ମାନସିକ ଦୁଶ୍ଚିନ୍ତା

ଡକ୍ଟର ତ୍ରିନାଥ ପଟ୍ଟନାୟକ

ଅଧିକାଂଶ ମଣିଷ ପଚାଶ ବର୍ଷ ବୟସରେ ପହଞ୍ଚତ୍ଲେ ଅଧିକ ଚିନ୍ତିତ ହୋଇଯାଆନ୍ତି। ସତେ ଯେମିତି କିଏ ତାଙ୍କର ଗତିପଥକୁ ପଛରୁ ଭିଡ଼ିଧରୁଛି। ସେମାନେ ୨୦/୨୫ ବର୍ଷ ତଳର କ୍ରିୟାଶୀଳ ଜୀବନର ତାରୁଣ୍ୟକୁ ମନେପକାନ୍ତି। ପଛକୁ ଚାହିଁ ଆଗକୁ ଯିବା ପାଇଁ ସାହସ କୁଳେଇବେ କ’ଣ? ବିଷାଦ ଅନୁଭବ କରନ୍ତି। କେମିତି କେମିତି ଅସମଞ୍ଜସତା ଅନୁଭବ କରନ୍ତି। ସବୁ କାର୍ଯ୍ୟକୁ ପାହାଡ଼ ଭଳି ଅନୁଭବ କରନ୍ତି। କାର୍ଯ୍ୟ କରିବା ପାଇଁ ଆଗ୍ରହ ଆସେ ନାହିଁ। ଆମତ୍ବିଶ୍ୱାସ ହରେଇ ବସନ୍ତି। କୌଣସି ନିର୍ଦ୍ଦିଷ୍ଟ ନିର୍ଣ୍ଣୟ ନେବା ଦିଗରେ ବେଳେ ବେଳେ କୁଣ୍ଠାବୋଧ କରନ୍ତି। ନିଜର ପିଲାଛୁଆ, ବନ୍ଧୁ ବାନ୍ଧବଙ୍କ ପ୍ରତି ବୀତସ୍ପୃହ ହୋଇ ଉଠନ୍ତି। ଏପରି କି ନିଜ ଜୀବନର ସାଥୀଙ୍କୁ ମଧ୍ୟ ଠିକ ଭାବେ ବୁଝିପାରନ୍ତି ନାହିଁ କି ବୁଝାଇଲେ ମଧ୍ୟ ବୁଝିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ବିଭିନ୍ନ ଚିନ୍ତା ମନରେ ଆସି ଘର ବାନ୍ଧି ରୁହେ। କାଳ୍ପନିକ ଭୟ ବାରବାର ମନକୁ ଆସେ।
ଏହି ଅବସ୍ଥାକୁ ଆମେ ପ୍ରୌଢ଼ାବସ୍ଥା ବୋଲି କହୁ। ବେଳେ ବେଳେ ବିଫଳ ଯୌନଚିନ୍ତା ଆସେ, ନିଜର ସଫଳତା ବିଷୟରେ ମନରେ ସନ୍ଦେହ ଆସେ। ଏଥିରେ ନୂତନତା କ’ଣ ବା ଅଛି। ବୟସ ବଢ଼ିଲେ ତ ସାଧାରଣତଃ ଯୌନ ଅସଫଳତା ଅଧିକାଂଶ ବ୍ୟକ୍ତିଙ୍କ ଜୀବନରେ ଆସେ। ଏଥିରେ ଚିନ୍ତିତ ହେବାର କିଛି ନାହିଁ। ପ୍ରୌଢ଼ାବସ୍ଥାରେ ପୁରୁଷ ଯୌନ ଶକ୍ତିରେ ଏକ ପରିବର୍ତ୍ତନ ଅବଶ୍ୟ ଆସେ କିନ୍ତୁ ଗ୍ରନ୍ଥିରେ କୌଣସି ବିକାର ଦେଖା ଦେବ ସେମିତି କିଛି କଥା ନାହିଁ। ମାନସିକ ସ୍ତରରେ ଲୋକ କୁହାକୁହିର କିଛିଟା ପ୍ରଭାବ ପଡ଼େ। ପଚାଶବର୍ଷ ମନୁଷ୍ୟର ଅର୍ଦ୍ଧ ବିରାଗ ସମୟ। କ୍ରମାଗତ ଭାବେ ଜୀବନକୁ ଉପଭୋଗ କରିବା ପରେ, ଜୀବନର ଗତି ଏଇଠି ଟିକିଏ ଅଟକିଗଲା ଭଳି ଲାଗେ। ବିରକ୍ତି ଭାବ ବି ମନରେ ଆସେ। ଅତୀତ ଜୀବନଯାତ୍ରାର ସମୀକ୍ଷା କରିବାକୁ ଇଚ୍ଛା ହୁଏ। କିଛି ପାଇଥିଲେ ସୁଦ୍ଧା ଆଉ କିଛି ପାଇବାକୁ ଲକ୍ଷ୍ୟ ରୁହେ। ଆଉ କିଛି ପାଇ ନ ଥିଲେ ମନରେ କ୍ଷୋଭ ଆସେ, ଅବସୋସ ବି ରହେ।
ଅସଫଳ ମଣିଷ ବେଳେବେଳେ ଆମତ୍ବିଶ୍ୱାସ ହରେଇ ବସେ। ଭୁଲବାଟରେ ଯିବାପାଇଁ ଇଚ୍ଛା କରେ। ସର୍ବଦା ପ୍ରସନ୍ନ ଚିତ୍ତହୋଇ ଅବଶିଷ୍ଟ ସମୟକୁ ସାଥିରେ ନେଇ ଅଗ୍ରସର ହୁଅନ୍ତୁ। ନିଶ୍ଚୟ ସଫଳତା ପାଇବେ। ଆଜିର ସମୟ ଭିନ୍ନ। ମଣିଷର ହାରାହାରି ବୟସ ସୀମା ୭୦ବର୍ଷ ହୋଇଗଲାଣି। ଯୁବକମାନେ କର୍ମ କ୍ଷେତ୍ରରେ ପ୍ରବେଶ କରୁ କରୁ ୩୫ବର୍ଷ ବ୍ୟତୀତ ହୋଇଯାଉଛି। ଏଣୁ ଏବର ସରକାର କର୍ମଚାରୀମାନଙ୍କର ଅବସର ବୟସ ସୀମାକୁ ଷାଠିଏ ବର୍ଷ କରିଦେଇଛନ୍ତି। ଡାକ୍ତର ଓ କେତେକ ପ୍ରଫେସରଙ୍କର ଅବସର ବୟସ ସୀମା ୬୫ ବର୍ଷକୁ ବଢ଼େଇ ଦେଇଛନ୍ତି। ଦ୍ୱିତୀୟ ମହାସମର ପରେ ପରେ ମଣିଷ ଶୀଘ୍ର ଶୀଘ୍ର ପ୍ରୌଢ଼ ହୋଇଗଲା। ଏବେ ସେ ସମୟ ନାହିଁ। ଏବର ୪୦ବର୍ଷର ବ୍ୟକ୍ତି ପ୍ରୌଢ଼ ନୁହେଁ, ଯୁବକ ଭଳି କାର୍ଯ୍ୟକ୍ଷମ।
ଅବଶ୍ୟ ପ୍ରୌଢ଼ାବସ୍ଥା ଆସିଲେ ମନୁଷ୍ୟ ଶରୀରରେ ବିଭିନ୍ନ ସମସ୍ୟା ଦେଖାଯାଏ। ପରିବାର ପୋଷଣ ଭାର ନିଜ ଉପରେ ପଡ଼ୁଥିବାରୁ ରୋଜଗାର ନିମନ୍ତେ ପରିଶ୍ରମ କରିବାକୁ ପଡ଼ିଥାଏ। ଖର୍ଚ୍ଚବଢ଼େ, ଚିନ୍ତା ବି ବଢ଼େ। ବୟସ ଢଳିଲେ ମନକୁ ଏକା ଏକା ବୋଧ ଆସେ କାହିଁକି ନା ପିଲାମାନେ ବଡ଼ ହୋଇଗଲା ପରେ ବୁଢ଼ାଲୋକ ଖୁସିବାସୀ ଆନନ୍ଦ ଟିକିଏ ପାଇବା ପାଇଁ ଲାଳାୟିତ ହୁଏ। ଦେହ ସହେନାହିଁ କି ଅନ୍ୟମାନେ କେତେକ କ୍ଷେତ୍ରରେ ସହଯୋଗ କରନ୍ତି ନାହିଁ। ଡାକ୍ତରଙ୍କ ପଛରେ ଗୋଡ଼ାଇବାକୁ ପଡ଼େ। ଔଷଧ ଖିଆ ଜୀବନ ବାସ୍ତବରେ ସରସ ଜୀବନ ନୁହେଁ। ତଥାପି ମଣିଷ ବାଧ୍ୟ ହୁଏ। ବୃଦ୍ଧାବସ୍ଥା ଆସିଲେ କେତେକ ନିର୍ଦ୍ଦିଷ୍ଟ ଯୋଗ ବ୍ୟାୟାମ, ପ୍ରାତଃ ଭ୍ରମଣ, ପ୍ରକୃତିକୁ ଅନୁଭବ କରିବା ଓ ଆଧ୍ୟାମତ୍ିକ ଚିନ୍ତା ଚେତନାରେ ମଜ୍ଜିଯିବା ଉଚିତ। ଭଲ କଥା ଦେଖ ଭଲ କଥା ଶୁଣ। ଏହା ହେଉଛି ବୃଦ୍ଧାବସ୍ଥାରେ ମଣିଷର ଆନନ୍ଦ ଅନ୍ବେଷଣର ଉପାୟ।
ଯେଉଁମାନେ ଯୌବନାବସ୍ଥାରେ ଅନିୟମିତ ଜୀବନ ଶୈଳୀର ଦାସ ହୋଇଛନ୍ତି, ଅପ୍ରାକୃତିକ ଯୌନ ସମ୍ପର୍କ, ଦୂଷିତ ଖାଦ୍ୟ, ମାଦକ ଦ୍ରବ୍ୟ ସେବନ ଆଦିର ଅଧୀନ ହୋଇଛନ୍ତି, ସେମାନଙ୍କ ନିମନ୍ତେ ବୃଦ୍ଧାବସ୍ଥା ଅଧିକ ଦୁଃଖ ପ୍ରଦ ହୋଇଥାଏ। ବୃଦ୍ଧାବସ୍ଥାରେ ଶାରୀରିକ କଷ୍ଟକୁ ସହ୍ୟ କରିବା ନିମନ୍ତେ କଦାପି କୌଣସି ମାଦକ ଦ୍ରବ୍ୟର ସାହାଯ୍ୟ ନେବା ଉଚିତ ନୁହେଁ। ସେ ସବୁ ମାନସିକ ଶାନ୍ତି କି ଆନନ୍ଦ ଦେବେ ନାହିଁ ବରଂ ବିଷାଦରେ ଗୌହରକୁ ଟାଣି ନେବେ। ୨୦/୨୫ ବର୍ଷର ବ୍ୟକ୍ତି କଦାପି ତା’ର ସ୍ବାସ୍ଥ୍ୟ ବିଷୟରେ ଚିନ୍ତାକରି ନ ଥାଏ। ୩୫ ବର୍ଷ ବେଳକୁ ତା’ର ସ୍ବାସ୍ଥ୍ୟ ବିଷୟରେ ସଚେତନ ହୋଇ ଉଠେ। ସେହି ସମୟରୁ ସେ ଯଦି ସତ୍‌ସଙ୍ଗ କରେ, ନିଶାମୁକ୍ତ ରୁହେ, ସତ୍‌ ଜୀବନଶୈଳୀକୁ ଆପଣେଇ ନିଏ ତେବେ ବି କିଛି ଅଂଶରେ ମୁକ୍ତି ପାଇଯିବ। ପ୍ରୌଢ଼ାବସ୍ଥା ବାସ୍ତବରେ ଚିନ୍ତନ ଅବସ୍ଥା। ସ୍ଥବିର ସମୟ। ଯାହା ବାଲ୍ୟ କିଶୋରରେ ସମ୍ଭବ ହୋଇ ନ ଥିଲା ଏବେ ସମ୍ଭବ ହେବ, ଯଦି ମାନସିକ ବିଷାଦକୁ ଦୂରକରି କର୍ମତପତ୍ର ହେବ।
ନିଆଳି, କଟକ
ମୋ- ୯୯୩୭୮୪୦୩୮୭


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri