କବାଟ ବନ୍ଦ କରି ମିଶ୍ରଣ: ସୁଜାତା ପାଣ୍ଡିଆନ୍‌ ବିଜେଡିରେ ମିଶିବା ପଛରେ ଅଛି…

ଭୁବନେଶ୍ୱର,୨୬ା୬(ସୁନିତ୍‌ ମିଶ୍ର):ଶଙ୍ଖ ଭବନ ଅଡିଟୋରିୟମ ଭିତରେ ଖୁବ୍‌ କମ୍‌ ଲୋକଙ୍କୁ ନେଇ ଏକ କବାଟ ବନ୍ଦ ମିଶ୍ରଣ ପର୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍‌ ଅଫିସର ସୁଜାତା ପାଣ୍ଡିଆନ ବିଧିବଦ୍ଧ ଭାବେ ନବୀନଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ସୁଜାତା ଶଙ୍ଖ ଭବନକୁ ଯେତେବେଳେ ଆସିଲେ ତାଙ୍କ ପୂର୍ବରୁ ଦ୍ୱିତୀୟ ମହଲାରେ ବିଜେଡିର କେତେଜଣ ବିଧାୟକ, ଏମ୍‌ପି, ପୂର୍ବତନ ବିଧାୟକ ଓ ଏମ୍‌ପି ଆସି ଅପେକ୍ଷାକରି ରହିଥିଲେ। ସୁଜାତା ଯେତେବେଳେ ଅଡିଟୋରିୟମ ଭିତରକୁ ପ୍ରବେଶକଲେ ତାଙ୍କ ସହ ସେହି ନେତ୍ରୀନେତାମାନେ ଭିତରକୁ ମଧ୍ୟ ପ୍ରବେଶକଲେ। କେତେଜଣ ନେତା ନବୀନ ନିବାସରୁ ଡକରା ନ ପାଇ ମଧ୍ୟ ସେଠାରେ ଆସି ପହଞ୍ଚିଥିଲେ। ସେହି ଡକରା ପାଇ ନ ଥିବା ନେତାମାନେ କେତେଜଣ ସହଯୋଗୀଙ୍କ ସାଙ୍ଗରେ ଅଡିଟୋରିୟମ ଭିତରକୁ ପଶିଗଲେ। ଏହାପରେ ନବୀନ ଆସି ପହଞ୍ଚିଲେ ଏବଂ ଅଡିଟୋରିୟମ ଭିତରକୁ ଗଲେ। ଏହାପରେ ସବୁଆଡୁ ଅଡିଟୋରିୟମର ଦୁଆର ବନ୍ଦ କରିଦିଆଗଲା। ଅନେକ ବିଜେଡି କର୍ମୀ ବାହାରେ ବୁଲୁଥାଆନ୍ତି। ଭିତରେ ମିଶ୍ରଣ ପର୍ବ ଆରମ୍ଭହେବା ପୂର୍ବରୁ ମାଇକ୍‌ ଯୋଗେ କୁହାଗଲା, ଯେଉଁମାନଙ୍କୁ ଟେଲିଫୋନ୍‌ ଯାଇନାହିଁ, ସେମାନେ ଦୟାକରି ବାହାରକୁ ଚାଲିଯାଆନ୍ତୁ। ଏହି ଘୋଷଣା ସତ୍ତ୍ୱେ ଯେଉଁମାନେ ଡକରା ପାଇ ବସିଛନ୍ତି, ସେମାନଙ୍କ ଆଗରେ ଉଠି ଆସିଲେ ବେଶି ଖରାପ ଲାଗିବ ଭାବି କେତେଜଣ ନିଜ ସ୍ଥାନରୁ ଉଠିଲେ ନାହିଁ। ମାତ୍ର ବାହାରକୁ ଆସିବା ପରେ ସେମାନେ ଏହି କଥା କହି ବହୁ ଅନୁତାପ କଲେ ବୋଲି ପଶ୍ଚିମ ଓଡ଼ିଶାର ଜଣେ ପୂର୍ବତନ ବିଧାୟକ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ସେ ଆହୁରି କହିଲେ, ଦଳର ଗୋଟିଏ ମିଶ୍ରଣ ପର୍ବ ଯଦି ଦୁଆର ବନ୍ଦକରି କରାଯିବ ଏବଂ କେଉଁମାନେ ଆସିବେ ଏବଂ କାହାକୁ ଡକାଯିବନାହିଁ, ଏଭଳି ଚିନ୍ତାଧାରା ରଖି କାର୍ଯ୍ୟକ୍ରମ ଚାଲିବ ତେବେ ଏମାନେ ଆଗକୁ କାହାକୁ ନେଇ କାମ କରିବେ ବୁଝାପଡୁନାହିଁ ବୋଲି ସେ କହିଛନ୍ତି। ଉପକୂଳ, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଓଡ଼ିଶାର ଅନେକ ବରିଷ୍ଠ ନେତାଙ୍କ ଅନୁପସ୍ଥିତି ମଧ୍ୟ ଏହି ପର୍ବରେ ପରିଲକ୍ଷିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷ ହେବାପରେ ଠୁଳ ହୋଇଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି, ଜଣେ ସାଧାରଣ ସଦସ୍ୟ ଭାବେ ସୁଜାତା ବିଜେଡିରେ ଯୋଗଦେଲେ। ଏଥିସହ ୨୦୨୯ ନିର୍ବାଚନ ତାଙ୍କ ନେତୃତ୍ୱରେ ଲଢ଼ାଯିବ ବୋଲି ସେ କହିଥିଲେ। ଗଣମାଧ୍ୟମ ପଚାରିବା ଆଗରୁ ୨୦୨୯ ନିର୍ବାଚନ ପର୍ଯ୍ୟନ୍ତ ନେତୃତ୍ୱ ନିଜେ ନେବେ ବୋଲି ଆଗୁଆ ନବୀନ କହିବାକୁ ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?