Posted inଖେଳ

ଆଜିଠାରୁ ନୂଆ ଫର୍ମାଟରେ ପୁରୁଷ ହକି

ଝାନ୍‌ସୀ, ୪ା୪: ହକି ଇଣ୍ଡିଆ ଜାତୀୟ ସିନିୟର ପୁରୁଷ ଚାମ୍ପିୟନଶିପ୍‌ର ୧୫ତମ ସଂସ୍କରଣ ଏଠାରେ ଶୁକ୍ରବାରଠାରୁ ଖେଳାଯିବ। ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ନୂଆ ଫର୍ମାଟରେ ଖେଳାଯିବ। ପୁରୁଷ ଟୁର୍ନାମେଣ୍ଟ ପ୍ରଥମ ଥର ମେଜର ଧ୍ୟାନଚାନ୍ଦ ହକି ଷ୍ଟାଡିୟମରେ ପୁଣି ନୂଆ ୩ଡିଭିଜନ ବିଶିଷ୍ଟ ଫର୍ମାଟରେ ଅନୁଷ୍ଠିତ ହେବ।

ମାର୍ଚ୍ଚରେ ଜାତୀୟ ସିନିୟର ମହିଳା ଚାମ୍ପିୟନଶିପ୍‌ ସମାନ ନୂଆ ଫର୍ମାଟରେ ଖେଳାଯାଇଥିଲା। ଘରୋଇ ପ୍ରତିଯୋଗିତାରେ ଏଣିକି ପ୍ରମୋଶନ ଓ ରିଲିଗେଶନ ଲଢ଼େଇ ସାମିଲ କରାଯାଇଛି। ଏହାକୁ ତିନୋଟି ଡିଭିଜନ ‘ଏ’, ‘ବି’ ଓ ‘ସି’ରେ ବିଭକ୍ତ କରାଯାଇଛି। ଡିଭିଜନ ‘ଏ’ରେ ଶ୍ରେଷ୍ଠ ଦଳଗୁଡ଼ିକ ସ୍ଥାନ ପାଇଛନ୍ତି। ଡିଭିଜନ ‘ବି’ରେ ସ୍ଥାନ ପାଇଥିବା ଦଳଗୁଡ଼ିକ ଆସନ୍ତା ସିଜନରେ ଡିଭିଜନ ‘ଏ’ରେ ସ୍ଥାନ ପାଇବା ପାଇଁ ଚେଷ୍ଟା କରିବେ। ଡିଭିଜନ ‘ବି’ରେ ଥିବା ଦଳଗୁଡ଼ିକ ପରବର୍ତ୍ତୀ ସଂସ୍କରଣରେ ଡିଭିଜନ ‘ବି’ରେ ସ୍ଥାନ ପାଇବା ପାଇଁ ଚେଷ୍ଟା କରିବେ।

ଡିଭିଜନ ‘ବି’ ଓ ‘ସି’ ମ୍ୟାଚଗୁଡ଼ିକ ଏପ୍ରିଲ ୪ରୁ ଆରମ୍ଭ ହେବାକୁଥିବା ବେଳେ ଡିଭିଜନ ‘ଏ’ ମ୍ୟାଚ ଏପ୍ରିଲ ୮ରୁ ଖେଳାଯିବ। ଡିଭିଜନ ‘ଏ’ରେ ଗତଥରର ଚାମ୍ପିୟନ ଓ ରନର ଅପ୍‌ ହରିୟାଣା ସ୍ଥାନ ପାଇଛନ୍ତି। ବର୍ଷ ବର୍ଷ ଧରି ସେମାନଙ୍କ ଓଭରଅଲ୍‌ ପ୍ରଦର୍ଶନ ଭିତ୍ତିରେ ସେମାନଙ୍କୁ ସ୍ଥାନ ମିଳିଛି।

ଡିଭିଜନ ‘ଏ’ରେ ସ୍ଥାନ ପାଇଥିବା ଅନ୍ୟ ଦଳଗୁଡ଼ିକ ହେଲେ ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ତାମିଲନାଡୁ, ବେଙ୍ଗଲ, ହକି କର୍ନାଟକ ଓ ପୁଡୁଚେରୀ। ସେମାନଙ୍କୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଦଳ ସେମାନଙ୍କ ଗ୍ରୁପ୍‌ର ପ୍ରତ୍ୟେକ ଦଳ ସହିତ ଥରେ ଲେଖାଏ ଖେଳିବେ। ଏହା ଏକମାତ୍ର ଡିଭିଜନ, ଯେଉଁଥିରେ ଏକ ନକ୍‌ଆଉଟ ପର୍ଯ୍ୟାୟ ରହିଛି।

ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ କ୍ୱାର୍ଟରଫାଇନାଲରେ ପ୍ରବେଶ କରିବେ। ଏହା ଏପ୍ରିଲ ୧୨ରେ ଖେଳାଯିବ। ଏପ୍ରିଲ ୧୩ରେ ସେମିଫାଇନାଲ ଏବଂ ଫାଇନାଲ ଓ ୩ୟ/୪ର୍ଥ ସ୍ଥାନ ପାଇଁ ମୁକାବିଲା ଏପ୍ରିଲ ୧୫ରେ ହେବ। ଡିଭିଜନ ‘ଏ’ର ନିମ୍ନ ସ୍ଥାନରେ ରହିଥିବା ଦୁଇ ଦଳ ତଳପାହ୍ୟାକୁ ଖସି ପରବର୍ତ୍ତୀ ସଂସ୍କରଣରେ ଡିଭିଜନ ‘ବି’ରୁ ଖେଳିବେ। ଡିଭିଜନ ‘ବି’ରେ ସ୍ଥାନ ପାଇଥିବା ୧୦ଟି ଦଳ ଡିଭିଜନ ‘ଏ’ରେ ସ୍ଥାନ ପାଇଁ ଲଢ଼େଇ କରିବେ। ଏଥିରେ ସ୍ଥାନ ପାଇଥିବା ଦଳଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି।

ଏଥିରେ ଗୋଟିଏ ଗ୍ରୁପ୍‌ରେ ଚଣ୍ଡିଗଡ଼ ଗୋଆ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଉତ୍ତରାଖଣ୍ଡ ସ୍ଥାନ ପାଇଥିବା ବେଳେ ଅନ୍ୟଟିରେ ଦିଲ୍ଲୀ, ମିଜୋରାମ, ଦାଦ୍ରା ନଗର ହାବେଳୀ ଓ ଡାମନ ଡିଉ, କେରଳ, ଆସାମ ଆଦି ସ୍ଥାନ ପାଇଛନ୍ତି। ଡିଭିଜନର ‘ବି’ର ଶ୍ରେଷ୍ଠ ଦୁଇ ଦଳ ପଦୋନ୍ନତି ପାଇ ପରବର୍ତ୍ତୀ ସଂସ୍କରଣରେ ଡିଭିଜନ ‘ଏ’ରୁ ଖେଳିବେ।

ଡିଭିଜନ ‘ସି’ରେ ୮ଟି ଦଳ ପ୍ରତିଯୋଗିତାରେ ଭାଗ ନେବେ। ସେମାନଙ୍କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗୋଟିଏ ଗ୍ରୁପ୍‌ରେ ରାଜସ୍ଥାନ, ଅରୁଣାଚଳ ପ୍ରଦେଶ, ଜମ୍ମୁ କଶ୍ମୀର ଓ ତ୍ରିପୁରା ରହିଥିବା ବେଳେ ଅନ୍ୟଟିରେ ଛତିଶଗଡ଼, ହିମାଚଳ ପ୍ରଦେଶ, ବିହାର ଓ ଗୁଜରାଟ ରହିଛନ୍ତି। ଡିଭିଜନ ‘ସି’ର ଶ୍ରେଷ୍ଠ ଦୁଇ ଦଳ ଡିଭିଜନ ‘ବି’କୁ ପଦୋନ୍ନତି ପାଇବେ। ତିନୋଟି ଡିଭିଜନରେ ପଏଣ୍ଟ ବ୍ୟବସ୍ଥା ସମାନ ରହିଛି। ଗୋଟିଏ ବିଜୟ ଲାଗି ୩ ଏବଂ ଡ୍ର ପାଇଁ ୧ପଏଣ୍ଟ ବ୍ୟବସ୍ଥା ରହିଥିବା ବେଳେ ପରାଜିତ ଦଳକୁ ପଏଣ୍ଟ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri