ଏକକ ପିଜି ପ୍ରବେଶିକା ପରୀକ୍ଷା ଶେଷ:ନଭେମ୍ବର ୧୦ରେ ମେଧା ତାଲିକା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଗୁରୁବାର ଶେଷ ହୋଇଛି। ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିଲାଗି ୬୩ ହଜାର ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୪୯ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ବିଷୟର ଉତ୍ତର ଖାତା ମୂଲ୍ୟାୟନ ଶେଷ ହୋଇ ନଭେମ୍ବର ୨ ସୁଦ୍ଧା ଉତ୍କଳ ବିଶ୍ବବିଦ୍ୟାଳୟ ସଂଯୋଜନାରେ ଓକାକ୍‌ ନିକଟରେ ପରୀକ୍ଷାର୍ଥୀଙ୍କ ପ୍ରବେଶିକା ପରୀକ୍ଷା ମାର୍କ ଦାଖଲ କରାଯିବ। ନଭେମ୍ବର ୫ ରାତି ୧୧ଟା ୪୫ ସୁଦ୍ଧା ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ର ସେମାନଙ୍କ ମାର୍କ ସାମ୍ସ ପୋର୍ଟାଲରେ ଅପଲୋଡ୍‌ କରିବେ। ନଭେମ୍ବର ୧୦ରେ ଏକକ ମେଧା ତାଲିକା ପ୍ରକାଶ ପାଇବ ଏବଂ ୩୦ ତାରିଖ ସୁଦ୍ଧା ନାମଲେଖା ଶେଷ ହେବ ବୋଲି ସୂଚନା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷଘରେ ଲାଗିବ ନୂଆ ଖାଣ୍ଡେଲାଇଟ୍‌ ପଥର

ପୁରୀ ଅଫିସ,୧୦।୬:ଚଳିତବର୍ଷ ଶ୍ରୀମନ୍ଦିର ରୋଷଘରେ ନୂଆ ଖାଣ୍ଡେଲାଇଟ୍‌ ପଥର ଲଗାଯିବ। ସେହିପରି ଆସନ୍ତା ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପ ମରାମତି ସହ କଳାହାଟ...

ରାଜ୍ୟରେ ଆଜି ୩୬୩ କରୋନା ପଜିଟିଭ୍‌ ଚିହ୍ନଟ, ଆଉ ୩ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ସୋମବାର ରାଜ୍ୟରେ ୩୬୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୬,୫୯୬ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଆବର୍ଜନାମୟ ଭୁବନେଶ୍ୱର

ଭୁବନେଶ୍ୱର,୬ା୭(ବ୍ୟୁରୋ): କରୋନାକୁ ନେଇ ଏବେ ଅଧିକାରୀଙ୍କଠାରୁ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଦେଖାଉଛନ୍ତି ବାହାନା। ଫଳରେ ରାଜଧାନୀର କଲୋନୀଠାରୁ ବଜାରଘାଟ ସବୁଠି ପଡ଼ି ରହୁଛି କୁଢ଼କୁଢ଼ ଅଳିଆ।...

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ସମସ୍ୟା ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଭୀଷିକାରେ ୟୁକ୍ରେନର ବିଭିନ୍ନ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କର ଭବିଷ୍ୟତ ଆଜି ଅନିଶ୍ଚିତତା ମଧ୍ୟରେ ଗତି...

ଗର୍ଭବତୀଙ୍କୁ ଟିକା ଏବେ ନୁହେଁ

ଭୁବନେଶ୍ୱର,୩।୭: ରାଜ୍ୟର ଗର୍ଭବତୀ ମହିଳାଙ୍କୁ ବର୍ତ୍ତମାନ କରୋନା ଟିକା ଦିଆଯିବ ନାହିଁ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲାପାଳ, ମ୍ୟୁନିସିପାଲ କମିସନର ଏବଂ ସିଡିଏମ୍‌ଓଙ୍କୁ...

ସୁପ୍ରିମକୋର୍ଟଙ୍କ ସର୍ତ୍ତ ମୂତାବକ ପାଳନ କରାଯିବ ରଥଯାତ୍ରା: ମୁଖ୍ୟ ଶାସନ ସଚିବ

ପୁରୀ ଅଫିସ, ୨୨।୬: ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ବସୁଛି ଘନ ଘନ ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ନୀଳାଦ୍ରି ଭକ୍ତ ନିବାସରେ...

ଜଳିଗଲାଣି ଧାନଗଛ, ଚିନ୍ତାରେ ଚାଷୀ

ଉଲୁଣ୍ଡା, ୨୩ା୭ (ଡି.ଏନ.ଏ.) ଶ୍ରାବଣ ମାସର ଆଦ୍ୟ ଚଉଠି, ଚାରିଦିଗୁ ମେଘ ଆସିବ ଘୋଟି। ଫେଲ ମାରିଲା ଏହି ଖନା ବଚନ। ଚଳିତ ବର୍ଷ ଶ୍ରାବଣ...

ଓଭରଟେକ୍‌ କରିବା ବେଳେ ଓଲଟିଲା ‘ଅଭିରାଜ’ ବସ୍‌: ହେଲ୍‌ପର ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ

କୁଆଁରମୁଣ୍ଡା,୩।୩(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ଲାସେ ଗଡାଣି ନିକଟରେ ମଙ୍ଗଳବାର ଅପରାହ୍ନ ୩ଟା ୩୫ ରେ ‘ଅଭିରାଜ’ ନାମକ...

Advertisement
Archives

Model This Week