ପାଣିପାଗ ବିଭାଗର ସୂଚନା, ବର୍ଷା ନେଇ ଏହି ୨୧ ଜିଲାକୁ ୱାର୍ନିଂ

ଭୁବନେଶ୍ୱର,୧୮।୬(ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ। ତେବେ ମୌସୁମୀ ଓ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ୨୪ ଘଣ୍ଟାରେ ସବୁ ଜିଲା ଭିଜିବ। ତେବେ ଉପକୂଳର ୧୪ ଜିଲାରେ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ଗୁଳୁଗୁଳି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲାରେ ବର୍ଷା, ବଜ୍ରପାତ ସହ ୫୦ରୁ ୬୦ କିମି ବେଗରେ ଝଟକା ପବନର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ନିଂ ଦିଆଯାଇଛି । ବାକି ୨୧ଟି ଜିଲାୟେଲୋ ୱାର୍ନିଂ ଜାରି ହୋଇଛି।

ତେବେ ଗୁରୁବାର କୋରାପୁଟ, ରାୟଗଡା ଓ ଗଜପତିରେ ପ୍ରବଳ ବର୍ଷା ହେବ। ସେହିଭଳି ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ବଜ୍ରପାତ, ବର୍ଷା ସହ ୫୦ରୁ ୬୦ କି.ମି. ବେଗରେ ଝଟକା ପବନ ଏବଂ ଅବଶିଷ୍ଟ ୨୩ ଜିଲାରେ ବର୍ଷା, ବଜ୍ରପାତ ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ସତର୍କ କରାଯାଇଛି।
ବୁଧବାର ୮ ଜିଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ କିଛି ଜିଲାରେ କାଳବୈଶାଖୀ ସହ ମୌସୁମୀ ବର୍ଷା ଲାଗି ରହିଛି। ସର୍ବାଧିକ ତାପମାତ୍ରା ବୌଦ୍ଧରେ ୪୨.୭ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଅନୁଗୋଳରେ ସର୍ବାଧିକ ବର୍ଷା ୬୮.୪ ମି.ମି ବର୍ଷା ହୋଇଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମାଡ଼ି ଆସିଲା ସମୁଦ୍ର ଜୁଆର, ୧୦୦ ଏକର ଚାଷ ଜମି ଜଳମଗ୍ନ

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆ ଗ୍ରାମ ଦେବତୀ ଜାହେରୀ ପୀଠଠାରେ ବୁଧବାର ସମୁଦ୍ର ଉଚ୍ଚ ଜୁଆର…

ମାନବାଧିକାର କର୍ମୀ ପରିଚୟରେ କରୁଥିଲେ ଟଙ୍କା ଆଦାୟ, ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା

ଗଜପତି, ୧୮।୬(ଗିରିଧାରୀ ପରିଛା): ମାନବାଧିକାର ସଂଗଠନ ଓ ଏନଜିଓର ନାମ ବ୍ୟବହାର କରି ନିରୀହ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଏକ ଠକେଇ ଅଭିଯୋଗ…

ଏହି ଯାତ୍ରୀମାନଙ୍କ ପାଇଁ ଖୁସି ଖବର! ଟ୍ରେନ ଟିକେଟ୍‌ରେ ୭୫% ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍‌ଲୀ,୧୮।୬: ଭାରତୀୟ ରେଳବାଇ (Indian Railways) ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତ୍ରାକୁ ସହଜ, ସୁରକ୍ଷିତ ଏବଂ ଶସ୍ତା କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ…

ଚାମେଲି ବିବାଦ ମାମଲା: ସେଦିନ କ’ଣ ଘଟିଥିଲା? ଚାଞ୍ଚଲ୍ୟକର ଖୁଲାସା କଲେ ବିଡିଓ

କେନ୍ଦ୍ରାପଡ଼ା,୧୮।୬: ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲାରେ ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଲେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ। ବିଡିଓ କହିଛନ୍ତି, ମନା କରିବା…

ଇରାନ-ଆମେରିକା ଡିଲ୍‌ରେ ପାକିସ୍ତାନର ନାଁ: ଖୁସିରେ ଗଦ୍‌ଗଦ୍‌ ଶେହବାଜ ସରିଫ, କହିଲେ- ‘ମୋ ମଧ୍ୟସ୍ଥତାରେ…’

ନୂଆଦିଲ୍ଲୀ, ୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଡିଲ (ଚୁକ୍ତି) ହେବା ପରେ ପାକିସ୍ତାନ ମଧ୍ୟ ମଧ୍ୟସ୍ଥତାର ଶ୍ରେୟ (କ୍ରେଡିଟ)…

ଆପଲପ୍ରେମୀଙ୍କୁ ଲାଗିବ ଝଟକା, ମହଙ୍ଗା ହେବ ଆଇଫୋନ! ସିଇଓ କହିଲେ…

ନୂଆଦିଲ୍ଲୀ,୧୮।୬: ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଆଇଫୋନର କ୍ରେଜ ଦେଖିବାକୁ ମିଳୁଛି । ଏହାରି ଭିତରେ ଆପଲ ସିଇଓ ଟିମ୍ କୁକ୍ ଏକ ବଡ଼ ଘୋଷଣା କରିଛନ୍ତି…

G7 ସମ୍ମିଳନୀରେ ମୋଦିଙ୍କୁ ନେଇ ଏମିତି କ’ଣ କହିଲେ ଟ୍ରମ୍ପ? ହସି ହସି ବେଦମ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮।୬: ଫ୍ରାନ୍ସର ଏଭିଆନଠାରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦ୍ୱିପାକ୍ଷିକ ବୈଠକ ଅବସରରେ ଟ୍ରମ୍ପ…

ଦେବଗଡ଼ରେ ବଢିଲା ଖରାଦିନ ସ୍କୁଲ ଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ…

ଦେବଗଡ,୧୮।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ୨୨ ତାରିଖରେ ଖୋଲିବ ସ୍କୁଲ। ୨୦ ତାରିଖ ଯାଏ ବଢ଼ିଲା ଖରାଦିନ ସ୍କୁଲ ଛୁଟି ଅବଧି। ଗ୍ରୀଷ୍ମ ପ୍ରବାହ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri