ମିଥେନ ହ୍ରାସ ପ୍ରତିବଦ୍ଧତା

ସାରା ଭୋଗେଲ, ମାର୍ସେଲୋ ମେନା

ଗ୍ଲାସ୍‌ଗୋରେ ଗତବର୍ଷ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୬) ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀର ସବୁଠୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ମଧ୍ୟରେ ବୈଶ୍ୱିକ ମିଥେନ ସଙ୍କଳ୍ପ ଥିଲା ଅନ୍ୟତମ । ଉକ୍ତ ସଙ୍କଳ୍ପରେ ୨୦୩୦ ସୁଦ୍ଧା ମିଥେନ ନିର୍ଗମନ ୩୦% କମାଇବା ଲାଗି ୧୦୦ରୁ ଊର୍ଦ୍ଧ୍ୱ ଦେଶ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ତେବେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଗ୍ରହଣ କରାଯାଉଥିବା ପ୍ରଭାବୀ ପଦକ୍ଷେପଗୁଡ଼ିକ ମଧ୍ୟରେ ମିଥେନ ନିର୍ଗମନ ହ୍ରାସ ପ୍ରକ୍ରିୟାର ଗୁରୁତ୍ୱ ଅଧିକ । ମିଥେନ ନିର୍ଗମନ ହ୍ରାସ ଜଳବାୟୁ ପରିବର୍ତ୍ତନ ରୋକିବା ସହ ଲୋକଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ଭୂମିକା ନେଇପାରିବ। ମିଥେନ ଗ୍ୟାସ୍‌ ଅତି କ୍ଷତିକାରକ ସବୁଜ ଗୃହ ବାଷ୍ପ। ବାୟୁମଣ୍ଡଳରେ ଏହା କାର୍ବନ ଡାଇଅକ୍ସାଇଡ ତୁଳନାରେ ୮୦ ଗୁଣ ଅଧିକ ତାପମାତ୍ର ଅବଶୋଷଣ କରିଥାଏ। ସାମ୍ପ୍ରତିକ ବିଶ୍ୱତାପନ ବୃଦ୍ଧି କରୁଥିବା ଗ୍ୟାସଗୁଡ଼ିକ ମଧ୍ୟରେ ମିଥେନ ପରିମାଣ ପ୍ରାୟ ଏକ ଚତୁର୍ଥାଂଶ। ସେଥିପାଇଁ ଲଗାତର ତୀବ୍ର ପାଣିପାଗ କୈନ୍ଦ୍ରିକ ଘଟଣାଗୁଡ଼ିକ ଘଟୁଛି, ଖାଦ୍ୟ ଅସୁରକ୍ଷା ବୃଦ୍ଧି ପାଉଛି, ସଂକ୍ରାମକ ରୋଗ ବିପଦ ବଢୁଛି ,ସ୍ବଚ୍ଛ ଜଳ ପାଇବା କଷ୍ଟକର ହୋଇପଡ଼ୁଛି ଏବଂ ବାୟୁର ମାନ ନଷ୍ଟ ହେଉଛି। କେବଳ ଏତିକି ନୁହେଁ, ସାର୍ବଜନୀନ ସ୍ବାସ୍ଥ୍ୟ ମଧ୍ୟ ଗଭୀର ଭାବେ ପ୍ରଭାବିତ ହେଉଛି। ବିିଶେଷ କରି ଗରିବ ଏବଂ ସଂସାଧନରୁ ବଞ୍ଚିତ ବର୍ଗ ସ୍ବାସ୍ଥ୍ୟସେବା ନ ପାଇବା, ଖରାପ ପୋଷଣ, ଅସୁରକ୍ଷିତ ବାସ ଓ କର୍ମ ପରିବେଶରେ ରହିବା ଯୋଗୁ ସେମାନେ ଅତ୍ୟଧିକ ବିପଦର ସମ୍ମୁଖୀନ ହୋଇଛନ୍ତି।
ଏଭଳି ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଫଳରେ ଶ୍ୱାସନଳୀ ନଷ୍ଟ ହୋଇଥାଏ, ଫୁସ୍‌ଫୁସ୍‌ ରୋଗ ଏବଂ ଶ୍ୱାସ ରୋଗ ବୃଦ୍ଧିପାଏ, ହୃଦ୍‌ରୋଗ ଓ ତତ୍‌ଜନିତ ମୃତ୍ୟୁହାର ମଧ୍ୟ ବଢ଼ିଯାଏ। ଏହା ମଧ୍ୟ ଦୃଦ୍‌ଘାତ ଆଶଙ୍କା ବୃଦ୍ଧିକରେ। ପରିଣାମ ସ୍ବରୂପ ଉପତ୍ାଦକତା ହ୍ରାସ ପାଇବା ସହ ଚିକିତ୍ସା ଖର୍ଚ୍ଚ ବଢୁଛି ଏବଂ ସ୍ବାସ୍ଥ୍ୟାବସ୍ଥାରେ ଉପରେ ଅଧିକ ଚାପ ପଡ଼ୁଛି। ପ୍ରଦୂଷିତ ଓଜୋନ ଶସ୍ୟ ବୃଦ୍ଧିକୁ ରୋକିବା ସହ ଖାଦ୍ୟ ଅସୁରକ୍ଷା ବଢାଇବାର ସମ୍ଭାବନା ରହିଛି। କିନ୍ତୁ ଗୋଟିଏ ଭଲ ଖବର ହେଉଛି, କାର୍ବନ ଡାଇଅକ୍ସାଇଡ ଭଳି ମିଥେନ ବାୟୁମଣ୍ଡଳରେ ଅଧିକ ଦିନ ରହିବା ସମ୍ଭାବନା ନାହିଁ। ଏଣୁ ମିଥେନ ନିର୍ଗମନ ହ୍ରାସ କରିବାର ପ୍ରଭାବ ଶୀଘ୍ର ଅନୁଭବ କରିହେବ ଏବଂ ଏଥିପାଇଁ ବୈଶ୍ୱିକ ମିଥେନ ସଙ୍କଳ୍ପ ସ୍ପଷ୍ଟତଃ ଏକ ଉଚିତ ପଦକ୍ଷେପ। କିନ୍ତୁ ହାରାହାରି ବିଶ୍ୱତାପନ ୧.୫ ଡିଗ୍ରୀ ସେଲ୍‌ସିୟସରେ ସୀମିତ ରଖିବାରେ ଲକ୍ଷ୍ୟ ହାସଲ କରିବା ଏବଂ ସାର୍ବଜନୀନ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାକୁ ହେଲେ ବିଶ୍ୱକୁ ଆହୁରି ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ନେବାକୁ ପଡ଼ିବ। ୨୦୩୦ ସୁଦ୍ଧା ମିଥେନ ନିର୍ଗମନ ୪୫% କମାଇ ପାରିଲେ ୨୦୪୦ ସୁଦ୍ଧା ବିଶ୍ୱତାପନ ୦.୩% ହ୍ରାସ ହେବ। ଏହି ପଦକ୍ଷେପଗୁଡ଼ିକୁ ଗତିଶୀଳ କରିବା ଲାଗି କଲ୍ୟାଣକାରୀ କାର୍ଯ୍ୟରେ ଜଡ଼ିତ ପ୍ରମୁଖ ସଂସ୍ଥାଗୁଡ଼ିକ ଏକାଠି ଗତ ବର୍ଷ ଏକ ଗ୍ଲୋବାଲ ମିଥେନ ହବ୍‌ ଆରମ୍ଭ କରିଛନ୍ତି ଓ ଲୋକ ହିତରେ ୩୩୦ ମିଲିୟନ ଡଲାର ଉପଯୋଗ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଏହି ହବ୍‌ କ୍ଲାଇମେଟ ଆଣ୍ଡ୍‌ କ୍ଲିନ୍‌ ଏୟାର କୋଆଲିସନ ବା ଜଳବାୟୁ ଏବଂ ସ୍ବଚ୍ଛ ବାୟୁ ମେଣ୍ଟକୁ ୧୦ ମିଲିୟନ ଡଲାର ଆବଣ୍ଟନ କରିବାକୁ ଘୋଷଣା କରିସାରିଛି। ମିଥେନ ନିର୍ଗମନ ହ୍ରାସ ଯୋଜନା ପ୍ରସ୍ତୁତ ଲାଗି ୩୦ ଦେଶକୁ ସାହାଯ୍ୟ କରିବାକୁ ଏଭଳି କରିଛି। ନିର୍ଗମନ କମ୍‌ କରିବା ସକାଶେ ନୂତନ ଆବିଷ୍କାରଗୁଡ଼ିକୁ ସହଯୋଗ କରିବାକୁ ଉକ୍ତ ହବ୍‌ ଏଗ୍ରିକଲ୍‌ଚର ଇନୋଭେଶନ ମିଶନ୍‌ ଫର୍‌ କ୍ଲାଇମେଟ୍‌ ସହ ମଧ୍ୟ ଯୋଗଦେଇଛି। ଏଣୁ ଏନ୍‌ଜିଓ ଓ ତୃଣମୂଳ ସ୍ତରରେ ସଂଗଠନଗୁଡ଼ିକୁ ସହଯୋଗ କରି ପଶୁପାଳନ (ବୈଶ୍ୱିକ ମିଥେନ୍‌ ନିର୍ଗମନର ୩୦% ), ତୈଳ ଓ ଗ୍ୟାସ ( ୨୫%) ଏବଂ ବାହାରେ ଠୁଳ ହେଉଥିବା ବର୍ଜ୍ୟ(୧୫%)ରୁ ନିର୍ଗମନ ହ୍ରାସ କରିବା ପାଇଁ ପ୍ରକ୍ରିୟାରେ ଉନ୍ନତି ଆଣିବା ହବ୍‌ର ମୁଖ୍ୟ ଲକ୍ଷ୍ୟ ହେବ।
ତୈଳ ଓ ବାଷ୍ପ୍ବ କ୍ଷେତ୍ରକୁ ବିଚାର କରାଯାଉ। ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା (ଆଇଇଏ) ଆକଳନ ଅନୁଯାୟୀ, ଏବେ ଏହି କ୍ଷେତ୍ରରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମଗୁଡ଼ିକୁ ଅନେକ ଦେଶ ଗ୍ରହଣ କଲେ ନିର୍ଗମନ ଅଧା କମାଯାଇପାରିବ। ଆଇଇଏ ଅନୁସାରେ, ଉପଲବ୍ଧ ହେଉଥିବା ଅତିରିକ୍ତ ପଦକ୍ଷେପ ଦ୍ୱାରା ବୈଶ୍ୱିକ ତୈଳ ଓ ବାଷ୍ପ କାର୍ଯ୍ୟଧାରାରୁ ଟେକ୍‌ନିକାଲି ମିଥେନ ନିର୍ଗମନ ଏକ ତୃତୀୟାଂଶ ହ୍ରାସ କରିବା ସମ୍ଭବ ହେବ। ଟେକ୍‌ନୋଲୋଜି ଓ ଅନ୍ୟ ସବୁ ବ୍ୟବସ୍ଥାର ସୁଯୋଗ ନେଇ ସବୁଠୁ ଅଧିକ ମିଥେନ ନିର୍ଗମନକାରୀ ସେକ୍ଟରଗୁଡ଼ିକୁ ନଜରରେ ରଖି ନୀତି ନିର୍ଦ୍ଧାରକମାନେ ଜଳବାୟୁ କାର୍ଯ୍ୟକ୍ରମକୁ ଆଗେଇ ନେଇପାରିବେ ଏବଂ ତୈଳ ଓ ବାଷ୍ପ କାର୍ଯ୍ୟକଳାପ ଚାଲୁଥିବା ସ୍ଥାନ ନିକଟରେ ରହୁଥିବା ଲୋକମାନଙ୍କୁ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଉପକାର ପହଞ୍ଚାଇପାରିବେ। ମିଥେନ ସହ କ୍ଷତିକାରକ କଣିକା ନିର୍ଗତ ହେଉଥିବା ତୈଳ ଓ ବାଷ୍ପ କୂପ ନିକଟରେ ଥିବା ବସତିରେ ଶ୍ୱାସ ହାର ବଢ଼ିବା, କମ୍‌ ଓଜନର ଶିଶୁ ଜନ୍ମ ନେବା, ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ହେବା ଭଳି ସମସ୍ୟା ବୃଦ୍ଧି ପାଇବାର ଗବେଷଣାଲବ୍ଧ ପ୍ରମାଣ ରହିଛି। ଏଣୁ ଏହି ସେକ୍ଟରରେ ମିଥେନ ନିର୍ଗମନ ହ୍ରାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ହିଁ ପ୍ରଥମ ପଦକ୍ଷେପ। ନିକଟରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଗ୍ୟାସ ଇନ୍ଧନ ଚାଳିତ ଷ୍ଟୋଭ ଏବଂ ଓ୍ବାଟର ହିଟରରୁ ମିଥେନ ନିର୍ଗତ ହୋଇ ଘର ଭିତର ଓ ବାହାର ପରିବେଶକୁ ପ୍ରଦୂଷିତ କରୁଛି। ଏହାର ସମାଧାନ ଲାଗି ନୀତିନିର୍ଦ୍ଧାରକମାନେ ଅକ୍ଷୟ ଶକ୍ତି କ୍ଷମତା ଓ ବିଦ୍ୟୁତୀକରଣକୁ ବ୍ୟାପକ ସମ୍ପ୍ରସାରିତ କରିବା ଉଚିତ।
କୃଷି ଓ ବର୍ଜ୍ୟ ପରିଚାଳନାରୁ ବାହାରୁଥିବା ମିଥେନ ପରିମାଣ କମାଇବା ଲାଗି ମଧ୍ୟ ବହୁ ସୁଯୋଗ ରହିଛି। ପଶୁଙ୍କୁ ଉନ୍ନତ ମାନର ଚାରା ଖାଇବାକୁ ଦେଇ ପାକକ୍ରିୟାରେ ଅନ୍ତନଳୀରୁ ନିର୍ଗତ ମିଥେନ ପରିମାଣ ହ୍ରାସ କରାଯାଇପାରିବ। ବର୍ଜ୍ୟରୁ ପ୍ରକ୍ରିୟାକରଣ ପଦ୍ଧତିରେ ବିଦ୍ୟୁତ ଯୋଗାଇଦେଲେ ମିଥେନ ନିର୍ଗମନ ହ୍ରାସ ପାଇବ। ତେବେ ହଠାତ୍‌ ମିଥେନ ନିର୍ଗମନ ହ୍ରାସ କରିବା ଏକ କଠିନ ବ୍ୟାପାର ଏବଂ ବୈଶ୍ୱିକ ମିଥେନ ସଙ୍କଳ୍ପ ମଧ୍ୟ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ କରିବା ଲାଗି ଏଭଳି ପଦକ୍ଷେପଗୁଡ଼ିକର ଗୁରୁତ୍ୱ ସମ୍ପର୍କରେ ବିଶ୍ୱସ୍ତରରେ ସଚେତନତା ବଢ଼ାଉଛି। କିନ୍ତୁ ପ୍ରତିବଦ୍ଧତାକୁ ବାସ୍ତବ ପ୍ରଗତିରେ ପରିବର୍ତ୍ତନ କରିବା ଏତେ ସହଜ ହେବ ନାହିଁ। ସେଥିପାଇଁ ମିଥେନ ନିର୍ଗମନ ହ୍ରାସ କରିବା ଯୋଗୁ କେଉଁ ସ୍ବାସ୍ଥ୍ୟଗତ ଉପକାର ମିଳୁଛି, ତାହାକୁ ଲୋକଲୋଚନକୁ ଆଣିବା ଗୁରୁତ୍ୱପୂର୍ଣ୍ଣ। ମିଥେନ ନିର୍ଗମନ ହ୍ରାସ କରିବା ଏବଂ ବିଶ୍ୱରେ ସାର୍ବଜନୀନ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଲାଗି ଗବେଷକ, ସମାଜ, ସ୍ବାସ୍ଥ୍ୟ କର୍ମୀଙ୍କ ସାହାଯ୍ୟରେ ଆମେ ଏକ ସହଯୋଗୀ, ସହଭାଗୀ ପ୍ରକ୍ରିୟା ଗଢ଼ିବା ସହ ନିବେଶ ପାଇଁ ଉତ୍ତମ ସ୍ଥିତି ସୃଷ୍ଟି କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri