Posted inଖେଳ

ଆଜିଠୁ କଳିଙ୍ଗରେ ପୁରୁଷ ହକି ପ୍ରୋ-ଲିଗ୍‌

ଭୁବନେଶ୍ୱର, ୧୦।୨(ତପନ ସ୍ବାଇଁ): ମହିଳା ହକି ପ୍ରୋ ଲିଗ୍‌ ୨୦୨୩-୨୪ର ଭୁବନେଶ୍ୱର ଚରଣ ଶୁକ୍ରବାର ଶେଷ ହୋଇଛି। ୧୨ ତାରିଖଠାରୁ ଏହାର ରାଉରକେଲା ଚରଣ ଆରମ୍ଭ ହେବ। ପୁରୁଷ ହକି ପ୍ରୋ ଲିଗ୍‌ର ଭୁବନେଶ୍ୱର ଚରଣ ଶନିବାରଠାରୁ ଆରମ୍ଭ ହେବ। କଳିଙ୍ଗ ଷ୍ଟାଡିୟମରେ ୫ ଦଳ ଆୟର୍ଲାଣ୍ଡ, ନେଦରଲାଣ୍ଡ୍ସ, ଭାରତ, ସ୍ପେନ୍‌ ଓ ଅଷ୍ଟ୍ରେଲିଆ ଦଳ ଆକ୍ସନରେ ଦେଖିବାକୁ ମିଳିବେ। ପ୍ରଥମ ଦିବସରେ ଅପରାହ୍ନ ୫ଟା ୩୦ରେ ଆୟର୍ଲାଣ୍ଡ ଓ ନେଦରଲାଣ୍ଡ୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟା ୩୦ରେ ସ୍ପେନ୍‌ ବିପକ୍ଷରେ ମ୍ୟାଚ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଏହାପରେ ଭାରତ ୧୧ରେ ନେଦରଲାଣ୍ଡ୍ସ, ୧୫ରେ ଅଷ୍ଟ୍ରେଲିଆ ଓ ୧୬ରେ ଆୟର୍ଲାଣ୍ଡକୁ ଭେଟିବ। ଏହାପରେ ପ୍ରତିଯୋଗିତାର ରାଉରକେଲା ଚରଣ ଆରମ୍ଭ ହେବ। ସେଠାରେ ଏହି ୫ ଦଳ ୧୯ରୁ ୨୫ ପର୍ଯ୍ୟନ୍ତ ପରସ୍ପରକୁ ଥରେ ଲେଖାଏ ଭେଟିବେ।
”ଅଲିମ୍ପିକ୍ସ ପୂର୍ବରୁ ଘରୋଇ ପରିବେଶରେ ପ୍ରୋ-ଲିଗ୍‌ ହେବାକୁ ଯାଉଛି। ତେଣୁ ଆମେ ସ୍ଥିର ପ୍ରଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦେବୁ। ଦଳରେ ସ୍ଥାନ ପାଇଥିବା କେତେକ ଯୁବ ଖେଳାଳିଙ୍କ ଉପରେ ନଜର ରହିବ। ପ୍ରୋ-ଲିଗ୍‌ରେ ୮ଟି ମ୍ୟାଚ ଖେଳିବାକୁ ସେମାନଙ୍କୁ ସୁଯୋଗ ଦିଆଯାଇଛି। ପ୍ରଦର୍ଶନ ଭିତ୍ତିରେ ଆମେ ଅଲିମ୍ପିକ୍‌ ଦଳ ଚୟନ କରିବୁ“ ବୋଲି ମୁଖ୍ୟ କୋଚ୍‌ କ୍ରେଗ୍‌ ଫୁଲଟନ ପ୍ରକାଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରି ଭାରତ ପ୍ରୋ-ଲିଗ୍‌ ଖେଳିବାକୁ ଯାଉଛି। ସେଠାରେ ଭାରତୀୟ ଦଳ ଫ୍ରାନ୍ସ ଓ ନେଦରଲାଣ୍ଡ୍ସ ବିପକ୍ଷରେ ୩ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଅଫିସିଆଲ ମ୍ୟାଚ ଖେଳିଥିଲା। ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚରେ ୪-୦ ବିଜୟ ପରେ ପରବର୍ତ୍ତୀ ମ୍ୟାଚକୁ ୨-୨ରେ ଡ୍ର ରଖିଥିଲା। ପରବର୍ତ୍ତୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩-୦ରେ ହରାଇଥିବାବେଳେ ନେଦରଲାଣ୍ଡ୍ସଠାରୁ ୧-୫ରେ ହାରି ଯାଇଥିଲା। ଏ ସମ୍ପର୍କରେ ମତଦେଇ ଫୁଲଟନ କହିଛନ୍ତି ଯେ, ଆମର ଆକ୍ରମଣାତ୍ମକ ବିଭାଗ ବେଶ୍‌ ଭଲ ଏବଂ ରକ୍ଷଣଭାଗରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛୁ। ଦକ୍ଷିଣ ଆଫ୍ରିକା ଗସ୍ତରୁ ସୂଚନା ମିଳୁଛି ଯେ ଆମେ ଠିକ୍‌ ପଥରେ ରହିଛୁ। ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବା ପାଇଁ ଖେଳାଳିଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ରହିଛି ଏବଂ ଏହା ଜରୁରୀ ମଧ୍ୟ। ଯୁବ ଖେଳାଳିମାନେ ଉଭୟ ରଣକୌଶଳ ଏବଂ ବୈଷୟିକ ଦୃଷ୍ଟିରୁ ଅଭିଜ୍ଞ ହୁଅନ୍ତୁ ବୋଲି ଆମେ ଚାହୁଁଛୁ। ପର୍ଯ୍ୟାପ୍ତ ବିକଳ୍ପ ଖେଳାଳି ଉପଲବ୍ଧ ରହିଲେ ଦଳର ଶକ୍ତି ବଢ଼ିବ ଏବଂ ଆହତ ସମସ୍ୟାର ସମାଧାନ କରିବା ସହଜ ହେବ।
ଭାରତ ଓ ସ୍ପେନ୍‌ ମଧ୍ୟରେ ମୋଟ ୩୨ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ଭାରତ ୧୪ଟି ଜିତିଥିବାବେଳେ ସ୍ପେନ୍‌ ୧୨ଟିରେ ବିଜୟୀ ହୋଇଛି। ଅବଶିଷ୍ଟ ୬ ମ୍ୟାଚ ଡ୍ର ରହିଛି। ଶେଷ ୭ ମ୍ୟାଚର ଫଳାଫଳକୁ ଦେଖିବାକୁ ଗଲେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଛନ୍ତି। ଭାରତ ଓ ସ୍ପେନ୍‌ ୩ଟି ଲେଖାଏ ମ୍ୟାଚ ଜିତିଥିବାବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି। ଶେଷଥରପାଇଁ ଉଭୟ ଦଳ ଗତବର୍ଷ ପରସ୍ପରକୁ ବାର୍ସିଲୋନାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ଟୁର୍ନାମେଣ୍ଟରେ ଭେଟିଥିଲେ। ଏଥିରେ ସ୍ପେନ୍‌ ୨-୧ ଗୋଲରେ ବିଜୟୀ ହୋଇଥିଲା।
ଆସନ୍ତା ଲିଗ୍‌ରେ ଭାରତୀୟ ଦଳର ଭଲ ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଅଧିନାୟକ ହରମନପ୍ରୀତ ସିଂ। ”ପ୍ରୋ-ଲିଗ୍‌ରେ ଆମେ ବିଶ୍ୱର ଟପ୍‌-କ୍ୱାଲିଟି ଟିମ୍‌ ବିପକ୍ଷରେ ଖେଳିବା ସୁଯୋଗ ପାଇବୁ। ଫଳରେ ଆସନ୍ତା ଅଲିମ୍ପିକ୍ସ ପାଇଁ ଭଲଭାବେ ନିଜକୁ ପ୍ରସ୍ତୁତ କରିପାରିବୁ। ଯେଉଁ ବିଭାଗଗୁଡ଼ିକ ଉପରେ କାର୍ଯ୍ୟ କରିବାର ଅଛି ତା’ ଉପରେ ଆମେ ଫୋକସ କରୁଛୁ। ଆମେ ନିଜର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ଜାଣିବାକୁ ମଧ୍ୟ ଅବସର ରହିବ। ତେଣୁ ପ୍ରୋ-ଲିଗ୍‌ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ“ ବୋଲି ହରମନପ୍ରୀତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri