Odisha Elections 2024
Posted inଖେଳ

ଆଜିଠୁ କଳିଙ୍ଗରେ ପୁରୁଷ ହକି ପ୍ରୋ-ଲିଗ୍‌

ଭୁବନେଶ୍ୱର, ୧୦।୨(ତପନ ସ୍ବାଇଁ): ମହିଳା ହକି ପ୍ରୋ ଲିଗ୍‌ ୨୦୨୩-୨୪ର ଭୁବନେଶ୍ୱର ଚରଣ ଶୁକ୍ରବାର ଶେଷ ହୋଇଛି। ୧୨ ତାରିଖଠାରୁ ଏହାର ରାଉରକେଲା ଚରଣ ଆରମ୍ଭ ହେବ। ପୁରୁଷ ହକି ପ୍ରୋ ଲିଗ୍‌ର ଭୁବନେଶ୍ୱର ଚରଣ ଶନିବାରଠାରୁ ଆରମ୍ଭ ହେବ। କଳିଙ୍ଗ ଷ୍ଟାଡିୟମରେ ୫ ଦଳ ଆୟର୍ଲାଣ୍ଡ, ନେଦରଲାଣ୍ଡ୍ସ, ଭାରତ, ସ୍ପେନ୍‌ ଓ ଅଷ୍ଟ୍ରେଲିଆ ଦଳ ଆକ୍ସନରେ ଦେଖିବାକୁ ମିଳିବେ। ପ୍ରଥମ ଦିବସରେ ଅପରାହ୍ନ ୫ଟା ୩୦ରେ ଆୟର୍ଲାଣ୍ଡ ଓ ନେଦରଲାଣ୍ଡ୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟା ୩୦ରେ ସ୍ପେନ୍‌ ବିପକ୍ଷରେ ମ୍ୟାଚ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଏହାପରେ ଭାରତ ୧୧ରେ ନେଦରଲାଣ୍ଡ୍ସ, ୧୫ରେ ଅଷ୍ଟ୍ରେଲିଆ ଓ ୧୬ରେ ଆୟର୍ଲାଣ୍ଡକୁ ଭେଟିବ। ଏହାପରେ ପ୍ରତିଯୋଗିତାର ରାଉରକେଲା ଚରଣ ଆରମ୍ଭ ହେବ। ସେଠାରେ ଏହି ୫ ଦଳ ୧୯ରୁ ୨୫ ପର୍ଯ୍ୟନ୍ତ ପରସ୍ପରକୁ ଥରେ ଲେଖାଏ ଭେଟିବେ।
”ଅଲିମ୍ପିକ୍ସ ପୂର୍ବରୁ ଘରୋଇ ପରିବେଶରେ ପ୍ରୋ-ଲିଗ୍‌ ହେବାକୁ ଯାଉଛି। ତେଣୁ ଆମେ ସ୍ଥିର ପ୍ରଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦେବୁ। ଦଳରେ ସ୍ଥାନ ପାଇଥିବା କେତେକ ଯୁବ ଖେଳାଳିଙ୍କ ଉପରେ ନଜର ରହିବ। ପ୍ରୋ-ଲିଗ୍‌ରେ ୮ଟି ମ୍ୟାଚ ଖେଳିବାକୁ ସେମାନଙ୍କୁ ସୁଯୋଗ ଦିଆଯାଇଛି। ପ୍ରଦର୍ଶନ ଭିତ୍ତିରେ ଆମେ ଅଲିମ୍ପିକ୍‌ ଦଳ ଚୟନ କରିବୁ“ ବୋଲି ମୁଖ୍ୟ କୋଚ୍‌ କ୍ରେଗ୍‌ ଫୁଲଟନ ପ୍ରକାଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରି ଭାରତ ପ୍ରୋ-ଲିଗ୍‌ ଖେଳିବାକୁ ଯାଉଛି। ସେଠାରେ ଭାରତୀୟ ଦଳ ଫ୍ରାନ୍ସ ଓ ନେଦରଲାଣ୍ଡ୍ସ ବିପକ୍ଷରେ ୩ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଅଫିସିଆଲ ମ୍ୟାଚ ଖେଳିଥିଲା। ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚରେ ୪-୦ ବିଜୟ ପରେ ପରବର୍ତ୍ତୀ ମ୍ୟାଚକୁ ୨-୨ରେ ଡ୍ର ରଖିଥିଲା। ପରବର୍ତ୍ତୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩-୦ରେ ହରାଇଥିବାବେଳେ ନେଦରଲାଣ୍ଡ୍ସଠାରୁ ୧-୫ରେ ହାରି ଯାଇଥିଲା। ଏ ସମ୍ପର୍କରେ ମତଦେଇ ଫୁଲଟନ କହିଛନ୍ତି ଯେ, ଆମର ଆକ୍ରମଣାତ୍ମକ ବିଭାଗ ବେଶ୍‌ ଭଲ ଏବଂ ରକ୍ଷଣଭାଗରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛୁ। ଦକ୍ଷିଣ ଆଫ୍ରିକା ଗସ୍ତରୁ ସୂଚନା ମିଳୁଛି ଯେ ଆମେ ଠିକ୍‌ ପଥରେ ରହିଛୁ। ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବା ପାଇଁ ଖେଳାଳିଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ରହିଛି ଏବଂ ଏହା ଜରୁରୀ ମଧ୍ୟ। ଯୁବ ଖେଳାଳିମାନେ ଉଭୟ ରଣକୌଶଳ ଏବଂ ବୈଷୟିକ ଦୃଷ୍ଟିରୁ ଅଭିଜ୍ଞ ହୁଅନ୍ତୁ ବୋଲି ଆମେ ଚାହୁଁଛୁ। ପର୍ଯ୍ୟାପ୍ତ ବିକଳ୍ପ ଖେଳାଳି ଉପଲବ୍ଧ ରହିଲେ ଦଳର ଶକ୍ତି ବଢ଼ିବ ଏବଂ ଆହତ ସମସ୍ୟାର ସମାଧାନ କରିବା ସହଜ ହେବ।
ଭାରତ ଓ ସ୍ପେନ୍‌ ମଧ୍ୟରେ ମୋଟ ୩୨ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ଭାରତ ୧୪ଟି ଜିତିଥିବାବେଳେ ସ୍ପେନ୍‌ ୧୨ଟିରେ ବିଜୟୀ ହୋଇଛି। ଅବଶିଷ୍ଟ ୬ ମ୍ୟାଚ ଡ୍ର ରହିଛି। ଶେଷ ୭ ମ୍ୟାଚର ଫଳାଫଳକୁ ଦେଖିବାକୁ ଗଲେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଛନ୍ତି। ଭାରତ ଓ ସ୍ପେନ୍‌ ୩ଟି ଲେଖାଏ ମ୍ୟାଚ ଜିତିଥିବାବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି। ଶେଷଥରପାଇଁ ଉଭୟ ଦଳ ଗତବର୍ଷ ପରସ୍ପରକୁ ବାର୍ସିଲୋନାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ଟୁର୍ନାମେଣ୍ଟରେ ଭେଟିଥିଲେ। ଏଥିରେ ସ୍ପେନ୍‌ ୨-୧ ଗୋଲରେ ବିଜୟୀ ହୋଇଥିଲା।
ଆସନ୍ତା ଲିଗ୍‌ରେ ଭାରତୀୟ ଦଳର ଭଲ ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଅଧିନାୟକ ହରମନପ୍ରୀତ ସିଂ। ”ପ୍ରୋ-ଲିଗ୍‌ରେ ଆମେ ବିଶ୍ୱର ଟପ୍‌-କ୍ୱାଲିଟି ଟିମ୍‌ ବିପକ୍ଷରେ ଖେଳିବା ସୁଯୋଗ ପାଇବୁ। ଫଳରେ ଆସନ୍ତା ଅଲିମ୍ପିକ୍ସ ପାଇଁ ଭଲଭାବେ ନିଜକୁ ପ୍ରସ୍ତୁତ କରିପାରିବୁ। ଯେଉଁ ବିଭାଗଗୁଡ଼ିକ ଉପରେ କାର୍ଯ୍ୟ କରିବାର ଅଛି ତା’ ଉପରେ ଆମେ ଫୋକସ କରୁଛୁ। ଆମେ ନିଜର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ଜାଣିବାକୁ ମଧ୍ୟ ଅବସର ରହିବ। ତେଣୁ ପ୍ରୋ-ଲିଗ୍‌ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ“ ବୋଲି ହରମନପ୍ରୀତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri