ମେଧାବୀ ଅପରାଧୀ

ଓଡ଼ିଆରେ କଥା ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନ ଥିଲେ ସବୁ ଅସାର’। ଜଣେ ଯେତେ ପ୍ରତିଭାସମ୍ପନ୍ନ ହୋଇଥିଲେ ମଧ୍ୟ ତାଙ୍କର ଚାରିତ୍ରିକ ପତନ ଘଟିଲେ ସେ ଦୁନିଆ ଆଗରେ ନିନ୍ଦିତ ହୋଇଥାଆନ୍ତି। ହେଲେ ଏବେ ଗୁଆହାଟୀ ହାଇକୋର୍ଟଙ୍କ ଏକ ରାୟ ବିଚାର ବ୍ୟବସ୍ଥାର ଅବାଞ୍ଛିତ ଚିନ୍ତାଧାରାକୁ ସର୍ବସମ୍ମୁଖକୁ ଆଣିଛି। ଘଟଣାଟି ଏହିପରି। ଗତ ମାର୍ଚ୍ଚ ୨୮ ରାତିରେ ଗୁଆହାଟୀ ଆଇଆଇଟିର ଜଣେ ଛାତ୍ର ତାଙ୍କ ସହପାଠିନୀଙ୍କୁ ବଳାତ୍କାର କରିଥିଲେ। ସମ୍ପୃକ୍ତା ଛାତ୍ରୀଙ୍କୁ ତା’ ପର ଦିନ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ୩ ତାରିଖରେ ବଳାତ୍କାର କରିଥିବା ଛାତ୍ରଙ୍କୁ ଗିରଫ କରାଗଲା। ଏବେ ଗୁଆହାଟୀ ହାଇକୋର୍ଟ ସେହି ମାମଲାର ବିଚାରକରି ଅଭିଯୁକ୍ତଙ୍କୁ ମାତ୍ର ୩୦ ହଜାର ଟଙ୍କାର ଅର୍ଥରାଶି ଓ ଦୁଇଜଣ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଅଜିତ ବୋର୍‌ଠାକୁର ଶୁଣାଣି ବେଳେ କହିଛନ୍ତି ଯେ, ଅଭିଯୁକ୍ତ ଓ ପୀଡ଼ିତା ମେଧାବୀ ହୋଇଥିବାରୁ ସେମାନେ ରାଜ୍ୟର ଭବିଷ୍ୟତ ସମ୍ପଦ। ଏଥିସହିତ ଅଭିଯୁକ୍ତ ମର୍ଯ୍ୟାଦାଜନକ ଆଇଆଇଟି-ଗୁଆହାଟୀର ପ୍ରତିଭାସମ୍ପନ୍ନ ଛାତ୍ର ହୋଇଥିବାରୁ ତାଙ୍କୁ ଅଧିକ ଦିନ ଅଟକ ରଖିବାର ଆବଶ୍ୟକତା ନାହିଁ। ତେଣୁ ଏ ସଂକ୍ରାନ୍ତ ମାମଲାର ତଦନ୍ତ ଶେଷ ହେଲା ବୋଲି ବୋର୍‌ଠାକୁର ମତ ଦେଇଛନ୍ତି।
ଏଭଳି ଅସ୍ବାଭାବିକ ରାୟ ବିଚାରପତି ବୋର୍‌ଠାକୁରଙ୍କ ନିଜ ଚରିତ୍ର ଓ ଆଭିମୁଖ୍ୟକୁ ପଦାରେ ପକାଇଛି। ଗୁଆହାଟୀ ଆଇଆଇଟିର ଅଭିଯୁକ୍ତ ଛାତ୍ର ଯେତେ ମେଧାବୀ ହେଲେ ମଧ୍ୟ ସେ ବଳାତ୍କାର ଭଳି ଜଘନ୍ୟ ଅପରାଧ କରିଥିବା ବିଷୟକୁ ବୋର୍‌ଠାକୁର ହେୟଜ୍ଞାନ କରିଦେଲେ। ଏହାଦ୍ୱାରା ସେ ପକ୍ଷପାତିତା ଅବଲମ୍ବନ କରିବା ସହ ମହିଳା ବିରୋଧୀ ରାୟ ଦେଇଛନ୍ତି। ଏ ସଂକ୍ରାନ୍ତରେ ଯେଉଁ ଖବର ପଦାକୁ ଆସିଛି ସେଥିରେ ପୀଡ଼ିତା ଛାତ୍ରୀଙ୍କ ପ୍ରତିକ୍ରିୟା ନ ଥିବାରୁ ଘଟଣାକୁ ରଫାଦଫା କରାଯିବା ନେଇ ଚେଷ୍ଟା ହୋଇଥାଇପାରେ ବୋଲି ମନେହେଉଛି। ଏହି ମାମଲାରେ ନ୍ୟାୟପାଳିକା ସମ୍ପୂର୍ଣ୍ଣ ଅନ୍ୟାୟ ବାଟ ଧରିବା କାହାରିକୁ ଆଶ୍ଚର୍ଯ୍ୟ କରୁ ନ ଥିବ। ଭାରତବର୍ଷରେ ବିଚାର ବ୍ୟବସ୍ଥା କେଉଁଭଳି ଚାଲିଛି ତାହାର ଅନେକ ଦୃଷ୍ଟାନ୍ତ ଦେଶବାସୀ ପାଇସାରିଛନ୍ତି। ଅନେକ ଶିଳ୍ପପତି ରାୟ କିଣିବା ହେଉ ବା ଖୁବ୍‌ ସ୍ବଳ୍ପ ସମୟରେ ବଡ଼ବଡ଼ିଆ ନିଜ ସପକ୍ଷରେ ମତ ରଖିବା ଲାଗି ବିଚାରପତିଙ୍କ ଉପରେ ଚାପ ପ୍ରୟୋଗ ହେଉ, ଏଭଳି ଖବର ଗଣମାଧ୍ୟମରେ ନିୟମିତ ପ୍ରକାଶ ପାଇଥାଏ। ଯେଉଁ ବିଚାରପତି ଅବାନ୍ତର ଓ ଅବାସ୍ତବ ରାୟ ଦେଇ ନ୍ୟାୟବ୍ୟବସ୍ଥାରେ ହଟଚମଟ ସୃଷ୍ଟି କରିଥାଆନ୍ତି, ସେମାନଙ୍କ ମତକୁ ଭଲ ଭାବେ ସମୀକ୍ଷା କରିବାର ସମୟ ଆସିଲାଣି। ଚଳିତ ମାସ ପ୍ରଥମାର୍ଦ୍ଧରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଖଣ୍ଡପୀଠ ଏକ ମାମଲାର ବିଚାରକରି ରାୟରେ କହିଥିଲେ ଯେ, ଭାରତୀୟ କୁମାରୀମାନେ ବିବାହ ପ୍ରତିଶ୍ରୁତି ନ ପାଇବା ଯାଏ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଚାହିଁ ନ ଥାଆନ୍ତି। କୌଣସି ପ୍ରମାଣ ସଂଗ୍ରହ ନ କରି ଏହିଭଳି ସାର୍ବଜନୀନ ରାୟ ଦେବାକୁ ବିଚାରପତିମାନେ କିଭଳି ଚିନ୍ତା କରିଥାଆନ୍ତି ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ।
ବିଚାରପତିମାନେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶପଥ ନେଇଥାଆନ୍ତି ନାଗରିକଙ୍କୁ ନିରପେକ୍ଷ ରାୟ ପ୍ରଦାନ କରିବେ। ଅଧିକାଂଶଙ୍କଠାରୁ ଏହା ମିଳିବା କଷ୍ଟକର ହୋଇପଡ଼ିଲାଣି। ବଳାତ୍କାର ଭଳି ସଙ୍ଗିନ ଅପରାଧକୁ ହାଲୁକା ଭାବେ ନେବା ଆଦୌ କ୍ଷମଣୀୟ ନୁହେଁ। ଏହା ନା ଯେ କେବଳ ପୀଡ଼ିତାଙ୍କ ପ୍ରତି ଘୋର ଅନ୍ୟାୟ ତାହା ନୁହେଁ, ଏପରି ରାୟ ସମାଜକୁ ଏକ ଭୁଲ ବାର୍ତ୍ତା ଦେବ। ବିଚକ୍ଷଣ ବୁଦ୍ଧି ଓ ଉଚ୍ଚଶିକ୍ଷା ଥିଲେ ଯେ ଜଣେ ଭଲ ମଣିଷ ବିବେଚିତ ହେବେ ଭାବିବା ବାଚାଳାମି। ବରଂ ଆଇଆଇଟି ଭଳି ପ୍ରତିଷ୍ଠାନରେ ଶିକ୍ଷାଲାଭ କରୁଥିବା ଅଭିଯୁକ୍ତ ଛାତ୍ର ଅପରାଧ ଓ ଦଣ୍ଡବିଧାନ ବିଷୟରେ ଭଲ ଭାବେ ଜାଣିଥିବେ। ସେଭଳି ଶିକ୍ଷିତ ମେଧାବୀଙ୍କୁ ସବୁଠାରୁ କଠୋର ଦଣ୍ଡ ଦିଆଗଲେ ସମାଜକୁ ବାର୍ତ୍ତା ମିଳିପାରନ୍ତା ଯେ, କେହି ଆଇନରୁ ଊର୍ଦ୍ଧ୍ୱରେ ନୁହନ୍ତି। ଦୁଃଖର ବିଷୟ ଭାରତରେ ଅନେକ ଘଟଣାରେ ଆଇନକୁ ତାଚ୍ଛଲ୍ୟ କରି ଅପରାଧୀ ସହଜରେ ଖସି ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri