ମେକ୍ସିକୋର ସଂସଦରେ ପ୍ରଦର୍ଶିତ ହେଲା ଏଲିଅନଙ୍କ ମମି, ୧୦୦୦ବର୍ଷ ପୁରୁଣା ମମିର ହାତରେ ରହିଛି ୩ଟି ଆଙ୍ଗଠି

ମେକ୍ସିକୋ,୧୩।୯: ଲାଟିନ ଆମେରିକୀୟ ଦେଶ ମେକ୍ସିକୋର ସଂସଦରେ ଅସାଧାରଣ ଓ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ମେକ୍ସିକୋ ସଂସଦ ଭିତରେ ଏକ ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଦୁଇଟି ଏଲିଅନଙ୍କ ମୃତଦେହ ପ୍ରଦର୍ଶିତ ହୋଇଛି। ଏହି ମୃତହେଦଗୁଡିକ ସଂସଦରେ ୟୁଏଫଓ ବିଶେଷଜ୍ଞ ଜାମି ମୋସନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଏହି ଦୁଇଟି ମୃତଦେହକୁ ପର୍ଯ୍ୟବେକ୍ଷକଙ୍କ ଦେଖିବା ପାଇଁ ସଂସଦରେ ରଖାଯାଇଛି। ଆୟୋଜକମାନେ ଦାବି କରିଛନ୍ତି ଯେ, ଏହି ଦୁଇଟି ଏଲଅନ ମମି ହୋଇସାରିଛନ୍ତି। ଏହି ମୃତଦେହଗୁଡିକ ୧୦୦୦ବର୍ଷ ପୁରୁଣା ଏବଂ ଏହାକୁ ପେରୁର କୁସ୍କୋରୁ ଉଦ୍ଧାର କରାଯାଇଛି। ୟୁଏଫଓ ବିଶେଷଜ୍ଞ କହିଛନ୍ତି, ମେକ୍ସିକୋର ଏକ ବିଶ୍ୱବିଦ୍ୟାଳୟରେ ୟୁଏଫଓ ନମୁନା ବିଷୟରେ ଅଧ୍ୟୟନ କରାଯାଇଛି। ଯେଉଁଠାରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ରେଡିଓକାର୍ବନ ଡେଟିଂ ଦ୍ୱାରା ସେମାନେ ଡିଏନଏ ପ୍ରମାଣ ପାଇବାରେ ସଫଳ ହୋଇଛନ୍ତି।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଏହି ନମୁନାଗୁଡିକ ଆମ ପୃଥିବୀର ବିବର୍ତ୍ତନର ଅଂଶ ନୁହେଁ। ଏଗୁଡିକ ଏକ ଶୈବାଳରୁ ମିଳିଛି ଯାହା ପରେ ଜୀବାଶ୍ମରେ ପରିଣତ ହୋଇଛି। ଏହି ସମ୍ବନ୍ଧରେ ରିସର୍ଚ୍ଚ କରୁଥିବା ମୋସନ ଜଣେ ସାମ୍ବାଦିକ ଏବଂ ଦୀର୍ଘ ଦିନ ଧରି ସେ ପରଗ୍ରହ ଜୀବମାନଙ୍କ ବିଷୟରେ ଅନୁସନ୍ଧାନ କରିଆସୁଛନ୍ତି।

ସଂସଦରେ ପ୍ରଦର୍ଶିତ ଏହି ମମିଗୁଡିକ ଗ୍ଲାସ ବାକ୍ସରେ ରଖାଯାଇଥିଲା ଯାହା ଦ୍ୱାରା ଅନ୍ୟ ଲୋକମାନେ ମଧ୍ୟ ଦେଖିପାରିବେ। ଏହି ମମିମାନଙ୍କର ମାନବ ପରି ଚେହେରା ରହିଛି। ତାଙ୍କ ହାତ ଓ ପାଦରେ ତିନୋଟି ଆଙ୍ଗୁଠି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିନାୟକ ପଦ ଛାଡି କ୍ରିକେଟରୁ ବିଦାୟ ଦେବେ ବେନ ଷ୍ଟୋକ୍ସ! ନାଇଟ କ୍ଲବ ଘଟଣା ପରେ କ୍ରିକେଟଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି

ନୂଆଦିଲ୍ଲୀ,୧୦।୬: କ୍ରିକେଟ ଇତିହାସର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ ବେନ ଷ୍ଟୋକ୍ସ ଖୁବ ଶୀଘ୍ର ତାଙ୍କର ଅବସର ଘୋଷଣା କରିପାରନ୍ତି। ରିପୋର୍ଟ ଅନୁସାରେ ଷ୍ଟୋକ୍ସ ଟେଷ୍ଟ ଅଧିନାୟକ…

ପ୍ରତିବର୍ଷ ଜଣ୍ଡିସ ବ୍ୟାପୁଛି: ନିୟମିତ ଯାଞ୍ଚ ହେଉନାହିଁ ପାଣି ପାଇପ ଲାଇନ

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ରାଜ୍ୟର ସମସ୍ତ ଘରକୁ ସରକାର ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇଦେବା ଲକ୍ଷ୍ୟ ରଖିଛନ୍ତି। ଉକ୍ତ ଲକ୍ଷ୍ୟକୁ ରଖି ରାଜ୍ୟରେ ଅନେକ ବଡ ବଡ…

ନିଶାସେବନରେ ଝଡି ଯାଉଛି ଅମୂଲ୍ୟ ଜୀବନ, ମୁକ୍ତି ପାଇଁ ପଞ୍ଚାୟତ ପକ୍ଷରୁ…

ମହାକାଳପଡ଼ା,୧୦ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନିଶାପାନ କରି ଯୁବ ସମାଜ ପଥଭ୍ରଷ୍ଟ। ଏହାକୁ ଦୃଢ଼ ଭାବେ ବିରୋଧ ସହ ସମାଜ ପାଇଁ ସଚେତନତା ବାର୍ତ୍ତା ପ୍ରଦାନ ପାଇଁ ମଙ୍ଗଳବାର…

୩୫ ଚୌକା, ୯ ଛକା ସହ ୨୧୦ ରନର ଏକ ଇନିଂସ… ବୈଭବ ସୂର୍ଯ୍ୟବଂଶୀ ନୁହେଁ ଗର୍ଜିଲା ତାଙ୍କ ବନ୍ଧୁଙ୍କ ବ୍ୟାଟ

ନୂଆଦିଲ୍ଲୀ,୧୦।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ୨୦୨୬ରେ ତାଙ୍କର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଦ୍ୱାରା କେବଳ ଲୋକଲୋଚନକୁ ଆସି ନଥିଲେ ବରଂ ଭାରତୀୟ ଜାତୀୟ ଦଳରେ…

‘ସାର୍ବଜନୀନ ସେବା ହେଉଛି ସୁଶାସନର ମାପକାଠି’- ଦୀର୍ଘତମ କାର୍ଯ୍ୟକାଳ ପାଇଁ ରେକର୍ଡ ସ୍ଥାପନ କରିବା ପରେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟ

ନୂଆଦିଲ୍ଲୀ,୧୦।୬: ବୁଧବାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡକୁ…

ସୁଧୁରୁନି ପାକିସ୍ତାନ: ଆଫଗାନିସ୍ତାନ ଉପରେ କଲା ବଡ଼ ଆକ୍ରମଣ

ଇସଲାମାବାଦ୍‌,୧୦।୬: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନରେ ବିମାନ ଆକ୍ରମଣ କରିଛି। ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ତାଲିବାନର ମୁଖ୍ୟ…

ସରକାରଙ୍କ ବଡ଼ ପଦକ୍ଷେପ, ଶେଷ ହେବ ‘ଦୁଇ ସନ୍ତାନ’ ନିୟମ

ଇନ୍ଦୋର,୧୦।୬: ମଧ୍ୟପ୍ରଦେଶ ସରକାର ଚାକିରି ଆଶାୟୀ ଏବଂ ବର୍ତ୍ତମାନର ସରକାରୀ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ମୋହନ ଯାଦବ ପ୍ରଶାସନ ୨୩ ବର୍ଷ ପୁରୁଣା ‘ଦୁଇ…

ଟିମ ଇଣ୍ଡିଆରେ ସ୍ଥାନ ପାଇବା ପରେ ପ୍ରଥମଥର ଏମିତି କାରନାମା କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୦।୬: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତ ଏ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ଏକ ଦିନିକିଆ ସିରିଜ ଚାଲିଛି। ଏଥିରେ ଭାରତ ଏ, ଶ୍ରୀଲଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri