ଅମାନୁଷିକ ଡାକ୍ତର

ଚୋରକୁ ପୋଲିସ ଗୋଡ଼ାଉଥିବା ବେଳେ ସେ ଯଦି ସମ୍ପୃକ୍ତ ପୋଲିସ ଷ୍ଟେଶନ ଇଲାକା ବାହାରକୁ ଚାଲିଯାଏ, ସେଇଠାରୁ ଖାକି ବସ୍ତ୍ର ପରିହିତ ବ୍ୟକ୍ତି ସ୍ବକ୍ଷେତ୍ରାଧିକାରକୁ ଫେରି ଆସିଥାଆନ୍ତି। ଆଗ ପୋଲିସ ଷ୍ଟେଶନକୁ ଚୋର ବିଷୟରେ ସୂଚନା ଦେବାରେ କେବଳ ତାଙ୍କ କାମ ଶେଷ ହୋଇଥାଏ। ସୀମାନ୍ତ ପୋଲିସ ଅଞ୍ଚଳରେ ଚୋରକୁ କାବୁ କରିବା ସହଜ ହେଉଥିଲେ ମଧ୍ୟ କ୍ଷେତ୍ରାଧିକାର ନିୟମକୁ ମାନି ବାବୁମାନେ ଆଗକୁ ବଢ଼ି ନ ଥାନ୍ତି। ଏଠାରେ ନିୟମକୁ ସମ୍ମାନ ଦେବା ଯେତିକି ଜରୁରୀ ବୋଲି ସେ ଭାବି ନ ଥାନ୍ତି, ତାହାଠାରୁ କାହିଁରେ କେତେ ଆଶ୍ୱସ୍ତି ପାଇଥାଆନ୍ତି ତାଙ୍କ ଏରିଆରୁ ଯାହା ହେଉ ଚୋର ପଳାଇଗଲା। ଏହିଭଳି ଅସଂଖ୍ୟ ଘଟଣା ଦେଖିବାକୁ ମିଳିଥାଏ। ଏବେ କେନ୍ଦୁଝର ଜିଲାରେ ଡାକ୍ତରଖାନାର ପରିସୀମାକୁ ଦେଖାଯାଇ ଜଣେ ଗଣବଳାତ୍କାର ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ଲାଗି ଅନ୍ୟ ଡାକ୍ତରଖାନାକୁ ପଠାଯିବା ଓ ପୁନଶ୍ଚ ତାଙ୍କୁ ପ୍ରଥମ ଡାକ୍ତରଖାନାକୁ ଅଣାଯାଇ ପରୀକ୍ଷା କରାଯିବା ବିଷୟ ଅସ୍ବସ୍ତିକର ସ୍ଥିତି ସୃଷ୍ଟି କରିଛି। ଜଣେ ବଳାତ୍କାର ପୀଡ଼ିତା ପୋଲିସ ଗାଡ଼ିରେ ପ୍ରାୟ ୧୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ରହିବା ପ୍ରଶାସନିକ ତତ୍ପରତା କେଉଁଭଳି ସ୍ତରରେ ଯାଇ ପହଞ୍ଚତ୍ଲାଣି, ବୁଝିବା କଷ୍ଟକର ନୁହେଁ।
ମିଳିଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲାର ଜଣେ ମହିଳା ମକର ସଂକ୍ରାନ୍ତି ଉତ୍ସବରେ ଯୋଗଦେବା ଲାଗି ଗତ ସପ୍ତାହରେ ତାଙ୍କ ସମ୍ପର୍କୀୟଙ୍କ ଘର କେନ୍ଦୁଝରକୁ ଆସିଥିବା ବେଳେ ଗଣବଳାତ୍କାରର ଶିକାର ହୋଇଥିଲେ। ଯେଉଁଠାରେ ଏହା ଘଟିଥିଲା, ତାହା ହାଟଡିହି ଅଞ୍ଚଳର ସୋସୋ ବୋଲି କୁହାଯାଉଛି। ସ୍ଥାନୀୟ ପୋଲିସ ବଳାତ୍କୃତାଙ୍କ ଡାକ୍ତରୀ ମାଇନା କରିବା ଲାଗି ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାକାର ଡାକ୍ତରମାନେ ଘଟଣା ଘଟିଥିବା ଅଞ୍ଚଳ ସେମାନଙ୍କ କ୍ଷେତ୍ରାଧିକାର ନୁହେଁ ବୋଲି କହି ଫେରାଇ ଦେଇଥିଲେ। ପରେ ସମ୍ପୃକ୍ତ ପୀଡ଼ିତାଙ୍କୁ ସେଠାରୁ ୨୫ କିଲୋମିଟର ଦୂର ଘଟଣା ଘଟିଥିବା ଅଞ୍ଚଳର ଶାଳନିଆଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସେଠାରେ ମହିଳା ଡାକ୍ତର ନାହାନ୍ତି ବୋଲି ଦର୍ଶାଯାଇ ପୀଡ଼ିତାଙ୍କୁ ପୁନଶ୍ଚ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ସମ୍ପୃକ୍ତ ମହିଳାଙ୍କ ପରୀକ୍ଷା ହେବା ବେଳକୁ ୧୨ ଘଣ୍ଟା ଲାଗି ଯାଇଥିଲା। ଏଭଳି ଅବ୍ୟବସ୍ଥାକୁ ନେଇ ଡାକ୍ତର ଓ ପୋଲିସ କେବଳ ନିଜ ଦୋଷ ଛଡ଼ାଇବାରେ ଲାଗିଥିଲେ। ଏହି ଗୋଟିଏ ମାମଲାର ଘଟଣାକ୍ରମକୁ ଦେଖି ଚିନ୍ତା କରାଗଲେ ବ୍ୟବସ୍ଥା ଅସହାୟଙ୍କ ପ୍ରତି କେତେ ସମ୍ବେଦନହୀନ ତାହା ବୁଝାପଡ଼ିଯାଉଛି।
ଥାନା ଅଞ୍ଚଳ ବାହାରକୁ ଘଟଣା ଚାଲିଗଲେ ପୋଲିସ ଆଶ୍ୱସ୍ତ ହେଉଥିବା ଭଳି ଡାକ୍ତରମାନେ ଯଦି ସେହି ମାନସିକତାରେ ବଞ୍ଚତ୍ବେ, ତେବେ ସ୍ବାସ୍ଥ୍ୟ ସେବା କେଉଁ ଆଡ଼କୁ ଗତି କରୁଛି ତାହା ସହଜେ ଅନୁମେୟ। ଉପରଲିଖିତ ଘଟଣାକୁ ଦେଖିଲେ ପୀଡ଼ିତା ଶେଷରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ଯଦି ଡାକ୍ତରୀ ମାଇନା ବିଳମ୍ବରେ ସେହିଠାରେ କରାଗଲା, ତାହା ହେଲେ ତାଙ୍କୁ ଶାଳନିଆଁ ପଠାଇବାର କି ଆବଶ୍ୟକତା ଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ବଳାତ୍କାରର ଶିକାର ହୋଇଥିବା ମହିଳା ମାନସିକ ସ୍ତରରେ ଯନ୍ତ୍ରଣା ପାଇବାଠାରୁ ତାଙ୍କ ଡାକ୍ତରୀ ମାଇନା ଲାଗି ଦୀର୍ଘ ଘଣ୍ଟା ଅପେକ୍ଷା କରିବାଜନିତ ଯନ୍ତ୍ରଣା ନିଶ୍ଚିତ ବଳିଯାଇଥିବ। ଯେକୌଣସି ବ୍ୟକ୍ତିଙ୍କ ପାଇଁ ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ ପୋଲିସ ଗାଡ଼ିରେ ସର୍ବସମ୍ମୁଖରେ ବସି ରହିବା ନିହାତି ଏକ ଦଣ୍ଡ ବୋଲି କୁହାଯାଇପାରେ। ଡାକ୍ତରଖାନା ବିଧିକୁ ଦେଖିଲେ ନାବାଳିକାଙ୍କ ବ୍ୟତୀତ ଅନ୍ୟ କେସ୍‌ରେ ଉଭୟ ପୁରୁଷ ଓ ମହିଳା ଡାକ୍ତର ପରୀକ୍ଷା କରିପାରିବେ। ତେଣୁ ଶାଳନିଆଁରେ ମହିଳା ଡାକ୍ତରଙ୍କ ଅଭାବ ବିଷୟ ଦର୍ଶାଇ ଉପସ୍ଥିତ ଡାକ୍ତର ଝମେଲାରେ ପଶିବାକୁ ନ ଚାହିଁବା ମଧ୍ୟ ତାଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇଛି। ଏକ ଭଦ୍ର ସମାଜରେ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ସମ୍ବେଦନହୀନତା ପ୍ରଦର୍ଶନ କରିବାର ଅସଂଖ୍ୟ ଦୃଷ୍ଟାନ୍ତ ବାରମ୍ବାର ଦୃଷ୍ଟିଗୋଚର ହୋଇଥାଏ। କିନ୍ତୁ ଅତି ସମ୍ବେଦନଶୀଳ ଘଟଣାକୁ ହାଲୁକା ଭାବେ ନେଉଥିବା ବ୍ୟକ୍ତିଙ୍କ କାର୍ଯ୍ୟକୁ ତର୍ଜମା କରାଯିବା ଦରକାର। ଏମତି ଦେଖିଲେ ପୋଲିସ ଲୋକଙ୍କୁ ସୁରକ୍ଷା ଦେବାରେ ଅନେକାଂଶରେ ବିଫଳ ହେଉଛି। ଏଭଳି ସ୍ଥଳେ ଡାକ୍ତରମାନଙ୍କ ମାନସିକତା ପୋଲିସ ସମ ହେଲେ ସ୍ଥିତି ଆହୁରି ବିଗିଡ଼ିଯିବା ଥୟ। ବିମାନ, ରେଳଗାଡ଼ି କିମ୍ବା ବସ୍‌ରେ ଯାତାୟାତ କରୁଥିବା ଡାକ୍ତର ଅନେକ ସମୟରେ ପାଖରେ ରୋଗୀଙ୍କ ଯନ୍ତ୍ରଣା ଦେଖି ଲାଘବ କରିଥାଆନ୍ତି। ସେଥିପାଇଁ ସେମାନଙ୍କୁ ପ୍ରଶଂସା ମଧ୍ୟ ମିଳିଥାଏ। କିନ୍ତୁ ଡାକ୍ତର ଯଦି ଅମାନୁଷିକ ପାଲଟିଯିବେ, ତେବେ ସମାଜକୁ ରକ୍ଷା କରିବା କଷ୍ଟକର ହୋଇପଡ଼ିବ।

ବଳାତ୍କାରର ଶିକାର ହୋଇଥିବା ମହିଳା ମାନସିକ ସ୍ତରରେ ଯନ୍ତ୍ରଣା ପାଇବାଠାରୁ ତାଙ୍କ ଡାକ୍ତରୀ ମାଇନା ଲାଗି ଦୀର୍ଘ ଘଣ୍ଟା ଅପେକ୍ଷା କରିବାଜନିତ ଯନ୍ତ୍ରଣା ନିଶ୍ଚିତ ବଳିଯାଇଥିବ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?