ଇତିହାସର ପୁନରାବୃତ୍ତି

ରଞ୍ଜନ କୁମାର ଦାସ

ପିଲାବେଳେ ସ୍କୁଲରେ ଆମେ ପଢ଼ିଥିଲୁ ଯେ ପୃଥିବୀ ଗୋଲ। ତେଣୁ ଜଣେ ମଣିଷ ନାକସିଧା ଆଗକୁ ମାଡ଼ି ଚାଲିଲେ ସେ ଯେଉଁଠୁ ବାହାରିଥିବ ପୁଣି ସେଇଠି ଆସି ପହଞ୍ଚତ୍ବ। ସେ କଥାରେ ପ୍ରାମାଣିକତା ସଂଗ୍ରହ କରିବା ଆଗରୁ ଆମେ ତାକୁ ଗ୍ରହଣ କରି ନେଇଥିଲୁ। ତା’ର ସତ୍ୟତା ପରଖିବାର ସୁଯୋଗ ମଧ୍ୟ ନଥିଲା। ବଡ଼ ହେଲା ପରେ କଲେଜରେ ଯେତେବେଳେ ଇତିହାସ, ରାଜନୀତି ବିଜ୍ଞାନ ଓ ସମାଜତତ୍ତ୍ୱ ଆଦି ପଢ଼ିଲୁ ଜାଣିବାକୁ ପାଇଲୁ ଯେ ବିବର୍ତ୍ତନବାଦରେ ଇତିହାସ ନିଜର ପୁନରାବୃତ୍ତି କରେ। ମଣିଷର ଅଭ୍ୟାସ ତାକୁ ତା’ର ସଫଳତାକୁ ବାରମ୍ବାର ଦୋହରାଇବାକୁ ପ୍ରବୃତ୍ତ କରେ। ସଫଳତା ଭଳି ଖରାପ ଅଭ୍ୟାସଗୁଡ଼ିକୁ ମଧ୍ୟ ମଣିଷ ସହଜେ ଛାଡ଼ିପାରି ନ ଥାଏ। କିଛି ଦିନର ବ୍ୟବଧାନ ପରେ ପୁଣି ତା’ର ପୁନରାବୃତ୍ତି କରେ। ଚୋର ତା’ର ଚୋରି ଅଭ୍ୟାସ ଛାଡ଼ିପାରେନା, ମଦୁଆ ମଦ ପିଇବା ଛାଡ଼ିପାରେନା, ଜୁଆଡ଼ି ଜୁଆ ଖେଳ ଛାଡ଼ିପାରେନା। ରାଜା ଶିକାର ଛାଡ଼ିପାରେନା, ଯୁଦ୍ଧ ଛାଡ଼ିପାରେନା। ଯେତେ ଦଣ୍ଡ ପାଇଲେ ବି, ଯେତେ କ୍ଷତି ସହିଲେ ବି ମଣିଷ ପୁଣି ସେଇ ପୁରୁଣା ଅଭ୍ୟାସକୁ ଫେରେ। ପୌନଃପୁନିକତା ସଂସାରର ଧାରା।
ମଣିଷ ଯେମିତି ତା’ର ଅଭ୍ୟାସର ବଶବର୍ତ୍ତୀ, ବିବର୍ତ୍ତନବାଦ ମଧ୍ୟ ସେମିତି ଏକ ଜାଗତିକ ଅଭ୍ୟାସ। ସମାଜ ବା ସାମୂହିକ ଭାବେ ମାନବ ସମ୍ପ୍ରଦାୟ ଜାଣେ ଯେ ଯୁଦ୍ଧ ହେଲେ କାହାରି ଲାଭ ହୁଏନା। ଉଭୟ ପକ୍ଷ କ୍ଷତିଗ୍ରସ୍ତ ହୁଅନ୍ତି। ତଥାପି ସମାଜ, ଦେଶ ଓ ସମ୍ପ୍ରଦାୟମାନେ ଆପଣା ଆପଣା ଅଭ୍ୟାସର ବଶବର୍ତ୍ତୀ ହେଇ ବାରମ୍ବାର ଲଢ଼ନ୍ତି। ପ୍ରତ୍ୟେକଟି ଲଢ଼େଇ ପରେ ଯେଉଁ ଜ୍ଞାନୋଦୟ ହେବା କଥା ତାହା ହୁଏନାହିଁ। ମହାଭାରତ ଯୁଦ୍ଧଠାରୁ ବିଭୀଷିକାମୟ ଓ ଆବେଗପୂର୍ଣ୍ଣ ଯୁଦ୍ଧ ଆମ ଲୋକକଥାରେ ଆଉ ନାହିଁ। ଦୁଇଦୁଇଟି ବଂଶ ପୂରା ଲୋପ ହୋଇଗଲେ। କ୍ଷମତା ଓ ଅହଂକାରର ଲଢ଼େଇ କେତେ ଭୟାନକ ହୋଇପାରେ ଜାଣିଲା ପରେ ମଧ୍ୟ ସମାଜରେ କ’ଣ ଯୁଦ୍ଧଲିପ୍‌ସୁଙ୍କ ସଂଖ୍ୟା କମିଛି? ଜୁଆ ଖେଳର ଭୟାବହ ପରିଣତି ଦେଖିଲା ପରେ ବି କ’ଣ ଲୋକ ଚେତିଛନ୍ତି? ଅପରିଣାମଦର୍ଶୀ ଅନ୍ଧ ଅନୁରାଗ ଓ ପୁତ୍ରମୋହ କିଭଳି ସନ୍ତାନକୁ ନର୍କଗାମୀ କରେ ତାହା ଦେଖିଲାପରେ ବି କ’ଣ ଲୋକଙ୍କର ଚରିତ୍ରରେ ସୁଧାର ଆସିଛି? ନା, କାରଣ ଉତ୍ତରଣ ମାର୍ଗ ସବୁବେଳେ ସିଧା ନୁହେଁ। ଏହା ବୃତ୍ତାକାର। ତେଣୁ ଶୀର୍ଷବିନ୍ଦୁ ଭଳି ପ୍ରତୀୟମାନ ହେଉଥିବା ଏକ ବିନ୍ଦୁ ପରେ ପୁଣି ଏକ ଅଧୋବିନ୍ଦୁ। ଶୀର୍ଷବିନ୍ଦୁରୁ ଅଧୋବିନ୍ଦୁ ଆଡ଼କୁ ଗମନର ମାର୍ଗ ଅବଶ୍ୟମ୍ଭାବୀ। ପର୍ବତର ଶୀର୍ଷରେ ପହଞ୍ଚତ୍ ସାରିଲା ପରେ ପୁଣି ଅବତରଣ କରିବାକୁ ହୁଏ ତଳକୁ। ଉତ୍ତରଣ ଓ ଅବତରଣ ସମୟାନୁବର୍ତ୍ତୀର ଏକ ଚକ୍ରକ୍ରମ। ଆରୋହଣ ଓ ଅବରୋହଣ ଜୀବନଚକ୍ରର ଏକ ପୌନଃପୁନିକ ଅଂଶ। ତେଣୁ ଆଜି ଯାହା ଦେଖାଯାଏ ବହୁବର୍ଷ ପରେ ପୁଣି ସେଇଠି ଆମେ ଯାଇ ପହଞ୍ଚତ୍ୟାଉ। ବାଷ୍ପ ଜଳ ହୁଏ। ଜଳ ହୁଏ ତୁଷାର। ତୁଷାର ଜମାଟ ବାନ୍ଧି ହୁଏ ବରଫ। ବରଫ ତରଳି ପୁଣି ଜଳ ହୁଏ। ଜଳ ଗରମ ହୋଇ ପୁଣି ହୁଏ ବାଷ୍ପ। ଏ ଜଳଚକ୍ର ପରି ଜୀବନଚକ୍ର ମଧ୍ୟ ଅହରହ ଊର୍ଦ୍ଧ୍ୱଗତି ଓ ଅଧୋଗତିକୁ ନେଇ ଏକ ରାମଦୋଳି ପ୍ରାୟ। ଆଜି ଯେ ଉପରେ ଥାଏ କାଲି ସେ ତଳେ। ତଳ ଲୋକ ପୁଣି କିଛି କ୍ଷଣ ପରେ ଉପରେ।
ଜୀବନ ଭଳି ଜୀବନରେ ଘଟୁଥିବା ଘଟଣା ସବୁ ଏ ପ୍ରକାର ପୌନଃପୁନିକତାର ନିୟମକୁ ମାନନ୍ତି। ଆଗେ ଆମ ଗାଁ ଗହଳର ଲୋକେ ଢିଙ୍କିକୁଟା ଚାଉଳ, ଘଣା ତେଲ, ଚୁଡ଼ା, ହୁଡୁମ, ଛତୁଆ, ପଖାଳ ଆଦି ଖାଉଥିଲେ। କାଳକ୍ରମେ ଲୋକେ ସଭ୍ୟଶିକ୍ଷିତ ହେଲେ ଏବଂ ଏସବୁ ଠାରୁ ନିଜକୁ ଦୂରେଇ ନେଲେ। ସଭ୍ୟତାର ପଶାପାଲିରେ ଘାଣ୍ଟି ହୋଇ ଫାଷ୍ଟଫୁଡ଼ ଖାଇ ଖାଇ ମଣିଷ ଯେତେବେଳେ ରୁଗ୍‌ଣ ହୋଇଗଲା ଡାକ୍ତର କହିଲେ ବ୍ରାଉନ ରାଇସ ଖାଅ, ଡାଇବେଟିସ୍‌, ବ୍ଲଡପ୍ରେସରରୁ ମୁକ୍ତି ମିଳିବ। ସେଇ ଢିଙ୍କିକୁଟା ଚାଉଳର ଆଧୁନିକ ନାମ ହେଲା ବ୍ରାଉନ ରାଇସ୍‌। ରିଫାଇନ ତେଲ ବଦଳରେ ଏବେ ଘଣାତେଲ ଖାଇବାକୁ ପୁଣି ଡାକ୍ତରମାନେ କହିଲେଣି, କାରଣ ରିଫାଇନ ତେଲରେ ମୂଳ ପୋଷକତ୍ବ ରହୁନାହିଁ। ଚୁଡ଼ା, ହୁଡୁମ, ଛତୁଆ ଏବେ ଚୁଡ଼ା ପାଉଡ଼ର ହୋଇ ଆମାଜନରୁ ଫ୍ଲିପକାର୍ଟରୁ ଆମ ପାଖକୁ ପୁଣି ଫେରି ଆସିଲାଣି। ଚିନି ଖାଇବା ଲୋକ ପୁଣି ଗୁଡ଼ ଖାଇଲେଣି। ପଖାଳର ଉପକାରିତା ଏବେ ଡାକ୍ତରମାନେ ମୁକ୍ତ କଣ୍ଠରେ ସ୍ବୀକାର କରୁଛନ୍ତି। ପଖାଳ ଖାଇଲେ ମୋଟା ଓ ମାନ୍ଦା ହୋଇଯିବା ବୋଲି ଆମେ ତା’ଠୁ ଦୂରେଇ ଯାଇଥିଲେ। ଏବେ ଡାକ୍ତର କହୁଛନ୍ତି, ପଖାଳ ଖାଇଲେ ପତଳା ରହିବ କାରଣ ସେଥିରେ ଚର୍ବି, ତେଲ ଆଦି କିଛି ନାହିଁ। ସେଇ ପଖାଳ ଖାଇଲେ ସୁନିଦ୍ରା ହବ, ରକ୍ତଚାପ କମିବ, ହଜମ କ୍ରିୟା ଠିକ୍‌ ହେବ, ଶରୀର ଥଣ୍ଡା ରହିବ, ପେଟ ଭିତରେ ଥିବା ଘା’ ଭଲ ହୋଇଯିବ। ସର୍ବୋପରି ଏଥିରେ ଲୌହସାର, ପୋଟାସିୟମ୍‌, କ୍ୟାଲସିୟମ ଆଦି ବହୁଳ ମାତ୍ରାରେ ଥିବାରୁ ଭିଟାମିନ୍‌ ଓ ଖଣିଜ ପଦାର୍ଥର ଅଭାବ ଶରୀରରେ ଅନୁଭୂତ ହେବନାହିଁ। ତେଣୁ ଏବେ ବଡ଼ବଡ଼ ହୋଟେଲରେ ମଧ୍ୟ ନଅ ତିଅଣ ଛଅ ଭଜା ସହ ପଖାଳ ପରଷା ହେଉଛି। ଏଇଠି ଇତିହାସର ପୁନରାବୃତ୍ତି ହେଲା ନା ନାହିଁ? ଚାଷବାସରେ ମଧ୍ୟ ସେମିତି ଏବେ ରାସାୟନିକ ସାରର ବ୍ୟବହାର କମେଇ ପୁଣି ସେଇ ଅର୍ଗାନିକ ଫାର୍ମିଂକୁ ଆମେ ଫେରୁଛେ ଅର୍ଥାତ୍‌ ପୁଣି ସେ ଖତ, ଗୋବର, ପତ୍ରଶଢ଼ା। ଅର୍ଥାତ୍‌ ପୁଣି ସେଇ ଗୋରୁର ସଂସାର। ଆମ ଶିକ୍ଷିତ ଯୁବ ସମାଜ ଢେର ଦିନ ଚାକିରି ବ୍ୟବସାୟର ଚାକଚକ୍ୟ ପଛରେ ଧାଇଁଲେ। କରୋନା ସମୟରେ ଇତିହାସ ପୁଣି ତା’ର କଡ଼ ଲେଉଟେଇଲା। ଅନେକ ଯୁବକଙ୍କର ଚାକିରି ଚାଲିଗଲା, କଳକାରଖାନା, ବ୍ୟବସାୟ ବନ୍ଦ ହୋଇଗଲା। ରୋଜଗାର କମିଗଲା। ସେମାନେ ପୁଣି ଫେରିଲେ ଗାଁକୁ, ଯେଉଁ ଗାଁକୁ ଦିନେ ପଛକୁ କରି ସେମାନେ ସହରକୁ ଯାଇଥିଲେ ରୋଜଗାର ଆଶାରେ। ଗାଁକୁ ଫେରି କିଏ ମାଛ ଚାଷ, କୁକୁଡ଼ା ଚାଷ ତ କିଏ ଛେଳି, ପନିପରିବା ଚାଷ କଲେ। ଜୀବନଚକ୍ର ଏମିତି କାହାକୁ ନେଇ କୋଉଠି ପହଞ୍ଚାଏ ବୁଝି ହୁଏନା। ଏପରିକି ବଡ଼ ବଡ଼ ଶିଳ୍ପପତି, ଚାକିରିଆମାନେ ନିଜ ଜୀବନକୁ ନେଇ ସନ୍ତୁଷ୍ଟ ହୋଇପାରୁନାହାନ୍ତି। ଗାଁକୁ ଫେରି ଫାର୍ମହାଉସ କରିବାର ଟ୍ରେଣ୍ଡ ଆରମ୍ଭ ହେଲାଣି।
ପୋଷାକପତ୍ର ଚୟନରେ ଦେଖିବେ ପୁଣି ଲୋକେ ସେ ପୁରୁଣା ଦିନକୁ ଫେରୁଛନ୍ତି। ନଳି ଗୋଡ଼ରୁ, ବେଲବଟମ୍‌ ପୁଣି ବେଲବଟମରୁ ଏବେ ନଳୀଗୋଡ଼ ପ୍ୟାଣ୍ଟ। କଟନରୁ ଟେରିଲିନ୍‌, ପଲିଷ୍ଟର, ଗାଭାର୍ଡ଼ିନ ପୁଣି ଏବେ ସେଇ କଟନ୍‌। ମଝିରେ ଗୋଟେ ସମୟ ଆସିଥିଲା ବାହାଘରରେ ସହରୀ ଶିକ୍ଷିତ ପିଲାମାନେ କୋଟ ଟାଇ ପିନ୍ଧୁଥିଲେ। ଏବେ ସେ ଧାରା ବଦଳି ପୁଣି ଏଥନିକ୍‌ ନାଆଁରେ ବରମାନେ ଶେରୱାନୀ ପଗଡ଼ି, ଧୋତି, ପଞ୍ଜାବୀ ପିନ୍ଧି ଆସିଲେଣି। ସିନ୍ଦୂର ପିନ୍ଧିବା ମଫସଲିଆ ଢଙ୍ଗ ବୋଲି ଭାବୁଥିବା ଝିଅବୋହୂମାନେ ଏବେ ବଡ଼ ବଡ଼ ସିନ୍ଦୂର ଟୋପା ନାଇଲେଣି। ଟ୍ରାଇବାଲ ଜୁଏଲେରିର ଚାହିଦା ଏବେ ଖୁବ୍‌ ବେଶି। ଭିଣ୍ଟେଜ୍‌ କାର୍‌ର ଦାମ୍‌ ଅମୂଲମୂଲ। ଯେଉଁଠୁ ଆମେ ବାହାରିଥିଲେ ଦିନେ ସେଇଠି ଆସି ପହଞ୍ଚତ୍ ଯାଇଛେ ବୋଲି ଲାଗୁନାହିଁ? ରୁଚି ସବୁ ମଧ୍ୟ ବଦଳୁଛି। ଟିଭିରେ ଢେର ଦେଖିଲେ ପପ୍‌, ର଼୍ୟାପ୍‌, ଡିସ୍କୋ। ଢେର ଦେଖିଲେ ସିନେମା, ଡ୍ୟାନ୍ସ। କିନ୍ତୁ ଆଜି ମଧ୍ୟ ମହାଭାରତ କି ରାମାୟଣ ଦେଲେ, ସବୁଠୁ ବେଶି ଲୋକ ଟିଭି ଲଗେଇ ବସୁଛନ୍ତି। ଯେତେ ପୁରୁଣା ହଉପଛେ ସେ କାହାଣୀ ଯେତେଥର ଦେଖିଲେ ବି ତାହା ନୂଆନୂଆ ଲାଗୁଛି। ଏବେ ପୁଣି ବାହାଘରରେ ଢୋଲ ବାଜା, ତେଲିଙ୍ଗିବାଜା ବାଜିଲାଣି। ଲାଗୁନି ଆମେ ଫେରି ଯାଉଛେ ଆମର ସେଇ ପ୍ରାଚୀନତମ ଅଭ୍ୟାସ ଓ ଆଗ୍ରହମାନଙ୍କ ନିକଟକୁ ?
ପୌନଃପୁନିକତା ସୃଷ୍ଟିର ଅଦ୍ଭୁତ ନିୟମ। ଯେତେ ବିଜ୍ଞାନ ଅଗ୍ରଗତି କଲେ ମଧ୍ୟ ବୈଜ୍ଞାନିକମାନେ ଈଶ୍ୱରଙ୍କ ଅସ୍ତିତ୍ୱକୁ ଯେତେ ଅଗ୍ରାହ୍ୟ କଲେ ମଧ୍ୟ ପ୍ରତିଟି ରକେଟ୍‌ ପ୍ରକ୍ଷେପଣ, ପ୍ରତିଟି ଉପଗ୍ରହ ପ୍ରେରଣ ପୂର୍ବରୁ ବୈଜ୍ଞାନିକମାନେ ସେଇ ଜେସସ୍‌, ସେଇ ପ୍ରଫେଟ୍‌ ଈଶ୍ୱରଙ୍କୁ ନୀରର୍ଥରେ ମନେପକେଇ ମାନସିକଟିଏ କରିଥାନ୍ତି। ଜିମ୍‌, ଏରୋବିକ୍‌ସରେ ନିଜ ଦେହକୁ ସଜାଡ଼ିବା ଲୋକେ ଏବେ ପୁଣି ସେଇ ଆୟୁର୍ବେଦ ଓ ଯୋଗ ପ୍ରାଣାୟାମର ପରିଧି ଭିତରକୁ ଫେରି ଆସୁଛନ୍ତି। ସେଇ ଘିକୁଆଁରୀ, ଗୁଳୁଚି, ତୁଳସୀ ପତ୍ରକୁ ଏଲୋଭେରା, ଗିଲୟ ତୁଳସୀ ଡ୍ରପ୍‌ ନାଁରେ ହଉ ପଛେ ଆମେ ଆପଣେଇ ନେଲେଣି। ସିମେଣ୍ଟ କଂକ୍ରିଟରେ ପରିତୃପ୍ତ ଆଧୁନିକ ଜୀବନ ପରିତାପପୂର୍ବକ ଫେରୁଛି ସବୁଜିମା ଭିତରକୁ। ଏବେ ପୁଣି ଅମ୍ଳଜାନ ପାଇବା ପାଇଁ ଘରେ ଘରେ ଲୋକେ ଲଗେଇଲେଣି ନାନା ଜାତି ଗଛ। ହ୍ୟାଣ୍ଡସେକ୍‌ ବଦଳରେ ଫେରି ଆସିଛି ପୁଣି ନମସ୍କାର। ଓଡ଼ିଆରେ ଗୋଟେ ଢଗ ଅଛି ‘ଆରେ ଢ଼ମଣା ବୁଲି ବାଲି କରି ସେଇ ଅଗଣା’। ପୃଥିବୀ ତ ଗୋଲ। ଯେତେ ବୁଲିଲେ ବି ଆମେ ପୁଣି ଆସି ସେଇ ଶୂନ୍ୟ ବିନ୍ଦୁରେ ପହଞ୍ଚତ୍ୟାଉଛୁ। ଭବିଷ୍ୟତ ଆମକୁ ପୁଣି ବାଟ କଢ଼େଇ ନଉଚି ଅତୀତର ପୃଷ୍ଠାକୁ। ଅତୀତ ପୁଣି ଆବୋରି ନଉଚି ଆମ ଭବିଷ୍ୟତକୁ। ଏହା ହିଁ ସୃଷ୍ଟିର ବିଚିତ୍ର ନିୟମ।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ: ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri