ମନ୍ତ୍ରୀଙ୍କୁ ଭେଟିଲେ, ପଞ୍ଜୀକରଣ ଅବଧି ବୃଦ୍ଧି ଦାବି

ବରଗଡ଼, ୨୭।୮(ପ୍ରେମାନନ୍ଦ ଖମାରୀ):ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ସୋମବାର ସରିଯାଇଛି। ଏଭଳି ସ୍ଥିତିରେ ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ କରୁଥିବା ବରଗଡ଼ ଜିଲାର ଅନେକ ଚାଷୀ ବିଭିନ୍ନ କାରଣରୁ ପଞ୍ଜୀକରଣରୁ ବାଦ ପଡ଼ି ଯାଇଛନ୍ତି। ଫଳରେ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ ବରଗଡ଼ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ଦାବି କରିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସଂଗଠନ ପକ୍ଷରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଚାଷର ବ୍ୟସ୍ତତା ସହିତ ଅଗଷ୍ଟ ମାସରେ ଅନାବୃଷ୍ଟି, ସାର ସଙ୍କଟ, ଋଣ ନେଣଦେଣ, ପ୍ରଧାନମନ୍ତ୍ରୀ ଫସଲବୀମା ପଞ୍ଜୀକରଣ ଏବଂ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗରୁ କୌଣସି ପ୍ରସ୍ତୁତି ନ କରି ହଠାତ ଇ-କେୱାଇସି ଲାଗୁ କରିବା, ରେକର୍ଡ ଧାରୀଙ୍କ ମୃତ୍ୟୁବରଣ ହୋଇଥିଲେ ଉତ୍ତରାଧିକାରୀଙ୍କୁ ଲିଗାଲ ହେୟାର ବାଧ୍ୟତାମୂଳକ କରିବା କାରଣରୁ ପଞ୍ଜିକରଣ ବ୍ୟବସ୍ଥା ବହୁତ ମନ୍ଥର ଗତିରେ ଚାଲୁଥିଲା। ରାଜ୍ୟରେ ଲିଗାଲ ହେୟାର ବାଧ୍ୟତାମୂଳକୁ ନେଇ ଅନେକ ସ୍ଥାନରେ ଆନ୍ଦୋଳନ ହେବାରୁ ସରକାର ସ୍ବ-ଘୋଷଣାନାମାରେ ପଞ୍ଜୀକରଣ କରିବା ନିଷ୍ପତ୍ତି ନେଲେ ସତ, କିନ୍ତୁ ତାହାକୁ ଠିକ ଭାବରେ କାର୍ଯ୍ୟକାରୀ କଲେ ନାହିଁ। ପ୍ରତ୍ୟେକ ସୋସାଇଟି ଗୁଡ଼ିକରେ ଯେଉଁମାନେ ସ୍ବ- ଘୋଷଣାନାମାରେ ପଞ୍ଜୀକରଣ କରିବା ପାଇଁ ଚାହୁଁଥିଲେ, ସେମାନଙ୍କ ଫାର୍ମର ଆଇଡି ଆସୁ ନଥିଲା। ଫଳରେ ଚାଷୀମାନେ ପୁଣି ସେହି ବଂଶାବଳୀ କରିବା ପାଇଁ ବାଧ୍ୟ ହେଉଥିଲେ । ଯେଉଁମାନଙ୍କ ବଂଶାବଳୀ କରିବା ସମସ୍ୟା ହେଉଥିଲା, ସେମାନେ ସ୍ବ-ଘୋଷଣାନାମାରେ ପଞ୍ଜୀକରଣ କରିବାକୁ ଚାହୁଁଥିଲେ, ସୋସାଇଟି ଗୁଡ଼ିକରେ ପରେ ହେବ କହି ରଖି ଦେଉଥିଲେ। ତେବେ ରାଜ୍ୟରେ ୧୮ ଲକ୍ଷ ୫୧ ହଜାର ଚାଷୀ ପଞ୍ଜୀକରଣ ହୋଇ ସାରିଲାଣି ବୋଲି ମନ୍ତ୍ରୀ ଯେଉଁ ସୂଚନା ଦେଇଛନ୍ତି, ତାହା ଅନ୍ୟ ବର୍ଷ ତୁଳନାରେ ରେକର୍ଡ ଅଟେ। ହେଲେ ବରଗଡ଼ ଜିଲାରେ ଅଗଷ୍ଟ ମାସ ୨୩ତାରିଖ ସୁଦ୍ଧା ଗତବର୍ଷ ତୁଳନାରେ ୩୦ହଜାର କମ ଚାଷୀ ପଞ୍ଜୀକୃତ ହୋଇଥିଲେ। ଇଣ୍ଟରନେଟ ଓ ସରଭର ସମସ୍ୟା କାରଣରୁ ଦିନ ଦିନ ଧରି ଚାଷୀମାନେ ଅପେକ୍ଷା କରିଥିଲେ ମଧ୍ୟ ପଞ୍ଜୀକୃତ ହୋଇପାରିଲେ ନାହିଁ। ଜିଲାରେ ହାରାହାରି ୨୦ରୁ ୩୦ହଜାର ଚାଷୀ ପଞ୍ଜୀକରଣରୁ ବଞ୍ଚିତ ଅଛନ୍ତି ବୋଲି ଅଭିଯୋଗ ହୋଇଛି। ଫଳରେ ବଞ୍ଚିତ ଚାଷୀମାନଙ୍କ ସମସ୍ୟାକୁ ବିଚାର କରି ଆହୁରି ୧୦ଦିନ ସମୟସୀମା ବୃଦ୍ଧି କରାଗଲେ ଚାଷୀମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଧାନ ସରକାରୀ ମୂଲ୍ୟରେ ବିକ୍ରି କରିବାର ସୁଯୋଗ ପାଇ ପାରିବେ ବୋଲି ସଙ୍ଗଠନ ସ୍ମାରକପତ୍ରରେ ଉଲ୍ଲେଖ କରିଛି। ଏହି ଦାବି ନେଇ ବିଧାୟକ ନିହାର ମହାନନ୍ଦ, ଅଶ୍ୱିନୀ ଷଢଙ୍ଗୀ, ଇରାଶିଷ ଆଚାର୍ଯ୍ୟ ଏବଂ ଜିଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ରଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ର ସମୟରେ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଏବଂ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ତେବେ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି କରିବାର ପ୍ରସ୍ତାବ ନାହିଁ ମନ୍ତ୍ରୀ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri