Advertisement
Posted inଖେଳ

ଧୋନୀଙ୍କ ଝିଅକୁ ସ୍ବତନ୍ତ୍ର ଉପହାର ପଠାଇଲେ ମେସି

ନୂଆଦିଲ୍ଲୀ,୨୮।୧୨:ଫିଫା ବିଶ୍ୱକପ ୨୦୨୨ ଜିତି ଆର୍ଜେଣ୍ଟିନା ଇତିହାସ ସୃଷ୍ଟି କରିଛି। ପେନାଲ୍ଟି ସୁଟଆଉଟରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସକୁ ୪-୨ରେ ପରାସ୍ତ କରିବା ପରେ ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଟ୍ରଫି ଉଠାଇଥିଲା। ଭାରତରେ ମଧ୍ୟ ଆର୍ଜେଣ୍ଟିନାର ବିଜୟ ଉତ୍ସବ ପାଳନ କରାଯାଇଥିଲା। ଭାରତକୁ ବିଶ୍ୱ ଚାମ୍ପିଅନ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା ମଧ୍ୟ ମେସିଙ୍କ ପ୍ରଶଂସକ ଅଟନ୍ତି।
ଜିଭା ମଧ୍ୟ ମେସି ଏବଂ ଆର୍ଜେଣ୍ଟିନାର ବିଜୟ ଉତ୍ସବ ପାଳନ କରିଥିଲେ। ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ତାଙ୍କ ଇନଷ୍ଟାଗ୍ରାମରେ ଝିଅ ଜିଭାଙ୍କ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଜିଭା ଆର୍ଜେଣ୍ଟିନା ଜର୍ସି ପିନ୍ଧିଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ଜର୍ସିରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସିଙ୍କ ଅଟୋଗ୍ରାଫ ମଧ୍ୟ ରହିଛି। ଜିଭା ଏହାକୁ ଦେଖାଇ ଖୁସିରେ ଆତ୍ମହରା ହୋଇପଡିଛନ୍ତି।
ଖ୍ରୀଷ୍ଟମାସ ଦିନ ଜିଭାଙ୍କୁ ମେସି ନିଜ ଅଟୋଗ୍ରାଫ୍‌ ଥିବା ଜର୍ସି ପଠାଇଛନ୍ତି। ଧୋନୀ ମଧ୍ୟ ଫୁଟବଲର ଜଣେ ବଡ଼ ପ୍ରଶଂସକ। ସେ ସ୍କୁଲ ସମୟରେ ଜଣେ ଦଳର ଗୋଲକିପର ଥିଲେ। ତାଙ୍କର ଗୋଲକିପିଂ କୌଶଳ ଦେଖି ସେ କ୍ରିକେଟରେ ଉଇକେଟ୍‌ କିପିଂ ପାଇଁ ମନୋନୀତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ଝାଡ଼ଖଣ୍ଡ-ଅରୁଣାଚଳପ୍ରଦେଶ

କଟକ ଅଫିସ,୧୯ା୬- ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପର ଫାଇନାଲ ଝାଡ଼ଖଣ୍ଡ ଓ ଅରୁଣାଚଳପ୍ରଦେଶ ମଧ୍ୟରେ...

ଜାତୀୟ ଏକାଡେମୀ ମହିଳା ହକି: ତାମିଲନାଡୁକୁ ୪୨-୦ରେ ହରାଇଲା ମଧ୍ୟପ୍ରଦେଶ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ସବ୍‌ଜୁନିୟର ବିଭାଗର...

ଆଇପିଏଲ୍‌-୧୩ ଆୟୋଜନ ପାଇଁ ୟୁଏଇର ପ୍ରସ୍ତାବ

ମୁମ୍ବାଇ,୧୧।୫- କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଠିକ୍‌ ସମୟରେ ଆରମ୍ଭ ହୋଇ ପାରିନାହିଁ । ଭାରତରେ କରୋନା...

୩ ବର୍ଷ ଜେଲ ଦଣ୍ଡ ଭୋଗିପାରନ୍ତି ସୌମ୍ୟ

ଢାକା, ୧୨।୩- ବିବାଦ ଘେରକୁ ଚାଲିଆସିଛନ୍ତି ବାଂଲାଦେଶ କ୍ରିକେଟ୍‌ ଦଳର ଆଗ ଧାଡ଼ିର ବ୍ୟାଟ୍ସମ୍ୟାନ ସୌମ୍ୟ ସରକାର। ନିଜ ବାହାଘର ଉତ୍ସବରେ ସୌମ୍ୟ ଏକ ହରିଣ...

ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ: ବେୟର୍ନ ମ୍ୟୁନିକ୍‌କୁ ଷଷ୍ଠ ଟାଇଟଲ

ଲିସ୍‌ବନ,୨୫।୮(ଏପି): ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ (ୟୁଇଏଫ୍‌ଏ) ଆନୁକୂଲ୍ୟରେ ପ୍ରତିବର୍ଷ ଆୟୋଜିତ ହୋଇଆସୁଥିବା ଚାମ୍ପିୟନ୍ସ ଲିଗ୍‌ରେ ଏଥର ଜର୍ମାନୀର ପେସାଦାର କ୍ଲବ୍‌ ବେୟର୍ନ ମ୍ୟୁନିକ୍‌...

ରୋହିତଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମୁମ୍ବାଇ ୧୩୧/୬

ଚେନ୍ନାଇ,୨୩।୪: କିଙ୍ଗ୍ସ ପଞ୍ଜାବ ବୋଲରଙ୍କ ଘାତକ ବୋଲିଂ ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୬ ଉଇକେଟ ହରାଇ ମାତ୍ର ୧୩୧ ରନ୍‌...

ଲର୍ଡସରେ କୋହଲିଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ

ଲଣ୍ଡନ,୩୦।୫(ପି.ଟି.)- ଆଇସିସି ବିଶ୍ୱକପ୍‌ ଶୁଭାରମ୍ଭ ଅବସରରେ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଭାରତୀୟ ଅଧିନାୟକ ତଥା ବ୍ୟାଟିଂ ସୁପରଷ୍ଟାର ବିରାଟ୍‌ କୋହଲିଙ୍କ ମହମ ପ୍ରତିମୂର୍ତ୍ତୀ ଉନ୍ମୋଚନ କରାଯାଇଛି।...

ଷ୍ଟୋକ୍ସ ବିବିସି ସ୍ପୋଟର୍‌ସ ପର୍ସନାଲିଟି ଅଫ୍‌ ଦ ଇୟର

ଲଣ୍ଡନ,୧୬।୧୨- ବିବିସି ସ୍ପୋଟର୍‌ସ ପର୍ସନାଲିଟି ଅଫ୍‌ ଦ ଇୟର ପୁରସ୍କାରରେ ଇଂଲଣ୍ଡ କ୍ରିକେଟ ହ୍ୟାଟ୍ରିକ କରିଛି। ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡକୁ ବର୍ଷର ଶ୍ରେଷ୍ଠ ଦଳ ଓ...

Advertisement
Archives

Model This Week