା ବେଳେ ଅଞ୍ଜଳି ସିଂ ୨୨ ବଲରୁ ୨୮ ରନ ସଂଗ୍ରହ କରିଥିଲେ। ବୋଲିଂରେ ପର୍ପଲ ପକ୍ଷରୁ ବନଲତା ମଲିକ ୨, ଜାନକୀ ରେଡ୍ଡୀ ଓ ଶୁଭସ୍ମିତା ଆଚାର୍ଯ୍ୟ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଓସିଏ ସଦସ୍ୟ ସଂଗ୍ରାମ କୁମାର ଗୁମାନ ସିଂ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ତରାନା ପ୍ରଧାନଙ୍କୁ ଓମ୍ୟାନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ...

ଆଇପିଏଲ୍‌ ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷରେ ରିୟାନ ପରାଗ ଏକ ଚମତ୍କାର ଇନିଂସ ଖେଳିଥିଲେ। ରିୟାନ ପାରାଗ ୪୫ ବଲରେ ୮୪ ରନ ସଂଗ୍ରହ କରିଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri