ଅହଂମତ୍ତତା

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ

ମଣିଷ ଅହଂମତ୍ତ ହେଲେ ଅନ୍ଧ ଭଳି ଦିଗ୍‌ ବିଦିଗ୍‌-ଶୂନ୍ୟ ହୋଇ ବିବେକର ବିଚାର ଏବଂ ଆଦର୍ଶବୋଧକୁ ସମ୍ପୂର୍ଣ୍ଣ ଉପେକ୍ଷା କରି ଅପରିଣାମଦର୍ଶୀ କାର୍ଯ୍ୟ କଳାପ ଦ୍ୱାରା ନିଜର ତଥା ନିଜ ପରିବେଶ ଏବଂ ଦେଶ ଓ ଦଶର ସମୂହ ଧ୍ୱଂସର କାରଣ ହୋଇଥାଏ । ପୁରାଣ-ଇତିହାସ ପୃଷ୍ଠାରୁ ଜଣାଯାଏ କ୍ଷମତା ମଦରେ ଅଭିଭୂତ ହୋଇ ଅତୀତରେ ଅନେକ ରାଜା, ମହାରାଜା, ସମ୍ରାଟ ଏବଂ ରାଷ୍ଟ୍ରନାୟକମାନେ ନିଜର ତଥା ନିଜ ଦେଶର ବିନାଶର କାରଣ ହୋଇଛନ୍ତି। ସମ୍ପ୍ରତି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଦ୍ୱାରା ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ ତଥା ଧ୍ୱଂସର ତାଣ୍ଡବଲୀଳା ସୃଷ୍ଟି କରି ଅଗଣିତ ନିରୀହ ମଣିଷ-ବୃଦ୍ଧ-ଶିଶୁ-ନାରୀ-ପୀଡ଼ିତମାନଙ୍କର ଅସୀମ ଦୁଃଖ-ଦୁର୍ଦ୍ଦଶାର କାରଣ ହେବା ସେହିପରି ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାର ଅନ୍ତିମ ପରିଣତି ସ୍ବରୂପ ଭୟଙ୍କର ଆଣବିକ ଯୁଦ୍ଧଜନିତ ମହାବିନାଶକୁ ଆମନ୍ତ୍ରଣ କରିବାର ଆଶଙ୍କା ଦେଖାଦେଇଛି। ନାଟୋ ଏବଂ ୟୁରୋପୀୟ ଦେଶଗୁଡ଼ିକ ରୁଷିଆ ଉପରେ ନାନା ପ୍ରକାର ଅର୍ଥନୈତିକ କଟକଣା ପ୍ରୟୋଗ କରିବା ହେତୁ ଅଚିରେ ରୁଷୀୟ ଅର୍ଥନୀତି ବିଧ୍ୱସ୍ତ ହେବାର ସମ୍ଭାବନା ଦେଖାଦେଇଛି।
ଏଣେ ଆମେରିକାର ଆର୍ଥିକ ତଥା ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ବଳୀୟାନ ହୋଇ ୟୁକ୍ରେନ୍‌ ରୁଷୀୟ ସେନାକୁ ମୁକାବିଲା କରୁଛି। ୟୁକ୍ରେନ୍‌କୁ ରୁଷୀୟ ସେନା ସମ୍ପୂର୍ଣ୍ଣ ଅଧିକାର କରିପାରିନାହିଁ। କିମ୍ବା ଆତ୍ମସମର୍ପଣ କରିବାକୁ ବାଧ୍ୟ କରିପାରିନାହିଁ।
ବର୍ତ୍ତମାନ ପୁଟିନ୍‌ଙ୍କ ପାଇଁ ୟୁକ୍ରେନ୍‌ ‘ନାଗସାପର ଚୁଚୁନ୍ଦ୍ରା ଗିଳିବା’ ଭଳି ହୋଇଛି। ଅର୍ଥାତ୍‌ ନା ଗିଳିପାରୁଛି ନା ଓକାଳି ପାରୁଛି। ଜଣେ ବିଚକ୍ଷଣ କୂଟନୀତିଜ୍ଞ ଏବଂ ବୁଦ୍ଧିମାନ ରାଷ୍ଟ୍ରମୁଖ୍ୟ ହୋଇ ମଧ୍ୟ ସେ କିପରି ଏଭଳି ଅପରିଣାମଦର୍ଶୀ ପଦକ୍ଷେପ ଗ୍ରହଣ କଲେ ତାହା ହିଁ ଆଶ୍ଚର୍ଯ୍ୟର କଥା। ଏହାକୁ କହନ୍ତି ଅହଂମତ୍ତତା, ଏଭଳି ପରିସ୍ଥିତି ଯୋଗୁ ଭାରତ ମଧ୍ୟ ଆନ୍ତର୍ଜାତିକ ସ୍ତରରେ ଅତ୍ୟନ୍ତ ଜଟିଳ ପରିସ୍ଥିତି ଭିତରକୁ ଟାଣି ହୋଇଯାଇଛି। କାରଣ ରୁଷିଆ ଭାରତର ଏକ ବିଶ୍ୱସ୍ତ ଏବଂ ନିର୍ଭରଯୋଗ୍ୟ ବନ୍ଧୁ ହୋଇ ଆସିଛି, ବିଶେଷ କରି କଶ୍ମୀର ବ୍ୟାପାରରେ ଆନ୍ତର୍ଜାତିକ ସ୍ତରରେ ଭାରତକୁ ଅନ୍ଧ ଭାବେ ସମର୍ଥନ ଦେଇଛି। ତେଣୁ ନୀତିଗତ ଭାବେ ଭାରତ ରୁଷିଆକୁ ସମର୍ଥନ ଜଣାଇବାକୁ ବାଧ୍ୟ। କିନ୍ତୁ ପୁଟିନ୍‌ଙ୍କ ନୀତି ବିରୁଦ୍ଧ କାର୍ଯ୍ୟକଳାପ ଏବଂ ଯୁଦ୍ଧଖୋର ମନୋଭାବ ଯୋଗୁ ସମଗ୍ର ବିଶ୍ୱର ଜନମତ ତାହା ବିରୋଧରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ତାହାର ସମର୍ଥକ ଭାବରେ ଭାରତ ମଧ୍ୟ ବିଶ୍ୱଦରବାରରେ ନିନ୍ଦିତ ହେଉଛି। ଏଭଳି ପରିସ୍ଥିତିରେ ଭାରତ କେତେଦିନ ପୁଟିନ୍‌ଙ୍କ ନୀତିକୁ ସମର୍ଥନ ଦେଇପାରିବ ତାହାହିଁ ଚିନ୍ତାର ବିଷୟ। ଅନ୍ୟାୟ କରୁଥିବା ବ୍ୟକ୍ତିକୁ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବରେ ସମର୍ଥନ କରିବା ଅନ୍ୟାୟ ସହିତ ସମାନ। ‘ସତ୍ୟାନୁସରଣ’ରେ କୁହାଯାଇଛି- ”ତୁମ ବନ୍ଧୁ ଯଦି କୁପଥରେ ଯାଏ, ଆଉ ତୁମେ ଯଦି ତାକୁ ଫେରାଇବାକୁ ଚେଷ୍ଟା ନ କର ବା ତ୍ୟାଗ କର, ତା’ର ଶାସ୍ତି ତୁମକୁ ମଧ୍ୟ ତ୍ୟାଗ କରିବ ନାହିଁ।“ ତେଣୁ ଆମ ପ୍ରଧାନମନ୍ତ୍ରୀଙ୍କୁ ଏବେ ସମସ୍ତ କୂଟନୈତିକ କୌଶଳ ପ୍ରୟୋଗ କରି ପୁଟିନ୍‌ଙ୍କୁ ଯୁଦ୍ଧରୁ ନିବୃତ୍ତ କରିବା ଏକାନ୍ତ କର୍ତ୍ତବ୍ୟ ବୋଲି ମନେହୁଏ। ଅବଶ୍ୟ ୟୁକ୍ରେନ୍‌ରେ ଏହି ବିସ୍ଫୋରକ ପରିସ୍ଥିତି ପାଇଁ ପୁଟିନ୍‌ ଏକାମାତ୍ର ଦାୟୀ ନୁହନ୍ତି। ଆଜି ରୁଷିଆ ଏବଂ ୟୁକ୍ରେନ୍‌ର ପରିସ୍ଥିତିକୁ ଅତୀତର ଭାରତ-ପାକିସ୍ତାନ ସମ୍ପର୍କ ସହିତ ତୁଳନା କରାଯାଇପାରେ। ପାକିସ୍ତାନ ଭାରତ-ଭୂଖଣ୍ଡରୁ ଅଲଗା ହେବା ପରେ ଆମେରିକା ତାହାକୁ ପ୍ରକାଶ୍ୟରେ ଅଥବା ଗୁପ୍ତରେ ନାନାପ୍ରକାର ଅସ୍ତ୍ରଶସ୍ତ୍ର ସାହାଯ୍ୟ କରି ପରୋକ୍ଷରେ ଭାରତ ବିରୋଧରେ ପ୍ରରୋଚିତ କରିଆସିଛି। ଯାହାଫଳରେ ପାକିସ୍ତାନ ଭାରତର ଚିରଶତ୍ରୁ ହେବା ସଙ୍ଗେ ସଙ୍ଗେ ଦୀର୍ଘ ପଚାଶବର୍ଷରୁ ଊର୍ଦ୍ଧ୍ୱ ସମୟ ଭାରତ ସହିତ ସୀମା ବିବାଦ ଏବଂ ଯୁଦ୍ଧ ବିଗ୍ରହରେ ଲିପ୍ତ ରହିଛି। ଅନୁରୂପ ଭାବେ ୟୁକ୍ରେନ୍‌ ସୋଭିଏଟ ୟୁନିୟନରୁ ଅଲଗା ହେବା ପରେ ଆମେରିକା ତାହା ସହିତ ମିତ୍ରତା ଜମାଇ ତାକୁ ରୁଷିଆ ବିରୋଧରେ ଉସୁକାଇ ଚାଲିଛି ଏବଂ ଏହି ଯୋଜନାକୁ ଆଗେଇ ନେବା ପାଇଁ ୟୁକ୍ରେନ୍‌କୁ ନାଟୋ ସଂଗଠନର ସଦସ୍ୟ କରିବାକୁ ମସୁଧା କରିଛି।
ୟୁକ୍ରେନ୍‌ ରାଷ୍ଟ୍ରପତି ଆମେରିକାର ହାତବାରିସି ଭଳି କାର୍ଯ୍ୟ କରୁଛନ୍ତି। ମାତ୍ର ପୁଟିନ୍‌ ଏହି ଚକ୍ରାନ୍ତକୁ ପଣ୍ଡ କରିବାକୁ ଦୃଢ଼ସଂକଳ୍ପ। ଯାହା ହେଉନା କାହିଁକି ଏହି ଧ୍ୱଂସାତ୍ମକ ଯୁଦ୍ଧ ବନ୍ଦ ହୋଇ ଶାନ୍ତି ଫେରିଆସୁ ଏବଂ ଏଥିପାଇଁ ଭାରତକୁ ସକ୍ରିୟ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ।
ପ୍ଲଟ୍‌ ନଂ. ୫୦୬, ନୟାପଲ୍ଲୀ, ଭୁବନେଶ୍ୱର
ମୋ: ୯୪୩୭୨୮୭୯୬୪


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri